/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747104670.jpg)
Tiranga Yatra
ଆଜିଠାରୁ ବିଜେପିର ତ୍ରିରଙ୍ଗା ଯାତ୍ରା । ଅପରେସନ ସିନ୍ଦୂରର ସଫଳତା ପରେ ଆଜିଠୁ ଯାଏଁ ୧୦ ଦିନ ଧରି ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା କରିବ ବିଜେପି । ଏହି ଯାତ୍ରାରେ ଅପରେସନ ସିନ୍ଦୂରର ଉପଲବ୍ଧି ସମ୍ପର୍କରେ ସବୁ ଲୋକଙ୍କୁ ଅବଗତ କରାଯିବ । ଏହି ଅପରେସନ ମାଧ୍ୟମରେ ଭାରତ କିପରି ନିଜ ନାଗରିକଙ୍କ ସୁରକ୍ଷା ମଜଭୁତ କରିବା ସହ ଦେଶର ସ୍ବାଭିମାନକୁ ସୁରକ୍ଷିତ ରଖିଛି ସେନେଇ ଲୋକଙ୍କୁ ଜଣାଯିବ ।
ଦେଶର ବରିଷ୍ଠ ନେତା ଓ ମନ୍ତ୍ରୀମାନେ ତ୍ରିରଙ୍ଗା ଯାତ୍ରା ପରିଚାଳନା କରିବେ । ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ନିର୍ବାଚିତ ପ୍ରତିନିଧି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦ୍ୱାରା ଘୋଷିତ ଏହି ତ୍ରିରଙ୍ଗା ଯାତ୍ରାର ଉଦ୍ଦେଶ୍ୟ ଭାରତୀୟ ସେନାକୁ ସମ୍ମାନ ଦେବା ଓ ଅପରେସନ ସିନ୍ଦୂରର ସଫଳତା ବିଷୟରେ ଜଣାଇବା ।
ଅଧିକ ପଢ଼ନ୍ତୁ: ଭାରତ ଆରମ୍ଭ କରିବ କି POK ଦଖଲ ଅଭିଯାନ ?
ଏନେଇ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ସାଂସଦ ସମ୍ବିତ ପାତ୍ର ସୋମବାର ପ୍ରେସମିଟ୍ରେ କହିଛନ୍ତି ଯେ, ଭାରତ ଆତଙ୍କବାଦ ବିରୋଧରେ ଲଢ଼େଇ କରିଛି ଏବଂ ସେନାର ସାହାସ ଏହି ଅପରେସନକୁ ସଫଳ କରିଛି । ଅପରେସନରେ ରାଫେଲ ଜେଟ୍ ବଡ଼ ଭୂମିକା ଥିଲା ଏବଂ ଆମର ସବୁ ପାଇଲଟ ସୁରକ୍ଷିତ ଫେରିଥିଲେ । ଆମର ଟାର୍ଗେଟ କେବଳ ଆତଙ୍କବାଦୀଙ୍କ ଠିକଣା ଥିଲା ଏବଂ ଆମର ସେନା ୯ଟି ଆତଙ୍କୀ ଆଡ୍ଡାସ୍ଥଳ ଧ୍ୱଂସ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)