ଜୀବନର ଶେଷ ସମୟରେ ବଞ୍ଚିବାକୁ ସାହାରା ଦେଇଛି ଦାସ କାଠିଆ । ରାଜଧାନୀର ଛାତି ଉପରେ ଦାସକାଠିଆ ବଜାଇ ପେଟ ପୋଷୁଛନ୍ତି ଏହି ବୃଦ୍ଧ ଜଣକ...
ଇୟେ ହେଉଛନ୍ତି ଗୁରୁ ନାରାୟଣ ମୁଣ୍ତା । ସୁନ୍ଦରଗଡ଼ ଜିଲ୍ଲା ରାଏବୋଗା ଥାନାରେ ସେ ପୋଲିସ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି । ନିକଟରେ ତାଇକୋଣ୍ତୋର ଫାଷ୍ଟ ଡନ୍ ବ୍ଲକ ଜିତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି
ଭକ୍ତଙ୍କ ମନୋସ୍କାମନା ପୂର୍ଣ୍ଣ ପାଇଁ ବିଭୂତି ରୂପରେ ଧରାକୁ ଓହ୍ଲାଇ ଆସନ୍ତି ଭଗବାନ । ବର୍ଷକରେ ଥରେ ଅନୁଷ୍ଠିତ ହୁଏ ବାଲୁକେଶ୍ୱରଙ୍କର ବିଭୂତି ଉତ୍ସବ...
ଆରମ୍ଭ ହେଲା ଭାରତର ଗଗନୟାନ ମିଶନ । ତ୍ରୁଟି ସୁଧାରିବା ପରେ ପୁଣି ଥରେ ଗଗନଯାନର ପ୍ରଥମ ଟେଷ୍ଟ୍ ଭେହିକିଲ୍ TV-D1 ର ଉତକ୍ଷେପଣ କରାଯାଇଛି । ଶ୍ରୀହରିକୋଟା ସତୀଶ ଧାୱନ୍ ସ୍ପେସ୍ ସେଣ୍ଟରରୁ ଟେଷ୍ଟ୍ ଭେହିକିଲ୍ ଉତ୍କ୍ଷେପଣ କରାଯାଇଛି ।
ମାଲକାନଗିରିରୁ ମୟୁରଭଞ୍ଜ, କୋରାପୁଟରୁ କଟକ। ଘରୋଇ ବସ୍ ଆନ୍ଦୋଳନ ଯୋଗୁଁ ରାଜ୍ୟର ଏ ମୁଣ୍ଡରୁ ସେମୁଣ୍ଡ ଯାଏଁ, ଯାତ୍ରୀ ହନ୍ତସନ୍ତ। ପାର୍ବଣ ଛୁଟିରେ ନା କେହି ଗନ୍ତବ୍ୟ ସ୍ଥଳକୁ ଯାଇପାରୁଛନ୍ତି, ନା ଜରୁରୀବେଳେ ପରିବହନ ସେବା ପାଇପାରୁଛନ୍ତି..
ଟିଏମ୍ସି ସାଂସଦ ମହୁଆ ମୈତ୍ର କ୍ୟାସ ଫର କ୍ୱେରି ବା ଟଙ୍କା ବଦଳରେ ପ୍ରଶ୍ନ ବିବାଦରେ ପୁରୀ ବିଜେଡି ସାଂସଦ ପିନାକି ମିଶ୍ରଙ୍କ ନାଁ। ମହୁଆଙ୍କ ସହ ସାଂସଦ ପିନାକି ମିଶ୍ର, ଶଶି ଥରୁର ଓ ରାହୁଲ ଗାନ୍ଧୀଙ୍କର ନିବିଡ ସଂପର୍କର ଥିବା ନିଜ ସତ୍ୟାପାଠରେ ଲେଖିଛନ୍ତି ବ୍ୟବସାୟୀ ଦର୍ଶନ ହୀରାନନ୍ଦାନି..
