ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଛି ଅବିଶ୍ରାନ୍ତ ଉଦ୍ୟମ। ଆମେରିକାନ ଅଗର ଡ୍ରିଲ ସାହାଯ୍ୟରେ ମାଟି ଖୋଳା ଚାଲିଥିବା ବେଳେ ୩ ଫୁଟ ପାଇପକୁ ଭିତରକୁ ପୁରାଇ ସେଇ ବାଟରେ ଶ୍ରମିକଙ୍କୁ ବାହାରକୁ ଆଣିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି...
ବାର୍ଦ୍ଧକ୍ୟ ଭତ୍ତାରେ ବ୍ୟାପକ ହେରଫେର। କେଉଁଠି ଆବେଦନ କରି ବର୍ଷେ ବର୍ଷେ ଅପେକ୍ଷା କଲା ପରେ ହିତାଧିକାରୀ ନିରାଶ ତ ଆଉ କେଉଁଠି ବ୍ୟକ୍ତିଙ୍କ ମୃତ୍ୟୁ ପରେ ବି ଉଠୁଛି ଟଙ୍କା। ମାସିକିଆ ସମୀକ୍ଷା କରି ଭୂତ ହିକାଧିକାରୀଙ୍କୁ ତୁରନ୍ତ ତାଲିକାରୁ ବାଦ୍ ଦେବା ଲାଗି ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ସାମାଜିକ ସୁରକ୍ଷା ବିଭାଗ ପ୍ରମୁଖ ସଚିବ.....
କିଏ ବଡ଼ଦାଣ୍ଡରେ ପିଲାଛୁଆ ଧରି ଶୀତ କାକରରେ ରାତି ବିତାଉଛି ତ ପୁଣି କିଏ ବ୍ୟାରିକେଡ୍ ଭିତରେ ମଶା ଡାଆଁଶଙ୍କ ଦାଉରେ ଶୋଇବା ଚେଷ୍ଟା କରୁଛି। ପୁଣି କାହା ପାଇଁ ସାହାରା ପାଲଟୁଛି ଦୋକାନ ପିଣ୍ଢା ।
ଯିଏ ନଅ ତାଲା ବିଲଡିଂ ତିଆରି କରି ଆଜିକୁ ୪୦ ବର୍ଷରୁ ଅଧିକ ସମୟ ଧରି ବକେୟା ଟଙ୍କା ପାଇଁ ଦୌଡୁଥିଲେ କୋର୍ଟ କଚେରୀ। ଶେଷରେ ଲୋକହସା ହେବା ପରେ ରାଜ୍ୟ ସରକାର ମୂଳ ୬ ଲକ୍ଷ ଏବଂ ସୁଧ ପ୍ରାୟ ୧୨ ଲକ୍ଷକୁ ମିଶାଇ ୧୮ ଲକ୍ଷରୁ ଅଧିକ ଟଙ୍କା ଗଣିବା ପରେ ଥମିଥିଲା ସ୍ଥିତି ।
ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ କି ରାଜ୍ୟ ସରକାର? ପ୍ରଥମେ କେନ୍ଦ୍ର ସରକାରଙ୍କ ଫ୍ଳାଗସିପ୍ ସ୍ବାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତକୁ ଲାଗୁ କଲେନି। ଆଉ ଏବେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବାରମ୍ୱାର ଚିଠି ପରେ ବି ଶିକ୍ଷା ଭିତ୍ତିଭୂମି ସଜାଡିବାକୁ ପିଏମ୍ଶ୍ରୀ ଯୋଜନା ନେଇ ନୀତି ସ୍ପଷ୍ଟ କରୁନି ରାଜ୍ୟ। ଯାହାକୁ ନେଇ ତେଜିଛି ଶ୍ରେୟ ରାଜନୀତି।
ଟିମ୍ ଇଣ୍ଡିଆ ହାତ ପାହାନ୍ତାରେ ୱାଲର୍ଡ କପ୍ ଟ୍ରଫି। ୧୨ ବର୍ଷ ପରେ ପୁଣି କ୍ରିକେଟ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ଭାରତ। ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଜବରଦସ୍ତ ଫର୍ମରେ ଥିବା ଭାରତୀୟ ଟିମ୍ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ମାତ୍ ଦେବା ସହ ୨୦୧୯ ପରାଜୟର ବଦଲା ନେଇଛି ।
ରାଜସ୍ବ ବଢୁଛି, ନା ଖର୍ଚ୍ଚ କରୁ ନାହାନ୍ତି ସରକାର ? ରାଜସ୍ବ ବଳକା ରାଜ୍ୟରେ ଓଡିଶା ୧ ନମ୍ବର ହେବା ପରେ ସମସ୍ତଙ୍କ ମନରେ ଏବେ ଏମିତି ପ୍ରଶ୍ନ। କାହିଁକିନା, ସରକାରଙ୍କ ବିରୋଧରେ ଅସନ୍ତୋଷ ଜଳ ଜଳ।
ଜଣେ ଯୁବ ଡାକ୍ତର ବ୍ରାଉନ ସୁଗାର କାରବାରରେ ଗିରଫ ହେବା ଘଟଣା ସାରା ଯାଜପୁରବାସୀଙ୍କୁ ଚକିତ କରିଛି। ତେଣେ ଗିରଫ ଡେଣ୍ଟିଷ୍ଟଙ୍କ କ୍ଲିନିକ୍ ପଂଜୀକୃତ ହୋଇନଥିବା ଜଣାପଡ଼ିବା ପରେ ତାକୁ ବନ୍ଦ କରିଦିଆଯାଇଥିବା କହିଛନ୍ତି ଯାଜପୁର ସିଡିଏମଓ।
ଚାଷ ଜମିକୁ ଜଳଯୋଗାଣ ନାଁରେ ମରଣର ଜାଲ ବିଛାଇଛନ୍ତି କି ରାଜ୍ୟ ସରକାର ? ନଳକୂଅ ଖନନ ବ୍ୟବସ୍ଥା ସାଜିଛି କି ମୃତ୍ୟୁର କୂଅ ?
