ଦିନକ ପରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ । ତା’ଆଗରୁ ଶାସକ ବିଜେଡି ବିରୋଧରେ ନୋଟ୍ ବର୍ଷା ଅଭିଯୋଗ । ଗାଁରେ ଗାଁରେ ପଶି ଦଳୀୟ କର୍ମୀ ଓ ନେତା ଟଙ୍କା ବାଣ୍ଟୁଥିବାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।
ମେ ୧୩, ସୋମବାର, ସକାଳ ୭ଟା । ଗଣତନ୍ତ୍ରର ମହାପର୍ବରେ ସାମିଲ ହେବେ ଓଡ଼ିଶାର ଭୋଟର୍ । ହେବ ଦେଶର ଚତୁର୍ଥ ତଥା ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନ ।
ଜନପଥରୁ ବାଣୀବିହାର ଯାଏଁ ବିଶାଳ ଶୋଭାଯାତ୍ରା। ଜନ ସମୁଦ୍ର ପାଲଟିଲା ଭୁବନେଶ୍ବର । ମୋଦିଙ୍କୁ ଦେଖିବାକୁ ପ୍ରବଳ ଜନ ସମାଗମ..
ଅନନ୍ୟ ସାଧନାକୁ ସମ୍ମାନ, ଅତୁଳନୀୟ ଅବଦାନକୁ ସ୍ବୀକୃତି। ଚର୍ଚ୍ଚାରେ ପଦ୍ମ ବିଜେତାଙ୍କ ପ୍ରେରଣାଦାୟୀ କାହାଣୀ । ରାଷ୍ଟ୍ରପତି ଭବନରେ ଗତକାଲି ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ ସମାରୋହରେ ଦେଶ ସାମ୍ନାକୁ ଆସିଛି ଅନେକ ଅସାଧାରଣ ବ୍ୟକ୍ତିତ୍ବଙ୍କ ବିରଳ କୃତିତ୍ବ। ଏହି ଅବସରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ୨ ଓଡ଼ିଆ ଓ ଜଣେ ଦିବ୍ୟାଙ୍ଗ ପଦ୍ମଶ୍ରୀ ବିଜେତା।
ଚାଲିଛି ନାମାଙ୍କନ ପର୍ବ। କିଏ ଥାଟ ପଟୁଆର ତ କିଏ ସାଇକେଲରେ ଆସି ଭରିଛନ୍ତି ମନୋନୟନ ପତ୍ର। କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ପାଇଁ ବିଜେପି ଯୋଦ୍ଧା ବୈଜୟନ୍ତ ପଣ୍ଡା ଆଜି ବିଶାଳ ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତାଙ୍କ ପ୍ରତିଦ୍ବନ୍ଦ୍ବୀ ଭାବେ ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି ବି ଭରିଛନ୍ତି ନାମାଙ୍କନ।
ମୋଦିଙ୍କ ରୋଡ୍ ସୋ’ ପାଇଁ ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା । ଜାଣନ୍ତୁ କେଉଁଠି ଟ୍ରାଫିକ୍ କଟକଣା ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍ ସୋ ପାଇଁ ଭୁବନେଶ୍ୱରରେ ଟ୍ରାଫିକ କଟକଣା । ଅପରାହ୍ଣ ୨ଟାରୁ ରୋଡ୍ ସୋ’ ସରିବା ଯାଏଁ ଜନପଥରେ ଟ୍ରାଫିକ କଟକଣା ରହିବ । ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ରାସ୍ତାରେ ଗାଡ଼ି ଚଳାଚଳକୁ ସମ୍ପୂର୍ଣ୍ଣ ବାରଣ କରାଯିବ।
ରୋଜଗାର ଦେବ Google Pay ! ଘରେ ବସି ପ୍ରତିଦିନ ଇନକମ୍ କରିପାରିବେ ୨ହଜାର ଟଙ୍କା ! ଡିଜିଟାଲ୍ ପେମେଣ୍ଟ୍ ଆପ୍ ଜରିଆରେ ଆପଣ କରିପାରିବେ ରୋଜଗାର ।
