ସାଂସଦ ଜୁଏଲ୍ ଓରାମଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ। ଖାଲି ଅଭିଯୋଗ ନୁହେଁ। ଯୁବତୀ ଜଣକ ଫୋନ୍ କରି ସିଧା ଶୁଣାଇ ଦେଲେ ମାଡାମ୍ ଜୁଏଲ୍ ବାବୁଙ୍କୁ କହିଦେବେ ଆଜି ତାଙ୍କ ଅଭିସ୍ ଝଡ଼ିଲା।
ଆଲୁଅ ଭିତରେ ଅନ୍ଧାର ଓ ଅନ୍ଧାର ଭିତରେ ଆଲୁଅ । ରାଉରକେଲାର ଶିକ୍ଷକ ଦମ୍ପତି ଦିବ୍ୟସୁନ୍ଦର ଓ ଅପରାଜିତା । ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କର ଦୃଷ୍ଟି ଶକ୍ତି ନାହିଁ । ହେଲେ ଭଗବାନ ତାଙ୍କ କୋଳରେ ଦେଇଛନ୍ତି ଏକ ସୁନ୍ଦର ପୁଅ ଯାହାର ସବୁ କିଛି ଠିକଠାକ୍ ଅଛି ।
ସ୍ମାର୍ଟସିଟି ରାଉରକେଲା ସହରରେ କେବେ ଗଡିବ ସ୍ମାର୍ଟ ବସ ? ଦେଶର ସ୍ମାର୍ଟସିଟି ତାଲିକାରେ ରାଉରକେଲା ସହର ଯୋଡି ହେବାର ୪ ବର୍ଷ ପୁରିଗଲାଣି । କିନ୍ତୁ ଏବେ ବି ସହର ଯେତେ ସ୍ମାର୍ଟ ହେବା କଥା ତାହା ହୋଇ ନଥିବାର ଦେଖିବାକୁ ମିଳିଛି ।
ରାଉରକେଲା ଗସ୍ତରେ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ଭିନୀଲ୍ କ୍ରିଷ୍ଣା, କ୍ରୀଡ଼ା ସଚିବ ଆସୁଛନ୍ତି I ବିଜେପିର ଯୁବ ମୋର୍ଚ୍ଚା ମନ୍ତ୍ରୀଙ୍କର ଗସ୍ତକୁ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି l ଆଜି ସ୍ପେସ୍ ଛକ ନିକଟରୁ ବିରୋଧ ବେଳେ ଉଠାଇ ନେଇଛି ପୁଲିସ I
ଭୁଲ୍ ରକ୍ତ ଦେବାରୁ ରୋଗୀ ମୃତ୍ୟୁ ଅଭିଯୋଗ । ରାଉରକେଲା ସରକାରୀ ହସ୍ପିଟାଲରୁ ଆସିଛି ଏପରି ଅଭିଯୋଗ । ଶୁଣନ୍ତୁ ପୁରା ଘଟଣା
ସେ ଦିନ ରାତିରେ ଅସଲରେ କ୍ରୁଜରେ କଣ ଘଟିଥିଲା ? ଏନସିବି ରେଡ୍ ବେଳେ କଣ କଣ ମିଳିଥିଲା ? ତଦନ୍ତ ପ୍ରକ୍ରିୟାକୁ ବେଶ ନିକଟରୁ ଦେଖିଛନ୍ତି ମନୀଷ। ଏନେଇ କଣ କହିଛନ୍ତି ଜାଣନ୍ତୁ
ଡରାଇଲାଣି ପେଟ୍ରୋଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ୧୦୮.୫୪ ଟଙ୍କା ଓ ଡିଜେଲ ୧୦୫.୦୯ ଟଙ୍କାରେ ବିକ୍ରି ହେଉଛି। ପେଟ୍ରୋଲ ଏପରି ଅହେତୁକ ଦରବୃଦ୍ଧି ନେଇ ଗ୍ରାହକଙ୍କର କଣ ପ୍ରତକ୍ରିୟା ରହିଛି ଆସନ୍ତୁ ଶୁଣିବା ।
