ଆାଉ ଏକ କରୋନା ଟିକାକୁ ମିଳିଲା WHO ପକ୍ଷରୁ ମଞ୍ଜୁରୀ । କୋଭିସିଲ୍ଡ ପ୍ରସ୍ତୁତକାରୀ ଭାରତୀୟ କମ୍ପାନୀ ସେରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭୋଭାକ୍ସ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଛି ଅନୁମତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା WHO ପକ୍ଷରୁ କୋଭୋଭାକ୍ସ ଟିକାକୁ ଅନୁମତି ଦିଆଯାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ଏନେଇ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ଏବେ ସୁଦ୍ଧା ଦେଶର ୧୧ ରାଜ୍ୟରେ ମୋଟ ୧୦୧ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଓମିକ୍ରନ୍ ଦ୍ୱାରା ପଜିଟିଭ୍ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କ ପାଇଁ ସରକାରୀ ବ୍ୟବସ୍ଥା ଥିବା ହସ୍ପିଟାଲରେ ସ୍ୱତନ୍ତ୍ର ବ୍ଲକ୍ କରାଯିବ। ସେମାନେ ଯେପରି ଅନ୍ୟ ରୋଗୀଙ୍କ ସଂସ୍ପର୍ଶରେ ନ ଆସିବେ ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ତେବେ ସେମାନଙ୍କ ପାଇଁ ହୋମ୍ ଆଇସୋଲେସନ ବ୍ୟବସ୍ଥା ନାହିଁ।
ପଡ଼ୋଶୀ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ପରେ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି ହୋଇଛନ୍ତି। ହୋମ୍ ଆଇସୋଲେସନରେ ରହିପାରିବେନି ଓମିକ୍ରନ୍ ସଂକ୍ରମିତ।
ସାରା ଦେଶରେ କରୋନା ପୁଣି ଥରେ କାୟା ବିସ୍ତାର କରିବାରେ ଲାଗିଛି । ବଲିଉଡ ଅଭିନେତ୍ରୀ କରୀନା କପୁର୍ ଓ ଅମ୍ରିତା ଅରୋରା କରୋନା ପଜିଟିଭ ଥିବାର ଶୁଣିବାକୁ ମିଳୁଛି ।
ଯେଉଁଥିରେ ୯ ଜଣଙ୍କ ନାମ ରହିଛି । ଯେଉଁମାନେ କି କୋଭିଡରେ ଆକ୍ରାନ୍ତ ହୋଇଥିଲେ ଏବଂ ସେମାନଙ୍କର ମୃତ୍ୟୁ ହୋଇଛି ।
ବର୍ତ୍ତମାନ ସୁଦ୍ଧା ଯେତିକି ମାମଲା ଚିହ୍ନଟ ହୋଇଛି, ସମସ୍ତଙ୍କ ପାଖରେ କମ୍ ଲକ୍ଷଣ ରହୁଛି । ସେପଟେ ଓମିକ୍ରନ ଭ୍ୟାରିଆଣ୍ଟକୁ ନେଇ ଚିନ୍ତା ବଢୁଥିବା ବେଳେ ନିତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭି.କେ.ପଲ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।
ସ୍କୁଲର ୩୭୨ ଜଣ ଛାତ୍ରଛାତ୍ରୀଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେଥିରୁ ନବମ ଶ୍ରେଣୀର ଦୁଇ ଜଣ ଛାତ୍ରଙ୍କ ରିପୋର୍ଟ ପଜିଟିଭ୍ ଚିହ୍ନଟ ହୋଇଛି । ସେହିଭଳି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ୧୦ରୁ ଅଧିକ ଶିକ୍ଷକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଆମେରିକା ପେନ୍ସିଲଭେନିଆର ବୈଜ୍ଞାନିକ ହେନରୀ ଡାନିଏଲଙ୍କ କହିବା ମୁତାବକ, ସାର୍ସ କୋଭ୍-ଟୁ ଭାଇରସ୍ ବା କରୋନା ଭୂତାଣୁ ମଣିଷର ଲାଳଗ୍ରନ୍ଥିରେ ନିଜର ବଂଶବୃଦ୍ଧି କରିଥାଏ ।
କରୋନାର ନୂଆ ଭେରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱ ବେଶ ଚିନ୍ତିତ । ସାରା ବିଶ୍ୱରେ ଭୟାବହ ପରିସ୍ଥିତି ଉପୁଜିବାରେ ଲାଗିଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଯାଏଁ ୪୭ ରୁ ଅଧିକ ଦେଶରେ ଓମିକ୍ରନ୍ ଭେରିଆଣ୍ଟ ବ୍ୟାପି ସାରିଲାଣି । ବୈଜ୍ଞାନିକମାନେ ଏକ ଉଦ୍ଭିଦ-ଉତ୍ପାଦିତ ପ୍ରୋଟିନ୍ ଅର୍ଥାତ ଏକ ଚୁଇଙ୍ଗମ୍ ବିକଶିତ କରୁଛନ୍ତି ଯାହାକି SARS-CoV-2 ଭୂତାଣୁ ପାଇଁ ଔଷଧ ଭାବେ କାମ କରିବ ।
ଅନୁଗୋଳ ବାଲିପଟା ପଞ୍ଚାୟତର ଏକ ଶିକ୍ଷାନୁଷ୍ଠାନରେ ଏକାଥରକେ ୧୦ ଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି
ପୁଣି ଆବାସିକ ସ୍କୁଲରେ ପଶିଲା କରୋନା..ଯାଜପୁର ଦଶରଥପୁରର ଏକ ଆବାସିକ ସ୍କୁଲର ୯ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି..
