• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଟକ ମହାନଗର ନିଗମ ମେୟର ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୩ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିର ସୁବାସ ସିଂ ସବୁଠୁ ଧନୀ । ନାମାଙ୍କନ ବେଳେ କରିଥିବା ସତ୍ୟପାଠ ଅନୁସାରେ ସୁବାସ ସିଂଙ୍କ ସମ୍ପତ୍ତି ପରିମାଣ ୫ କୋଟିରୁ ଅଧିକ । ସୁବାସଙ୍କ ନାଁରେ ୭୬ ଲକ୍ଷ, ୭୬ ହଜାର ୬୮୯ ଟଙ୍କାର ବ୍ୟାଙ୍କ ଡିପୋଜିଟ, ବୀମା ଓ ନିବେଶ ଆଦି ରହିଛି ।

ତାଙ୍କ ପତ୍ନୀଙ୍କ ନାଁରେ ୪ କୋଟି ୫୮ ଲକ୍ଷ ୫୪ ହଜାର ୫୯୯ ଟଙ୍କାର ବ୍ୟାଙ୍କ ଡିପୋଜିଟ, ବୀମା ଓ ନିବେଶ ରହିଛି । ସେହିଭଳି ସୁବାସଙ୍କ ପାଖରେ ଥିବା ଜମିର ମୂଲ୍ୟ ୭୭ ଲକ୍ଷ, ୧୯ ହଜାର ୯୬ ଟଙ୍କା ବୋଲି ଦର୍ଶାଯାଇଛି । ତାଙ୍କ ନାଁରେ ପ୍ରାୟ ୬ ଲକ୍ଷ ଟଙ୍କାର ବ୍ୟାଙ୍କ ଲୋନ ରହିଛି ।

ଅନ୍ୟପଟେ କଂଗ୍ରେସ ମେୟର ପ୍ରାର୍ଥୀ ଗିରିବାଳା ବେହେରାଙ୍କ ନିକଟରେ ୨୦ ଲକ୍ଷ ୫୦ ହଜାର ଟଙ୍କା, ବୀମା ଓ ନିବେଶ ରହିଛି । ତାଙ୍କ ନିକଟରେ ୭୫ ଲକ୍ଷ ଟଙ୍କା ମୂଲ୍ୟର ଜମି ରହିଛି । ତାଙ୍କ ସ୍ୱାମୀଙ୍କର ମଧ୍ୟ ୯୫ ଲକ୍ଷ ଟଙ୍କା ମୂଲ୍ୟର ଜମି ରହିଛି ।

ସେପଟେ ଶ୍ରୀତମ ଦାସଙ୍କର ୩୩ ଲକ୍ଷ ୬୬ ହଜାର ଓ ତାଙ୍କ ପତ୍ନୀଙ୍କ ନାଁରେ ୧୩ ଲକ୍ଷ ୬୮ ହଜାର ଟଙ୍କା, ନିବେଶ ଓ ବୀମା ଆଦି ରହିଛି । ଶ୍ରୀତମଙ୍କ ନିକଟରେ ୪୧ ଲକ୍ଷ ୯୦ ହଜାର ଟଙ୍କାର ଘରବାଡ଼ି ଓ ତାଙ୍କ ପତ୍ନୀଙ୍କ ନାଁରେ ୪ ଲକ୍ଷ ୮୫ ହଜାର ଟଙ୍କାର ଘରବାଡ଼ି ରହିଛି । ଶ୍ରୀତମ ୪୪ ଲକ୍ଷ ୫୦ ହଜାର ଟଙ୍କାର ବ୍ୟାଙ୍କ ଲୋନ୍ ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ।

ସୂଚନାଯୋଗ୍ୟ ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଆସନ୍ତା ୧୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି ଓ ଏନ୍ଏସି ଏବଂ ୩ଟି ମହାନଗର ନିଗମ ଭୁବନେଶ୍ୱର,କଟକ, ବ୍ରହ୍ମପୁର ପାଇଁ ମତଦାନ ହେବ । ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ମାର୍ଚ୍ଚ ୨୬ ତାରିଖରେ ଭୋଟ ଗଣତି ହେବ।