ଦଶମ ଦିନରେ ଶିକ୍ଷକ ଆନ୍ଦୋଳନ । ସରକାର ହେଲେଣି ନାକେଦମ୍ । କିନ୍ତୁ ଜିଦରେ ଅଟଳ ପ୍ରାଥମିକ ଶିକ୍ଷକ । ସ୍କୁଲରେ ଫିକା ପଡିବ କି ଗଣେଶ ପୂଜା? ସେପଟେ ଅଙ୍ଗନୱାଡି କର୍ମୀ ଓ ଅଭିଭାବକ ସଂଘର ଶିକ୍ଷକ ଆନ୍ଦୋଳନକୁ ସମର୍ଥନ ।
ସ୍ତବ୍ଧ ନୂଆଦିଲ୍ଲୀର ଅବଦୁଲ କଲାମ୍ ରୋଡ୍ ସ୍ଥିତ ବାସଭବନ... ଶୋକାଭିଭୁତ ସାରା ଅଞ୍ଚଳ... ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା, ଗୀତା ମେହଟ୍ଟା ଆଉ ନାହାଁନ୍ତି... ପରଲୋକ ପରଠୁ ଦିଲ୍ଲୀ ବାସଭବନକୁ ଛୁଟୁଛି ଆତ୍ମୀୟ ସ୍ୱଜନ, ବନ୍ଧୁ ପରିଜନଙ୍କ ସୁଅ...
ଉବୁଟୁବୁ ମହାନଦୀ । ବଢ଼ି ପାଣି ଗାଁ ଗଣ୍ଡାକୁ ମାଡ଼ିଲାଣି । ଏକର ଏକର ଜମିରେ ଫସଲ ବୁଡ଼ିଲାଣି । ବୌrdR ଜିଲ୍ଲା ହରଭଙ୍ଗା ବ୍ଲକକୁ ସଂଯୋଗ କରୁଥିବା ଜଗନ୍ନାଥ ସଡ଼କ ବାଲାଟ ନାଳ ଉପରେ ୪ ଫୁଟ ଉଚ୍ଚର ପାଣି ।
ବିଶ୍ୱକର୍ମା ପୂଜା ଅବସରରେ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ। ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି। ଯୋଜନାରୁ କୌଳିକ ବୃତ୍ତିଧାରୀଙ୍କୁ ମିଳିବ ସ୍ୱତନ୍ତ୍ର ପରିଚୟ
ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ୧୧ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ। ଜିଲ୍ଲାରେ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ରହିଛି ।
ଭକ୍ତିର ସ୍ୱରରେ ଭିଜୁଥିବା ଅଭିଲିପ୍ସା କରାଟରେ ପାଇଛନ୍ତି ବ୍ଲାକ ବେଲ୍ଟ
ଗୀତା ମେହେଟ୍ଟା ହେଉଛନ୍ତି ବିଜୁ ପଟ୍ଟନାୟକଙ୍କ ଏକମାତ୍ର ଝିଅ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ । ପୂର୍ବରୁ ଗୀତାଙ୍କ ସ୍ୱାମୀଙ୍କ ମଧ୍ୟ ପରଲୋକ ହୋଇସାରିଛି ।
୯ ଦିନରେ ପହଞ୍ଚିଲାଣି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ। ୩ ଦଫା ଦାବି ନେଇ ଧାରଣାରେ ବସିଥିବା ଶିକ୍ଷକ ସଂଘ ଯିଦରେ ଅଟଳ ଥିବା ବେଳେ ସରକାର ବି ନିରବ। ଏଭଳି ସ୍ଥିତିରେ ବିପର୍ଯ୍ୟସ୍ତ ଅବସ୍ଥାକୁ ଆସିଗଲାଣି ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା।
ନିର୍ବାଚନ ପୂର୍ବରୁ ଗାଁ ଭୋଟ୍ ନେବାକୁ ନୂଆ ଫନ୍ଦି । ଲକ୍ଷ୍ମୀ ଯୋଜନାରେ ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିବେ SHG । ବିଜୁ ଗାଁ ଗାଡ଼ି ଭଳି ଫେଲ୍ ମାରିବନି ତ ଲକ୍ଷ୍ମୀ ଯୋଜନା ? ରାଜ୍ୟ କ୍ୟାବିନେଟରେ 'ଲୋକେସନ୍ ଆକ୍ସେସିବିଲିଟି ମଲ୍ଟି-ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ ଯୋଜନାକୁ ଅନୁମୋଦନ ପରେ ପରେ ଆରମ୍ଭ ହୋଇଯାଇଛି ବିବାଦ ।
