୧୪୪ ବର୍ଷ ପରେ ପୂର୍ଣ୍ଣ ମହାକୁମ୍ଭ ପାଳିତ ହେଉଥିବାରୁ ପୂର୍ବାପେକ୍ଷା ଅଧିକ ସଂଖ୍ୟକ ସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଛି । ତେବେ ଏହି ମେଳାରେ ଏବେ ବେଶ୍ ଭାଇରାଲ ହେଉଛନ୍ତି ସବୁବେଳେ ହସି ହସି କଥା ହେଉଥିବା 'ଆଇଆଇଟିଆନ୍ ବାବା' ।
୪୫ ଦିନିଆ ମହାକୁମ୍ଭର ସାକ୍ଷୀ ବନିବେ ପ୍ରାୟ ୪୫ କୋଟି ଶ୍ରଦ୍ଧାଳୁ। ଏଥିପାଇଁ ସୁରକ୍ଷା ଛାଉଣୀରେ ସାରା ଉତ୍ତର ପ୍ରଦେଶ। ସଙ୍ଗମ ନଗରୀ ପ୍ରୟାଗରାଜରେ ତ ହାଇ ସିକ୍ୟୁରିଟି।ବୁଡ ପକାଇବାକୁ ସାରା ଦୁନିଆରୁ ଧାଇଁ ଆସିଥିବା କୋଟି କୋଟି ଶ୍ରଦ୍ଧାଳୁଙ୍କ ଉପରେ ରହିଛି ୨୪ ଘଣ୍ଟିଆ ନଜର।...
ପ୍ରୟାଗରାଜରେ ମହାକୁମ୍ଭର ମହାଶୁଭାରମ୍ଭ। ପୌଷ ପୂର୍ଣ୍ଣମୀର ଶୁଭ ଯୋଗରେ ଆଜି ଭୋରରୁ ବୁଡ଼ ପକାଇଛନ୍ତି ଦେଢ଼ କୋଟିରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ। ଖାଲି ସନାତନୀ ହିନ୍ଦୁ ନୁହଁନ୍ତି ବହୁ ବିଦେଶୀ ମଧ୍ୟ ସଂଗମରେ ସ୍ନାନ କରି ପାଇଛନ୍ତି ଅନନ୍ୟ ଅନୁଭବ। ସେପଟେ ଆସନ୍ତାକାଲି ମକର ସଂକ୍ରାନ୍ତିରେ ରହିଛି ପ୍ରଥମ ସାହି ସ୍ନାନ।
ପାଣି ଭିତରେ ଡ୍ରୋନ୍ । AI କ୍ୟାମେରା । NSG କମାଣ୍ଡୋ । ଦୁର୍ଲଭ ମହାକୁମ୍ଭ ମହାମେଳାର ସାକ୍ଷୀ ବନିବାକୁ ଥିବା ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ଉପରେ ରହିଛି ୨୪ ଘଣ୍ଟିଆ ନଜର। ଜଳ, ସ୍ଥଳ, ଆକାଶ ସବୁଠି ଟାଇଟ୍ ସିକ୍ୟୁରିଟି ।
ଗଭୀର ଆସ୍ଥା, ବିସ୍ତୃତ ଭକ୍ତି, ଆଉ ମୋକ୍ଷ ପ୍ରାପ୍ତିର ବିଶ୍ବାସ । ଉଛୁଳିଛି ତୀର୍ଥରାଜ ପ୍ରୟାଗ, ଅମୃତର ଧାରା ପାଲଟିଛି ତ୍ରିବେଣୀ ସଂଗମ । ୧୪୪ ବର୍ଷର ପ୍ରତୀକ୍ଷା ପରେ ଗଙ୍ଗା-ଯମୁନା ଓ ସରସ୍ବତୀ ନଦୀଙ୍କ ମିଳନ ସ୍ଥଳୀରେ ପୌଷ ।
ଅଟୋ-ଟେକ୍ ସୁପର ଆପ୍ ପାର୍କ+ ( Park+), ମେଗା ଇଭେଣ୍ଟ ସମୟରେ ଭକ୍ତମାନଙ୍କ ପାଇଁ ପାର୍କିଂ ବ୍ୟବସ୍ଥାକୁ ସହଜ କରିବା ପାଇଁ ପ୍ରୟାଗରାଜରେ ପ୍ରଥମ ସ୍ମାର୍ଟ ପାର୍କିଂ ପରିଚାଳନା ପ୍ରଣାଳୀ ପ୍ରଚଳନ କରାଯାଇଛି।
କେବଳ ଭାରତ ନୁହେଁ, ଦୁନିଆର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ କୁମ୍ଭ ମେଳାରେ ଯୋଗଦେବାକୁ ଆସନ୍ତି । କୁମ୍ଭମେଳା ସମୟରେ ଗଙ୍ଗା ନଦୀରେ ବୁଡ଼ ପକାଇଲେ ସମସ୍ତ ପାପ ଧୋଇ ହୋଇଯାଏ ଏବଂ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଜ୍ୟୋତିଷ ଶାସ୍ତ୍ରମତରେ ମକର ସଂକ୍ରାନ୍ତିଠାରୁ ମହା ଶିବରାତ୍ରି ପର୍ଯ୍ୟନ୍ତ ମହାକୁମ୍ଭ ସ୍ନାନ ଆଧ୍ୟାତ୍ମିକ, ଶାରୀରିକ ଓ ମାନସିକ ଶକ୍ତିରେ ବିକାଶ ଘଟାଏ । କୁମ୍ଭର ଆକ୍ଷରିକ ଅର୍ଥ ହେଉଛି ପାତ୍ର । ମୁନିଋଷିଙ୍କ କାଳରୁ ଅନୁଷ୍ଠିତ ହେଉଛି ଏହି ପବିତ୍ର ମେଳା ।
ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ମହାକୁମ୍ଭ ମେଳାରେ ସାମିଲ ହେବା ପାଇଁ ଦେଶ ତଥା ବିଶ୍ୱରୁ ଅନେକ ସାଧୁସନ୍ଥ ପହଞ୍ଚିଛନ୍ତି, ଯେଉଁଥିରେ ବିଶେଷ କରି ' ତଙ୍ଗତୋଡ଼ା ସାଧୁ' ସାମିଲ ଅଛନ୍ତି । ତଙ୍ଗତୋଡ଼ା ସାଧୁ ଉଦାସୀନ ଆଖଡ଼ା ସହିତ ଜଡିତ ଏକ ସ୍ୱତନ୍ତ୍ର ବର୍ଗର । ଆଖଡ଼ା ପରମ୍ପରାରେ ତାଙ୍କର ସ୍ଥାନ ବହୁତ ଉଚ୍ଚରେ । ସେମାନଙ୍କୁ ସାଧାରଣ ନାଗା ସାଧୁ ଠାରୁ ଭିନ୍ନ ବିବେଚନା କରାଯାଏ ଏବଂ ଏମାନଙ୍କ ଚୟନ ଖୁବ କଠିନ ପ୍ରକ୍ରିୟା ଜରିଆରେ କରାଯାଏ ।
ମହାକୁମ୍ଭ ମେଳା ପାଇଁ ସ୍ୱତନ୍ତ୍ର ଭାବେ ଜାନୁଆରି ୧୩ରୁ ଫେବ୍ରୁଆରୀ ୨୬ ଯାଏଁ ଚାଲିବ ବସ ସେବା । କୁମ୍ଭ ମେଳା ପରେ ବି ବସ ଚଳାଚଳ ଜାରି ରହିବ। ଏହା ବାଦ ଓଡ଼ିଶାର ଅନ୍ୟ ତୀର୍ଥ ସ୍ଥାନକୁ ବି ବସ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
ପ୍ରବଳ ଶୀତରେ ଲୋକମାନେ ଘରୁ ବାହାରି ପାରୁନଥିବା ବେଳେ ଏହି ସାଧୁ ପ୍ରତିଦିନ ଭୋର୍ ୪ଟାରେ ୬୧ ଗରା ଥଣ୍ଡା ଜଳରେ ସ୍ନାନ କରୁଛନ୍ତି । ସେ ଏକ ସ୍ଥାନରେ ବସୁଛନ୍ତି ଓ ତାଙ୍କର ସହଯୋଗୀମାନେ ଥଣ୍ଡା ପାଣି ଢାଳୁଛନ୍ତି । ଦେହରେ ବିଭୂତି ବୋଳି ହୋଇ ନିଆଁ ପାଖରେ ପ୍ରାଣାୟାମ କରିବା ପରେ ସେ ଥଣ୍ଡା ପାଣିରେ ସ୍ନାନ କରୁଛନ୍ତି ।
ଦିନ ନୁହେଁ, କି ମାସେ ନୁହେଁ, ଦୀର୍ଘ ୩୨ ବର୍ଷ ଧରି ଗାଧୋଇ ନାହାନ୍ତି ଜଣେ ସାଧୁ । କଥାଟା କାନକୁ ଅସ୍ୱାଭାବିକ ଲାଗୁଥିବା ବି ନିହାତି ସତ ।
କେବଳ ଶ୍ରଦ୍ଧାଳୁ ନୁହନ୍ତି ଆଖଡ଼ାରେ ସାଧୁସନ୍ଥଙ୍କୁ ମଧ୍ୟ ଆରାମଦାୟକ ପରିବେଶରେ ରଖାଯିବାର ବ୍ୟବସ୍ଥା ହୋଇଛି । ଏପରିକି ପାଖ ଟେଣ୍ଟ ସିଟିରେ ମଧ୍ୟ ସବୁ ପ୍ରକାରର ସୁବିଧା କରାଯାଇଛି । ମୋଟରେ ୧୧୦ଟି ବ୍ଲୋୟର୍ ମିଷ୍ଟ ମେସିନ ଓ ୧୦୭ଟି ମିନି ଫଗିଂ ମେସିନ୍ ମେଳା ସମୟରେ ବ୍ୟବହାର କରାଯିବ ।
ସଫେଇ କର୍ମଚାରୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ସେମାନେ ଦିନରାତି ଏକ କରି କାମ କରିଛନ୍ତି। କଂଗ୍ରେସକୁ ଟାର୍ଗେଟ୍ କରିବା ସହ କହିଛନ୍ତି, ପୂର୍ବ ସରକାର ଏହାର ମହାତ୍ମ୍ୟକୁ ଗୁରୁତ୍ବ ଦେଉ ନଥିଲେ । କିନ୍ତୁ ଆମ ସରକାର ଏହା ଉପରେ ଗୁରୁତ୍ବ ଦେଉଛନ୍ତି।