Advertisment

ଉତ୍ତରକାଶୀରେ ୩୬ ଘଣ୍ଟା ଧରି ଟନେଲରେ ଫସିଛି ୪୦ ଶ୍ରମିକଙ୍କ ଜୀବନ

ଉତ୍ତରକାଶୀର ଯମୁନେତ୍ରୀ ଜାତୀୟ ରାଜପଥର ଇଏ ହେଉଛି ସେଇ ନିର୍ମାଣାଧୀନ ଟନେଲ୍ ଯେଉଁଠି ଘଟିଛି ବଡ଼ ଅଘଟଣ। ହଠାତ୍ ମାଟି ଧସିବାରୁ ପାଖାପାଖି ୩୬ ଘଣ୍ଟା ଧରି ଫସିଛନ୍ତି ୪୦ ଶ୍ରମିକ।

author-image
Santosh Kumar Sahoo

ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଚାଲିଛି ବଡ଼ ରେସ୍କ୍ୟୁ ଅପରେସନ୍ । ଫସିରହିଥିବା ଶ୍ରମିକଙ୍କ ପାଖକୁ ସ୍ୱତନ୍ତ୍ର ପାଇପ୍ ଯୋଗେ ଖାଦ୍ୟ, ପାନୀୟ ସହ ନିରନ୍ତର ଅକ୍ସିଜେନ୍ ସପ୍ଲାଏ ଜାରି ରହିଛି। ଟନେଲ୍ ଭିତରେ ଧସିଥିବା ପ୍ରାୟ ୫୦ ମିଟର ଓସାରର ମାଟି ଖୋଳି ଶ୍ରମିକଙ୍କ ପାଖରେ ପହଞ୍ଚିବା ଉଦ୍ୟମରେ ଲାଗିପଡ଼ିଛନ୍ତି ଏକାଧିକ ଏଜେନ୍ସିର ବିଶେଷଜ୍ଞ ଟିମ୍। ଶ୍ରମିକଙ୍କ ଭିତରେ ୫ ଓଡ଼ିଆ ଥିବା ଜଣାପଡ଼ିବା ପରେ, ନିଜ ପ୍ରିୟଜନଙ୍କ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି ସେମାନଙ୍କ ପରିବାର।

Advertisment

ଉତ୍ତରକାଶୀର ଯମୁନେତ୍ରୀ ଜାତୀୟ ରାଜପଥର ଇଏ ହେଉଛି ସେଇ ନିର୍ମାଣାଧୀନ ଟନେଲ୍ ଯେଉଁଠି ଘଟିଛି ବଡ଼ ଅଘଟଣ। ହଠାତ୍ ମାଟି ଧସିବାରୁ ପାଖାପାଖି ୩୬ ଘଣ୍ଟା ଧରି ଫସିଛନ୍ତି ୪୦ ଶ୍ରମିକ। ସିଲକ୍ୟାରାରୁ ଦଣ୍ଡାଲଗାଓଁକୁ ସଂଯୋଗ ପାଇଁ ପ୍ରସ୍ତାବିତ ୪ ହଜାର ୫୩୧ ମିଟର ବା ସାଢ଼େ ୪ କିଲୋମିଟରର ଲମ୍ବର ଏ ଟନେଲରୁ ପାଖାପାଖି ୪ କିଲୋମିଟର କାମ ସରିଯାଇଛି। ବାକି ୫ ଶହ ମିଟର ପାଇଁ କାମ ଚାଲିଥିଲା ବେଳେ ରବିବାର ସକାଳ ପ୍ରାୟ ୮ଟା ୪୫ରେ ହଠାତ୍ ଧସିଯାଇଥିଲା ମାଟି। ପାଖାପାଖି ୫୦ ମିଟର ଚଉଡ଼ାର ମାଟି ଧସି ଯିବାରୁ ଭିତରେ ରହିଯାଇଛନ୍ତି ୫ ଓଡ଼ିଆ ସମେତ ୪୦ ଶ୍ରମିକ।

Uttarakhand Tunnel Collapsed
Advertisment
Advertisment