ରାଜ୍ୟରେ କ୍ରମାଗତ ଭାବରେ କମିଚାଲିଛି କରୋନା। ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୭୮ ଜଣ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳ ଅର୍ଥାତ୍ ଲୋକାଲ୍ କେସ୍ ୧୯୯ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷ ମଧ୍ୟରେ ୭୪ ଜଣ ରହିଥିବା ଜଣାପଡ଼ିଛି
ପାର୍ବଣ ବେଳେ ଭିଡ ହେଲେ ବଢ଼ିପାରେ କୋଭିଡ ସଂକ୍ରମଣ। ଏଣୁ ସଚେତନ ହେବାକୁ ଡିଏମ୍ଇଟି ସିବିକେ ମହାନ୍ତି ପରାମର୍ଶ ଦେଇଛନ୍ତି। ସମସ୍ତେ କୋଭିଡ ମାର୍ଗ ଦର୍ଶିକା ପାଳନ କରିବାକୁ ନେଇ ସେ ଅନୁରୋଧ କରିଛନ୍ତି।
ଗତକାଲି କରୋନା ସଂକ୍ରମଣ କମିଥିବା ବେଳେ ଆଜି ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି। ରାଜ୍ୟରେ ୨୪ ଘଣ୍ଟାରେ ୬୦୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୩୫୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୪୯ ରହିଛି।
୨୪ ଘଣ୍ଟାରେ ରାଜ୍ୟରେ ୫୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୩ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୨୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୩୭ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୫୬ ପଜିଟିଭ୍ ବାହାରିଛନ୍ତି।
ରାଷ୍ଟ୍ରପତି ବାଇଡେନ ସୋମବାର ଭାକ୍ସିନର ତୃତୀୟ ଡୋଜ ନେଇଛନ୍ତି। ଏପରିକି ଭାକ୍ସିନ ନେବାକୁ ରାଜି ହେଉ ନ ଥିବା ବ୍ୟକ୍ତିଙ୍କୁ ସମାଲୋଚନା କରି କହିଛନ୍ତି, ଯେଉଁମାନେ ଭାକ୍ସିନ ନେଉ ନାହାନ୍ତି ସେମାନେ ଆମେରିକାର କ୍ଷତି କରୁଛନ୍ତି।
ତଳମୁହାଁ ହେଉଛି କରୋନା ଗ୍ରାଫ୍। ଧୀରେ ଧୀରେ ରାଜ୍ୟରୁ ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ହେଁ ଗତକାଲି ତୁଳନାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୫୪୫ ଜଣ ପଜିଟିଭ।
ଓଡ଼ିଶାରେ କରୋନା ତୃତୀୟ ଲହରର ପ୍ରଭାବ ଏତେ ବେଶି ପଡ଼ିନପାରେ । ବର୍ତ୍ତମାନ ଯେଉଁ ରାଜ୍ୟରେ ସଂକ୍ରମଣ ବଢ଼ିଛି ତାହା ସେମିତି ଅଧିକ ନୁହେଁ । ସେହି ଟ୍ରେଣ୍ଡକୁ ଦେଖିଲେ ଲାଗୁଛି ଆମେ ଭଲ ସ୍ଥିତିରେ ରହିବା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ନ କମୁଥିବା ଲକ୍ଷ୍ୟ କରାଯାଉଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ କରୋନା ସଂକ୍ରମଣରେ ଏବଂ ମୃତ୍ୟୁହାରକୁ ନେଇ ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ୍ କଲା ବିଜେପି । ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।
