ଆଜି ଆସିବ କାମ ଚଳା ବଜେଟ୍। ଏହା ପୂର୍ବରୁ ଗତକାଲି ଆସିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରୁ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୧୦.୧% ରହିବା ନେଇ ଆକଳନ କରାଯାଇଛି।
ପାନୀୟ ଜଳ ପ୍ରକଳ୍ପ ବିଳମ୍ବ ଓ ପିଇବା ପାଣି ସଙ୍କଟ ନେଇ ଗୃହରେ ଉଦବେଗ । ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ବିଳମ୍ବ ନେଇ ଗୃହରେ ଆଲୋଚନା ବେଳେ ଗୃହରେ ଉଠିଲା ପିଇବା ପାଣି ପ୍ରସଙ୍ଗ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ବିଧାନସଭାରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିବା ଉଦ୍ଦେଶ୍ୟରେ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ ଦଳ ।
ବିଧାନସଭାରେ ମାନସ ସ୍ୱାଇଁ ହତ୍ୟା ମାମଲା ପ୍ରସଙ୍ଗ ଉଠିଛି। ଆଜି ଏହି ପ୍ରସଙ୍ଗ ଉଠାଇ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ରାଜ୍ୟ ସରକାରଙ୍କୁ ଘେରିଛନ୍ତି।
ଇଲୋ ବୋଉ ! ହଇରେ ନାରଣ ଇଏ କି ଦୃଶ୍ୟ। ଆମ ପାପୁଲି ଦଳିଆ ନେତାଏ ଭଲ ଛିଣ୍ଡେଇ ଛିଣ୍ଡେଇ କବିତା ସବୁ ଲେଖିଛନ୍ତି। ଚାଲୁନ ଟିକେ ପଢ଼ିବା।
କଂଗ୍ରେସରେ ଚଉକି ଗଣାଚାଲିଛି । ଯାହା ହେଲେ ବି ବିଳମ୍ୱ । ଜୁନିୟରଙ୍କୁ ସ୍କୋପ୍ ମିଳିବ କି ? ସବୁ ଜାଣିଛନ୍ତି ତାରା ବାବୁ । ଠିକ୍ ସମୟରେ ଗର୍ଜନ କରିବେ ।
ମମିତା ମେହେର ପ୍ରସଙ୍ଗରେ ଆଜି ବିଜେପି ଯୁବ ମୋର୍ଚ୍ଚାର ଧାରଣା । ବିଧାନସଭା ଘେରାଉ କରିବ ବିଜେପି ଯୁବ ମୋର୍ଚ୍ଚା ।
ଭିତର ରତ୍ନଭଣ୍ଡାର ୧୯୮୫ରେ ଶେଷଥର ପାଇଁ ଖୋଲା ହୋଇଥିବା ବେଳେ ଦୀର୍ଘ ୩୬ ବର୍ଷ ହେବ ଭିତର ରତ୍ନଭଣ୍ଡାର ଖୋଲାଯାଇନାହିଁ।
ମମିତା ମାମଲାରେ ଆସମ୍ଲିରେ ଜାରି ରହିଛି ପଲିଟିକାଲ ହାଇଡ୍ରାମାI ନବୀନଙ୍କୁ ଧୃତରାଷ୍ଟ୍ର ଓ ଦିବ୍ୟଶଙ୍କରଙ୍କୁ ଦୁର୍ଯ୍ୟଧନ ଦର୍ଶାଇଲା ବିଜେପି I ଘଣ୍ଟ ପିଟି ଚେତାଇବାକୁ ଚେଷ୍ଟାକଲେ ବିଜେପି ସଦସ୍ୟ I ଦୁର୍ଗା ରୂପରେ ମମିତାଙ୍କୁ ଚିତ୍ରଣ କରି କଂଗ୍ରେସର ବିଧାନସଭା ପରିକ୍ରମା I ବିରୋଧୀ ସଦସ୍ୟ ଙ୍କ ଉପରେ ବିଜେଡି ଛିଞ୍ଚିଲା ଜଗନ୍ନାଥଙ୍କ ଜଳ I
ବିଜେଡି କହୁଛି ବିରୋଧୀ ଦଳ ଡ୍ରାମା କରୁଛନ୍ତି, କିନ୍ତୁ ଠିକ୍ ଓଲଟା। ତାଙ୍କ ଦୃତରାଷ୍ଟ୍ର ନବୀନ ବାବୁ ଡ୍ରାମା କରୁଛନ୍ତି ବୋଲି କହିଛନ୍ତି।
