Advertisment

ଆସୁଛି ଲଘୁଚାପ, ୧୫ରେ ଛୁଇଁବ ଉପକୂଳ

ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟୁଇଟ୍  କରିଛି।  ସେପଟେ ରାଜ୍ୟର ଅର୍ଦ୍ଧେକ ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ଫେରିଛି। ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାରୁ ସଂପୂର୍ଣ୍ଣ ଭାବେ ମୌସୁମୀ ଚାଲିଯାଇଛି।

author-image
Chandan Shishu
Low pressure in bay of bengal

Low pressure in bay of bengal

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ୧୩ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୩ ସୁଦ୍ଧା ଲଘୁଚାପ ସୃଷ୍ଟି ହେବ ଆକଳନ କରିଛି ପାଣିପାଗ ବିଭାଗ। ଲଘୁଚାପ ସୃଷ୍ଟି ପରେ କ୍ରମେ ପଶ୍ଚିମ ଉତ୍ତର ଦିଗକୁ ଅଗ୍ରସର ହେବ। ପଶ୍ଚିମ-ଉତ୍ତର ମୁହାଁ ହୋଇ ୧୫ ସୁଦ୍ଧା ଉପକୂଳ ଛୁଇଁବା ସମ୍ଭାବନା ରହିଛି। ୱେଲ ମାର୍କଡ ଲଘୁଚାପ ଭାବେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ମଧ୍ୟରେ ଉପକୂଳ ଛୁଇଁବା ସମ୍ଭାବନା ରହିଛି। ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟୁଇଟ୍  କରିଛି। 

Advertisment

ତେବେ ରାଜ୍ୟର ଅର୍ଦ୍ଧେକ ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ଫେରିଛି। ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାରୁ ସଂପୂର୍ଣ୍ଣ ଭାବେ ମୌସୁମୀ ଚାଲିଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ସୋନପୁର ଓ ନୂଆପଡ଼ା। ଅନୁଗୁଳ ଏବଂ ବୌଦ୍ଧ ଜିଲ୍ଲାର ଅଧିକାଂଶ ଅଞ୍ଚଳରୁ ମଧ୍ୟ ଚାଲିଯାଇଛି। ସେହିପରି ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳର କିଛି ଅଞ୍ଚଳରୁ ମୌସୁମୀ ଫେରିଛି। ଆଗାମୀ ୧୨ ଘଣ୍ଟାରେ ଆଉ କିଛି ଅଞ୍ଚଳରୁ ଚାଲିଯିବ ବୋଲି ପାଣିପାଗ ବିଭାଗ କହିଛି। 

Advertisment
Odisha Weather Update Monsoon Low Pressure Alert
Advertisment
Advertisment