କେନ୍ଦୁଝର ଗୋନାସିକାର ଜନ୍ତାରୀ ଗାଁରେ ଅଜଣା ରୋଗ ଆତଙ୍କ । ଆଦିମ ଜନଜାତି ଜୁଆଙ୍ଗ ବସ୍ତିରେ ଦୁଇ ମାସରେ ଚାଲିଗଲାଣି ୧୧ ଜୀବନ। ଖବର ପ୍ରସାରଣ ପରେ ଆଜି ଗାଁରେ ପହଞ୍ଚିଛି ଡାକ୍ତରୀ ଟିମ..
ହାଇକୋର୍ଟ ନିର୍ଦ୍ଦେଶ ଦେଲେଣି, ଗଜପତି ବି କହିଲେଣି। ତାହେଲେ ଆଉ କେତେ ପରେରତ୍ନଭଣ୍ଡାର ହାଇଲେବଲ୍ କମିଟି ଗଠନ ପାଇଁ ଭାଙ୍ଗିବ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ?
ଘଣ୍ଟାଏ ପାଇଁ ଝୁଲିଲା ଘରୋଇ ବସ୍ ଧର୍ମଘଟରୁ ଓହରିବା ନିଷ୍ପତ୍ତି। ଆଜି ପରିବହନ ମନ୍ତ୍ରୀଙ୍କ ସହ ଦୀର୍ଘ ୧ ଘଣ୍ଟା ଧରି ଆଲୋଚନା କରିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ..
ପାର୍ବଣ ପାଇଁ ଚଳଚଞ୍ଚଳ ସହର ବଜାର। ମେଢ଼ ସାଙ୍ଗକୁ ରଙ୍ଗୀନ ଆଲୋକର ଫୁଆରାରେ ଚମକୁଛି ଟ୍ୱିନ୍ ସିଟିର ପୂଜା ମଣ୍ଡପ । ସରିଆସୁଥିବା ସାଜସଜ୍ଜା ଭିତରେ କେଉଁଠି ମନ ମୋହିଲାଣି କାଳ୍ପନିକ ପରୀ ମହଲ ତ କେଉଁଠି ତାଇୱାନର ବୁଦ୍ଧ ମନ୍ଦିର ଶୋଭା ପାଇଲାଣି । କେବଳ ରାଜଧାନୀ ନୁହଁ, କଟକରେ ବି ମନଲୋଭା ତୋରଣ ସାଙ୍ଗକୁ ତିଆରି କରାଯାଉଛି ଆଖି ଝଲସା ଚାନ୍ଦି ମେଢ଼ ।
ଭୁବନେଶ୍ୱର-ପୁରୀ ରାସ୍ତାର ପିପିଲି ଟୋଲ ପ୍ଲାଜାରେ ବ୍ଲାଙ୍କ୍ ଫାଏରିଂ, ହାଇଡ୍ରାମା। ଘଟଣାରେ ପୋଲିସ୍ ଫିଲ୍ମି ଷ୍ଟାଇଲରେ ଦୁର୍ବୃତ୍ତଙ୍କୁ ପିଛା କରି ଏପର୍ଯ୍ୟନ୍ତ ୪ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା ବେଳେ ଏବେ ବି ୨ଜଣ ଦୁର୍ବୃତ୍ତ ଫେରାର ଅଛି । କେଉଁ ପରିସ୍ଥିତିରେ ଏ ଘଟଣା ଘଟିଲା, ପୋଲିସ ତାର ତଦନ୍ତ କରୁଥିଲା ବେଳେ ଘଟଣାଟି ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି ।
ମାତ୍ର ଦିନ ୪ଟା ପାଇଁ ଦୁନିଆକୁ ଆସି ସେ ଏମିତି କାମ କରିଗଲା ଯେ, ତା ପାଇଁ ନୂଆ ଜୀବନ ପାଇଲେ ଛଅ ଛଅଟି ଶିଶୁ। ସୁରତ ସହରରେ ଏକ ଦମ୍ପତିଙ୍କର ଏକ ୪ ଦିନର ଶିଶୁ ଅଙ୍ଗଦାନ କରି ୬ଜଣଙ୍କୁ ନୂଆ ଜୀବନ ଦେବା ପରେ ଏ ଘଟଣା ସାରା ଦେଶରେ ଅଙ୍ଗଦାନ କ୍ଷେତ୍ରରେ ସୃଷ୍ଟି କରିଛି ବିରଳ ଉଦାହରଣ ।