କଟକବାସୀଙ୍କ ମାଳ ମାଳ ଆପତ୍ତି ଓ ଅଭିଯୋଗ ସହ ତୀବ୍ର ଅସନ୍ତୋଷ ଭିତରେ ଲୋକାର୍ପିତ ହେଲା ନେତାଜୀ ବସ୍ ଟର୍ମିନାଲ୍।
ଶ୍ରୀମନ୍ଦିର ସେବା ପୂଜାରେ ଆଗକୁ ବ୍ୟାଘାତ ଆଣିବ କି ଭିନ୍ନ କୂଳ ବିବାହ ? କାହିଁକିନା, ସେବାୟତ ପରିବାରର ପ୍ରଥା ପରମ୍ପରା ରହିଛି ଅଠରନଳା ପାରି ହୋଇ ବନ୍ଧୁ ବାନ୍ଧିବା ମନା ।
କେଉଁଠି ଜଳମଗ୍ନ ଗାଁଗଣ୍ଡା ଓ ଚାଷଜମି... ତ ଆଉ କେଉଁଠି ମୁଖ୍ୟ ସଡ଼କ ଉପରେ ପ୍ରଖର ସୁଅ। ହୀରାକୁଦ ଡ୍ୟାମର ୨୬ଟି ଗେଟ୍ ଖୋଲିବା ପରେ, ସମ୍ବଲପୁର ଓ ବୌଦ୍ଧରୁ ଆରମ୍ଭ କରି କଟକର ଆଠଗଡ଼ ଓ ବାଙ୍କୀ ଯାଏଁ ବନ୍ୟା ଆଶଙ୍କାରେ ଛାନିଆ ତଳି ଅଞ୍ଚଳ ବାସିନ୍ଦା ।
ଉଚ୍ଚଶିକ୍ଷା ବିଭାଗର ଚିଠିକୁ ନେଇ ରାଜନୀତି ଘନେଇଛି । ଛାତ୍ର ବୃତ୍ତି ଯୋଜନା ସମ୍ପର୍କିତ ହୋର୍ଡିଂକୁ, କ୍ୟାମ୍ପସରେ ଲଗାଇବାକୁ ସରକାର ଏବେ କାହିଁକି ନିଷ୍ପତ୍ତି ନେଲେ ? ନା ଆଗକୁ ନିର୍ବାଚନ ଥିବାରୁ ଯୋଜନା ଦେଖାଇ, ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏ ପ୍ରୟାସ ? ଛାତ୍ର କଂଗ୍ରେସ କହିଛି ଛାତ୍ର ସଂସଦ ନିର୍ବାଚନ ସରକାର ବନ୍ଦ କରିଛନ୍ତି ।
ପରମ୍ପରାକୁ ରକ୍ଷା କରିବା ଲାଗି ଭଙ୍ଗା କୁଡ଼ିଆ ଘରେ ଚାଲିଛି ସମ୍ବଲପୁରୀ ଶାଢୀ ବୁଣା । କି ବର୍ଷା କି ଶୀତ କି ଖରା...ମୁଣ୍ଡ ଝାଳ ତୁଣ୍ଡରେ ମାରି କୂଳ ବେଉସାକୁ ରକ୍ଷା କରୁଛନ୍ତି ଶହଶହ କାରିଗର । ହେଲେ ସରକାରୀ ସହାୟତା ମିଳୁନଥିବାରୁ ଏବେ ଚିନ୍ତାରେ ବୁଣାକାର
‘ଜିଲ୍ଲା ବଲାଙ୍ଗୀର’ ଡକ୍ୟୁମେଣ୍ଟାରୀ ସିରିଜକୁ ନେଇ ଖୁବ୍ ଚର୍ଚ୍ଚାରେ ପ୍ରଯୋଜକ ଜିତେନ୍ଦ୍ର ମିଶ୍ର.. ଆଇ ଆମ୍ କଲାମ୍ ଫିଲ୍ମରୁ ତାଙ୍କୁ ମିଳିଥିଲା ସଫଳତା.. କିନ୍ତୁ କୋଭିଡ୍ ବେଳେ ଫିଲ୍ମ ନିର୍ମାଣ କରି ସେ ଖୁବ୍ ଚର୍ଚ୍ଚା ସାଉଁଟିଛନ୍ତି..
୪ ଫୁଟିଆ ପାଲ ହିଁ ଏମାନଙ୍କ ଘର.. ଭିତରକୁ ଯିବାକୁ ହେଲେ ନଇଁ ନଇଁ ବା ଗୁରୁଣ୍ଡି ଗୁରୁଣ୍ଡି ଯିବାକୁ ପଡୁଛି.. ମାଟି ବାଲି ଉପରେ ଇଟା କେଇଖଣ୍ଡ ରଖି ରୋଷେଇ ଚାଲିଛି.. ସେଇଠି ରାନ୍ଧୁଛନ୍ତି ସେଇଠି ଖାଉଛନ୍ତି ସେଇ ଧୂଳିମାଟିରେ ଶୋଉଛନ୍ତି.. ନା ଛାତ ଅଛି, ନା କବାଟ.. ସବୁ ଖୋଲା ମେଲା..
ସ୍କୁଲରେ ତାଲା, ପାଠ ପଢା ଠପ୍ । ଆନ୍ଦୋଳନରେ ବସିଛନ୍ତି ଶହଶହ ଶିକ୍ଷକ..ପାଠ ପଢା କେବେ ସ୍ୱାଭାବିକ ହେବ ?