ଗୋଟିଏ ଲୋକକୁ ବଞ୍ଚେଇବାକୁ ବିଧାନସଭାକୁ ଆସୁନାହାନ୍ତି ମୁଖ୍ୟମନ୍ତ୍ରୀ.. ରାଜ୍ୟବାସୀଙ୍କ ସ୍ୱାର୍ଥକୁ ବଳୀ ପକେଇଦେଉଛନ୍ତି.. ଗୃହକୁ ଚଲେଇ ଦେଉନାହାନ୍ତି ଶାସକ ଦଳ..ଏହାର ପ୍ରତିବାଦ କରି ବିଜେପି ମହାପ୍ରଭୁ ଜଗନ୍ନାଥଙ୍କ ଶରଣ ପଶିଛି..
୬ ଦିନ ହେଲାନି ଚାଲିପାରୁନି ବିଧାନସଭା ଗୃହ । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗୃହ ବାରମ୍ବାର ମୁଲତବ ହେଉଛି । ତେଣୁ ବିଜେଡି ଆଜି ଗୃହରେ ଗଙ୍ଗାପାଣି ଛିଞ୍ଚିବା ସହ ଗାନ୍ଧି ମୂର୍ତ୍ତୀ ତଳେ ଧାରଣା ଦେଇଛି ।
ବିଧାନସଭା ଶୀତ ଅଧିବେଶନର ୬ଷ୍ଠ ଦିନରେ ବି ମୁଲତବୀ ହେଲା ଗୃହ.. ବିରୋଧୀଙ୍କ ହଟ୍ଟଗୋଳ ପରେ ଗୃହ ମୁଲତବୀ କଲେ ବାଚସ୍ପତି
ଷଷ୍ଠ ଦିନରେ ବି ବିଧାନସଭାରେ ଅଚଳାବସ୍ଥା ଦେଖିବାକୁ ମିଳିଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗରେ ଘଣ୍ଟ ବାଡେଇଥିଲେ।
ଆମର ଦାବି ସରକାର ତୁମେ ମାନିନିଅ... କମ୍ପୁଛି ଗୃହ... ନିଜ ଜିଦ୍ରେ ଅଟଳ ଶାସକ-ବିରୋଧୀ
ଆଜି ବି ଚାଲିପାରିଲାନି ବିଧାନସଭା.. ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ବିରୋଧୀ ହଟ୍ଟଗୋଳ କରିଥିବା ବେଳେ ବିଜେଡି ମୁଖା ପିନ୍ଧି ପ୍ରତିବାଦ କରିଥିଲା..ପରେ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଥିଲେ.. ଏହାକୁ ନିନ୍ଦା କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀ ପତି
ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଧାନସଭାରେ ବିରୋଧୀ ହଟ୍ଟଗୋଳ କରିଥିବା ବେଳେ ଶାସକ ଗୋଷ୍ଠୀ ବିଜେଡି ଗାନ୍ଧି ମୂର୍ତ୍ତି ତଳେ ଜୟୀ ରାଜଗୁକୁଙ୍କ ମୁଖା ପିନ୍ଧି କେନ୍ଦ୍ର ସରକାର ବିରୋଧରେ ପ୍ରତିବାଦ କରିଛି.. ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବି କରି ବିଜେଡି ବିରୋଧ ପ୍ରଦର୍ଶନ କରୁଛି
ଆଜି ବି ଚାଲିପାରିଲାନି ବିଧାନସଭା.. ଗୃହ ଭିତରେ ବିରୋଧୀଙ୍କ ହଟ୍ଟଗୋଳ ସାଙ୍ଗକୁ ଶାସକ ବିଜେଡି ବିଧାୟକମାନେ ବି ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ କରିଛନ୍ତି.. ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ କଂଗ୍ରେସ ବାଚସ୍ପତିଙ୍କ ପୋଡିୟମ ଘେରିଥିବା ବେଳେ ବିଜେପି ମଧ୍ୟ ପୋଷ୍ଟର କଳା ଗାମୁଛା ପକାଇ ବିରୋଧ ପ୍ରଦର୍ଶନ କରିଛି..
