• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କେନ୍ଦ୍ର ସରକାର ଜାଣିଶୁଣି ଅଧିବେଶନକୁ ଆଗୁଆ ସାରିଦେଲେ ।

  • ଲୋକସଭାକୁ ଜାଣିଶୁଣି ମୁଲତବି ଘୋଷଣା କରିଛନ୍ତି ।

  • ବିରୋଧୀ ଦଳଗୁଡ଼ିକର ମିଳିତ ବିବୃତି ଜାରି ।

ନୂଆଦିଲ୍ଲୀ: ଅବଧି ପୂର୍ବରୁ ସସଂଦର ମୌସୁମୀ ଅଧିବେଶନ ଶେଷ କରିବାକୁ ନେଇ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସରକାର ଜାଣିଶୁଣି ଅଧିବେଶନକୁ ଆଗୁଆ ସାରିବା ସହ ଲୋକସଭାକୁ ମୁଲତବି ଘୋଷଣା କରିଛନ୍ତି । ଏନେଇ ବିରୋଧୀ ଦଳଗୁଡ଼ିକ ମିଳିତ ଭାବେ ବିବୃତି ଜାରି କରିଛନ୍ତି । ସଂସଦୀୟ ଗଣତନ୍ତ୍ର ପ୍ରତି କେନ୍ଦ୍ର ସରକାରଙ୍କର ସମ୍ମାନ ନଥିବା ଏହା ସୂଚାଉଚି ବୋଲି ବିରୋଧୀ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ସଂସଦରେ ପେଗାସସ ଗୁଇନ୍ଦାଗିରି, କୃଷକ ଆନ୍ଦୋଳନ, ମୁଦ୍ରାସ୍ଫିତି ଓ ଦେଶର ଅର୍ଥନୀତି ପ୍ରସଙ୍ଗରେ ଆଲୋଚନା କରିବାକୁ ବିରୋଧୀ ଚାହୁଁଥିଲେ । କିନ୍ତୁ ସରକାର ବିରୋଧୀଙ୍କ ସ୍ୱର ନ ଶୁଣି ସଂସଦକୁ ମୁଲତବି କରାଇଦେଲେ । କେନ୍ଦ୍ର ସରକାର ସଂସଦୀୟ ଗଣତନ୍ତ୍ରରେ ବିଶ୍ୱାସ କରୁନଥିବା ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ବୋଲି ବିରୋଧୀ କହିଛନ୍ତି ।

ଖାଲି ସେତିକି ନୁହେଁ, ସଂସଦରେ ଅଚଳାବସ୍ଥାକୁ ନେଇ କେନ୍ଦ୍ରକୁ ଦୋଷ ଦେବା ସହ ବିରୋଧୀ ଦଳ କହିଛନ୍ତି ଯେ, ସମସ୍ୟାର ସମାଧାନ ଲାଗି ବିରୋଧୀ ଦଳଗୁଡ଼ିକ ସବୁବେଳେ ଚାହିଁଥିଲେ । ଆଲୋଚନା ମାଧ୍ୟମରେ ସଂସଦର ଅଚଳାବସ୍ଥା ଦୂର କରାଯାଇ ପାରିବ ବୋଲି ବିରୋଧୀ କହି ଆସିିଛନ୍ତି । କିନ୍ତୁ କେନ୍ଦ୍ର ସରକାର ଏନେଇ ଆଗ୍ରହ ଦେଖାଇନଥିବା ବିରୋଧୀ ଅଭିଯୋଗ କରିଛନ୍ତି । 

ସଂସଦର ବିଧି ବ୍ୟବସ୍ଥାକୁ ଏଡ଼ାଇ ସଂଖ୍ୟାଗରିଷ୍ଠ ବଳରେ କେନ୍ଦ୍ର ସରକାର ନିଜର ବିଲ୍ ଗୁଡ଼ିକୁ ପାରିତ କରିନେଇ ସଂସଦୀୟ ଗଣତନ୍ତ୍ରକୁ ଅପମାନ କରିଥିବା ବିରୋଧି କହିଛନ୍ତି । ସରକାରଙ୍କ ଦୋଷ ଦୁର୍ବଳତା ଉପରୁ ଧ୍ୟାନ ହଟାଇବା ଲାଗି ନିଜେ ପ୍ରାୟୋଜିତ ଭାବେ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କରି ବିରୋଧୀଙ୍କ ଉପରେ ଦୋଷ ଲଦୁଥିବା ମଧ୍ୟ ବିବୃତିରେ କୁହାଯାଇଛି ।

ସେହିଭଳି ବିବୃତି ଜାରି ପୂର୍ବରୁ ବିରୋଧୀ ଦଳଗୁଡ଼ିକ ଗୋଟିଏ ରାଲି କରିଥିଲେ । ସଂସଦ ଭବନରୁ ବିଜୟ ଚୌକ ଯାଏ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରି ପଦଯାତ୍ରା କରିଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ ଶୋଭାଯାତ୍ରା କରି ବିଜୟ ଚୌକ ଆସିଥିଲେ ।