ଦେଶର ଅର୍ଥମନ୍ତ୍ରୀଙ୍କ ପାଖରେ ନାହିଁ ଅର୍ଥ । ଆଉ ଟଙ୍କା ନଥିବାରୁ ନିର୍ବାଚନ ଲଢ଼ିବେନି ବୋଲି ନିଜେ ମନା କରିଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିଜେପି ଲୋକସଭା ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ଅଗ୍ରାହ୍ୟ କରିଦେଇଛନ୍ତି ।
ବିଲରେ ହସୁଛି ତରଭୁଜ । ଆଉ ଏ ସୁନାର ଫସଲ ସ୍ୱାବଲମ୍ବୀ କରିଛି ଏହି ମହିଳାମାନଙ୍କୁ । ସେଥିପାଇଁ ତ ଏହି ଉତ୍ସାହ । ତରଭୁଜ ଉତ୍ପାଦନ ଭଲ ହୋଇଛି । ହେଲେ ବିକ୍ରି ପାଇଁ ଭଲ ବଜାର ନାହିଁ । ଫଳରେ କମ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ ।
ଆସିକା ଲୋକସଭା ଆସନରୁ ଚେରମାରିଆ ଗାଁର ତଥା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରି ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲେ ।
ବିଜେଡିର ପ୍ରଥମ ତାଲିକାରେ ୭୨ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି ।
ଗତ ୨୨ ତାରିଖରେ ଭର୍ତ୍ତୃହରି ବିଜେଡିରୁ ଇସ୍ତଫା ଦେବା ସହ ବିଜେଡି ଉପରେ ବର୍ଷିଥିଲେ।
ଯେଉଁଠି ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଓ ବିଧାୟକ ଧ୍ରୁବ ସାହୁଙ୍କ ଉପସ୍ଥିତିରେ ବିଜେଡିରେ ମିଶିଥାନ୍ତେ ଅଂଶୁମାନ ମହାନ୍ତିଙ୍କ ଗୋଷ୍ଠୀ।
ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି ୩ ନେତା।
ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରେ ହୋଇପାରେ ଜୋରଦାର ଟକ୍କର । ମୁହାଁମୁହିଁ ହେବେ କି କଙ୍ଗନା-ୟାମୀ । ବିଜେପି ଏହି ଆସନରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏବେ ୟାମୀ ଗୌତମଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଜୋର ଧରିଛି ।
ବାହା ହେଲେ, ଏକାଠି ହନିମୁନକୁ ଗଲେ। ପତ୍ନୀଙ୍କ ପ୍ରେମ ରସରେ ବୁଡ଼ିବା ଆଗରୁ ପତି ହାସ୍ୟରସ ଆରମ୍ଭ କଲେ। ହେଲେ କଥାଟା ଟିକେ ହାର୍ଡ ଥିଲା। ମାନେ, ଡାର୍ଲିଂଙ୍କୁ ଡାକୁ ଡାକୁ ଡାକିଦେଲେ, ସେକେଣ୍ଡହ୍ୟାଣ୍ଡ। ହନିମୁନ୍ ମୁଡ୍ ବିଗିଡିଗଲା। ଆଉ ତା ପରେ ଶୁଣିବାକୁ ମିଳୁଛି, କୁଆଡେ ଲକ୍ଷେ କି ୨ ଲକ୍ଷ ନୁହେଁ ଏକାବେଳେ ୩ କୋଟି ଦେବେ ସ୍ୱାମୀ ।
