ଓଲିଉଡ୍ କଳିରେ ମୁଣ୍ଡ ପୁରାଇ ନିରାଶ ହେଲା OFDC। ଆଜି OFDC ଅଧ୍ୟକ୍ଷ ଏକ ବୈଠକ ଡାକି ବିବାଦର ସମାଧାନ ପାଇଁ ଉଦ୍ୟମ କରିଥିଲେ। ହେଲେ ଅଭିନେତା ମନୋଜ ମିଶ୍ର ଏହି ବୈଠକକୁ ଆସିନଥିଲେ।
ପୋଲିସର ଟ୍ୟୁସନ୍ ଫି’ ଥିଓରୀକୁ ନା ମୃତଛାତ୍ରର ପରିବାର ମାନୁଛନ୍ତି, ନା ଅଭିଯୁକ୍ତର ସମ୍ପର୍କିୟ। ଫଳରେ ଏହି ସମ୍ବେଦନଶୀଳ ମାମଲା ଏବେ ରହସ୍ୟର କାଠଗଡ଼ାରେ।
୨ ଯୋଜନା ନାଁରେ ଲକ୍ଷ ଲକ୍ଷ ଟଙ୍କା ଖାଇଗଲେ ସରକାରୀ ବାବୁ
ଓବାମାଙ୍କଠୁ ଆରମ୍ଭ କରି ହଲିଉଡ୍ର ଷ୍ଟାର କଳାକାରଙ୍କ ମୁହଁରେ ଶାହରୁଖଙ୍କର ପ୍ରଶଂସା। ଏପରି ଏକ ବ୍ୟକ୍ତିତ୍ୱ ଯିଏ କୁଆଁରୀ ଝିଅର ପ୍ରେମ, ମାଆର ଆଦର୍ଶ, ଜେଜେମାର ବାତ୍ସଲ୍ୟ। କିଙ୍ଗ୍ ଖାନ୍, କିଙ୍ଗ ଅଫ୍ ରୋମାନ୍ସ..ବାଜିଗର ଏମିତି ଅନେକ ନାମରେ ଫ୍ୟାନ୍ସଙ୍କ ହୃଦୟରେ ରାଜ କରନ୍ତି ସେ। ଆଜି ସେ ୫୮ ବର୍ଷ ବୟସରେ ପାଦ ଥାପିଛନ୍ତି।
ଏଇ ଆଜ୍ଞା ଆଉ ଗୋଟିଏ ଘର, ଜୀବନ ବେଳାରେ ସନ୍ଧ୍ୟା ହୋଇ ହୋଇ ଆସୁଥିବା ଅନେକ ପକ୍ଷୀଙ୍କ ମେଳ ଇଏ। ଏଠି ବିଶ୍ୱାସ ଅଛି ଏଠି ନିଶ୍ୱାସ ବି ଅଛି। ଏଠି ଆତ୍ମୀୟତା ଅଛି, ଏଠି ମମତା ଅଛି।
ଭାଇ ଭଉଣୀ ସମ୍ପର୍କ ଅତି ପବିତ୍ର। ଭଉଣୀର ସୁରକ୍ଷା ପାଇଁ ଭାଇ ସବୁବେଳେ ତତ୍ପର। ଭାଇ ଭଉଣୀର ନିଆରା ସମ୍ପର୍କକୁ ନେଇ ଆସୁଛି ନୂଆ ଚଳଚ୍ଚିତ୍ର ‘ତୁ ମୋ ସୁଭଦ୍ରା ମୁଁ ତ ଜଗା’ ।
ପୂଜା ମାହୋଲରେ ଅସ୍ତବ୍ୟସ୍ତ କରୁଛି ଗନ୍ଧ । ଅଳିଆ ଆବର୍ଜନାରେ ଭାସୁଛି ରାଜଧାନୀ । ଯୁଆଡ଼େ ଦେଖିବ ସେଆଡ଼େ କୁଢ଼ କୁଢ଼ ଅଳିଆ ।
ଖତରନାକ୍ ତ୍ରିକୋଣୀୟ ପ୍ରେମ କାହାଣୀ; ଭାଇ ହାତରେ ଚାଲିଗଲା ଭାଇର ଜୀବନ
ସକାଳ ୮ଟା ବେଳେ ଭୁବନେଶ୍ୱର RBI ସାମ୍ନାରେ ଗତକାଲି ଭଳି ଆଜି ବି ଲୋକଙ୍କ ଲମ୍ବା ଲାଇନ୍ । ହେଲେ ଆଜି କିନ୍ତୁ ବଦଳି ଯାଇଥିଲା ନୋଟ୍ ବଦଳର ତରିକା । କାଲି ଲାଇନ ଲଗାଇଥିବା ଅଧିକାଂଶ ଲୋକଙ୍କ ହାତରେ ୨ ହଜାର ଟଙ୍କିଆ ନୋଟ୍ ନଥିଲା । RBI ଗେଟ୍ ପାଖରେ ସେମାନେ ପହଞ୍ଚିବା ପରେ ଦୂରରେ ଛିଡ଼ା ହେଉଥିବା ଏଜେଣ୍ଟମାନେ ସେମାନଙ୍କୁ ଟଙ୍କା ବଢ଼ାଇ ଦେଉଥିଲେ ।