ରାଉରକେଲାରେ ଆଜି ପୁଣି ବଢିଲା ତୈଳ ଦର । ରାଉରକେଲାରେ ପେଟ୍ରୋଲ ମୂଲ୍ୟ ୧୦୭ ଟଙ୍କା ୮୮ ପଇସାରେ ପହଞ୍ଚିଛି ।
ରାଉରକେଲା ସେକ୍ଟର-୫ ଦୀପିକା ସ୍କୁଲ ନିକଟ ରାସ୍ତା କଡ଼ରେ ଏକ ଅଜଣା ଲୋକର ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି ।
ରାଉରକେଲାରେ ଏନକାଉଣ୍ଟର I ରାଉରକେଲାରେ ପୋଲିସ ଏନକାଉଣ୍ଟରରେ ୨ ଅପରାଧୀ ଆହତI ବିଶ୍ରା ଥାନା ବିଶ୍ରା ମଣ୍ଡପ ନିକଟରେ ପୋଲିସ-ଅପରାଧୀ ଗୁଳି ବିନିମୟ
ଆଜି ମହାମାୟାଙ୍କ ମହାନବମୀ ପୂଜା I ମଣ୍ଡପରେ ସୂଯର୍ୟ ପୂଜା, ଗୋ ପୂଜା ପରେ ଆରତୀ କରାଯିବ ସହ ସ୍ବତନ୍ତ୍ର ବେଦ ମନ୍ତ୍ରରେ ପୂଜାର୍ଚ୍ଚନା କରାଯାଉଛି I କିପରି କୋଭିଡ୍ କଟକଣାରେ ମଣ୍ଡପରେ ହେଉଛି ମାଆଙ୍କ ପୂଜାର୍ଚ୍ଚନା
ରାଉରକେଲାର ବିଶ୍ରା ମଣ୍ଡପ ନିକଟରେ ପୋଲିସ ଓ ଅପରାଧୀ ମୁହାଁମୁହିଁ Iଏନକାଉଣ୍ଟରରେ ୨ ଅପରାଧୀ ଗୁରୁତର ଆହତ, ବୁର୍ଲା ମେଡିକାଲରେ ଭର୍ତ୍ତି
ରାଉରକେଲାର ୟେ ହେଉଛନ୍ତି ଜଣେ ସଫଳ ମହିଳା ଚାଷୀ। ତାଙ୍କ ସ୍ୱାମୀ ଗତବର୍ଷ କରୋନାରେ ଆରପାରିକୁ ଚାଲିଯାଇଛନ୍ତି। ସ୍ୱାମୀଙ୍କର ସ୍ୱପ୍ନ ଥିଲା ଯେ, ସେ ଏକ ସୁନ୍ଦର ଫାର୍ମ ହାଉସ୍ ତିଆରି କରିବେ।
ରାଉରକେଲାରେ ଓଡ଼ିଶା ସରକାର ସୁଟ୍ ବସ୍ ସେବା ଆରମ୍ଭ କରିଥିଲେ। ଏବେ ଏକାଧିକ ସୁଟ୍ ବସ୍ ଶୋଇପଡ଼ିଛି। ଦେଖନ୍ତୁ ଭିଡିଓ
ରାଉରକେଲା ସହର ରାଜ୍ୟର ଦ୍ୱିତୀୟ ସ୍ମାର୍ଟ ସିଟିର ମାନ୍ୟତା ପାଇଛି। କିନ୍ତୁ ଏହା ଯେମିତି କେବଳ କାଗଜ କଲମରେ। ୨୦୧୪-୧୫ରେ ରାଉରକେଲା ସହରରେ ଆରମ୍ଭ ହୋଇଥିବା ସିଟି ବସ୍ ସେବାକୁ ଅନୁଧ୍ୟାନ କଲେ ଏହା ଯେ କେହି ବି ଜାଣିପାରିବେ।
ଦୁଇ ସାଙ୍ଗ ପିଲାଦିନୁ କବାଡ଼ି ଖେଳୁଥିଲେ। ସେଥିରେ ନାଁ ମଧ୍ୟ କରିଛନ୍ତି। ଏବେ ଜଣେ ଓଡ଼ିଶା କବାଡି ଟିମ୍ ର କୋଚ। ଆଉ ଜଣେ ଭାରତୀୟ ସେନାରେ ଯବାନ୍।
