/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747107375.jpg)
Loot in Rayagada
ଘରେ ପଶି ସ୍ୱାମୀ-ସ୍ତ୍ରୀଙ୍କୁ ହାଣି ଲୁଟ୍ । ଲକ୍ଷାଧିକ ଟଙ୍କାର ସୁନା, ରୁପା ସହ ଆଲମିରା ଟେକି ନେଇଗଲେ ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକରପାଇ ଗାଁରେ ଏପରି ବଡ଼ ଧରଣର ଲୁଟ୍ ହୋଇଛି । ୮ରୁ ୧୦ ଜଣ ଦୁର୍ବୃତ୍ତ ସିକରପାଇ ଗାଁର ବ୍ୟବସାୟୀ ଗୋପାଳଚେଟି ଉପେନ୍ଦ୍ରଙ୍କ ଘରେ ପଶି ଭୁଜାଲିରେ ଆକ୍ରମଣ କରି ଲୁଟପାଟ କରିଛନ୍ତି ।
ଅଧିକ ପଢ଼ନ୍ତୁ: ଆନ୍ଧ୍ରପ୍ରଦେଶରେ ୩ ଓଡ଼ିଆଙ୍କୁ ବୀଭତ୍ସ ହତ୍ୟା
ସୂଚନା ଅନୁସାରେ, କାଲି ବିଳମ୍ବିତ ରାତିରେ ଏକ ବୋଲୋରେ ୮ରୁ ୧୦ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ସହ ଆସି ଗୋପାଳଚେଟି ଉପେନ୍ଦ୍ରଙ୍କ ଘରେ ପଶିଥିଲେ । ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଭୁଜାଲିରେ ଆକ୍ରମଣ କରି ଲୁଟପାଟ୍ କରିଥିଲେ । ଦୁର୍ବୃତ୍ତମାନେ ଉପେନ୍ଦ୍ରଙ୍କ ପତ୍ନୀ ପିନ୍ଧିଥିବା ପ୍ରାୟ ୧୪ ଭରି ସୁନା ଅଳଙ୍କାର ଲୁଟ୍ କରିବା ସହ ଘରେ ଥିବା ଏକ ପୁରୁଣା ଆଲମିରା ମଧ୍ୟ ଉଠାଇ ନେଇଥିଲେ । ସେଥିରେ ପ୍ରାୟ ୧୦ରୁ ୧୧ କେଜି ସୁନା ଥିବା ଅଭିଯୋଗ ହୋଇଛି ।
ଦୁର୍ବୃତ୍ତଙ୍କ ଭୁଜାଲି ଆକ୍ରମଣରେ ଗୋପାଳଚେଟି ଉପେନ୍ଦ୍ର ସାମାନ୍ୟ ଆହତ ହୋଇଛନ୍ତି । ଖବର ପାଇ ରାୟଗଡ଼ା ଏସଡିପିଓ ଗୌରହରୀ ସାହୁ ଓ କଲ୍ୟାଣସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଲୁଟେରାଙ୍କ କୌଣସି ଟେର୍ ମିଳିନି । ଏନେଇ ପୋଲିସ ପକ୍ଷରୁ ବି କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)