ଓଟ ଖାଏ ଜୀବନ୍ତ କୋବ୍ରା । କାହିଁକି ଓଟକୁ ଖାଇବାକୁ ଦିଆଯାଏ କୋବ୍ରା ? ସାଧାରଣତଃ ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ । କାରଣ ମରୁଭୂମିରେ ଖୁବ୍ ଶୀଘ୍ର ଚାଲିପାରେ ଓଟ ।
ପୁରାଣର ସେହି ସାବିତ୍ରୀ ଓ ସତ୍ୟବାନ କଥା ତ ଆପଣମାନେ ଶୁଣିଥିବେ, କିନ୍ତୁ କଳିଯୁଗରେ ଯେ ଏପରି ଘଟିପାରେ ତାହା କଳ୍ପନା ବାହାରେ । ମରଣ ମୁହଁରୁ ନିଜ ସ୍ୱାମୀଙ୍କୁ ଫେରାଇ ଆଣିଛନ୍ତି ସ୍ତ୍ରୀ ।
ବ୍ରହ୍ମପୁର ଓ ନବରଙ୍ଗପୁର ଗସ୍ତର ୩ ଦିନ ପରେ ପୁଣି ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପିଏମ୍ ମୋଦି। ସଂଧ୍ୟାରେ ଭୁବନେଶ୍ୱରରେ ବିଶାଳ ରୋଡ୍ ଶୋ କରିବେ ପ୍ରଧାନମନ୍ତ୍ରୀ।
ବାପା ଖେଳିଲା ଜୁଆ, ଉଜାଡ଼ିଦେଲା ସୁଖର ସଂସାର । ନା ଟିକି ଝିଅଟିର ମୁହଁକୁ ସେ ଚାହିଁଲା, ନା ସାତଜନ୍ମର ସାଥୀ ପ୍ରତି ସାମାନ୍ୟ ଦରଦ ଦେଖାଇଲା । ଜୁଆ ଖେଳି ଲକ୍ଷ ଲକ୍ଷ ଟଙ୍କାର ୠଣବୋଝକୁ ସହିନପାରି ଶେଷରେ ୧୨ ବର୍ଷର ଝିଅ ସହ ପତ୍ନୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ ।
ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ, ସଭା ମଞ୍ଚରୁ ନବୀନ ଓ ପାଣ୍ଡିଆନକୁ ବି କଡ଼ା ସମାଲୋଚନା କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।
ପୁରୀ କୃଷ୍ଣପ୍ରସାଦ ନିର୍ବାଚନୀ ସଭାମଞ୍ଚରୁ ଓଡ଼ିଶା ପାଇଁ ବ୍ୟାପକ ଉନ୍ନୟନମୂଳକ କାର୍ଯ୍ୟର ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। ଗଡ଼କରୀ କହିଛନ୍ତି- ପାରାଦୀପରେ ନିର୍ମାଣ ହେବ ଏୟାରପୋର୍ଟ ।
ବିଜେଡି ହେଭିୱେଟ୍ A.U. ସିଂଦେଓଙ୍କ ସାନବୋହୂ ତଥା ଅର୍କେଶଙ୍କ ପତ୍ନୀ ଅଦ୍ରିଜା ମଂଜରୀ ପୁଣି ଥରେ ଶ୍ୱଶୂର ଘର ନିର୍ଯାତନା ପ୍ରସଙ୍ଗରେ ବର୍ଷିବା ସହ, ଏକଥା ଜାଣିବା ସତ୍ତ୍ୱେ କଳିକେଶଙ୍କୁ କିପରି ଟିକେଟ୍ ଦିଆଗଲା ବୋଲି, ବିଜେଡି ସୁପ୍ରିମୋ ନବୀନଙ୍କୁ କ୍ଷୋଭର ସହ ପଚାରିଛନ୍ତି ।
ସମୂହ ଛୁଟିରେ ଗଲେ ଏୟାର ଇଣ୍ଡିଆ କର୍ମଚାରୀ । ବାତିଲ ହେଲା ବିମାନ ଉଡ଼ାଣ । କର୍ମଚାରୀଙ୍କ ଛୁଟି ପାଇଁ ପ୍ରାୟ ୮୬ଟି ବିମାନ ଉଡ଼ାଣ ଭରଣା କରିନାହିଁ ।
ଘରେ ଏମିତି ଯଦି ମୁରବୀ ଥିବେ କୋଉ ପୁଅ ଅବା ବାଟ ହୁଡ଼ିବ । ଦେଖନ୍ତୁ ଜଣେ ବାପାଙ୍କ ଅନୁଶାସନକୁ... ପୁଅର ସାର୍ଟକୁ ଧରି ବିଚ୍ ରାସ୍ତାରେ ଟାଣିଟାଣି ନେଉଛନ୍ତି । ନିଜ ଜନ୍ମକଲା ପୁଅ ଘର ଉଜାଡ଼ିବା ପୂର୍ବରୁ ସବୁ କିଛି ସଜାଡ଼ିବାକୁ ଚେଷ୍ଟା କରୁଛନ୍ତି ।