ଗଛରେ କାର୍ ପିଟି ହେବା ଯୋଗୁ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି।ଝାଡ଼ଖଣ୍ଡ ଖୁଣ୍ଟି ନିକଟ ତରପା ଚୁର୍ଗି ନଦୀ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ପାପ ପୁଣ୍ୟ, ଭଲ ମନ୍ଦ, ହାନି ଲାଭର ବିଚାର କରେନି ଭୋକ । ତିଳ ତିଳ କରି ଜାଳେ, ଶାନ୍ତିରେ ଶୁଆଇ ଦିଏନି । ପେଟର ଭୋକ ମଣିଷକୁ ସବୁକିଛି କରାଇ ପାରେ । ସୁନ୍ଦରଗଡ ବସଷ୍ଟାଣ୍ଡରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ପେଟର ଭୋକ ଆଗରେ ହାର ମାନିଛି ବୟସ । ବଚିଂବା ପାଇଁ ରାଜ୍ୟ ବାହାରୁ ଆସି ବାଉଁଶରାଣୀ ଖେଳ ଦେଖାଉଛି କୁନି ଝିଅ ।
ଜୀବନର ବହୁ ମୂଲ୍ୟବାନ ସମୟ ସେ ବକ୍ସିଂ ପାଇଁ ଦେଇଥିଲେ। ସାରା ଦେଶରେ ନାଁ କରିଥିଲେ। ଜାତୀୟ ସ୍ତରରେ ଖେଳି ଗୋଲ୍ଡ ମେଡାଲ୍ ଜିତିଥିଲେ। ବେଷ୍ଟ ବକ୍ସର ଆୱାର୍ଡ ପାଇଥିଲେ। ହେଲେ ଆଜି ସେସବୁ ତୁଚ୍ଛ ! ଏବେ ସ୍ତ୍ରୀ ଶଯ୍ୟାଶାୟୀ, ଘରେ ଖାଇବାକୁ ବି ନାହିଁ,ଋଣ କରି ଝିଅକୁ ପଢ଼ାଉଛନ୍ତି ପାଠ । ଆଉ ଏମାନଙ୍କୁ ଚଳେଇବାକୁ ନିଜେ ଚା ବିକୁଛନ୍ତି ରାଉରକେଲାର ରାମେଶ୍ୱର ରାଏ । ଜାତୀୟସ୍ତରର ବକ୍ସର ଆଜି ଚା ଦୋକାନୀ ।
ସମସ୍ତ ଅଭିଯୁକ୍ତ ରାଉରକେଲା ସହରର ଏବଂ ଧନୀକ ଶ୍ରେଣୀର ବୋଲି ସୂଚନା ମିଳିଛି। ଗଲା ଦୁଇ ବର୍ଷ ଭିତରେ ଏ ଗ୍ୟାଙ୍ଗ୍ ପ୍ରାୟ ୪୦ ଜଣ ଶିଶୁଙ୍କୁ ରାଜ୍ୟ ବାହାରେ ବିକି ଦେଇଥିବା କହିଛନ୍ତି ଖୋଦ୍ ରାଉରକେଲା ଏସପି।
ରାଉରକେଲାରେ ହୋଇଛି ଏକ ସୁନ୍ଦର ହୋଟେଲ। ଯାହାକି ଟ୍ରେନ୍ର ଏସି ବଗି ଭଳି ଦେଖାଯାଉଛି। ଏହାସହ ରହିବା ଓ ଖାଇବା ସୁବିଧା ମଧ୍ୟ ମିଳୁଛି। ହୋଟେଲ୍ଟିକୁ ଏମିତି ଭାବରେ ଡିଜାଇନ୍ କରାଯାଇଛି, ଯେକେହିବି ଏହାକୁ ଦେଖିଲେ ହଠାତ୍ ସେମାନଙ୍କୁ କୌଣସି ଏକ ଟ୍ରେନ୍ର AC କୋଚ୍ର ଭ୍ରମ ସୃଷ୍ଟି କରିବ।
ରାଉରକେଲା : ରାଉରକେଲା NIT ଲ୍ୟାବ୍ରେ ଅଗ୍ନିକାଣ୍ଡ। କମ୍ପ୍ୟୁଟର୍ ସାଇନ୍ସ ବିଭାଗ ଲ୍ୟାବ୍ରେ ଆଜି ସକାଳେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ଏସି ସଟ୍ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଗ୍ନିକାଣ୍ଡ ସମୟରେ ଲ୍ୟାବ୍ ହଲ୍ ଓ ଆଖପାଖ ରୁମ୍ରେ ଧୂଆଁ ଭରି ହୋଇଯିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହି ଖବର ପାଇବା ପରେ ୨ଟି ଦମକଳ ଗାଡ଼ି ସେଠାରେ ପହଞ୍ଚି ନିଆଁ ଲିଭାଇଥିଲା। ଏହି ଅଗ୍ନିକାଣ୍ଡ ପରେ ଏନ୍ଆଇଟି […]