ଦାଦନରୁ ମିଳିଲା ମୁକ୍ତି..ନିଜେ ସ୍ୱାବଲମ୍ବୀ ସହ ଅନ୍ୟକୁ ବି ଦେଲେ ନିଯୁକ୍ତି ..ଏବେ ଯୁବକଙ୍କ ପାଇଁ ବନିଲେ ଉଦାହରଣ..
ପଞ୍ଚାଙ୍ଗ ଆଧାରରେ ହେଲା ନିଷ୍ପତି..ଜ୍ୟୋତିଷ ଶାସ୍ତ୍ରର ବିଧି ଅନୁଯାୟୀ ନିଆଯାଏ ନିର୍ଣ୍ଣୟ..ମହାଶିବ ରାତ୍ରୀରେ ହିଁ ହୁଏ ସବିଶେଷ ନିଷ୍ପତି..
ଦଶ ଏକର ଜମିରେ ଚାଷ କରିଥିଲେ । ସେଥିରୁ ପାଞ୍ଚ ଏକର ଜମିରେ ଚକଡ଼ା ପୋକ ମାଡ଼ିଗଲା । ଚାଷୀ ରମେଶହ୍କ ମୁଣ୍ତରେ ପଡ଼ିଲା ଚଡ଼କ । ପୋକ ମାରିବାକୁ ଆଣିଥିବା ବିଷ ପିଇ କଲେ ଆତ୍ମହତ୍ୟା । ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ବୁବେଳ ଗାଁରୁ ଆସିଲା ଚାଷୀ ଆତ୍ମହତ୍ୟାର ଖବର ।..
ଲୋକଙ୍କ ଭିତରେ ନାହିଁ ନଥିବା ଉତ୍ସାହ..କେବେ ଆରମ୍ଭ ହେବ କାମ..ଉପକୃତ ହେବେ 50 ପଞ୍ଚାୟତର 3 ଲକ୍ଷରୁ ଉର୍ଦ୍ଧ ଲୋକେ..
କୁକୁର କାମୁଡ଼ିଲେ କ୍ଷତିପୂରଣ ବାବଦକୁ ମିଳିବ ୧୦ ହଜାର । ପୀଡ଼ିତଙ୍କ ଶରୀରରେ କୁକୁରର ଦାନ୍ତ ଦାଗ ଆଧାରରେ ରାଜ୍ୟ ସରକାର ଦେବେ ଜରିମାନା ।
ଦୀପାବଳିରେ ଚାଲିଗଲା ବାପାଙ୍କ ଜୀବନ । ସହିପାରିଲେନି ମା’, କରିଦେଲେ ଆତ୍ମହତ୍ୟା । ଉଜୁଡ଼ି ଗଲା ସୁନାର ସଂସାର । ଛାରଖାର ହୋଇଗଲା ପୁରା ପରିବାର । ଅନାଥ ହୋଇଗଲେ ଦୁଇ ନାବାଳିକା ଝିଅ...
ସେ ମଧୁର ମିତ୍ରତା ଆଜି ପରିଣତ ବୟସରେ ଉପନୀତି । କାହିଁ ରାଷ୍ଟ୍ରପତି ଭବନ । ଆଉ କାହିଁ ଏ ଖୋର୍ଦ୍ଧା ଜିଲ୍ଲା ବେଗୁନିଆଁର ଦୁର୍ଗାପୁର ଗାଁ । ଚାଳ ଘରେ ସୁଖ ଦୁଃଖର ସଂସାର ଭିତରେ ସନ୍ତୁଳି ହେଉଛନ୍ତି ଗୌରୀ...
