ଡେରିରେ ଆସିଲେ ମାଡାମ୍ । ଆରମ୍ଭ ହେଲା ତୁମ୍ବି ତୋଫାନ୍। ଉଠିଲାପଡ଼ିଲା କ୍ଲାସ୍ ରୁମ୍। ଶିକ୍ଷୟିତ୍ରୀଙ୍କ ଝଗଡ଼ାରେ ହୁଲୁସ୍ତୁଲୁ ହେଲା ସ୍କୁଲ୍।
ଗୁପଚୁପ୍ ବା ପାନିପୁରି... ସମସ୍ତଙ୍କ ପସନ୍ଦ ଏ ଚଟପଟା ଖାଦ୍ୟ । ନାଁ ଧରିଲେ ପ୍ରାୟ ସଭିଙ୍କ ପାଟିରୁ ଲାଳ ଚାଲିଆସେ । ଆଉ ଖଟାପାଣି କଥା, କହିଲେ ତ ସରିଲା । ମାତ୍ର କିଛିଟା ଗୁପ୍ଚୁପ୍ ଖାଇବା ପରେ ଅନେକ ଲୋକ ୨ରୁ ୩ ଠୋଲା ଖଟାପାଣି ପିଇଦିଅନ୍ତି । ଗୁପଚୁପର ଚଟପଟା ସ୍ୱାଦ ପ୍ରାୟ ପିଲାଠୁ ବୁଢ଼ା ସମସ୍ତଙ୍କୁ ପସନ୍ଦ.
ଦୁଇଦିନିଆ ଗସ୍ତରେ କାଲି ଆସିବେ। 4 ଦିନ ପରେ ପୁଣି ଆସି ରାଜଧାନୀରେ କରିବେ ରୋଡ୍ ସୋ। 24 ମହାସଂଗ୍ରାମରେ ପିଏମ୍ ମୋଦିଙ୍କ ଏକଦମ୍ ଫୋକସରେ ଓଡ଼ିଶା।
ଓଡ଼ିଶାର ନେତୃତ୍ବ ନେବା ଦରକାର ଜଣେ ମାଟିର ପୁଅ। ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ମତ ରଖି ଏଭଳି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଜୟଶଙ୍ଗର ଭୁବନେଶ୍ବରଠାରେ ସାମ୍ବାଦିକ ସମ୍ମିଳନୀରେ, ରାଜ୍ୟ ଓ ରାଜନୀତିଠୁ ଦେଇ ଦେଶ-ବିଦେଶ ବିଭିନ୍ନ ପ୍ରସଙ୍ଗରେ ମତ ରଖିଛନ୍ତି।
ସରାକାରୀ ଅଧିକାରୀ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ନିଇତି ଫେରାଦ ହେଇଛି ବିଜେପି। ଆଉ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ବି ଜୋରଦାର ନେଉଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ।
କଂଗ୍ରେସର ଟିକଟ୍ ରିଟର୍ଣ୍ଣ ଟ୍ରେଣ୍ଡ୍। କାରଣ ହେଲା ପ୍ରାର୍ଥୀଙ୍କୁ ପାର୍ଟି ଫଣ୍ଡିଂ ନକରିବା। ଜଣକ ପରେ ଜଣେ ପ୍ରାର୍ଥୀ ଟିକେଟ ଫେରାଉଛନ୍ତି। ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ପାର୍ଟିଂ ପଣ୍ଡିଂ କରୁନଥିବାରୁ ନିର୍ବାଚନ ଲଢିବା ସମ୍ଭବ ନୁହେଁ ବୋଲି ରୋକ୍ ଠୋକ୍ ଶୁଣାଇ ଟିକେଟ ଫେରାଇଛନ୍ତି।
ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଲୋକସଭା ସିଟ୍ ନବରଙ୍ଗପୁର। ଆଦିବାସୀ ବହୁଳ ଏହି ସଂସଦୀୟ କ୍ଷେତ୍ରରେ ଯେବେ ଭୋଟ୍ ହୁଏ, ପ୍ରତ୍ୟେକ ଦଳର ନଜର ଏଠିକାର ବଙ୍ଗୀୟ ମତଦାତାଙ୍କ ଉପରେ।
ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରିବେ । ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।
ଭିଡିଓଟି ଦେଖିବା ପୂର୍ବରୁ, ପ୍ରଥମରୁ ହିଁ ଆମେ ଆପଣଙ୍କୁ ଅନୁରୋଧ କରିବାକୁ ଚାହୁଁଛୁ, ଦୟାକରି ଏହାକୁ ନକଲ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଏଥିରେ ହୁଏତ ବିପଦ ରହିଛି। କାରଣ ଭିଡିଓରେ ନିଜ
କେଉଁଠି ଆମ ଶିକ୍ଷା ବ୍ୟବସ୍ଥା ? କେଉଁଠି ଏ କୁନିକୁନି ପିଲାଙ୍କ ଭବିଷ୍ୟତ ? କୁଆଡେ ଗଲା ୫ଟି ସ୍କୁଲ ନାରା ?
