• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମାଆ ମୃତଦେହ ସହ ୫ ଦିନ ବିତାଇଲା ଝିଅ । ରାଉରକେଲା ସ୍ଥିତ ବାସନ୍ତୀ କଲୋନୀରେ ଏଭଳି କିଛି ଚାଞ୍ଚଲ୍ୟକର ଘଟଣା ଘଟିଛି । ଗୋଟିଏ ଘରେ, ଗୋଟିଏ ଛାତ ତଳେ ମାଆ ମୃତଦେହ ପାଖରେ ଝିଅ ପ୍ରାୟ ୫ ଦିନ ରହିଥିବା ପରେ ବନ୍ଦ ଘରୁ ପୋଲିସ୍ ମୃତଦେହ ଉଦ୍ଧାର କରିଛି । ତେବେ ମୃତକ ଜଣକ ସ୍ଥାନୀୟ ଅଞ୍ଚଳର ମଞ୍ଜୁ ପୁରୀ ବୋଲି ସୂଚନା ମିଳିଛି ।

ମୃତଦେହ ପାଖରେ ଝିଅ ପ୍ରାୟ ୫ ଦିନ ରହିଥିବା ଖବର ପାଇ ଗତକାଲି ପୋଲିସ୍ ରାତିରେ ଘର କବାଟ ଭାଙ୍ଗି ମୃତଦେହକୁ ଉଦ୍ଧାର କରିଛି । ପାଖରେ ଝିଅଙ୍କୁ ବି ଉଦ୍ଧାର କରାଯାଇଛି । ମଞ୍ଜୁଙ୍କ ଝିଅ ପ୍ରିୟଙ୍କାଙ୍କ ମାନସିକ ଅବସ୍ଥା ଠିକ୍ ନଥିବା ହେତୁ ସେ ମୃତ୍ୟୁ ସମ୍ପର୍କରେ କିଛି କହିପାରୁନାହାନ୍ତି । ତେବେ ଏହି ମାମଲାରେ ପୋଲିସ୍ ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ, ଦୀର୍ଘ ଦିନ ଧରି ମଞ୍ଜୁ ଓ ତାଙ୍କ ଝିଅ ପ୍ରିୟଙ୍କା ଏକାଠି ରହୁଥିଲେ । ମଞ୍ଜୁଙ୍କ ଅନ୍ୟ ତିନି ଜଣ ଝିଅ ଦିଲ୍ଲୀରେ ରୁହନ୍ତି । ଗତ ୧୮ ତାରିଖ ଦିନ ମଞ୍ଜୁ ଦିଲ୍ଲୀରେ ଥିବା ଝିଅଙ୍କ ସହ କଥା ହୋଇଥିଲେ । ତାପରଠାରୁ ଆଉ ଯୋଗାଯୋଗ ହୋଇପାରିନଥିଲା । ପଡ଼ୋଶୀ ବି ଉଭୟଙ୍କୁ ଦେଖିନଥିବାରୁ ସନ୍ଦେହ ବଢ଼ିଥିଲା ।