• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ବ୍ୟାଟେରୀ ଗାଡ଼ି କିଣିଲେ ମିଳିବ ରିହାତି। ଇ- ଯାନ ଉପରେ ରାଜ୍ୟ ସରକାର ରିହାତି ଘୋଷଣା କରିଛନ୍ତି। ଦୁଇ ଚକିଆ ଯାନ କିଣିଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ। ୩ ଚକିଆ ଯାନ କିଣିଲେ ୧୦ ହଜାର ଏବଂ  ୪ ଚକିଆରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ।

ସେହିପରି  ନନ୍ ଏସି ବସ୍‌ରେ ୨ ଲକ୍ଷ ଏବଂ ଏସି ଡିଲକ୍ସ ବସ୍‌ରେ ୪ ଲକ୍ଷ ପର୍ଯ୍ୟନ୍ତ ରିହାତି ମିଳିବ। ସରକାରୀ କର୍ମଚାରୀଙ୍କୁ ଶତ ପ୍ରତିଶତ ସୁଧ ରିହାତି ଋଣ ଦିଆଯିବ। ଇ-ଯାନ ନୀତି ପ୍ରଦୂଷଣ ରୋକିବାରେ ସକ୍ଷମ ହେବ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।   

ଇ- ଯାନ ପଲିସି ଉପରେ ଗତକାଲି କ୍ୟାବିନେଟ୍ ନିଷ୍ପତ୍ତି ହୋଇଥିଲା। ଏହି ନୀତି ଅନୁସାରେ ବୈଦ୍ୟୁତିକ ଯାନ ଓ ଏହାର ଯନ୍ତ୍ରାଂଶ ଏବଂ ବ୍ୟାଟେରୀ ଉତ୍ପାଦନକାରୀ ଉଦ୍ୟୋଗୀଙ୍କୁ ଉତ୍ସାହିତ କରାଯିବ। ବୈଦ୍ୟୁତିକ ଯାନର ନବୀକରଣ ଓ ଗବେଷଣାକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇ ଦିଆଯିବ।

ଉତ୍ପାଦନକାରୀ କମ୍ପାନୀ ଓ ଯାନ ବ୍ୟବହାରକାରୀ ସାଧାରଣ ଲୋକଙ୍କୁ ଆର୍ଥିକ ରିହାତି ସହ ଗାଡ଼ି ପଞ୍ଜୀକରଣ ଦେୟ, ରୋଡ୍  ଟ୍ୟାକ୍ସ ଆଦି ଛାଡ଼ କରାଯିବାର ବ୍ୟବସ୍ଥା ରହିଛି। ଏହାବ୍ୟତୀତ ପୁରୁଣା ଗାଡ଼ି ସ୍କ୍ରାପ୍ ଓ ବୈଦ୍ୟୁତିକ ଗାଡ଼ି କିଣିବା ଲାଗି ଋଣ ବାଦଦକୁ ସୁଧ ଛାଡ଼ର ବ୍ୟବସ୍ଥା ମଧ୍ୟ ରହିଛି।ଆସନ୍ତା ୨୦୨୫ ସୁଦ୍ଧା ରାଜ୍ୟରେ ୨୦ ପ୍ରତିଶତ ଇ-ଯାନ ବ୍ୟବହାର କରିବା ଲକ୍ଷ୍ୟରେ ଇ-ଓଡ଼ିଶା ବୈଦ୍ୟୁତିକ ମୋଟର ଯାନ ନୀତି ୨୦୨୧ ଅଣାଯାଇଛି।