• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଣ୍ଡାମାନ ଛୁଇଁଲା ମୌସୁମୀ । ଆଣ୍ଡାମାନ ସାଗରରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆଜି ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନରେ ଆଗକୁ ବଢ଼ିବ । ନିକୋବର ଦୀପ ଓ ଉତ୍ତର ଆଣ୍ଡାମାନର କିଛି ଅଞ୍ଚଳକୁ ଅଗ୍ରସର ହେବ । ଦୁଇ ସପ୍ତାହ ପରେ ମୌସୁମୀ ମେ' ୨୭ରେ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । 

ଏପଟେ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଉପକୂଳରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ ସବୁଠି ପ୍ରବଳ ଖରା ସାଙ୍ଗକୁ ଅସ୍ତବ୍ୟସ୍ତ କରୁଛି ଗୁଳୁଗୁଳି । ଦିନ ୧୦ଟାରୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ତେବେ ଆସନ୍ତା ୧୬ ତାରିଖ ଯାଏଁ ତାତିରୁ ମିଳିବନି ତ୍ରାହି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ ସହ କିଛି ସ୍ଥାନରେ ଝଡ଼ତୋଫାନର ମଧ୍ୟ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଆଜି ପାଇଁ ୧୩ ଜିଲ୍ଲାକୁ ଗରମ ଓ ଗୁଳୁଗୁଳି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୭ ଜିଲ୍ଲାକୁ କାଳବୈଶୈଖୀ ସତର୍କତା ଜାରି କରାଯାଇଛି । 

  • ଆଜି ଆଣ୍ଡାମାନ ଛୁଇଁଲା ମୌସୁମୀ
  • ମେ ୨୭ରେ କେରଳ ଛୁଇଁବ ମୌସୁମୀ
  • ୧୬ ତାରିଖ ଯାଏଁ ଓଡ଼ିଶାରେ ଅସହ୍ୟ ତାତି ଚେତାବନୀ
  • ଆଜି ଖରା ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