ଗାଁରେ ପାନୀୟ ଜଳ ସଂଯୋଗ ପାଇଁ ନଳ ବସିଛି । ହେଲେ ପାଣିର ଦେଖାନାହିଁ । ଏମିତି ଚାଲିଛି ସରକାରୀ ଯୋଜନାରେ ପାନୀୟ ଜଳ ଯୋଗାଣ । ଏ ହେଉଛି କେନ୍ଦୁଝର ଆନନ୍ଦପୁର ବ୍ଲକ ଅନ୍ତର୍ଗତ କାଠକଟା ଗାଁର ଦୃଶ୍ୟ । ଆଦିବାସୀ ବହୁଳ ଏହି ଗାଁରେ ପାଣି ଟୋପେ ପାଇଁ ବେଶ ହିନସ୍ତା ହେବାକୁ ପଡ଼େ ଗାଁର ମହିଳାମାନଙ୍କୁ ।
ୟୁଟ୍ୟୁବ ଓ ନେଟଫ୍ଲିକ୍ସକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି କି ଏଲନ୍ ମସ୍କ୍ । କାରଣ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ 'ଏକ୍ସ' ନିଜ ୟୁଜର୍ସ ମାନଙ୍କ ପାଇଁ ଆଣିବାକୁ ଯାଉଛି ଏକ ନୂଆ ଫିଚର । ଯେଉଁଥିରେ ଆପଣ 'ଏକ୍ସ'ରେ ଦେଖି ପାରିବେ ଲମ୍ୱା ଭିଡ଼ିଓ ।
କନେଷ୍ଟବଳ ସ୍ବାମୀର ଶବ ନେବାକୁ ଟଣାଓଟରା.. ପତ୍ନୀ ଏବଂ ଅନ୍ୟ ମହିଳାଙ୍କ ମଧ୍ୟରେ ଟଣାଭିଡ଼ା..କଟକ SCB ମେଡ଼ିକାଲ ପରିସରରେ ଅଭାବନୀୟ ଦୃଶ୍ୟ
କେଉଁଠି ପୁରୁଖା ନେତାଙ୍କ ପୁଅ-ଝିଅଙ୍କୁ ଟିକେଟ୍ । ତ ଆଉ କେଉଁଠି ହେଭିୱେଟଙ୍କ ବେଟର୍-ହାଫ୍ । ଡଜନେରୁ ଅଧିକ ଆସନରେ 'ଉତ୍ତରାଧିକାରୀ'ଙ୍କ ଅଭ୍ୟୁଦୟ । ଜଟଣୀର କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ।
ଭୁବନେଶ୍ୱରରୁ ଅପରାଜିତାଙ୍କ ବିରୋଧରେ ସୁର ରାଉତରାୟଙ୍କ ପୁଅଙ୍କୁ ମଇଦାନକୁ ଓହ୍ଲାଇଲା ବିଜେଡି। ଆଜି ଦଳରେ ମିଶିବାର କିଛି ସମୟ ପରେ ବିଜେଡି ତାଙ୍କୁ ଟିକେଟ ଦେଇଛି। ତେବେ କଣ ହେବ ସମୀକରଣ, ତାକୁ ନେଇ ଚର୍ଚ୍ଚା।
ବିଜେଡି ଘୋଷଣା କଲା ୭୨ ବିଧାନସଭା ପ୍ରାର୍ଥୀ। ଯେଉଁଥିରେ ୧୬ ନୂଆ ମୁହଁ ଥିବା ବେଳେ ପ୍ରାୟ ୮୦ ପ୍ରତିଶତ ନେତା ରିପିଟ୍ ହୋଇଛନ୍ତି। ଆଉ ମାତ୍ର ୧୨ ମହିଳା ଚେହେରା, ଯାହା ପାଖାପାଖି ୧୬ ପ୍ରତିଶତ।
ଲୋକସଭା ପାଇଁ ଆଜି ଘୋଷିତ ୧୫ଟି ଆସନରୁ ୪ଟିକୁ ଛାଡ଼ି ସବୁଠି ପ୍ରାର୍ଥୀ ବଦଳାଇଛି ବିଜେଡି। କେନ୍ଦ୍ରାପଡ଼ାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଟକ୍କର ଦେବାକୁ ଅଂଶୁମାନ ମହାନ୍ତିଙ୍କୁ ଟିକେଟ୍ ଦେଇଥିଲା ବେଳେ ସମ୍ବଲପୁର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବିରୋଧରେ ପ୍ରଣବ ପ୍ରକାଶ ଦାସଙ୍କୁ ମୈଦାନ୍କୁ ଛା଼ଡ଼ିଛି।
ବାପା ମାଆଙ୍କ ମୃତ୍ୟୁ ପରେ ଚୁମକି ଏବେ ୪ ଭାଇ ଭଉଣୀଙ୍କ ଲାଗି ପାଲଟିଛନ୍ତି ସାହାରା । ସେମାନଙ୍କୁ ପାଳି ପୋଷି ବଡ କରିବା ସହ ସେମାନଙ୍କ ମୁହଁରେ ଦୁଇ ଓଳି ଖାଇବାକୁ ଦେବା ଲାଗି ଏବେ ସେ ଦୁନିଆ ସହିତ ସଂଘର୍ଷ କରୁଛି ।