ଆଜିଠାରୁ ପୁଣି ଆରମ୍ଭ ହେଉଛି ବିଧାନସଭା । ମମିତା ମେହର ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିପାରନ୍ତି ବିରୋଧି । ବିଧାନସଭା ୪ ଦିନ ଚାଲିଥିବାବେଳେ ଗୋଟିଏ ଦିନ ବି ଠିକ୍ରେ ଚାଲିପାରିନଥିଲା ଗୃହ । ପ୍ରଥମ ଦିନ ପ୍ରବେଶ ପଥରେ ତାଲା ମାରିଥିଲେ । ଦ୍ୱିତୀୟ ଦିନ ବ୍ୟାନର ଓ ପୋଷ୍ଟର ଦେଖାଇଲେ, ତୃତୀୟ ଦିନ ଗୋବର ଓ ଗଙ୍ଗାପାଣି ଛିଞ୍ଚିଥିଲେ ବିରୋଧି ।
ସ୍ୱାଭାବିକ ହେଉନି ବିଧାନସଭା : ନିଜ ଜିଦ୍ରେ ଅଟଳ ବିରୋଧୀ....ଆଜି କଂଗ୍ରେସ ଛିଞ୍ଚିଲା ଗୋବର ଓ ଗଙ୍ଗା ପାଣି
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପୂଜକ ବେଶରେ ଆସି ବିଧାନସଭା ମଧ୍ୟରେ ଗଙ୍ଗା ଜଳ ଛିଞ୍ଚି ଥିଲେ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରବେଶ ଯୋଗୁ ପବିତ୍ର ଗୃହ ଅପବିତ୍ର ହୋଇଥିବା ଦର୍ଶାଇ ତାରା ଗଙ୍ଗା ଜଳ ଛିଞ୍ଚିଥିଲେ।
ମମିତା ମାମଲାକୁ ନେଇ ବିଜେପିର ଅଭିନବ ପ୍ରତିବାଦ। ଗଙ୍ଗାଜଳ ଓ ଗୋବର ପାଣି ଛିଞ୍ଚି ଶୁଦ୍ଧ କଲେ ବିଧାନସଭା ପରିସର । ନବୀନଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବାକୁ ମାଷ୍ଟରକ୍ୟାଣ୍ଟିନରେ ଘଣ୍ଟମାଡ଼ । ପ୍ଲାକାର୍ଡ ଧରି କଂଗ୍ରେସର ବିକ୍ଷୋଭ, ବିଜେଡି କହିଲା ନାଟକ
ୟୁପିରୁ ଗଙ୍ଗା ପାଖ, ତେଣୁ ସେଠାରେ ଗଙ୍ଗା ପାଣି ପକାନ୍ତୁ ବିଜେପି ବାଲା...ସେଇଠି ନରହତ୍ୟାକାରୀ ଭର୍ତ୍ତି ହୋଇଛନ୍ତି
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନାରାଜ ନବୀନ ବାବୁ : ସେମାନେ ଅପବିତ୍ର କଲେ, ଆମେ ଗୋବର ପାଣି ଓ ଗଙ୍ଗା ପାଣି ଛିଞ୍ଚି ଗୃହକୁ ପବିତ୍ର କଲୁ