ସହର ଭିତରେ ଅଳିଆର ପାହାଡ଼ । ଇଏ ପାହାଡ଼ ତ ନୁହେଁ ପର୍ବତ । ଗଦା ହୋଇ ରହିଛି ପୁରା ସ୍ମାର୍ଟ ସିଟିର ଅଳିଆ ଆବର୍ଜନା । ପ୍ରତିଦିନ ଟନ୍ ଟନ୍ ଅଳିଆ ବୁହା ହୋଇ ଆସୁଛି, ଆଉ ଖୁନ୍ଦି ଖୁନ୍ଦି ଭର୍ତ୍ତି କରାଯାଉଛି । ମଲା ଗାଈ ଗୋରୁ, କୁକୁର ଏବଂ ପଶୁପକ୍ଷୀଙ୍କ ବି ଏହା ମଶାଣି ପାଲଟିଛି ।
ଦିନ ଥିଲା, ଇଏ ଥିଲା ସେବକ ପ୍ରିୟ ମାଧବ ଶ୍ରୀଜଗନ୍ନାଥଙ୍କ ଏକ ପ୍ରମୁଖ ସେବା । ଦେବଦାସୀ ସେବା । ଆଉ ଥିଲେ ମହାପ୍ରଭୁଙ୍କ ଦେବଦାସୀ ପରଂପରାର ଶେଷ ସେବିକା ପରସ ମଣି । ସେ ବି ୨୦୨୧ରୁ ଇହଧାମ ଛା଼ଡ଼ିଲେଣି । ତେବେ ଦେବଦାସୀ ପ୍ରଥା ବନ୍ଦ ହେବା ପରେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଏମିତି ଗୀତ ଗୋବିନ୍ଦ ଗାଉଥିଲେ ପରସ ମଣି ।
ବେଆଇନ୍ ବାଣ ତିଆରି ଓ ବିକ୍ରି କରିବା କେତେ ଯେ ବିପଦପୂର୍ଣ୍ଣ ଇଏ ତାର ଏକ ଜ୍ୱଳନ୍ତ ଉଦାହରଣ । ପ୍ରତି ମୁହୂର୍ତ୍ତରେ ଜୀବନ ଚାଲିଯିବାର ଭୟ, ଆଶଙ୍କା ।
ବିନା ଅନୁମୋଦନରେ ଚାଲିଛି ଉଚ୍ଚ ଶିକ୍ଷାନୁଷ୍ଠାନ । ପିଲାଙ୍କୁ ଅନ୍ଧାରରେ ରଖି କଲେଜ କର୍ତ୍ତୃପକ୍ଷ କରାଉଛନ୍ତି ଆଡମିଶନ । କ୍ୟାରିୟର ସହ ଚାଲିଛି ଖେଳ । ଚିନ୍ତାରେ ଉଚ୍ଚଶିକ୍ଷା ବିଭାଗ । କାରଣ ବିଭାଗର ନାକ ନିଶ ତଳେ ଚାଲିଛି ଏଭଳି ବେଆଇନ୍ କାରବାର ।
ଏଇଟି ମୋ ଘର ସତେ କି ଶ୍ରୀମନ୍ଦିର..ଏଇ ଘରେ ନିଇତି ପାର୍ବଣ..ନିଇତି କୋଳାହଳ
ବନ୍ୟା ଜଳରେ ବୁଡ଼ିଗଲା କୋଟି କୋଟି ଟଙ୍କା । ହଜାର କି ଲକ୍ଷେ ନୁହେଁ ବରଂ ୪୦୦ କୋଟି ଟଙ୍କା । ମହାରାଷ୍ଟ୍ର ନାଗପୁରର ଏକ ବ୍ୟାଙ୍କର ୪୦୦ କୋଟି ଟଙ୍କା ବନ୍ୟା ପାଣିରେ ଧୋଇ ହୋଇଯାଇଛି..