ରାଜ୍ୟରେ ସଂକ୍ରମଣ ତଳମୁହାଁ । ଗତ୨୪ ଘଣ୍ଟାରେ ୫୮୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣ ପ୍ରାଣ ହରାଇଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୬ ଆକ୍ରାନ୍ତ ଅଛନ୍ତି । ସେହିପରି କ୍ୱାରେଣ୍ଟିନରୁ ୩୪୨ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୨୪୩ ଜଣ । ସବୁଦିନ ପରି ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ବାହାରିଛନ୍ତି
ଜ୍ୟରେ ଆଜି ପୁଣି ୬୦୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୯ ଆକ୍ରାନ୍ତ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ରାଜ୍ୟରେ ଆଉ ୭ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।
ଭୁବନେଶ୍ୱର ଜୁଡ଼ିସିଆଲ କମ୍ପ୍ଲେକ୍ସକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ୩ ଦିନ ପାଇଁ ସିଲ୍ କରିଛି। ଆଜିଠାରୁ ୨୬ ତାରିଖ ପର୍ଯ୍ୟନ୍ତ କମ୍ପ୍ଲେକ୍ସ ବନ୍ଦ ରହିବ। ଏହି ସମୟରେ ଏଠାରେ RTPCR ଟେଷ୍ଟ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ଖୋଲିବ।
ଭିଡ ୧୯ ମହାମାରୀ ମଣିଷ ଜୀବନକୁ ବ୍ୟତିବ୍ୟସ୍ତ କରି ଦେଇଛି। ରୋଗର ଭୟ ଭିତରେ ଯେମିତି ଜୀବନଯାତ୍ରା ଠପ୍ ହୋଇଯାଇଛି। ଉଜୁଡ଼ି ଯାଇଛି ଜୀବନଜୀବିକା। ତଥାପି ରୋଗର ଭୟ ହଟିନି। ହେଲେ ୬ ମାସ ପରେ ଏହି ରୋଗର ଭୟାବହତା ଧୀରେ ଧୀରେ କମିଯିବ।
ରାଜ୍ୟରେ କମୁଛି କରୋନା ସଂକ୍ରମଣ। ୨୪ ଘଣ୍ଟାରେ ୫୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୭ ଜଣ ଆକ୍ରାନ୍ତ ଅଛନ୍ତି।
ଭିନ୍ନକ୍ଷମ ଓ ଚଲାବୁଲା କରିପାରୁନଥିବା ଲୋକଙ୍କୁ ଘରେ ଦିଆଯାଇପାରିବ କୋଭିଡ ଟିକା । ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁମତି ଦେଇଛି । ଦେଶର କୋଭିଡ ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କରିଛନ୍ତି, ଯଦିଓ ସଂକ୍ରମଣ କମିଛି କିନ୍ତୁ ଏଯାଏ ପୁରାପୁରି ସରି ନାହିଁ ।
କରୋନା ଟିକାକରଣ ଅଭିଯାନରେ ଶିଥିଳତା । ଆଶାନୁରୂପ ଚାଲିନି ଦ୍ୱିତୀୟ ଡୋଜ୍ ଟିକାକରଣ । ପ୍ରଥମ ଡୋଜ୍ ନେବାର ୩ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଲୋକେ ଦ୍ୱିତୀୟ ଡୋଜ୍ ନେଉ ନାହାନ୍ତି ।
କୋଭିଡ ସଂକ୍ରମଣ ବଢିବା ଯୋଗୁଁ ଅଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ ଅନେକ ସହରରେ ଲକଡାଉନ୍ ଘୋଷଣା କରାଯାଇଛି । ଏହି ସମୟରେ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କୁ କାମକୁ ଯିବା ପାଇଁ ସରକାରଙ୍କ ପକ୍ଷରୁ ମନା କରାଯାଇଛି । ଦୁଇ ଡୋଜ୍ ଟିକାକରଣ ପରେ ମଧ୍ୟ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଅନୁମତି ମିଳିନାହିଁ । ଏନେଇ କମ୍ପାନୀଗୁଡ଼ିକର ଚୁକ୍ତିଭିତ୍ତିକ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଧୀରେ ଧୀରେ ଦ୍ୱିତୀୟ ଲହରୀ ଦୁର୍ବଳ ହେବା ସହ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି । ଆଜି ପୁଣି ରାଜ୍ୟରେ ଦିନକରେ ୬୪୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୭୫ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୨୬୯ ଜଣ।
