ପୁରୀ ପରେ ଖୋର୍ଦ୍ଧାରେ ନାମାଙ୍କନ ବେଳେ ମୁହାଁମୁହିଁ ହେଲେ ବିଜେଡି-ବିଜେପି କର୍ମୀ। ହଟ୍ ସିଟ୍ ଭୁବନେଶ୍ବର ପାଇଁ ଆଜି ଅପରାଜିତା ଓ ମନ୍ମଥ ରାଉତରାୟ ନାମାଙ୍କନ ଦାଖଲ କରିଥିଲା ବେଳେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ପରିସର୍ ପାଲଟିଥିଲା ରଣକ୍ଷେତ୍ର। ଉଭୟଙ୍କ ସମର୍ଥକ ପ୍ରାୟ ୨ ଘଣ୍ଟା ଧରି ମୁହାଁମୁହିଁ ହୋଇଥିଲେ। ପରସ୍ପର ବିରୋଧରେ ନାରାବାଜି ଓ ହୋହ୍ଲାଲା ବି କରିଥିଲେ।
କୁଆପଥର ମାଡ଼ରେ ଭାଙ୍ଗିଲା ବିମାନର ୱିଣ୍ଡ ସିଲ୍ଡ । ଚେପା ହେଲା ସମ୍ମୁଖ ଭାଗ । ଉପାୟ ନପାଇ ଭୁବନେଶ୍ୱର ଏୟାରପୋର୍ଟରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ । ଦିଲ୍ଲୀ ଅଭିମୁଖେ ଦିନ ଗୋଟାଏ ୪୫ରେ ଉଡ଼ାଣ ଭରିବା ପରେ, କୁଆପଥର ମାଡ଼ରେ କ୍ଷତିଗ୍ରସ୍ତ ହେବାରୁ ୧୦ ମିନିଟ୍ ପରେ ପୁଣି ଭୁବନେଶ୍ୱରକୁ ଫେରିଥିଲା ଏହି ବିମାନ।
ମେଧାବୃତ୍ତିରେ ବି ଭୋଟ୍ ରାଜନୀତିର ଝଲକ୍ । ଚରମରେ ବିଜେଡିର ଭୋଟ୍ ବ୍ୟାଙ୍କ୍ ପଲିଟିକ୍ସ । ଯୁବ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରଥମେ ଦେଲେ ମେଧାବୃତ୍ତି । ଆଉ ଏବେ ମେଧାବୃତ୍ତି ଆଳରେ ଛାତ୍ରଛାତ୍ରୀଙ୍କ ପାଖକୁ ଆସୁଛି ଫୋନ୍ କଲ୍। ଆଶ୍ଚର୍ଯ୍ୟର କଥା ହେଲା ଫୋନ୍ କଲରେ ମେଧାବୃତ୍ତି ଆଳ ଦେଖାଇ ସିଧାସଳଖ ବିଜେଡି ସପକ୍ଷରେ ଭୋଟ୍ ଭିକ୍ଷା କରାଯାଉଛି।
ପୁଣି ନାଁ ନ ନେଇ ପାଣ୍ଡିଆନଙ୍କୁ ନିଶାନା । ପରୋକ୍ଷରେ ସାନ ବାବୁ ସମ୍ବୋଧନ କରି ଆଜି ଓଡ଼ିଶା ଶାସନ କଳର କିଛି ଭିତିରି କଥାକୁ ସାମ୍ନାକୁ ଆଣିଛନ୍ତି ଅପରାଜିତା। କହିଛନ୍ତି, ସାନ ବାବୁ, ବଡ଼ ବାବୁ ହେବାକୁ ବିଫଳ ପ୍ରୟାସ କରୁଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ ନିର୍ବାଚନରେ ୨ଟି ଜାଗାରେ ଛିଡା ହେବା ପଛରେ ଏକ ବଡ କାରଣ ଆଡକୁ ଇଙ୍ଗିତ କରି ପୋଲ୍ ଖୋଲିଛନ୍ତି। ଯାହାର ଜବାବ୍ ରଖିଛି ବିଜେଡି।
24 ମହାସଂଗ୍ରାମ ପାଇଁ ତାରିଖ ଯେତିକି ଯେତିକି ପାଖଉଛି ସେତିକି ଜମି ଆସୁଛି ପ୍ରଚାର ତାତି । କିଏ ସମର୍ଥକଙ୍କ ସହ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ତ ଆଉ କେଉଁ ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ବଳ ଯୋଗାଉଛି ପୂରା ପରିବାରର ସାଥ୍। ଏଭଳି କିଛି ରୋଚକ ଚିତ୍ର ଏବେ ନିର୍ବାଚନୀ ପରିବେଶକୁ ବେଶ୍ ସରଗରମ କରିଛି ।