ବାଜା ବାଜୁଛି ବାଣ ଫୁଟୁଛି । ଜମାଣିଆ ନାଚ ବି ହେଉଛି । ଏହାରି ଭିତରେ ବିରାଟ ଶୋଭାଯାତ୍ରା ମଧ୍ୟ ଚାଲିଛି । ଆପଣ ଭାବୁଥିଲେ ଏହା କୌଣସି ରାଜନୈତିକ ବ୍ୟକ୍ତିବିଶେଷଙ୍କ ରାଲି ହୋଇଥିବ । କିନ୍ତୁ ସେମିତି ନୁହଁ । ଏହା ହେଉଛି ୨୯ବର୍ଷ ଧରି ଶିକ୍ଷାଦାନ କରିଥିବା ଜଣେ କର୍ମନିଷ୍ଠ ଶିକ୍ଷକଙ୍କୁ ତାଙ୍କ ପୁରାତନ ଛାତ୍ରଛାତ୍ରୀମାନଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ।
ବାଜା ବାଜୁଛି ବାଣ ଫୁଟୁଛି । ଜମାଣିଆ ନାଚ ବି ହେଉଛି । ଏହାରି ଭିତରେ ବିରାଟ ଶୋଭାଯାତ୍ରା ମଧ୍ୟ ଚାଲିଛି । ଆପଣ ଭାବୁଥିଲେ ଏହା କୌଣସି ରାଜନୈତିକ ବ୍ୟକ୍ତିବିଶେଷଙ୍କ ରାଲି ହୋଇଥିବ । କିନ୍ତୁ ସେମିତି ନୁହଁ । ଏହା ହେଉଛି ୨୯ବର୍ଷ ଧରି ଶିକ୍ଷାଦାନ କରିଥିବା ଜଣେ କର୍ମନିଷ୍ଠ ଶିକ୍ଷକଙ୍କୁ ତାଙ୍କ ପୁରାତନ ଛାତ୍ରଛାତ୍ରୀମାନଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ।
ସରକାରଙ୍କ ପୁଳାପୁଳା ଯୋଜନା । ଏମାନଙ୍କ ପାଇଁ ଯେମିତି ପାଲଟିଛି ଅପହଞ୍ଚ । ନା ଅଛି ରାସ୍ତା... ନା ଅଛି ପିଇବା ପାଣିର ବ୍ୟବସ୍ଥା । ସରକାରଙ୍କ ଅନ୍ୟ ସବୁ ଯୋଜନା କଥା ତ ନକହିବା ଭଲ । ଏ ହେଉଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ କୁଲେଇସିଳା ପଞ୍ଚାୟତରେ ଥିବା ଗରଡ଼ାପାଣି ଗାଁ । ଏଠିକାର ଲୋକଙ୍କ ନିକଟରେ ଆଜି ବି ପହଞ୍ଚି ପାରିନାହିଁ ମୌଳିକ ସୁବିଧା ।
ଶିମିଳିପାଳ ଅଭୟାରଣ୍ୟ ପାଲଟିଛି ଅଫିମ ବଣ । କୋର୍ ଏରିଆରେ ଖୁଲମ୍ ଖୁଲା ଚାଲିଛି ଅଫିମ ଚାଷ ।
ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। କେତେକ ନେତାଙ୍କ ପାଇଁ ଅବସର ହୋଲି। ତେଣୁ ରାଜନୀତିରେ ରଙ୍ଗ ଲାଗିବାର ଥିଲା। ଆଉ ଲାଗିଲା ବି।
ଫଗୁଣର ରଙ୍ଗରେ ସବୁ ରଙ୍ଗୀନ, ସମସ୍ତେ ମତୁଆଲା। ଫଗୁ, ଅବିର, ରଙ୍ଗ ଖେଳରେ ମାତିଲେ ସମସ୍ତେ କେଉଁଠି ରେନ୍ ଡାନ୍ସ ତ କେଉଁଠି କାଦୁଅ ହୋଲି। ବିଭିନ୍ନ ସ୍ଥାନରେ ଦହି ହାଣ୍ଡି ଭଙ୍ଗା ହେଲା ।
ଭୁଶୁଡୁଛି ବିଜେଡିର ଗଞ୍ଜାମ ଗଡ଼! ପ୍ରଦୀପ ପାଣିଗ୍ରାହୀ ସାଜିଛନ୍ତି ପୁରୋଧା। ଦିଗପହଣ୍ଡିରୁ ବିପିନ ପ୍ରଧାନ ପରେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଛାଡିଛନ୍ତି ବିଜେଡି ହାତ।
ବାଜା ବାଜାଇ । ତାଳେ ତାଳେ ଜମାଣିଆ ନାଚ ବି । କୌଣସି ବାହା କି ବ୍ରତଘର ହେଉନାହିଁ। ନିଜ ଅତି ପ୍ରିୟ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ଲାଗି ଏକ ଶୋଭାଯାତ୍ରା ବାହାର କରିଥିଲେ ପୁରାତନ ଛାତ୍ରଛାତ୍ରୀ ।