ନେଦରଲାଣ୍ତ ଯିବ ଜୟା। ଉତ୍ତରପ୍ରଦେଶ ବାରଣାସୀରୁ ଫ୍ଲାଇଟ୍ରେ ସେ ନେଦରଲାଣ୍ତ ଯିବ। ଗୋଟେ ବୁଲା କୁକୁର ପ୍ରତି ବିଦେଶୀ ଯୁବତୀଙ୍କ ଏତେ ଭଲ ପାଇବା ଦେଖି ସମସ୍ତେ ତାଙ୍କୁ ଭୁରି ଭୁରି ପ୍ରଶଂସା ବି କରିଛନ୍ତି..
କାର୍ତ୍ତିକରେ ଆକାଶ ଛୁଆଁ ଅବଢ଼ା ଦର । ମହାପ୍ରସାଦ ଟିକେ ମନଭରି ଖାଇବାକୁ ଇଚ୍ଛା, ହେଲେ ଦର ଦେଖି କିଣିବାକୁ ଡର..
୮୦ ଟଙ୍କାରେ କିଣିଲେ ୨୦ରେ ବିକିଲେ । ଟେନସନ ବଢାଇଲାଣି ପିଆଜ ଦର । କୃଷି ମନ୍ତ୍ରୀଙ୍କ ବାସଭବନ ଆଗରେ ପିଆଜ ବିକିଲା ଛାତ୍ର କଂଗ୍ରେସ। ବିଜେପିର ପ୍ରଶ୍ନ କୁଆଡ଼େ ଗଲା ରାଜ୍ୟ ସରକାରଙ୍କ ପିଆଜ ମିଶନ୍ ?
୨୦୦୦ ଟଙ୍କିଆ ନୋଟ୍ ବଦଳ ପାଇଁ RBI ଆଗରେ ଲମ୍ବା ଲାଇନ୍ । ହେଲେ ଟଙ୍କା କାହାର ? ଲାଇନ୍ ଦେଇଛି କିଏ ? କଳା ଧନକୁ ଧଳା କରିବାକୁ ଓ ସରକାରଙ୍କୁ ଚୂନ ଲଗାଇବାକୁ ଗରିବଙ୍କୁ ମୋହରା କରିନାହାନ୍ତି ତ ଅସାଧୁ ଗୋଷ୍ଠୀ ?
