/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639032200.jpg)
Smart City Rourkela
ଭୁବନେଶ୍ୱର(ରିପୋର୍ଟର-ପବନ ତିୱାରୀ): ସ୍ମାର୍ଟସିଟି ରାଉରକେଲା ସହରରେ କେବେ ଗଡିବ ସ୍ମାର୍ଟ ବସ ? ଦେଶର ସ୍ମାର୍ଟସିଟି ତାଲିକାରେ ରାଉରକେଲା ସହର ଯୋଡି ହେବାର ୪ ବର୍ଷ ପୁରିଗଲାଣି । କିନ୍ତୁ ଏବେ ବି ସହର ଯେତେ ସ୍ମାର୍ଟ ହେବା କଥା ତାହା ହୋଇ ନଥିବାର ଦେଖିବାକୁ ମିଳିଛି । ଆଜି ଯାଏଁ ସହରରେ ସିଟି ବସ ସେବା ଆରମ୍ଭ ହୋଇ ପାରିନି । ଦେଶର ଅନ୍ୟ ସ୍ମାର୍ଟସିଟି ତୁଳନାରେ ରାଉରକେଲା ସହର ବହୁ ପଛରେ ଥିବାର ଦେଖିବାକୁ ମିଳିଛି । ଆଗକୁ କେବେ ରାଉରକେଲାରେ ସ୍ମାର୍ଟବସ ଗଡିବ , ତାକୁ ନେଇ ଆଶା, ଆଶଙ୍କାରେ ରହିଛନ୍ତି ଅଞ୍ଚଳବାସୀ ।
ବ୍ୟସ୍ତ ବହୁଳ ଷ୍ଟିଲ୍ ସିଟି ରାଉରକେଲାରେ ଭୋର ହେଲେ ଗହଳି ଚହଳି ବଢିଥାଏ । ଦିନ ଗଢେ ଏବଂ ସହର ମଧ୍ୟ ଚଳ ଚଞ୍ଚଳ ହୋଇଉଠେ । ସମସ୍ୟା ଏହା ଯେ, ଯାତ୍ରୀ ସଂଖ୍ୟା ବଢ଼ୁଥିଲେ ବି ଗମନା ଗମନ ପାଇଁ ସେତେଟା ସୁବିଧା ନାହିଁ । ଅଟୋ ଭଡା ଏତେ ବଢ଼ିଛି ଯେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
୨୦୧୬, ୧୭ ମସିହାରେ ସମଗ୍ର ଦେଶରେ ସ୍ମାର୍ଟସିଟି ର ମାନ୍ୟତା ପାଇଥିଲା ରାଉରକେଲା ସହର । କେନ୍ଦ୍ରୀୟ ସହାୟତା ଆସୁଥିଲେ ମଧ୍ୟ ଦେଶର ଅନ୍ୟ ସ୍ମାର୍ଟସିଟି ତୁଳନାରେ ରାଉରକେଲା ସହର ବହୁ ପଛରେ ରହିଛି । ଫଳରେ ଜିଲ୍ଳା ଓ ଜିଲ୍ଳା ବାହାରୁ ଜରୁରୀ କାମରେ ଆସିଥିବା ପଡୋଶୀ ରାଜ୍ୟର ଲୋକେ ମଧ୍ୟ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ସହରରେ NIIT, BPUT ଭଳି ଶିକ୍ଷାନୁଷ୍ଠାନ ରହିଥିଲେ ବି ଗମନା ଗମନର ସୁବ୍ୟବସ୍ଥା ନଥିବାରୁ ସ୍ଥାନୀୟ ବାସିନ୍ଦା ଓ ଛାତ୍ରଛାତ୍ରୀ ସମସ୍ୟାର ସମ୍ମୁଖିନ ହେଉଛନ୍ତି ।
ରାଉରକେଲା ସ୍ମାର୍ଟସିଟି ସିଇଓ ଦବ୍ୟ ଜ୍ୟୋତି ପରିଡାଙ୍କ କହିବାନୁଯାୟୀ ଖୁବ ଶିଘ୍ର ରାଉରକେଲା ସହରରେ ମଧ୍ୟ ସିଟି ବସ ସେବା ଆରମ୍ଭ ହେବ । ରାଉରକେଲା ଆରଟିଓଙ୍କୁ ଏନେଇ ରୁଟ ମ୍ୟାପ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି । ସହରର ମୁଖ୍ୟ ରାସ୍ତା, ମୁଖ୍ୟ ସ୍ଥାନ ଗୁଡିକରେ କେମିତି ସିଟି ବସ ଚଳାଚଳ କରିବ ସେନେଇ ମଧ୍ୟ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା କହିଛନ୍ତି ସିଇଓ । ପାନପୋଷ ଛକ ଠାରୁ ବିର୍ଷା ମୁଣ୍ଡା ଛକ, କଚେରି, ରାଉରକେଲା ସରକାରୀ ହସପିଟାଲ, ଏସପି ଅଫିସ ଭଳି ବିଭିନ୍ନ ସ୍ଥାନକୁ କେମିତି ସହଜରେ ଯିବା ଆସିବା କରିହେବ ସେନେଇ ଯୋଜନା ଚାଲିଥିବା କଥା କହିଛନ୍ତି ସିଇଓ ଦିବ୍ୟ ଜ୍ୟୋତି ପରିଡା । ଆଗକୁ କେବେ ଆରମ୍ଭ ହେଉଛି ଏ ଯୋଜନା, ଆଉ ଲୋକେ ତାର କେତେ ସୁବିଧା ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)