ମୃତକଙ୍କୁ ଦିଆଯାଉଛି କରୋନା ଭ୍ୟାକ୍ସିନ୍ । ଏପରିକି କୋଭିଡ ସାର୍ଟିଫିକେଟ ବି ଦିଆଯାଇଛି। ଭାକ୍ସିନେସନ ସଂଖ୍ୟା ବଢୁଥିବା ନେଇ ସରକାର ଦାବି କରୁଥିବାବେଳେ ମୃତବ୍ୟକ୍ତିଙ୍କୁ ଏଥିରେ ସାମିଲ କରିବା ଘଟଣା ଏହି ସଂଖ୍ୟା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
କରୋନା ଟିକାକରଣ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଭାରତ । ଦେଶରେ ବର୍ତ୍ତମାନ ସୁଦ୍ଧା ୮୩ କୋଟି ଲୋକଙ୍କୁ ଟିକାକରଣ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ଟିକାକରଣ ନେଇ ଜାରି ରହିଥିବା ସର୍ବବୃହତ ଅଭିଯାନ କ୍ରମରେ କେବଳ ୨୩ ତାରିଖରେ ୬୪ ଲକ୍ଷରୁ ଅଧିକ ଟିକାକରଣ କରାଯାଇଛି ।
କୋଭିଡରେ ମୃତ୍ୟୁ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସାହାଯ୍ୟ କରାଯିବ । ସବୁ ରାଜ୍ୟର ସରକାର ଏହି ସହଯୋଗ କରିବେ । ଆଗକୁ ମଧ୍ୟ ଯାହାର ମୃତ୍ୟୁ ହେବ କରୋନାରେ, ତାଙ୍କ ପରିବାରକୁ ଏହି ସହାୟତା ମିଳିବ ।
ଭାରତର ତୀବ୍ର ପ୍ରତିବାଦ ପରେ ନରମିଲା ବ୍ରିଟେନ । ଭାରତର କାର୍ଯ୍ୟାନୁଷ୍ଠାନ ଚେତାବନୀ ପରେ କୋଭିସିଲ୍ଡ ଟିକାକୁ ନେଇ ବ୍ରିଟେନ ତାର ପୂର୍ବ ନିଷ୍ପତ୍ତି ବଦଳାଇଲା। ଏଣିକି କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତି ବ୍ରିଟେନ ଯାଇପାରିବେ ।
କୋଭିଡରେ ଅଭିଭାବକ ହରାଇଥିବା ପିଲାଙ୍କୁ ସିବିଏସଇର ଆଶ୍ୱାସନା । ୨୦୨୧-୨୨ ଶିକ୍ଷା ବର୍ଷରେ ପିତାମାତା ହରାଇଥିବା ପିଲାଙ୍କୁ ଦେବାକୁ ପଡ଼ିବନି ପରୀକ୍ଷା କିମ୍ବା ପଂଜୀକରଣ ଫି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଲାଗୁ କରାଯାଇଛି।
ରାଜ୍ୟରେ ଧୀରେ ଧୀରେ ହ୍ରାସ ପାଉଛି ସଂକ୍ରମଣ । ଆଜି ପୁଣି ୭୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ଆକ୍ରାନ୍ତ ଅଛନ୍ତି ୧୦୧ ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୩୩୫ ଚିହ୍ନଟ ହୋଇଥିବା ଷ୍ଟେଟପୁଲରୁ ୮୧ ଚିହ୍ନଟ ହୋଇଛନ୍ତି । ନୂତନ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪୨୪ ଓ ଲୋକାଲ କେସ୍- ୩୧୦ ଚିହ୍ନଟ ହୋଇଛନ୍ତି ।
ଗୋଟିଏ ପଟେ କରୋନା ମହାମରୀର ଭୟ ସମ୍ପୂର୍ଣ୍ଣ ଶେଷ ହୋଇନଥିବା ବେଳେ ବ୍ଲାକ୍ ଫଙ୍ଗସ ଭୂତ ମୁଣ୍ଡ ଉପରେ ବୁଲୁଛି । ଏବେ ବି ବ୍ଲାକ୍ ଫଙ୍ଗସ ରୋଗରେ ଆକ୍ରାନ୍ତ ହୋଇ ଲୋକଙ୍କ ଜୀବନ ଯାଉଥିବା ଖବର ସାମ୍ନାକୁ ଆସୁଛି ।