SHGଙ୍କୁ ସ୍କୁଟର ଦେଇ ତାଙ୍କ ମୁଣ୍ଡରେ ବୋଝ ଉପରେ ଲଳିତା ବିଡ଼ା ନଦି ଦେଲେ କି ସରକାର? କାହିଁକି ନା ସେମାନଙ୍କୁ ପ୍ରଥମେ ଇଲେକ୍ଟ୍ରି ସ୍କୁଟର ଦେବେ ବୋଲି ବଜେଟରେ ବ୍ୟୟ ବରାଦ କଲେ । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ବଦଳିଗଲା ବଜେଟ ନିଷ୍ପତ୍ତି । ଇଭି ବଦଳରେ ଧରେଇଦେଲେ ପେଟ୍ରୋଲ ସ୍କୁଟର । ଏବେ କିସ୍ତିକୁ କିସ୍ତି ପୁଣି ପେଟ୍ରୋଲ ଖର୍ଚ୍ଚ । ଯାହାକୁ ନେଇ ଅସନ୍ତୋଷ ବି ତେଜିଲାଣି ।
ସଂଘୀୟ ବ୍ୟବସ୍ଥା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସମନ୍ୱୟ ରଖି କାମ କରିବେ ବୋଲି କହିଛନ୍ତି ଓଡ଼ିଶାର ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ଏପଟେ ନୂଆ ରାଜ୍ୟପାଳ ନିଯୁକ୍ତି ପରେ କଂଗ୍ରେସ କହିଛି, ରାଜନୀତି ନକରି ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ରାଜ୍ୟପାଳ କାମ କରିବା ଉଚିତ୍ । ବିଜେପି କହିଛି, ସରକାରଙ୍କ ଦୋଷତ୍ରୁଟି ଥିଲେ ତାଗିଦ କରିବେ ରାଜ୍ୟପାଳ ।
ସାଂସଦ ପାଣ୍ଠିରୁ ଦିଆଯାଇଥିବା ଅଚଳ ଆମ୍ବୁଲାନ୍ସ କଥା ପଚାରିଦେଲେ ସାମ୍ବାଦିକ...ବଙ୍କା ହୋଇଗଲା କନ୍ଧମାଳ ସାଂସଦଙ୍କ ମୁହଁ..ନିଜକୁ ରକ୍ଷା କରିବାକୁ ଯାଇ ବିଧାୟକଙ୍କୁ ଠେଲିଲେ ପ୍ରଶ୍ନ..ଶୁଣନ୍ତୁ କ’ଣ କହିଲେ ବିଧାୟକ
ଅନାଥ ଝିଅଙ୍କୁ କୋଳାଇ ନେଲେ ସ୍ପେନ୍ଦମ୍ପତି । ଦୁଇ ଝିଅ ଫେରିପାଇଲେ ବାପା-ମା’ । ମିଳିଗଲା ଖୁସିର ପରିବାର । ସ୍ପେନ୍ର ଜଣେ ଦମ୍ପତି ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କରିଛନ୍ତି ।
ସ୍ୱାଦ ଅନୁସାରେ ଲୁଣ ଖାଇବା ଭଲ । ହେଲେ ଅଧିକ ଲୁଣ ଖାଇଲେ ଦେଖା ଦେଇପାରେ ସାଂଘାତିକ ସମସ୍ୟା।
ଆସନ୍ତା ୨୮ ତାରିଖ କୁମାର ପୂର୍ଣ୍ଣିମାରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ। ଏବେ ଜାଣନ୍ତୁ, ଗ୍ରହଣ ଦିନ କେତେବେଳେ ପାକତ୍ୟାଗ, ଗ୍ରହଣ ସ୍ପର୍ଶ ଓ ସର୍ବମୋକ୍ଷ। ଏକଥା ଆଜିଠାରୁ ସମସ୍ତେ ଜାଣି ରଖିବା ଉଚିତ୍…
