• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆସନ୍ତାକାଲିଠାରୁ ସବୁ ପ୍ରାପ୍ତବୟସ୍କଙ୍କୁ ମିଳିବ କରୋନାର ପ୍ରିକସନ୍ ଡୋଜ୍ ବା ବୁଷ୍ଟର୍ ଡୋଜ୍ । ଏହା କେବଳ ଘରୋଇ ଟିକାକରଣ କେନ୍ଦ୍ରରେ ଉପଲବ୍ଧ ହେବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଘରୋଇ ଟିକାକରଣ କେନ୍ଦ୍ରରେ ଏହି ପ୍ରିକସନାରୀ ଡୋଜ୍ ମାଗଣାରେ ଉପଲବ୍ଧ ହେବ ନାହିଁ । ଏଥିପାଇଁ ଟିକା ନେବା ବ୍ୟକ୍ତିଙ୍କୁ ଦେୟ ପୈଠ କରିବାକୁ ପଡ଼ିବ ।

ସୂଚନା ଅନୁସାରେ, ବିଶ୍ୱସ୍ତରରେ କରୋନାର ନୂଆ XE ଭ୍ୟାରିଆଣ୍ଟ୍ ପ୍ରକୋପ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ତେବେ ୬୦ ବର୍ଷରୁ ଅଧିକ ବୟସ୍କ, ସ୍ୱାସ୍ଥ୍ୟ କର୍ମୀ ଏବଂ କରୋନା ସମ୍ମୁଖ ଯୋଦ୍ଧାଙ୍କ ପାଇଁ ସରକାର ମାଗଣା ବୁଷ୍ଟର୍ ଡୋଜ୍ ଟିକାକରଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।

ଅନ୍ୟପକ୍ଷେ, ବର୍ତ୍ତମାନ ସୁଦ୍ଧା ଦେଶର ପ୍ରାୟ ୯୬ ପ୍ରତିଶତ ୧୫ ବର୍ଷରୁ ଅଧିକ ବୟସ୍କ ଅତିକମ୍‌ରେ ଗୋଟିଏ ଡୋଜ୍ ଟିକା ନେଇସାରିଥିବା ବେଳେ, ୮୩ ପ୍ରତିଶତ ଜନସଂଖ୍ୟା ୨ଟି ଯାକ ଡୋଜ୍ ଟିକା ନେଇସାରିଛନ୍ତି ବୋଲି ଜଣାପଡିଛି ।