ଆଗକୁ ସାଧାରଣ ନିର୍ବାଚନ । ସରକାରୀ ଦଳର ଫୋକସ ଏବେ ସଂଗଠନ ଉପରେ । କାରଣ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀ ଅନୁଗୁଳରେ ସଂଗଠନ ଦୁର୍ବଳ ହେବା କାରଣରୁ ସେ ଇସ୍ତଫା ଦେଇ ସଂଗଠନ ସଜାଡିବା କାମରେ ଲାଗିଛନ୍ତି ।
ପୂର୍ବରୁ ସଂଘର ଦାବିକୁ ନେଇ ରାଜ୍ୟ ସରକାରଙ୍କ ସହ ବାରମ୍ବାର ଆଲୋଚନା ହୋଇଛି । ଏମିତି କି ପରିବହନ ମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଛି ସଂଘ । ହେଲେ ସଂଘର ଦାବି ମୁତାବକ ସରକାର ସେପରି କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି ।
ବିଭିନ୍ନ ପ୍ରସଙ୍ଗରେ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇପାରନ୍ତି । ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉପସ୍ଥାପନ ହେବାର ସମ୍ଭାବନା ରହିଛି ।
ଗଞ୍ଜାମରେ ଗୁଣିଗାରେଡି, ଖଟବିଦ୍ୟା କିମ୍ବା ତନ୍ତ୍ରବିଦ୍ୟା ନୂଆ କଥା ନୁହେଁ । ଏହାକୁ ଅନ୍ଧବିଶ୍ୱାସ କିମ୍ବା କୁସଂସ୍କାର କହି ସଚେତନ କରାଯାଉଥିଲେ ବି ବସାବାନ୍ଧି ରହିଛି ଲୋକଙ୍କ ମନରେ । ବର୍ତ୍ତମାନ ମା’ଙ୍କ ନବଦିନାତ୍ମକ ପୂଜା ପାଠ ଜାରି ରହିଛି ।
ସେପ୍ଟେମ୍ବର ୫ । ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ଟାଇଁସି ସଂରକ୍ଷିତ ଜଙ୍ଗଲରୁ ମିଳିଲା ୨ ହାତୀଙ୍କ ମୃତଦେହ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୋଟିଏ ଦନ୍ତା ସହ ଛୁଆ ମାଈ ହାତୀର ମୃତ୍ୟୁ ଘଟିଥିଲା । ସେପ୍ଟେମ୍ବର ୨୧ । ହାତୀ ମୃତ୍ୟୁ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଆଠଗଡ଼ ନରସିଂହପୁର ଜଙ୍ଗଲରୁ ଉଦ୍ଧାର ହେଲା ଆଉ ଏକ ଦନ୍ତା ହାତୀର ଶବ ।
ଦୁଇ ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିଜେପି ଗୃହକୁ ଅଚଳ କରିପାରେ ।
ବିରୋଧୀଙ୍କ ପ୍ରବଳ ଚାପ ପରେ ଶେଷରେ ୟୁ-ଟର୍ଣ୍ଣ ମାରିଲେ ସରକାର । ବିରୋଧୀ ଦଳ ନେତାଙ୍କ ପ୍ରତି ଦିଆଯାଇଥିବା 'ମେଣ୍ଟାଲ୍ ଡିଜ୍ଅର୍ଡର' ମନ୍ତବ୍ୟକୁ ଗୃହ ବିବରଣୀରୁ ବାଦ୍ ଦିଆଯାଇଛି । ତେବେ ଦୁଇ ବିଜେପି ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର ହୋଇନଥିବାରୁ ବିଧାନସଭାରେ ହଟ୍ଟଗୋଳ ଜାରି ରହିଛି । ଏନେଇ ବିରୋଧୀ ବିଜେପି ଗୃହରେ ହଙ୍ଗାମା କରିବା ସହିତ ଉଭୟ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଟାର୍ଗେଟ୍ କରିଛି ।
ବିରୋଧୀ ଦଳ ନେତାଙ୍କ ପ୍ରତି ବିଜେଡି ବିଧାୟକ ଅରୁଣ ସାହୁ ଏହି ମନ୍ତବ୍ୟ ଦେଇଥିଲେ। ଅରୁଣ ସାହୁଙ୍କ ଏହି ମନ୍ତବ୍ୟ ପରେ ଗୃହ କମ୍ପିଥିଲା। ଏହା ସହ ଏହି ମନ୍ତବ୍ୟକୁ ବିବରଣୀରୁ ବାଦ୍ ଦେବାକୁ ଦାବି ହୋଇଥିଲା।
ବିରୋଧୀ ବିରୋଧ କରିବେ କିନ୍ତୁ ସରକାର ଗୃହ ଚଳାଇବା କଥା । ଗୃହ ନ ଚାଲିବା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ଗୃହ ବନ୍ଦ ହେବାରୁ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠି ପାରିଲାନି । ସରକାର ଭୟଭୀତ ହୋଇ ରହିଛନ୍ତି।
ନିଜକୁ ଅସୁରକ୍ଷିତ ବୋଲି କହିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ନିଜକୁ ଗୃହ ଓ ଗୃହ ବାହାରେ ଅସୁରକ୍ଷିତ ମନେ କରୁଥିବା କହିଲେ । ଆଜି ମୋର ସମ୍ବଲପୁର ଘର ଆଗରେ ବିକ୍ଷୋଭ କରାଯାଉଛି ।
5-T ସଚିବଙ୍କ ଗସ୍ତକୁ ନେଇ ଥମୁନି ବରଂ ବଢି ଚାଲିଛି ବିବାଦ । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ବି ପାଣ୍ଡିଆନଙ୍କୁ ନେଇ ମୁହାଁମୁହିଁ ଶାସକ ବିରୋଧୀ ।