ଏଭଳି ଦୃଶ୍ୟ ଆପଣ ଆଜିକାଲି ଦେଖୁଛନ୍ତି । ସବୁଠି ନାଚ ଗୀତ ଓ ସ୍ୱାଗତ ସମ୍ବର୍ଦ୍ଧନା ଚାଲିଛି । ହେଲେ ଏହା ଭିତରେ ଏକ ସୁନ୍ଦର କାହାଣୀ ଲୁଚି ରହିଛି । କଥା ହେଲା ଏ ଯୁବକ ଜଣକ BSFରେ ଚାକିରି ପାଇଛନ୍ତି । ଆଉ ୫ ମାସ ଟ୍ରେନିଂ ନେଇ ଗାଁକୁ ଫେରିଛନ୍ତି ।
ଆଜିକାଲି ତ ମଣିଷ ଗଛ ସବୁକୁ କାଟିବାରେ ବ୍ୟସ୍ତ। ନିଜର ନସ୍ତ୍ୟ ସ୍ୱାର୍ଥ ପାଇଁ ଆମେ ମାନେ ଜଙ୍ଗଲ ନଷ୍ଟ କରି ଚାଲିଛେ। ହେଲେ ଏଠି ଯୁବକ ଜଣକ ଗୋଟିଏ ପରେ ଗୋଟିଏ ଗଛକୁ ପ୍ରେମରେ ଆଲିଙ୍ଗନ କରି ଚାଲିଛନ୍ତି। ଜାଣନ୍ତୁ ପୂରା ଘଟଣା
ଦାଉ ସାଧିଲା ପ୍ରବଳ ଗ୍ରୀଷ୍ମପ୍ରବାହ । ଚିନ୍ତାରେ ଲିଚୁ ଚାଷୀ । ଅମଳ ପୂର୍ବରୁ ନଷ୍ଟ ହେଲାଣି ପେନ୍ଥା ପେନ୍ଥା ଲିଚୁ । ଚଳିତ ବର୍ଷ ପ୍ରବଳ ଖରା ଓ ବର୍ଷା ନହେବାରୁ ଲିଚୁ ଚାଷୀ ଚିନ୍ତାରେ ପଡ଼ିଛି ।
ବିଜେପିର ଫୋକସ୍ ୫୦ରୁ ୬୦ସିଟ୍ । ସେତିକି ଜିତିଲେ ବିଜେଡିକୁ ଭାଙ୍ଗି ଓଡ଼ିଶାରେ ସରକାର କରିବ ବିଜେପି । ଏହା ବିଜେପିର ରଣନୀତି। ବିଜେପି ବିରୋଧରେ ପାଣ୍ଡିଆନଙ୍କ ଏମିତି ଅଭିଯୋଗକୁ ନେଇ ହଲଚଲ୍ ରାଜ୍ୟ ରାଜନୀତି।
ବିଜେପିର ଷ୍ଟାର କ୍ୟାମ୍ପେନରଙ୍କ କ୍ୟାମ୍ପେନିଂରେ ସରଗରମ ରାଜ୍ୟ ପ୍ରଚାର ମୈଦାନ୍ । ଆଜି ଦଳର ଦୁଇ ହେଭିୱେଟ୍ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଛତିଶଗଡ଼ ସିଏମ୍ ବିଷ୍ଣୁଦେଓ ସାଏ ମାରାଥନ ପ୍ରଚାର କରି ଦଳ ପାଇଁ ଭୋଟ୍ ମାଗିଛନ୍ତି।
ଚର୍ଚ୍ଚାରେ ଚାନ୍ଦବାଲି ପଲିଟିକ୍ସ । ବିଜେପିରେ ଯୋଗ ଦେବା ପୂର୍ବରୁ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ସାହୁଙ୍କ ମିଳୁନି ଖୋଜ୍ ଖବର। ସେପଟେ ରଞ୍ଜନଙ୍କ ପତ୍ନୀଙ୍କ ଭାଇରାଲ୍ ଭିଡିଓ ଏବଂ ବ୍ୟୋମକେଶ ରାୟଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ପ୍ରଣବ ପ୍ରକାଶ ଓ ରଞ୍ଜନଙ୍କ ଏକ ଫଟୋକୁ ନେଇ ଚାନ୍ଦବାଲିରେ ଏବେ ଅନେକ ଚର୍ଚ୍ଚା ।
ପେଶାରେ ଭିନ୍ନତା ଥାଇପାରେ, କିନ୍ତୁ ନିଶା ରାଜନୀତି। ଏମିତି କିଛି ଉଚ୍ଚଶିକ୍ଷିତ ବର୍ଗ ଏଥରର ପ୍ରତ୍ୟକ୍ଷ ପଲିଟିକ୍ସରେ ସାମିଲ ହୋଇଛନ୍ତି, ସମସ୍ତଙ୍କ ସ୍ୱପ୍ନ ରହିଛି, ଜନତାଙ୍କୁ ବିକାଶ ଧାରାରେ ନେଇ ଶୀର୍ଷରେ ପହଞ୍ଚାଇବା ।
ମେ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ପଡ଼ିବ ଭୋଟ୍। ଆଉ ଏହି ସବୁ ସ୍ଥାନରେ ନେତାଙ୍କ ଭୋଟ୍ ଅଟକିଛି ଆଦିବାସୀଙ୍କ ପାଖରେ। ଅର୍ଥାତ୍, ଆଦିବାସୀ ହିଁ ବାଛିବେ କିଏ ହେବ ସେମାନଙ୍କ ନେତା ।