ପରଲୋକରେ ଶିଳ୍ପପତି ତଥା ସାହାରା ପ୍ରତିଷ୍ଠାତା ସୁବ୍ରତ ରାୟ । ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି...
ଧାନ ନୁହେଁ, କ୍ଷେତରେ ଫଳିଥିଲା ସୁନାର ଫସଲ । ଭଲ ଅମଳ ହେବାକୁ ନେଇ ବେଶ୍ ଖୁସିରେ ଥିଲା ଚାଷୀ । ହେଲେ ସବୁକିଛି ଛଡ଼ାଇନେଲା ଚକଡ଼ା ପୋକ...
ଶୁଣିଲାନି ପ୍ରଶାସନ... ବାରମ୍ବାର ଅଭିଯୋଗ ପରେ ବି ଗାଁକୁ ହେଲାନି ଭଲ ରାସ୍ତା । ନିଜେ କୋଡ଼ି କୋଦାଳ ଧରି ରାସ୍ତା ତିଆରି କଲେ ଗ୍ରାମବାସୀ...
ନ୍ୟାସନାଲ ଚ୍ୟାନେଲରେ ଖୋଲିଲା ଓଡ଼ିଶା ଚିଟ୍ଫଣ୍ଡ ଦୁର୍ନୀତିର ଗୁମର । KBCରେ ସାରା ଦୁନିଆ ଶୁଣିଲା ରାଜ୍ୟର କଳଙ୍କିତ ଚିଟ୍ଫଣ୍ଡ ଦୁର୍ନୀତିର କଳା କାହାଣୀ । ବିଗ୍ ବି ଅମିତାଭ ବଚ୍ଚନଙ୍କ ସାମ୍ନାରେ ଏ ଗୁମର ଖୋଲିଛନ୍ତି ଜଣେ ଓଡ଼ିଆ ଟ୍ୟୁସନ ସାର୍ । ଏକ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ଏକ ସୋ’ରେ ବିଗ୍ ବି’ଙ୍କ ସାମ୍ନାରେ ବାଲେଶ୍ୱରର ସେକ୍ ଅଜମତ୍ ନାମକ ଜଣେ ଶିକ୍ଷକ ନିଜ ଜୀବନ କାହାଣୀ ବର୍ଣ୍ଣନା କରି କହିଛନ୍ତି, ସେ ପିଲାଙ୍କୁ ଟ୍ୟୁସନ କରୁଥିଲେ । ଏହା ସହ ଏକ ଚିଟ୍ଫଣ୍ଡ କମ୍ପାନିର ଏଜେଣ୍ଟ ଭାବେ ବି କାମ କରୁଥିଲେ ।
ଅଧୁରା ରହିଗଲା ଦୀପାବଳି । ଘରେ ଦୀପ ଜାଳି ପିଲାଙ୍କ ମୁହଁରେ ହସ ଦେଖିବା ପୂର୍ବରୁ ଲିଭିଗଲା ଜୀବନ ଦୀପ । କିଏ ଜାଣିଥିଲା ପିଲାଙ୍କ ପାଇଁ ବାଣ କିଣି ଫେରୁଥିବା ମଣିଷଟାର ଜୀବନ ଚାଲିଯିବ ଦିୱାଲିର ମଉଜ ଭିତରେ । ଆଉ ସେହି ବିଛେଦର ଯନ୍ତ୍ରଣାକୁ ସହିନପାରି ପତ୍ନୀ ବି ଜୀବନ ହାରିଦେବେ ବୋଲି । ସତେଯେମିତି ଡକା ଡକି ହୋଇ ଚାଲିଗଲେ ।
ଛିଡୁନି ପ୍ରଦୀପ ପାଣିଗ୍ରାହୀ ସମୀକରଣ । ଅକଳରେ ବିଜେଡି, ବିଜେପିରେ ଚାଲିଛି ଅଙ୍କକଷା । ଗୋପାଳପୁର ବିଧାୟକ ପ୍ରଦୀପ ପଣିଗ୍ରାହୀଙ୍କ ବିଜେପିରେ ଯୋଗଦେବା ଚର୍ଚ୍ଚାକୁ ନେଇ ବିଜେଡି ଆଗୁଆ ପ୍ରେସମିଟ୍ କରି ବିଜେପି ଉପରେ ବର୍ଷିଥିଲା। ନିଜକୁ ସ୍ୱଚ୍ଛ କହୁଥିବା ବିଜେପି, ପ୍ରଦୀପଙ୍କ ଭଳି ଦାଗି ନେତାଙ୍କୁ କାହିଁକି ନିଜ ଦଳରେ ସାମିଲ କରିବାକୁ ଆତୁର ବୋଲି ଅଭିଯୋଗ ବି କରିଥିଲା ।