5-T ସଚିବଙ୍କ ଗସ୍ତକୁ ନେଇ ଥମୁନି ବରଂ ବଢି ଚାଲିଛି ବିବାଦ । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ବି ପାଣ୍ଡିଆନଙ୍କୁ ନେଇ ମୁହାଁମୁହିଁ ଶାସକ ବିରୋଧୀ ।
ଡାଲି ଭଲ ପାଉଥିବାରୁ ତାଙ୍କୁ ଡାଲି ଉପହାର ଦେଉଥିଲୁ । ବାଚସ୍ପତି ନିର୍ଦ୍ଦଳୀୟ ନିଷ୍ପତ୍ତି ନେବା କଥା, ହେଲେ ସେ ସେମିତି କରୁନାହାନ୍ତି । ସେ ନିରପେକ୍ଷ ହେଉନଥିବାରୁ ପ୍ରତିବାଦରେ ଡାଲି ଉପହାର ଦେଉଥିଲୁ ବୋଲି ମୁକେଶ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ।
୨ ବିଧାୟକଙ୍କୁ ସସ୍ପେଣ୍ଡ ନେଇ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା ।
ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ । କଡ଼ା ପ୍ରତିକ୍ରିୟା ଦେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।
ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ ।
ବିରୋଧୀ ଆପତ୍ତି ଉଠାଇବା ପରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ, ` ମୁଁ ଅପା ବୋଲି ସବୁବେଳେ ଡାକେ, ସେଥିପାଇଁ ପାଟିରୁ ଅପା ଶବ୍ଦ ବାହାରିଗଲ । ଆପଣମାନେ କହୁଛନ୍ତି ତେବେ Hounreble Spekaer Madam ଯଥା `ଅପା´ ବୋଲି କହି ପୁଣି ଥରେ ସମ୍ବୋଧନ କରିଥିଲେ କୃଷି ମନ୍ତ୍ରୀ ।
ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଗୃହରେ ହୋହଲ୍ଲା କରିଥିଲେ ।
ସିଏମ୍ଓ କାହାକୁ କହନ୍ତି, ଜଣେ ସଚିବ କଣ ଅଫିସ୍ କି ବୋଲି ସେ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବିରୋଧୀଙ୍କ ଟାର୍ଗେଟ । କହିଲେ ବିଧାନସଭାର ଆବଶ୍ୟକତା ନାହିଁ ।
ସରକାରୀ ଅର୍ଥକୁ ଦଳୀୟ କାର୍ଯ୍ୟରେ ବିନିଯୋଗ କରିବା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ବେକାରୀ, ଶିକ୍ଷା, ସ୍ୱାସ୍ଥ୍ୟ, ବଜେଟ୍ ଅର୍ଥ ଖର୍ଚ୍ଚ ନହେବା ଭଳି ପ୍ରସଙ୍ଗକୁ ଆୟୁଧ କରିବେ ବିରୋଧୀ ।
ଆଜି ଅର୍ଥ ମନ୍ତ୍ରୀ ବିକ୍ରମ ଆରୁଖ ଗୃହରେ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରାୟ ୨୮ ହଜାର ୨୦୦କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଁ ସର୍ବାଧିକ ୪୬୯୮ କୋଟି ଟଙ୍କା ଆଗତ ହୋଇଥିବାବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ୪୦୮୩କୋଟି, ଜଳସମ୍ପଦ ପାଇଁ ୨୪୦୭ କୋଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୮୮୨କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।
ଆଜି ଅର୍ଥ ମନ୍ତ୍ରୀ ବିକ୍ରମ ଆରୁଖ ଗୃହରେ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରାୟ ୨୮ ହଜାର ୨୦୦କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଁ ସର୍ବାଧିକ ୪୬୯୮ କୋଟି ଟଙ୍କା ଆଗତ ହୋଇଥିବାବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ୪୦୮୩କୋଟି, ଜଳସମ୍ପଦ ପାଇଁ ୨୪୦୭ କୋଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୮୮୨କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।
ଓଡ଼ିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି। ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।