ସେବାନିବୃତ୍ତ ସେବକ ଶଙ୍ଖମିତ୍ର ସିଂହାରୀ । ଯାହାଙ୍କ ଜିଦ୍ ପାଇଁ ୯ ଘଂଟା ଉପବାସରେ ରହିଲେ ମହାପ୍ରଭୁ
ଦେଶର ପ୍ରମୁଖ ୯ ନ୍ୟୁଜ୍ ଚ୍ୟାନେଲ୍ । ୧୪ ପ୍ରତିଷ୍ଠିତ ସାମ୍ବାଦିକ ଓ ନ୍ୟୁଜ୍ ଆଙ୍କର । ଜଣ ଜଣଙ୍କ ନାଁ ନେଇ ଲିଷ୍ଟ ଜାରି କରି ଏମାନଙ୍କୁ ବ୍ଲାକଲିଷ୍ଟ କରିଛି ମିଳିତ ବିରୋଧୀ ମେଣ୍ଟ ଇଣ୍ଡିଆ ।
ଠକ କମ୍ପାନୀର ଲୋଭନୀୟ ସ୍କିମର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଇବାକୁ ବିତିଗଲାଣି ୧୦ ବର୍ଷ । ଆଶା ଥିଲା ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ ରିପୋର୍ଟ ଆଧାରରେ କ୍ଷତିଗ୍ରସ୍ତଙ୍କୁ ଜମାଟଙ୍କା ଫେରାଇବେ ସରକାର ।
ନିଜ ଜନ୍ମ ଦିନରେ ଦେଶର ୩୦ ଲକ୍ଷ ପରିବାରଙ୍କୁ ପିଏମ୍ ମୋଦି ଦେବେ ନୂଆ ଭେଟି । ୧୩ ହଜାର କୋଟିର ଏଇ ଯୋଜନାରେ ସୁନା, ଲୁହା, ଚମଡା, ହସ୍ତତନ୍ତ, କମାର, ରାଜମିସ୍ତ୍ରୀ ଭଳି ୧୮ଟି ପାରମ୍ପରିକ କୌଳିକ ବୃତ୍ତିରେ ଥିବା ୩୦ ଲକ୍ଷ ପରିବାରକୁ ମିଳିବ ପ୍ରୋତ୍ସାହନ ଓ ଏକାଧିକ ସୁବିଧା ।
ରାଜ୍ୟ ଶାସନରେ ଅଫିସରରାଜ୍, ପଞ୍ଚାୟତରେ ବି ହାକିମାତି । ସରପଞ୍ଚଙ୍କ କ୍ଷମତା ସଙ୍କୁଚିତ କରିବାକୁ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି । ବ୍ୟବସ୍ଥା ବିରୋଧରେ ରାଜରାସ୍ତାରେ ସରପଞ୍ଚ । ଅଧିକାର ଦାବିରେ ଗର୍ଜିଲେ, ସମୁହ ଇସ୍ତଫା ଦେବାକୁ ଧମକ ମଧ୍ୟ ଦେଲେ ।
ସାରଥୀଙ୍କ ନାକର ବାହାର ପଟେ ମାଂସ ବଢ଼ିବା ଆରମ୍ଭ କରିଛି.. ଏତେ ବଢିଯାଇଛି ଯେ ଏକ ବଡ଼ ମାଂସ ପିଣ୍ଡୁଳା ଭଳି ଦେଖାଯାଉଛି.. ଏମିତି ଅବସ୍ଥାରେ ସାରଥୀଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେଲା ବେଳେ ବି ପ୍ରବଳ କଷ୍ଟ ହେଉଛି..
ସେ ଦିବ୍ୟାଙ୍ଗ ହେଲେ ବି ସକ୍ଷମ । କହିପାରୁନାହାନ୍ତି କି ଶୁଣି ପାରୁନାହାନ୍ତି...ହାର୍ ମାନିନାହାନ୍ତି ବରଂ ନିଜେ ରୋଜଗାର କରି ବଞ୍ଚିବାର କଳା ଜାଣିଛନ୍ତି । ସେଇଥି ଲାଗି ତ ଲୋନ୍ କରି ଛେଳି ଚାଷ କଲେ ଏବେ ରୋଜଗାର ବଢିଆ
କାହ୍ନା.. ଏ କାହ୍ନା.. ଉଠୁ ଧନ.. କିଛି କହ..ମୋତେ ଥରୁଟେ ଦେଖେ.. କିଛି କହୁନୁ.. ବୋଉ ଡାକୁଛି ଶୁଣୁ.. ଏ ବାବା.. ମୋ ଧନଟା ପରା ଶୁଣୁ ଟିକେ.. ଯେତେ ଡାକିଲେ ବି ଉଁ କି ଚୁଁ କରୁନି ପୁଅ.. ହସ୍ପିଟାଲ ବେଡରେ ଶୋଇଛି ଯେ ଶୋଇଛି..