ଅସହ୍ୟ ତାତି ସହ ଅସମ୍ଭାଳ ହେଲାଣି ଜଳ କଷ୍ଟ । ରାଜ୍ୟରେ ପାରଦ ୪୬ ଡିଗ୍ରୀ ଛୁଇଁଥିବା ବେଳେ ତା ସହ ତାଳ ଦେଇ ବଢ଼ିବାରେ ଲାଗିଛି ପିଇବା ପାଣିର ସମସ୍ୟା ।
ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ସକାଳ ୧୦ଟାରେ ବ୍ରହ୍ମପୁରରେ ଜନସଭାକୁ ସମ୍ବୋଧିତ କରିବେ ।
ଆସୁଥିଲା ବର... କନ୍ୟାଘର ଥିଲା ଉତ୍ସବମୁଖର । ହଠାତ୍ ଘଟିଗଲା ଅଘଟଣ । ବଡ଼ ଭଉଣୀ ମଥାରେ ସିନ୍ଦୂର ଲାଗିବା ପୂର୍ବରୁ ଉଠିଲା ସାନ ଭଉଣୀର କୋକେଇ ।
ମା’ ମାଙ୍କଡ଼ର କଲିଜାର ଟୁକୁଡାକୁ କେହି ଗୋଟାଏ ନେଇ ଯାଇଛି । ସେଇଥିପାଇଁ ସେ ମୋବାଇଲ ଅଣ୍ଡାଳୁଛି। ସ୍କ୍ରଲ୍ କରି ନିଜ ଛୁଆକୁ ଖୋଜୁଛି । ମା’ ମନ ବୁଝୁନି ତାର...
ସଫଳତାର ଶିଖର ଛୁଇଁଲେ ମହିଳା ! ଫ୍ଲାଇଟ୍ ଆଟେଣ୍ଡାଣ୍ଟରୁ ବନିଗଲେ ଏୟାର ଲାଇନ୍ସ ସିଇଓ । ପ୍ରଥମ ଥର ପାଇଁ ଜାପାନରେ କଲେ ଇତିହାସ ସୃଷ୍ଟି ।
ହ୍ୱାଟସଆପ୍ରେ ଆଉ ନେଇପାରିବେନି ସ୍କ୍ରିନସଟ୍ । ଖୁବ୍ ଶୀଘ୍ର ହ୍ୱାଟସଆପ୍ ଆଣିବାକୁ ଯାଉଛି ନୂଆ ଫିଚର ।
ତେଲେଙ୍ଗାନାର ଏସସି-ଏସଟି, ଓବିସିଙ୍କ ଅଧିକାର ତାଙ୍କୁ ମିଳିବ। କିନ୍ତୁ ଏହାକୁ ଏଡିଟ୍ କରି ଫେକ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ କରାଯାଉଥିଲା ।
ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା ଓ ଜିଲ୍ଲା ବିଜେପି ଉପସଭାପତି ସଞ୍ଜୟ ରଥ ଅତନୁଙ୍କ ଉପରେ ପ୍ରବଳ ବର୍ଷି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ରେଳପଥ ସ୍ୱପ୍ନ ସାକାର କରିବାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅବଦାନ ବିନ୍ଦୁ ନୁହେଁ ସିନ୍ଧୁ ପରି ।
ଚଳିତ ନିର୍ବାଚନରେ ନବୀନ ହିଞ୍ଜିଳି ବ୍ୟତୀତ କଣ୍ଟାବାଞ୍ଜିରୁ ବି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଉଭୟ ଆସନରେ ମେ ୨୦ ତାରିଖରେ ହେବ ମତଦାନ।
ନିର୍ବାଚନୀ ସଭାମଞ୍ଚରେ ବିଜେଡିର ଏଭଳି ଖୋଲାଖୋଲି ଅଭିଯୋଗ ପରେ ବିଜେଡି ଏବଂ ପାଣ୍ଡିଆନଙ୍କୁ କଡା ଭାଷାରେ ଟାର୍ଗେଟ କରିଛି ବିଜେପି ।
ସକାଳ ୮ଟା ପରଠୁ ପ୍ରଚଣ୍ଡ ଖରା ସହ ତାଳ ଦେଇ ଜନଜୀବନକୁ କଲବଲ କରି ଦେଉଥିଲା ଗୁଳୁଗୁଳି ।
ଖବର ପରିବେଷଣ ବେଳେ ଆପଣ ଅନେକ ଥର କେବିକେ କଥା ଶୁଣିଥିବେ। କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟର ଉନ୍ନତୀ ପ୍ରସଙ୍ଗ ମଧ୍ୟ ଆପଣଙ୍କ କାନରେ ବାଜିଥିବ। ହେଲେ କେବେ ଭାବିଛନ୍ତି ଏହି କେବିକେ ଯୋଜନାର ଅନ୍ତରାଳରେ କ’ଣ ରହିଛି କାହାଣୀ। କାହା ପାଇଁ ଏ ଯୋଜନା ?
