drinking water Project Issue Heats Up Odisha Assembly
ପାନୀୟ ଜଳ ପ୍ରକଳ୍ପ ବିଳମ୍ବ ଓ ପିଇବା ପାଣି ସଙ୍କଟ ନେଇ ଗୃହରେ ଉଦବେଗ । ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ବିଳମ୍ବ ନେଇ ଗୃହରେ ଆଲୋଚନା ବେଳେ ଗୃହରେ ଉଠିଲା ପିଇବା ପାଣି ପ୍ରସଙ୍ଗ । ଖରାଦିନେ ପିଇବା ପାଣିର ସମସ୍ୟା ନେଇ ଉଦବେଗ ପ୍ରକାଶ ପାଇଥିଲା । ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ ଏହି ପ୍ରସଙ୍ଗ ଉଠାଇବା ସହ ଅସନ୍ତୋଷ ପ୍ରକାଶ କରିଥିଲେ ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇଥିଲେ । ପିଇବା ପାଣି ସଂକଟ ପାଇଁ ପୌର ନିର୍ବାଚନରେ ସ୍ପିକର ହାରିଲେ ବୋଲି ତାରା ବାହିନୀପତି କହିଥିଲେ । ଏହାସହ ମେଗା ପାଇପ ପାଣି ପହଞ୍ଚିବା ପର୍ଯ୍ୟନ୍ତ କେଉଁ ବ୍ୟବସ୍ଥା ସରକାର କରୁଛନ୍ତି ବୋଲି ଶାସକ ଦଳ ବିଧାୟକ ପ୍ରଦୀପ ଅମାତ ଗୃହରେ ପ୍ରଶ୍ନ କରିଥିଲେ । ଯଦି ବ୍ୟବସ୍ଥା ହୋଇନି ତେବେ ଟ୍ୟୁବ୍ୱେଲ୍ ଯୋଗେ ପାଣି ଯୋଗାଇବାକୁ ସେ ଦାବି କରିଥିଲେ । ୨୨ ବର୍ଷ ଭିତରେ ମାତ୍ର ୯ଟି ପାନୀୟ ଜଳ ପ୍ରକଳ୍ପ ହୋଇ ପାରିଛି ବୋଲି କହି ସରକାରଙ୍କୁ କଡା ସମାଲୋଚନା କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।
ପୁରୁଣା ପ୍ରକଳ୍ପ ସବୁ ଅଚଳ, ବୃହତ ପ୍ରକଳ୍ପ କୁ ଅପେକ୍ଷା କଲେ ଆମେ କରିବୁ କଣ ବୋଲି କହିଥିଲେ ମୋହନ । ଉତ୍ତରରେ ମନ୍ତ୍ରୀ କହିଥିଲେ ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳରେ ସବୁ ଘରକୁ ସରକାର ପାଇପ ଯୋଗେ ପିଇବା ପାଣି ଯୋଗାଇବେ । ତେବେ ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ ସବୁ ଘରକୁ ପାଇପ ଯୋଗେ ପାଣି ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଥିବା କହିଥିଲେ ମନ୍ତ୍ରୀ ଉଭୟ ଶାସକ ଓ ବିରୋଧୀ ମନ୍ତ୍ରୀଙ୍କୁ ଘେରିବା ପରେ ମନ୍ତ୍ରୀ କେନ୍ଦ୍ର ଆଡ଼କୁ ଦୋଷ ଠେଲିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)