ଜଣେ ହତଭାଗା ବାପାର ଏ କୋହଭରା ଗହାରି । କାହାକୁ ଦୋଷ ଦେବ... କିଏ ଅବା ଶୁଣିବ... କହା ନାଁରେ ଅଭିଯୋଗ କରି ଆଖିରୁ ଦୁଇଧାର ଲୁହ ଗଡ଼ାଇବ ।
ଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁସରଣ କରି ଇଣ୍ଟରନେଟ୍ ସେନ୍ସସନ୍ ପାଲଟି ଯାଇଥିଲେ ଶ୍ୟାମ ରଙ୍ଗିଲା ।
ସୁଜାତା କାର୍ତ୍ତିକେୟନଙ୍କୁ ଗତକାଲି ବଦଳି ନିର୍ଦ୍ଦେଶ ଦେଇଥିଲେ ECI । ବିଜେପିର ସାଙ୍ଘାତିକ ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ।
ଜାତୀୟ ରାଜନୀତିକୁ ସରଗରମ କରିଛି କଂଗ୍ରେସର ରାହୁଲ ମୁଭ୍ । ଏଥର ୱାଏନାଡ଼ ସହ ଅମେଠି ନୁହେଁ, ମାଆ ସୋନିଆଙ୍କ ଆସନ ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି ।
ପ୍ରଥମ କରି ନିର୍ବାଚନ ପ୍ରଚାରରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସୋମବାର ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ସଭା ।
ବିଜେଡିର ବଡ ଭୋଟ୍ ବ୍ୟାଙ୍କ ଉପରେ ଜୋରଦାର ମାଡ଼। ଶାସକ ଦଳର ଏସ୍ଏଚ୍ଜି ସିଷ୍ଟମ୍କୁ ଇସିଆଇ ଝଟକା। ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ବଦଳି ନିର୍ଦ୍ଦେଶ। ଆକ୍ସନ ମୋଡରେ ନିର୍ବାଚନ କମିଶନ୍।
ଯେଉଁ ଦଳ ପାଇଁ ଦିନେ ଓକିଲାତି କରୁଥିଲେ ଏବେ ସେଇ ଦଳ ତାଙ୍କୁ ଟିକେଟ ଖଣ୍ଡିଏ ଦେଲାନି। ଶେଷରେ ଖଣ୍ଡପଡାରୁ ବିଜେଡି ଟିକେଟ ନମିଳିବା ପରେ ସ୍ୱାଧୀନ ଭାବେ ନାମାଙ୍କନ ଭରିଲେ ପୂର୍ବତନ ବିଜେଡି ବିଧାୟକ ଅନୁଭବ ପଟ୍ଟନାୟକ।
ଆଜି ଦିନରେ ମଣିଷ ନିଜ ସ୍ୱାର୍ଥରେ ଏତେ ଅନ୍ଧ ଯେ, ପଶୁପକ୍ଷୀଙ୍କ ସୁଖ ଦୁଃଖ ଭୁଲିଗଲାଣି। ହେଲେ ଆଜି ଚାଲନ୍ତୁ ଦେଖିବା ନିଆରା ଏକ କାହାଣୀ ଯେଉଁଠି ପକ୍ଷୀଙ୍କ ପାଇଁ ସମସ୍ତେ ବନ୍ଦନା କରୁଛନ୍ତି। କବିତା ଗାଉଛନ୍ତି ।
ଏ ଘୋଡା ନାଚ ଆମ ପରମ୍ପରା ଆମ ସଂସ୍କୃତି ଓ ଆମ ଜାନିଯାତର ଏକ ପ୍ରତିକ। ଧୀରେ ଧୀରେ ଲୁଚିଯିବାକୁ ବସିଲାଣି। ଚାଲନ୍ତୁ ଦେଖିବା ଚାନ୍ଦବାଲିରୁ ଏକ ନିଆରା ପରମ୍ପରାର କାହାଣୀ।
ଶେଷଥର ପାଇଁ ୧୯୦୫ ମସିହାରେ ମହାପ୍ରଭୁ ଭକ୍ତଙ୍କୁ ଏହି ଦୁର୍ଲଭ ବେଶ ହୋଇଥିଲା। ଏହା ପରଠାରୁ ଆଉ ମହାପ୍ରଭୁଙ୍କୁ ଏହି ବେଶ କରାଯାଇନି। ୧୯୮୩ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ଆଗ୍ରହ ପ୍ରକାଶ କରିଥିଲେ ବି ଆର୍ଥିକ ଦୃଷ୍ଟିକୋଣରୁ ନିରବ ରହିଥିଲା।
