/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747109096.jpg)
spurious liquor
ଦେଶରେ ପୁଣି ବିଷାକ୍ତ ମଦ ମୃତ୍ୟୁ । ଚାଲିଗଲା ୧୪ ଜୀବନ । ପଞ୍ଜାବ ଅମୃତସରରେ ବିଷାକ୍ତ ମଦ ପିଇ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ୬ ଜଣ ଗୁରୁତର ଅଛନ୍ତି । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ଅମୃତସର ଏସଏସପି ମନିନ୍ଦର ସିଂ ସ୍ପଷ୍ଟ କରିଛନ୍ତି ।
ଅମୃତସର ମଜିଥା ଅଞ୍ଚଳରୁ ଏହି ବିଷାକ୍ତ ମଦ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏବେ ସୁଦ୍ଧା ୧୪ ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ଥିବାବେଳେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି ।
ଅଧିକ ପଢ଼ନ୍ତୁ: ମଇଁଷି ଚରାଉଥିଲେ, ବଜ୍ରାଘାତରେ ଚାଲିଗଲା ଅଜା-ନାତିଙ୍କ ଜୀବନ
ସେହିପରି ପଞ୍ଜାବ ସରକାର ମଧ୍ୟ ବିଷାକ୍ତ ମଦ ରାକେଟ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଭଜିତ୍ ସିଂକୁ ଗିରଫ କରାଯାଇଛି । ନକଲି ମଦ ସପ୍ଲାଏ ନେଟୱାର୍କର ସେ ମାଷ୍ଟର ମାଇଣ୍ଡ ଥିବା ଜଣାପଡିଛି । ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣ ଗିରଫ ହୋଇଛନ୍ତି । ପୁରା ନେଟୱାର୍କର ପର୍ଦ୍ଦାଫାସ କରିବାକୁ ପୋଲିସ ତଦନ୍ତ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)