ରାଉରକେଲା : ନିଟ୍ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ। ଗତକାଲି ରାଉରକେଲା ଡିଏଭି ପବ୍ଳିକ ସ୍କୁଲରେ ହୋଇଥିବା ପରୀକ୍ଷା ସମୟରେ ଜଣେ ନକଲି ପରୀକ୍ଷାର୍ଥୀଙ୍କୁ ଧରିବାରେ ସ୍କୁଲ କର୍ତ୍ତୃପକ୍ଷ ସକ୍ଷମ ହୋଇଛନ୍ତି। ତାଙ୍କ ନାଁ ରମେଶ କୁମାର। ଘର ରାଜସ୍ଥାନର ଡୁଙ୍ଗୁରୀ ଗ୍ରାମରେ। ଖବର ପାଇବାପରେ ଉଦିତନଗର ପୋଲିସ ଛାତ୍ରକୁ ଗିରଫ କରିଛି। ରମେଶ ଓଡ଼ିଶାର ଜଣେ ଛାତ୍ରଙ୍କ ପାଇଁ ପରୀକ୍ଷା ଦେବାକୁ ଆସିଥିଲେ। ଏହା ପଛରେ ଏକ ବଡ ରାକେଟ ଚାଲୁଥିବା ପୋଲିସ ଅନୁମାନ କରି ତଦନ୍ତ […]
ରାଉରକେଲା: ରାଉରକେଲା ଲିଗାଲ୍ ମେଟ୍ରୋଲୋଜି ବିଭାଗର ଆସିଷ୍ଟାଣ୍ଟ୍ କଣ୍ଟ୍ରୋଲର୍ ବିଦ୍ୟାଧର ବିଶ୍ୱାଳଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲିଠୁ ଜାରି ରହିଥିବା ଭିଜିଲାନ୍ସ ରେଡ଼୍ରୁ ଏହି ତଥ୍ୟ ଆଜି ସାମ୍ନାକୁ ଆସିଛି।ଗତକାଲି ରାଉରକେଲା ସ୍ଥିତ ତାଙ୍କ କାର୍ଯ୍ୟାଳୟ, ସରକାରୀ ବାସଭବନ ସମେତ ଭୁବନେଶ୍ୱର ବାସଭବନରେ ଭିଜିଲାନ୍ସ ଅଧିକାରୀ ଚଢ଼ାଉ କରିଥିଲେ । ଆଉ ୧ କୋଟି ୨୩ ଲକ୍ଷ ୪୨ ହଜାର ଟଙ୍କାର ସମ୍ପତ୍ତି ଠାବ କରିଛନ୍ତି […]
ରାଉରକେଲା: ରାଉରକେଲାରେ ଆସିଷ୍ଟାଣ୍ଟ୍ କଣ୍ଟ୍ରୋଲର୍ ଅଫ୍ ଲିଗାଲ୍ ମେଟ୍ରୋଲୋଜିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆସିଷ୍ଟାଣ୍ଟ୍ କଣ୍ଟ୍ରୋଲର୍ ବିଦ୍ୟାଧର ବିଶ୍ୱାଳଙ୍କ ରାଉରକେଲା ଏଲ୍ଆଇସି କଲୋନୀ ସ୍ଥିତ ସରକାରୀ କ୍ୱାର୍ଟର୍ସ, ଉଦିତନଗରରେ ଥିବା କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ। ଏଲ୍ଆଇସି କଲୋନୀ ସ୍ଥିତ E-24 ସରକାରୀ କ୍ୱାର୍ଟର୍ସକୁ ରେଡ୍ ପରେ ସିଲ୍ କରିଛି ଭିଜିଲାନ୍ସ। ରାଉରକେଲା ସହ ଭୁବନେଶ୍ୱର ପୋଖରୀପୁଟରେ ଥିବା […]