ପୁଅ ଚାଲିଗଲାଣି ଆର ପାରିକୁ। ଘର ପାଲଟିଲାଣି ଧ୍ୱଂସସ୍ତୁପ। ସରକାର ପୁଅର ମୃତ୍ୟୁରେ ପରିବାର ବର୍ଗକୁ ଡେମୋ ଚେକ୍ ଖଣ୍ଡିଏ ଧରାଇ ଦେଇ ଠକିଦେଇଛନ୍ତି। ପରିବାରର ଦୁଃଖ କହିଲେ ନ ସରେ। ଦେଖନ୍ତୁ ସାଲେପୁରରୁ ଏକ ପରିବାରର ଦୁଃଖଦ କାହାଣୀ।
ମହାଲଢ଼େଇ ପୂର୍ବରୁ ମୈଦାନକୁ ଓହ୍ଲାଇଲେ ମହାଯୋଦ୍ଧା। ଗୋଟିଏ ଦିନରେ ଦେଖିବାକୁ ମିଳିଲା ରାଜ୍ୟର ପୁଳା ପୁଳା ହେଭିୱେଟଙ୍କ ପାୱାର ଶୋ'। ମୁଖ୍ୟମନ୍ତ୍ରୀ ନବୀନଙ୍କଠୁ ଆରମ୍ଭ କରି ବିଜେପିର ଅନେକ ବରିଷ୍ଠ ନେତା ଆଜି ଭରିଛନ୍ତି ନାମାଙ୍କନ। ଏଇଠୁ ବାଜିଛି ଯୁଦ୍ଧାରମ୍ଭର ବିଗୁଲ୍।
ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ଦୀର୍ଘ ୨୪ ବର୍ଷରେ ଯାହା ହୋଇପାରିଲା ନାହିଁ, ତାହା କରି ଦେଖାଇଛନ୍ତି ଜଣେ ଦାଦନ ଶ୍ରମିକ। ଦାଦନ ଖଟି ଦେଶୀ ଯୋଗାଡ଼ରେ ନିଜ ଗାଁକୁ ଯୋଗାଇଛନ୍ତି ପିଇବା ପାଣି। ଉତ୍କଟ ଜଳସଙ୍କଟ ଭିତରେ ପାହାଡ଼ ଶିଖରରୁ ଝରି ଆସୁଥିବା ବୁନ୍ଦା ବୁନ୍ଦା ଜଳକୁ ସଞ୍ଚୟ କରି ଗାଁ ଲୋକଙ୍କ ଶୋଷ ମେଣ୍ଟାଉଛନ୍ତି ଗଞ୍ଜାମ ସିନ୍ଧୁପଙ୍କ ଗାଁର ଭୀମ ବେହେରା।
ଚୁଲିକି ଗଲା ବିଜେଡିରେ ପରିବାରବାଦ ବିରୋଧୀ ନାରା। ଗୋଟିଏ ପରିବାରରୁ ଗୋଟିଏ ଟିକେଟ୍ ଘୋଷା ସହ ଏକଦା ଦଳୀୟ ନେତା ଯାହାକୁ ଏହାର ଟ୍ରେଣ୍ଡ୍ ସେଟର୍ କରିଥିଲେ, ତାଙ୍କରି ପରିବାରରୁ ହିଁ ଦୁଇ ଦୁଇ ଜଣଙ୍କୁ ପ୍ରାର୍ଥୀ କରିଛି ବିଜେଡି। ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନରୁ ଲଢେଇକୁ ଓହ୍ଲାଇ ଥିବା ବେଳେ ଆଜି ତାଙ୍କ ମା ସଂଧ୍ୟାରାଣୀ ଦାସଙ୍କୁ କୋରେଇ ବିଧାନସଭା ଆସନ ଲାଗି ଟିକେଟ୍ ମିଳିଛି। ଯାହାକୁ ନେଇ ସରଗରମ୍ ରାଜନୀତି।
ବଳକା ୩ ଆସନ ଲାଗି ପ୍ରାର୍ଥୀ ଘୋଷଣା ସହ ସମସ୍ତ ୧୪୭ ସିଟରେ ବିଜେଡିର ପ୍ରାର୍ଥୀ ଘୋଷଣା ସରିଛି। ୩୫ ମହିଳାଙ୍କ ସହ ରଣାଙ୍ଗନରେ ଲଢେଇ ପାଇଁ ପ୍ରସ୍ତୁତ ଯୋଦ୍ଧା। ହେଲେ ଦଳ ଏଥର ଟିକେଟ ବଣ୍ଟନରେ ଅନେକ କିଛି ନୂଆ ପ୍ରୟୋଗ ବି କରିଛି। ୫୩ ନୂଆ ମୁହଁ ସହିତ ଆମଦାନୀ ନେତାଙ୍କୁ ମଳିଛି ଅଧିକ ସୁଯୋଗ। ସେପଟେ ଅଭିଜ୍ଞଙ୍କ ଟିକେଟ ବି କଟିଛି। ଯେଉଁଥିପାଇଁ ଦଳ ଭିତରେ ବଢ଼ିଛି ଅସନ୍ତୋଷ।