ଗତ ସପ୍ତାହରେ ତେଲେଙ୍ଗାନା କରିମନଗର ଜିଲ୍ଲାର ଆନନ୍ଦ ରାଓ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ଏହାପରଠାରୁ ଛାତ୍ରଛାତ୍ରୀଙ୍କ ଠାରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ଆଶଙ୍କା କରାଯାଉଛି ।
ରିସ୍କ ଦେଶରୁ ଆସିଥିବା ୨୪୬ କୋଭିଡ ପଜିଟିଭ୍ । ଭୁବନେଶ୍ୱର ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ସୂଚନା । ନଭେମ୍ବର ୨୪ ପରେ ଓଡ଼ିଶା ଆସିଥିବା ଲୋକଙ୍କ ମଧ୍ୟରୁ ୨୪୬ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି
ତେଲେଙ୍ଗାନାରେ ଏକ କଲେଜର ୪୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଇଭେଣ୍ଟରେ ଅଧିକାଂଶ ଛାତ୍ରଛାତ୍ରୀ ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଥିଲା
କେତେ ମାତ୍ରାରେ ସଂକ୍ରମିତ ହେଉଛି, ତାହା ଉପରେ ଗବେଷଣା ଚାଲିଛି। ୫ରୁ ୭ ଦିନ ଭିତରେ ତାର ଗବେଷଣା ଓଡ଼ିଶା ସରକାରଙ୍କୁ ଜଣାଇବ।
୧୪ ଦିନ ଭିତରେ ଲକ୍ଷଣ ଦେଖାଗଲେ ଟେଷ୍ଟ କରାନ୍ତୁ । ଏହାସହ ବିଦେଶରୁ ପ୍ରତିଦିନ କେତେ ଜଣ ଫେରୁଛନ୍ତି ସେନେଇ କେନ୍ଦ୍ରଠାରୁ ତଥ୍ୟ ସଂଗ୍ରହ କରାଯାଉଛି ।
କୋଭିଡ ସଂକ୍ରମଣ ବୃଦ୍ଧିକୁ ଆଖିରେ ରଖି କେନ୍ଦ୍ର ସରକାରଙ୍କ ୫ ରାଜ୍ୟକୁ ସତର୍କ ସୂଚନା । ଓଡିଶା ସମେତ କର୍ଣ୍ଣାଟକ, ତାମିଲନାଡୁ, କେରଳ, ମିଜୋରାମ୍, କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରକୁ ସତର୍କ ରହିବା ପାଇଁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ୨୬ ନଭେମ୍ବର ସୁଦ୍ଧା ରାଜ୍ୟରେ ପ୍ରତି ସପ୍ତାହରେ ୪ ଲକ୍ଷ ୧ ହଜାର ୧୬୪ ଟେଷ୍ଟ କରାଯାଉଥିଲା । ତେବେ ଏହି ସଂଖ୍ୟାରେ ଡିସେମ୍ବର ୩ ସୁଦ୍ଧା ଅନେକ ହ୍ରାସ ପାଇଛି ।
ଭୁବନେଶ୍ୱରରେ ଚାଲିଥିବା ଜୁନିଅର ବିଶ୍ୱକପ୍ ହକିରେ ପଶିଲା କରୋନା...କ୍ରୀଡ଼ା ବିଭାଗର ସୋସିଆଲ ମିଡିଆ ଦାୟିତ୍ୱରେ ଥିବା କର୍ମଚାରୀ ସଂକ୍ରମିତ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ।
ଶତାୟୁ ଚାଟଶାଳୀ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି କରୋନାରେ ଆକ୍ରାନ୍ତ। ସେ ଏବେ ଯାଜପୁର କଳିଙ୍ଗନଗର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି।
ଡେଲ୍ଟା ଅପେକ୍ଷା ୬ ଗୁଣ ଅଧିକ ଶକ୍ତିଶାଳୀ କରୋନାର ନୂଆ ମ୍ୟୁଟାଣ୍ଟ ଓମିକ୍ରନ । ଅନ୍ତର୍ଜାତୀୟ ଯାତ୍ରା ପାଇଁ ନୂଆ ଗାଇଡ୍ଲାଇନ୍ ଜାରି କଲେ ଭାରତ ସରକାର ।
ଓମିକ୍ରନ୍ ଭ୍ୟାରିଏଣ୍ଟକୁ ନେଇ ଚିନ୍ତା ବଢୁଥିବା ବେଳେ ସମସ୍ତ ସ୍କୁଲ୍, କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ସମାଜର ସବୁ ବର୍ଗର ଲୋକେ ମାସ୍କ ପିନ୍ଧିବା ସହ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବାକୁ ନିବେଦନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଦେଶକୁ ଆସିଲା କି ତୃତୀୟ ଲହର ? ନୂଆ ଭାରିଏଣ୍ଟ ଲାଗି ଟେନସନ୍ରେ ସରକାର
ସମସ୍ତେ ସତର୍କ ରହିବା ଆବଶ୍ୟକ । ଏହା ସମସ୍ତଙ୍କ ଦାୟିତ୍ୱ । ବର୍ତ୍ତମାନ ସାରା ଦେଶରେ ପାଳନ ହେଉଥିବା ଆଜାଦି କା ଅମୃତ ମହୋତ୍ସବର ଉଦ୍ଦେଶ୍ୟ ଯୁବପୀଢିଙ୍କ ମଧ୍ୟରେ ପ୍ରତିଫଳନ ହୋଇଥିବା ମୋଦି କହିଛନ୍ତି ।