୨୪ ପୂର୍ବରୁ ବିଜେପିର ହାଲ୍ଲାବୋଲ । ରାଜ୍ୟବ୍ୟାପୀ ପ୍ରତିବାଦ, ବିକ୍ଷୋଭ, ଘେରାଉ । ପ୍ରସଙ୍ଗ- ଦୁର୍ନୀତି, ଭ୍ରଷ୍ଟାଚାର ଆଉ ପିସି କାରବାର । ଏମିତି ଚିତ୍ର ଦେଖିବାକୁ ମିଳିଛି ରାଜଧାନୀରେ । ବିଏମ୍ସି ଅଫିସ୍ ଆଗରେ ଅଳିଆ ଢାଳିଲେ ବିଜେପି କର୍ମୀ । ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ବେଳେ ତାତି ଥିଲେ କର୍ମୀ। ଖାଲି ଅଳିଆ ଗଦାଇନଥିଲେ, ବିଏମ୍ସି ଅଫିସ୍ ଉପରକୁ ଗୋବର ମାଡ଼ ମଧ୍ୟ କରିଥିଲେ । ସ୍ମାର୍ଟସିଟି ଯୋଜନାରେ କେନ୍ଦ୍ରୀୟ ଅର୍ଥ ହଡ଼ପ, ପରିମଳ ପରିଚାଳନାରେ ବିଏମ୍ସିର ବିଫଳତାକୁ ମୁଦ୍ଦା କରି ପ୍ରବଳ ବିକ୍ଷୋଭ କରିଥିଲା ଦଳ।
୮୧ ବର୍ଷିୟା ବୃଦ୍ଧା । ୨୦ ଫୁଟର ଗର୍ତ୍ତ । ଘଣ୍ଟା ଘଣ୍ଟାର ସଂଘର୍ଷ । ଭିତରେ ଫସିଥିଲେ ମହିଳା, ବାହାରେ ଚାଲିଥିଲା ରେସ୍କ୍ୟୁ ଟିମର ଅପରେସନ୍ । ଜୀ ଜାନ୍ ଲଗାଇଦେଇଥିଲେ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ । ବୃଦ୍ଧାଙ୍କୁ ବଞ୍ଚାଇ ରଖିବା ପାଇଁ ପାଇପ୍ ଯୋଗେ ଅହରହ ପଠାଯାଉଥିଲା ଅମ୍ଲଜାନ । ମଝିରେ ମଝିରେ ଧୈର୍ଯ୍ୟ ଧରିବା ପାଇଁ ଗାତ ଭିତରକୁ ଡାକ ଛାଡୁଥିଲେ। ଆଉ ଏପଟେ ସମାନ୍ତରାଳ ଗାତ ଖୋଳାଯାଉଥିଲା ଜେସିବି ସହାୟତାରେ । କାରଣ ୨୦ ଫୁଟ ତଳେ ଫସିରହିଥିବା ଏହି ଗାତ ପଟୁ ସଂପୃକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରିବା ଅସମ୍ଭବ। ତେଣୁ ସମାନ୍ତରାଳ ଗାତ ଖୋଳି ତାଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ ଚଳାଇଥିଲା ରେସ୍କ୍ୟୁ ଟିମ୍ ।
ଆଗେ ଅଶାଳୀନ ପୋଷାକ କଟକଣା । ତା ପଛକୁ ପାନ, ଗୁଟଖା ବ୍ୟାନ୍ । କଣ୍ଟ ସେଇ ନୂଆବର୍ଷ । ଶ୍ରୀମନ୍ଦିରର ପବିତ୍ରତା ଓ ଗାରିମା ଅକ୍ଷୁର୍ଣ୍ଣ ରଖିବା ଲକ୍ଷ୍ୟରେ ଶ୍ରୀମନ୍ଦିର ପ୍ରଶାସନ । ନେଇଛି ଆଉ ଏକ ବଡ଼ ପଦକ୍ଷେପ। ଭକ୍ତଙ୍କଠୁ ଆରମ୍ଭ କରି ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ କାହାକୁ ବି ଛାଡ଼ ନାହିଁ । କେହି ପାନ କି ଗୁଟ୍ଖା ଖାଇ ଶ୍ରୀମନ୍ଦିର ପ୍ରବେଶ କରି ପାରିବେନି । ଏବେ ଦୁଇମାସ ସଚେତନ କରାଯିବ, ନୂଆବର୍ଷରୁ ନିୟମ ଲାଗୁ ହେବ। ଫାଇନ୍ ବ୍ୟବସ୍ଥା ବି କଡ଼ାକଡ଼ି ହେବ।