Advertisment

Bus Drivers Protest in Bhubaneswar: ରାଜଧାନୀରେ ‘ଆମ ବସ୍‌’ ସେବା ଠପ୍‌, ଆନ୍ଦୋଳନରେ ବସିଲେ ଡ୍ରାଇଭର-କଣ୍ଡକ୍ଟର

ରାଜଧାନୀ ଭୁବନେଶ୍ୱରରେ ‘ଆମ ବସ୍‌’ ସେବା ଠପ୍‌ । ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ବସ୍‌ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ । ‘ଆମ ବସ୍‌’ ଡିପୋରେ ବସ୍‌ ରଖି ଆନ୍ଦୋଳନରେ ବସିଲେ ।

author-image
Namita Biswal
ଅଦ୍ୟତନ ହୋଇଛି
Bus Drivers Protest

Bus Drivers Protest

ରାଜଧାନୀରେ ଠପ୍‌ ହେଲା ‘ଆମ ବସ୍‌’ ସେବା । ଆଜି ରାଜଧାନୀ ଭୁବନେଶ୍ୱରରେ 'ଆମ ବସ୍' ସେବା ବନ୍ଦ ରହିଛି ।  ଡିପୋରେ ବସ୍ ଠିଆ କରି ଆନ୍ଦୋଳନରେ ବସିଛନ୍ତି ଡ୍ରାଇଭର ଓ କଣ୍ଡକ୍ଟର । ବିନା କାରଣରେ ଲୋକମାନେ ଅନେକ ସମୟରେ ଡ୍ରାଇଭର ଓ କଣ୍ଡକ୍ଟରକୁ ମାଡ଼ ମାରିବା ଘଟଣାରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି 'ଆମ ବସ୍' କର୍ମଚାରୀ । ରାଜ୍ୟ ସରକାର ସୁରକ୍ଷା ଦେଲେ ଆମେ ଗାଡ଼ି ଚଲାଇବୁ । ନହେଲେ ଗାଡ଼ି ଗଡିବ ନାହିଁ ବୋଲି କହିଛନ୍ତି ଡ୍ରାଇଭର ଓ କଣ୍ଡକ୍ଟର । ଯାହାଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଆଜି ଆଣ୍ଡାମାନ ଛୁଇଁବ ମୌସୁମୀ ! ୧୬ ଯାଏ ତାତିରୁ ନାହିଁ ତ୍ରାହି

ଯାହା ସୂଚନା ରହିଛି, ଗତକାଲି ସମ୍ ହସ୍ପିଟାଲ ଡିପୋରେ ଜଣେ ଆମ ବସ୍ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ବସ୍ ଯାଉଥିବା ବେଳେ ଧୂଳି ଉଡିବାରୁ କିଛି ସ୍ଥାନୀୟ ଲୋକେ ଡିପୋରେ ପଶି କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଆମ ବସ୍ କର୍ମଚାରୀଙ୍କୁ ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭର ଓ କଣ୍ଡକ୍ଟର । ବସ୍ ଚଳାଚଳ ବନ୍ଦ ଥିବାରୁ ଆଜି ଭୁବନେଶ୍ୱରରେ ଯାତ୍ରୀମାନେ ହନ୍ତସନ୍ତ ହେଉଥିବାର ଦେଖିବାକୁ ମିଳିଛି ।

Bhubaneswar Mo Bus Protests Mo Bus Drivers Bus Driver
Advertisment
Advertisment