ରୋଜଗାର ଦେଉଛି ପ୍ଲାଷ୍ଟିକ କାରଖାନା । ଶତାଧିକ ଲୋକଙ୍କୁ ମିଳିଛି ନିଯୁକ୍ତି । ଯେଉଁ ଅଞ୍ଚଳର ଲୋକେ ଦିନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିଲେ ।
ଖାଦ୍ୟରେ ବ୍ୟବହାର କରୁଛନ୍ତି କି ମସଲା ? ହୋଇଯାଆନ୍ତୁ ସାବଧାନ ! ନାମିଦାମୀ କମ୍ପାନୀରେ ପ୍ରସ୍ତୁତ ହେଉଥିବା ମସଲା ମଧ୍ୟ କେତେ କ୍ଷତିକାରକ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ ।
ସେ ବି ମା’ । ଦେଖୁନାହାନ୍ତି ନିଜର ପିଲାକୁ ଟିକିଏ ଛାଇ ଦେବାକୁ କେମିତି ଡହଡହ ଖରାରେ ଛିଡ଼ା ହୋଇଛି...
ଚାକିରିଆ ମହିଳାଙ୍କୁ ବାହାହେବା ମନା ! ଉଚ୍ଚ ଶିକ୍ଷିତାଙ୍କୁ କରନ୍ତୁନି ବିବାହ ! ଶିକ୍ଷିତ ମହିଳା ହେଉଛନ୍ତି ବିଗ୍ରେଡ୍ଫ୍ଲାଗ୍! ଅର୍ଥାତ୍ ବଡ଼ ବିପଦ ।
୧୯୩୬ ମସିହାରେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଉତ୍କଳ ପ୍ରଦେଶ ଗଠନ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ନିର୍ବାଚନରେ ଭାଷା, ସାହିତ୍ୟ, ସଂସ୍କୃତି ନିର୍ବାଚନୀ ପ୍ରସଙ୍ଗ ହେବାକୁ ଯାଉଛି ।
ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ଭୋଟ୍ ଗ୍ରହଣ ହେବ, ତେଣୁ ଦକ୍ଷିଣର ଏ ୪ ଆସନ ସହ ପଶ୍ଚିମ ଓଡ଼ିଶାକୁ ମିଶାଇ ୪୦ରୁ ଅଧିକ ସିଟ୍ ହାତେଇବା ଲକ୍ଷ୍ୟରେ ରହିଛି ହାତ ଦଳ।
ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା ପ୍ରାର୍ଥିପତ୍ର ଦାଖଲ ପାଇଁ ସମର୍ଥକଙ୍କ ସହ ପୁରୀ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିବା ପରେ, ଉପୁଜିଥିଲା ଗରମାଗରମ ପରିସ୍ଥିତି। ଶେଷରେ ପୁରୀ ଏସପିଙ୍କ ହସ୍ତକ୍ଷେପ ପରେ ସ୍ଥିତି ଶାନ୍ତ ପଡ଼ିଥିଲା।
ଭୋଟରଙ୍କୁ ନିଜ ପସନ୍ଦର ନେତା ବାଛିବାକୁ ତାଙ୍କ ସାଙ୍ଗିଆ ଓ ଚିହ୍ନ ବି ଘୋଷିବାକୁ ପଡ଼ୁଛି। ବୁଥରେ ଇଭିଏମ୍ ସ୍ୱିଚ ଚିପିଲା ବେଳେ ବି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସ୍ୱଳ୍ପ ପାଠୁଆ ଗାଉଁଲି ଲୋକେ।