ଭୁବନେଶ୍ୱର : ସଙ୍କଟାପନ୍ନ ହୋଇଛି ସାଲେପୁର ଦୁଷ୍କର୍ମ ପୀଡିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା। କଟକ ବଡ ଡାକ୍ତରଖାନାର ପେଡିଆଟିକ୍ ଆଇସିୟୁରେ ଏବେ ବଂଚିବାକୁ ସଂଘର୍ଷ କରୁଛନ୍ତି ୬ ବର୍ଷର ନାବାଳିକା। ୧୩ ଜଣିଆ ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରୁଛନ୍ତି। ପୀଡିତାଙ୍କ ବେକ ଓ ଶରୀର ଅନ୍ୟ ସ୍ଥାନରେ ଗୁରୁତର ଆଘାତ ଲାଗିଛି। ଦୁଷ୍କର୍ମର ଶିକାର ପରେ ଗତକାଲି ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏପଟେ ନାବାଳିକାଙ୍କ ଉପରେ ବଢୁଥିବା ବଳାତ୍କାର […]
ଭୁବନେଶ୍ୱର : ମୟୂରଭଞ୍ଜ ଠାକୁରମୁଣ୍ଡାରୁ ବାଲେଶ୍ୱରର ନୀଳଗିରି, ଭୁବନେଶ୍ୱରରୁ ଭବାନୀପାଟଣା। ପ୍ରତିଦିନ କେଉଁଠି ନା କେଉଁଠି ଦୁଷ୍କର୍ମର ଶିକାର ହେଉଛନ୍ତି କୁନିଝିଅ। ଭବାନୀପାଟଣାର ଷଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାକୁ ୨ ଦିନ ଧରି ଦୁଷ୍କର୍ମ କରିବା ପରେ ରାସ୍ତାରେ ଛାଡ଼ି ଚାଲିଯାଇଥିଲା ସଂପର୍କୀୟ ଭିଣୋଇ। ରାଜ୍ୟରେ ନାବାଳିକାଙ୍କ ପ୍ରତି ବଢ଼ିଚାଲିଥିବା ଏ ଅତ୍ୟାଚାରକୁ ନେଇ ଆଜି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ମୁଲତବୀ ଆଲୋଚନା ବେଳେ ବିରୋଧୀ ଅଭିଯୋଗ କରିଛନ୍ତି। ରାଜ୍ୟରେ ପ୍ରତିଦିନ ୬ ଜଣ […]
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ସାରବର ଅପରାଧ। ୨୦୧୬ ମସିହା ଅପେକ୍ଷା ୨୦୧୭ରେ ପ୍ରାୟ ଦୁଇଗଣ ସାଇବର ଅପରାଧ ବଢ଼ିଛି। ବିଧାନସଭାରେ ବିଧାୟକ ଭୁଜବଳ ମାଝୀଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରିପୋର୍ଟ ଅନୁସାରେ ୨୦୧୬ ମସିହାରେ ରାଜ୍ୟରେ ୩୧୭ଟି ସାଇବର ସଂପର୍କିତ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ୯୯ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ୨୦୧୭ ମସିହାରେ ଏହି ଅପରାଧ ପ୍ରାୟ ଦୁଇଗଣ ବୃଦ୍ଧି ପାଇ ୮୨୪ରେ ପହଞ୍ଚିଥିଲା। ଯେଉଁଥିରେ […]
ଭୁବନେଶ୍ୱର : ବିଧାନସଭାରେ ମହାନଦୀ ଉପରେ ମହାବିତର୍କ। ଆଜି ପ୍ରଶ୍ନକାଳ ବାତିଲ କରାଯାଇ ଏହି ପ୍ରସଙ୍ଗରେ ସରଗରମ ଆଲୋଚନା ହୋଇଛି। ଏ ପ୍ରସଙ୍ଗରେ ବିବୃତ୍ତି ରଖି ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା ଓ ଶାସକଦଳ ମୁଖ୍ୟ ସଚେତକ ଅମର ଶତପଥୀ କହିଥିଲେ, ମହାନଦୀର ୮୫୧ କି.ମିରୁ ୪୯୪ କି.ମି ଓଡ଼ିଶାରେ ପ୍ରବାହିତ ହେଉଛି। କିନ୍ତୁ ଆମକୁ ନଜଣାଇ ଛତିଶଗଡ଼ ଏକତରଫା ବନ୍ଧ ନିର୍ମାଣ କରୁଛି। ଛତିଶଗଡ଼ ଆଉ କୌଣସି ବନ୍ଧ ନିର୍ମାଣ କରିପାରିବ ନାହିଁ ବୋଲି ଗତବର୍ଷ […]
