Advertisment

ଥାନାରେ ପହଞ୍ଚିଲା ଓଲିଉଡ୍‌ ଷ୍ଟାରଙ୍କ କଳି

ଥାନାରେ ପହଞ୍ଚିଲା ଓଲିଉଡ୍‌ ଷ୍ଟାରଙ୍କ କଳି। ସାମାନ୍ୟ ଗାଡ଼ି ପାର୍କିଂକୁ ନେଇ ଓଡ଼ିଆ ଅଭିନେତା ବବି ମିଶ୍ର ଓ ତାଙ୍କ ପଡ଼ୋଶୀ ତଥା ଅଭିନେତା ତପି ମିଶ୍ରଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଜଣାପଡ଼ିଛି। ଯାହାକୁ ସମାଧାନ କରିବାକୁ ଯାଇ ଉଭୟ ବବି ଓ ତପି ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ପହଞ୍ଚିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Actor Tapi And Bobby Mishra

Actor Tapi And Bobby Mishra

ଭୁବନେଶ୍ୱର: ଥାନାରେ ପହଞ୍ଚିଲା ଓଲିଉଡ୍‌ ଷ୍ଟାରଙ୍କ କଳି। ସାମାନ୍ୟ ଗାଡ଼ି ପାର୍କିଂକୁ ନେଇ ଓଡ଼ିଆ ଅଭିନେତା ବବି ମିଶ୍ର ଓ ତାଙ୍କ ପଡ଼ୋଶୀ ତଥା ଅଭିନେତା ତପି ମିଶ୍ରଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଜଣାପଡ଼ିଛି। ଯାହାର ସମାଧାନ କରିବାକୁ ଯାଇ ଉଭୟ ବବି ଓ ତପି ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ପହଞ୍ଚିଛନ୍ତି। ପାର୍କିଂକୁ ନେଇ ବବି ଧମକ ଦେଇଥିବା ତପି ଅଭିଯୋଗ ଆଣିଥିବା ବେଳେ ତପିଙ୍କ ଅଭିଯୋଗକୁ ବବି ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି। ବବି ଓ ତପି ଉଭୟଙ୍କୁ ଆଜି ନୟାପଲ୍ଲୀ ଥାନାକୁ ଡକା ଯାଇ ପୋଲିସ ପଚରାଉଚରା କରିଛି।

Advertisment

ସୂଚନା ଅନୁସାରେ, ଗତକାଲି ଗାଡ଼ି ପାର୍କିଂକୁ ନେଇ ବବି ମିଶ୍ରଙ୍କ ସହ ତପି ମିଶ୍ରଙ୍କର ଝଗଡ଼ା ହୋଇଥିଲା। ଏହାପରେ ବବି, ତପିଙ୍କୁ ବାଡ଼େଇଥିବା ମଧ୍ୟ ଅଭିଯୋଗ ହୋଇଛି। ବବି କେବଳ ତପିଙ୍କୁ ବାଡ଼େଇ ନଥିଲେ ଏପରିକି କିଛି ଗ୍ୟାଙ୍ଗଷ୍ଟରଙ୍କ ନାଁ ନେଇ ତାଙ୍କୁ ଧମକ ମଧ୍ୟ ଦେଇଥିଲେ। ଏପରିକି ତପିଙ୍କୁ ମାରି ତାଙ୍କ ପତ୍ନୀଙ୍କୁ ବାହା ହେବା ନେଇ ବବି କହିଥିବା ତପି ଅଭିଯୋଗ ଆଣିଛନ୍ତି। ତପିଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ଆଜି ବବିଙ୍କୁ ଥାନାକୁ ଡକାଇଥିଲେ। ତପି ମଧ୍ୟ ଥାନାରେ ଉପସ୍ଥିତ ଥିଲେ। ଉଭୟଙ୍କୁ ଆଜି ନୟାପଲ୍ଲୀ ଥାନାକୁ ଡକା ଯାଇ ପୋଲିସ ପଚରାଉଚରା କରିଛି।

Advertisment

ତପିଙ୍କ ପତ୍ନୀ ବବିଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, ‘ବବି ମିଶ୍ର କାହାସହ ଫୋନ୍‌ରେ କଥା ହେଉଥିବା ମୁଁ ଶୁଣିବାକୁ ପାଇଲି। ଏହି ସମୟରେ ସେ କହିଥିଲେ, ଆଜି ଲୋକ ଡକାଇବି। ତପି ମିଶ୍ରକୁ ମାରିବି ଓ ତା ସ୍ତ୍ରୀକୁ ବାହା ହେବି। ଏପରିକି ବବି ଆସି ଆମ ଘରର ଗ୍ରୀଲକୁ ଗୋଇଠା ମାରିଛନ୍ତି। ଫଳରେ ମୋତେ ଗ୍ରୀଲରେ ଚାବି ଲଗାଇବାକୁ ପଡ଼ିଲା।’

ଅନ୍ୟପକ୍ଷେ, ତପି ଆଣିଥିବା ଅଭିଯୋଗକୁ ବବି ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି। ବବି କହିଛନ୍ତି, ନା ତାଙ୍କ ପାଖରେ କୌଣସି ବନ୍ଧୁକ ଅଛି ନା ସେ କୌଣସି ଗ୍ୟାଙ୍ଗଷ୍ଟରଙ୍କ ନାଁ ନେଇ ଧମକ ଦେଇଛନ୍ତି। ଏପରିକି ତପିଙ୍କୁ ମାରି ତାଙ୍କ ପତ୍ନୀଙ୍କୁ ବାହା ହେବା କଥା ମଧ୍ୟ ବବି ଖଣ୍ଡନ କରିଛନ୍ତି। 

Tapi Mishra Ollywood Star War Bobby Mishra Odisha
Advertisment
Advertisment