Advertisment

ସୋସିଆଲ୍ ମିଡିଆ ସେନସେସନ୍ ମୌସୁମୀ ନାୟକ ଗିରଫ

ରାଜଧାନୀର ଯୁବ ଲେଖିକା ବନସ୍ମିତା ପତିଙ୍କ ସହ ଆର୍ଥିକ କାରବାରକୁ ନେଇ ଉପୁଜିଥିବା ବିବାଦରେ ଗିରଫ ହୋଇଛନ୍ତି ମୌସୁମୀ। IPC ଧାରା ୩୮୫-ଦାଦାବଟି ଆଦାୟ କରିବା, ୨୯୪-ଗାଳିଗୁଲଜ କରିବା, ୫୦୬-ଅପରାଧିକ ଧମକ ଏବଂ ୫୦୭- ଧମକ ଚମକ ଭଳି ସଂଗୀନ ଦଫା ଲଗାଇ ମୌସୁମୀଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି ଭୁବନେଶ୍ବର ଇନଫୋସିଟି ପୋଲିସ।

author-image
Santosh Kumar Sahoo

କିଏ ତାଙ୍କୁ କୁହେ ସୋସିଆଲ୍ ମିଡ଼ିଆର ସେନସେସନ୍, ତ ଆଉ କିଏ କହେ ଗ୍ଲାମର ଗାର୍ଲ। ରଙ୍ଗ, ରୂପ ଆଉ ଭେକ ଦେଖି ଯିଏ ଯେମିତି ପାରିଲେ, ନିଜ ନିଜ ଢଙ୍ଗରେ ବର୍ଣ୍ଣନା କଲେ। ହେଲେ ଗୁଣ ଉପରେ କିନ୍ତୁ ଖୁଣ ବାହାରିଛି ଏବେ। ଫସିଛନ୍ତି ଟଙ୍କା ପାଇଁ ବ୍ଲାକମେଲିଂ ଆଉ ଧମକଚମକ ଅଭିଯୋଗ ମାମଲାରେ। ଯାହାଙ୍କ ନାଁ ମୌସୁମୀ ନାୟକ। ରାଜଧାନୀର ଯୁବ ଲେଖିକା ବନସ୍ମିତା ପତିଙ୍କ ସହ ଆର୍ଥିକ କାରବାରକୁ ନେଇ ଉପୁଜିଥିବା ବିବାଦରେ ଗିରଫ ହୋଇଛନ୍ତି ମୌସୁମୀ। IPC ଧାରା ୩୮୫-ଦାଦାବଟି ଆଦାୟ କରିବା, ୨୯୪-ଗାଳିଗୁଲଜ କରିବା, ୫୦୬-ଅପରାଧିକ ଧମକ ଏବଂ ୫୦୭- ଧମକ ଚମକ ଭଳି ସଂଗୀନ ଦଫା ଲଗାଇ ମୌସୁମୀଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି ଭୁବନେଶ୍ବର ଇନଫୋସିଟି ପୋଲିସ।

Advertisment
Odia Actress Bhubaneswar
Advertisment
Advertisment