ଭୁବନେଶ୍ୱର : ଦେଶକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରୁ ଏକ ପ୍ରତିଶତ ପର୍ଯ୍ୟଟକ ମଧ୍ୟ ଓଡ଼ିଶାକୁ ଆସୁନାହାଁନ୍ତି। ୨୦୧୭ରେ ଓଡ଼ିଶାକୁ ମୋଟ୍ ଏକ ଲକ୍ଷ ୧୪ଜଣ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ଯାହା ସମଗ୍ର ଦେଶକୁ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କର ମାତ୍ର ଶୂନ୍ ଦଶମିକ୍ ୯୮ ପ୍ରତିଶତ। ଓଡ଼ିଶା ପର୍ଯ୍ୟଟନକୁ ନେଇ ଯେତେ ପ୍ରକାର ରୋଡ୍ ଶୋ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଆୟୋଜନ କଲେ ମଧ୍ୟ ଏହା ପର୍ଯ୍ୟଟକଙ୍କୁ ଆତ୍କୃଷ୍ଟ କରିପାରୁନାହିଁ। ବିଧାନସଭାରେ ବିଧାୟକ ଦିଲ୍ଲୀପ ରାୟ ଓ […]
ଭୁବନେଶ୍ୱର : ବିଧାନସଭା ପ୍ରଶ୍ନକାଳ ପୁଣି ଅଚଳ। ଆଦିବାସୀଙ୍କ ଉନ୍ନତି ପାଇଁ ଗଠିତ ଟ୍ରାଇବାଲ ଆଡଭାଇଜରି କମିଟି-TAC ନିୟମିତ ବସୁନଥିବାରୁ ଆଜି ସରକାରଙ୍କୁ ଘେରିଥିଲେ ବିରୋଧୀ କଂଗ୍ରେସ ସଦସ୍ୟ। ମୁଖ୍ୟମନ୍ତ୍ରୀ ନିଜେ ଏହାର ଅଧ୍ୟକ୍ଷ ଥିବାବେଳେ ଦୀର୍ଘ ଦିନ ଧରି ଏହି ବୈଠକ ବସି ନଥିବାରୁ ଆଦିବାସୀଙ୍କ ପ୍ରତି ସରକାରଙ୍କ ଦରଦ କେତେ ତାହା ବୁଝା ପଡୁଛି ବୋଲି କହିଥିଲେ। ପ୍ରଶ୍ନକାଳ ଚାଲିବାର ମାତ୍ର ୫ ମିନିଟ୍ ଭିତରେ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ […]
ଭୁବନେଶ୍ୱର: ବିଧାନସଭାରେ ଆଜି ଆସିଛି ଲକ୍ଷେ ୨୦ ହଜାର ୨୮ କୋଟି ଟଙ୍କାର ବଜେଟ। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଉପସ୍ଥାପିତ କରିଥିବା ଏହି ବଜେଟରେ ଗତବର୍ଷ ଅପେକ୍ଷା ୧୨ ଦଶମିକ ୩ ପ୍ରତିଶତ ଅଧିକ ବ୍ୟୟ ଅଟକଳ କରାଯାଇଛି। ତେବେ ବଜେଟରେ ରାଜ୍ୟ ସରକାର ନୂଆ ସ୍କିମର କାର୍ଡ ଖୋଲି ନାହାନ୍ତି, ବରଂ ପୂର୍ବରୁ ଘୋଷଣା କରାଯାଇଥିବା ସ୍କିମକୁ ଅଧିକ ଅର୍ଥ ଦେଇଛନ୍ତି। ନିର୍ବାଚନ ଥିବାରୁ ଗ୍ରାମୀଣ ବିକାଶ ଉପରେ […]
ଭୁବନେଶ୍ୱର: ଆସନ୍ତା ୨୧ରେ ବିଧାନସଭା ଘେରାଉ କରିବେ ଚାଷୀ। ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିଧାନସଭା ଘେରାଉ ପାଇଁ ନିଷ୍ପତ୍ତି ହୋଇଥିବା ସଂଗଠନର ଆବାହକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି। ଗତ ୧୨ ତାରିଖରୁ ଲୋୟର୍ ପିଏମଜିରେ ସଂଗଠନ ପକ୍ଷରୁ ସତ୍ୟାଗ୍ରହ ଓ ଅନଶନ ଚାଲୁ ରହିଥିଲେ ବି ଏଯାଏଁ କେହିବି ଆଲୋଚନାକୁ ନ ଡାକିବାରୁ ବିଧାନସଭା ଘେରାଉ ପାଇଁ ସଂଗଠନ ନିଷ୍ପତ୍ତି ନେଇଛି। ତେବେ ଏ ନେଇ […]
ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ। ଏଥିପାଇଁ ଆଜି ବସୁଛି ବିଜେଡି ଓ ବିଜେପିର ବିଧାୟକ ଦଳ ବୈଠକ। ଲମ୍ବା ବଜେଟ୍ ସେସନ୍ ପାଇଁ ବିରୋଧୀଙ୍କ ହାତରେ ବି ପ୍ରସଙ୍ଗର ଲମ୍ବା ତାଲିକା ରହିଛି। ଆଇନଶୃଙ୍ଖଳା ପରିସ୍ଥିତି, ଦୁଷ୍କର୍ମ, ଚାଷୀ ଆତ୍ମହତ୍ୟା, ଦୁର୍ନୀତି, ଧାନ ଦର ବୃଦ୍ଧି, ପାନୀୟ ଜଳ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବ କଂଗ୍ରେସ। ଏନେଇ କଂଗ୍ରେସ ବିଧାୟକ ଦଳ ବୈଠକରେ ରଣନୀତି ସ୍ଥିର ହୋଇସାରିଛି। ସେପଟେ ବିଜେପି, […]