ସୁଧୁରୁନି ପାକିସ୍ତାନର ସଙ୍କଟଜନକ ସ୍ଥିତି । ଖାଦ୍ୟ ସାମଗ୍ରୀର ଦାମ୍ଆକାଶ ଛୁଆଁ ହେବା ପରେ ଏବେ ଚିନ୍ତା ବଢ଼ାଇଲାଣି ଇନ୍ଧନ ।
କଳିଯୁଗର ଶ୍ରବଣ କୁମାର । ବାପାଙ୍କ ଜୀବନ ବଞ୍ଚାଇବା ପାଇଁ କରୁଛି ସଂଘର୍ଷ । ଯେଉଁ ବୟସରେ ଖେଳକୁଦ କରିବା କଥା ସେଇ ବୟସରେ ଆସିଜ ବାପାର ଜୀବନ ବଞ୍ଚାଇବା ପାଇଁ ଗୁହାରୀ କରୁଛି । ପାଠ ପଢ଼ା ଛାଡ଼ି ବାପା ସେବାରେ ଲାଗିଛି ।
ଏ ରାସ୍ତା ନୁହେଁ ମରଣଜନ୍ତା । ଯାଉଛି ଜୀବନ କିନ୍ତୁ ଶୋଇ ରହିଛି ପ୍ରଶାସନ। ରାସ୍ତାରୁ ପିଚୁ ଉଠିଗଲାଣି । ଖାଲ ଖମାରେ ଭର୍ତ୍ତି ହୋଇଗଲାଣି । ବାରମ୍ବାର ଦୁର୍ଘଟଣା ଘଟି ଲୋକଙ୍କ ପ୍ରାଣ ମଧ୍ୟ ଯାଉଛି। କିନ୍ତୁ ପ୍ରଶାସନର ଭାଙ୍ଗୁନି ନିଦ ।
ଆସୁଛନ୍ତି ମା’। ଆଉ କିଛି ଦିନ ପରେ ଆରମ୍ଭ ହେବ ଦୁର୍ଗାପୂଜା । ମାଆଙ୍କ ଆଗମନ ପାଇଁ ସବୁଠି ଚାଲିଛି ଜୋରସୋର ପ୍ରସ୍ତୁତି। ମା’ ଦଶଭୂଜାଙ୍କ ଆବାହାନ ପାଇଁ ଏବେ ଚଳ ଚଞ୍ଚଳ ହୋଇପଡ଼ିଛି ଜଳେଶ୍ବରର ଲକ୍ଷ୍ମଣନାଥ ଗଡ଼…
ଭଦ୍ରକ ଜିଲ୍ଲା ବାସୁଦେବପୁରର ଶଙ୍କର୍ଷଣ ମଲିକ। ବୟସ ହେଲାଣି ୭୨। କିନ୍ତୁ ସେ ବୟସକୁ ମାତ ଦେଇ ଆଗକୁ ଚାଲିଯାଇଛନ୍ତି। ନଦୀ ପଠା ବନ୍ୟା ପ୍ରପିଡୀତ ଟାଙ୍ଗରା ଭୂମିରେ ଫଳଉଛନ୍ତି ପାମୋଲିନ୍।
ଆଜି କୃଷକ ଦିବସ। ଏଇ କୃଷକ ଦିବସରେ ଆମେ ଏମିତି ଜଣେ ସଫଳ ମହିଳା ଚାଷୀଙ୍କ କଥା କହୁଛୁ ଯିଏ ଚାଷ କରି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାଇପାରିଛନ୍ତି। ଚଳିତ ବର୍ଷ G20 ଶିଖର ସମ୍ମିଳନୀରେ ସେ ନିଜକୁ ସାମିଲ କରିପାରିଛନ୍ତି।
ଚାଲିଛି ଯୁଦ୍ଧ, ଗର୍ଜୁଛି ଇସ୍ରାଏଲ ଓ ଗାଜା । ଧ୍ବଂସ ଉପତ୍ୟକାରେ ଧୂଳିର ହାହାକାର । ଜୀବନ ବିକଳରେ ଦେଶ ଛାଡ଼ୁଛନ୍ତି ଲୋକେ । ଚାରିଆଡେ ମୃତ୍ୟୁର ତାଣ୍ତବଲୀଳା । ଏହା ମଧ୍ୟରେ ଯୁଦ୍ଧ ଜିବାକୁ ଆହ୍ବାନ ଦେଇଛନ୍ତି ଇସ୍ରାଏଲ କମାଣ୍ତର ।..