Advertisment

ପୂଜକ ବେଶରେ ଆସି ବିଧାନସଭାରେ ଗଙ୍ଗା ଜଳ ଛିଞ୍ଚିଲେ ତାରା

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପୂଜକ ବେଶରେ ଆସି ବିଧାନସଭା ମଧ୍ୟରେ ଗଙ୍ଗା ଜଳ ଛିଞ୍ଚି ଥିଲେ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରବେଶ ଯୋଗୁ ପବିତ୍ର ଗୃହ ଅପବିତ୍ର ହୋଇଥିବା ଦର୍ଶାଇ ତାରା ଗଙ୍ଗା ଜଳ ଛିଞ୍ଚିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Congress MLA Tara Bahinipati

Congress MLA Tara Bahinipati

ଭୁବନେଶ୍ୱର: ଆଜି ମଧ୍ୟ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ ହୋଇଥିଲା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ବିରୋଧୀ ବିଧାନସଭାରେ ବିରୋଧ ଜାରି ରଖିଛନ୍ତି।

Advertisment

ଆଜି ସକାଳେ ଗୃହ କାର୍ଯ୍ୟ ଆରମ୍ଭରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପୂଜକ ବେଶରେ ଆସି ଗୃହ ମଧ୍ୟରେ ଗଙ୍ଗା ଜଳ ଛିଞ୍ଚି ଥିଲେ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରବେଶ ଯୋଗୁ ପବିତ୍ର ଗୃହ ଅପବିତ୍ର ହୋଇଥିବା ଦର୍ଶାଇ ତାରା ଗଙ୍ଗା ଜଳ ଛିଞ୍ଚିଥିଲେ। 

ତାରାଙ୍କ ଗଙ୍ଗା ପାଣି ସିଞ୍ଚନ ବେଳେ ଅନ୍ୟ ବିରୋଧୀ ବିଧାୟକମାନେ ଘଣ୍ଟ ବଜାଇଥିଲେ। ଘଣ୍ଟ ନାଦରେ ଗୃହ କମ୍ପିଥିଲା। ଯେ ପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ କରାଯାଇ ନାହିଁ, ସେ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ। ପ୍ରତିବାଦ ଆଗକୁ ଅଧିକ ଜୋର ହେବ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଛନ୍ତି। ସେପଟେ ଶାସକ ଦଳ ଏହାକୁ ନିନ୍ଦା କରିଛି। ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଏଭଳି କରାଯିବା ଠିକ୍ ନୁହଁ ବୋଲି ବିଜେଡି କହିଛି।

Advertisment

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ପ୍ରସଙ୍ଗରେ ବିରୋଧୀଙ୍କ କଡା ବିରୋଧ ପରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ଏକ ଅତ୍ୟନ୍ତ ଦୁଃଖ ଓ ଦୁର୍ଭାଗ୍ୟଜନକ ଘଟଣା। ଆଇନ ଅନୁଯାୟୀ ଯେତେ ଶୀଘ୍ର ହେବ ନ୍ୟାୟ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Winter Session Odisha Assembly Congress MLA Tara Bahinipati
Advertisment
Advertisment