ଓଡ଼ିଶା ରାଜଭବନକୁ ମିଳିଲା ନୂଆ ଅଧିପତି । ବିଦ୍ଧିବଧ ଭାବେ ରାଜ୍ୟକୁ ମିଳିଲେ ନୂଆ ରାଜ୍ୟପାଳ । ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ନେଲେ ରଘୁବର ଦାସ ।
ତୁଟିବ କ’ଣ, ତେଜିବାରେ ଲାଗିଛି ଓଲିଉଡ୍ କଳି। ବ୍ୟାନ୍ ଘୋଷିତ ଅଭିନେତା ମନୋଜ ମିଶ୍ର ନା ନରମୁଛନ୍ତି ନା ବ୍ୟାନ୍ ପ୍ରତ୍ୟାହାର ପାଇଁ ପ୍ରଯୋଜକ ରାଜି ହେଉଛନ୍ତି। ତେଣେ ମନୋଜ ମାଗୁଛନ୍ତି ବ୍ୟାନ୍ ପଛର କାରଣ, ଏଣେ ଏହି ନିଷ୍ପତ୍ତି କଙ୍ଗାରୁ କୋର୍ଟ ନୁହେଁ, ବରଂ ଏହା ଆମ ସାମୁହିକ ନିଷ୍ପତ୍ତି, ମନୋଜ ଆସି ଆଲୋଚନା କରନ୍ତୁ ବୋଲି କହିଛି ପ୍ରଯୋଜକ ସଂଘ..
ଆନ୍ଧ୍ରପ୍ରଦେଶରେ ଦୁର୍ଘଟଣା, ହେଲେଓଡ଼ିଶାରେ ପଡ଼ିଛି ତାର ଗଭୀର ପ୍ରଭାବ। ବ୍ରହ୍ମପୁରରୁ ବାଲେଶ୍ବର ଯାଏଁ ସବୁ ଷ୍ଟେସନରେ ଅସଂଖ୍ୟ ଯାତ୍ରୀ ଭୋଗିଛନ୍ତି ଅକଥନୀୟ ଦୁର୍ଦ୍ଦଶା..
ଆନ୍ଧ୍ର ଟ୍ରେନ ଟ୍ରାଜେଡି ପଛର ପ୍ରକତ କାରଣ କ’ଣ ? କାହିଁକି ଘଟିଗଲା ଏତେବଡ଼ ଦୁର୍ଘଟଣା । ମନୁଷ୍ୟକୃତ ତ୍ରୁଟି ବା ସିଗ୍ନାଲ ଓଭରସୁଟିଂ ଯୋଗୁ ଏ ଦୁର୍ଘଟଣା ଘଟିଛି ବୋଲି ରେଲୱେ ପକ୍ଷରୁ ସଫେଇ ଦିଆଯାଇଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି କମିଶନ ଅଫ୍ ରେଲୱେ ସେଫ୍ଟି ..
ବାହାନଗାର ଛାତିଥରା ଟ୍ରେନ୍ ଟ୍ରାଜେଡି ଚିତ୍ର ଆଖିରୁ ଲିଭିନି, ଗତକାଲି ସନ୍ଧ୍ୟାରେ ପୁଣି ଘଟିଛି ଏକ ଭୟାନକ ଟ୍ରେନ୍ ଦୁର୍ଘଟଣା। ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେସନ ନିକଟରେ ପଲାସା ପାସେଞ୍ଜରକୁ ରାୟଗଡା ପାସେଞ୍ଜର ଟ୍ରେନ୍ ପଛ ପଟୁ ଧକ୍କା ଦେଇଥିଲା। ଯେଉଁଥିରେ ୧୩ଜଣଙ୍କ ପ୍ରାଣ ଯାଇଛି..
ଗୁରୁ ଦାୟିତ୍ବ ଗ୍ରହଣ ପୂର୍ବରୁ ଜଗତର ନାଥଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ନବନିଯୁକ୍ତ ରାଜ୍ୟପାଳ। ଆଜି ଭୋରରୁ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଓଡ଼ିଶା ରେ ପହଞ୍ଚିଥିଲେ। ପ୍ରଥମେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ସାନ୍ନିଧ ଲାଭ କରିଥିଲେ। ଆସନ୍ତାକାଲି ମହାପ୍ରଭୁ ଲିଙ୍ଗରାଜଙ୍କୁ ମଧ୍ୟ ଦର୍ଶନ କରିବା ପରେ ଦିନ ୧୧ଟା ୪୫ ବେଳେ ରାଜଭବନରେ ଶପଥ ଗ୍ରହଣ କରିବେ ରଘୁବର ଦାସ..