• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓମିକ୍ରନ୍ ଭ୍ୟାରିଏଣ୍ଟକୁ ନେଇ ସାରା ବିଶ୍ୱ ତ୍ରସ୍ତ ଥିବା ବେଳେ ଶିକ୍ଷାନୁଷ୍ଠାନରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବା ନଜରକୁ ଆସିଛି । ତଲେଙ୍ଗାନାରେ ଗୋଟିଏ ମେଡିକାଲ କଲେଜର ଏକାଥରେ ୪୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ସପ୍ତାହରେ ତେଲେଙ୍ଗାନା କରିମନଗର ଜିଲ୍ଲାର ଆନନ୍ଦ ରାଓ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ଏହାପରଠାରୁ ଛାତ୍ରଛାତ୍ରୀଙ୍କ ଠାରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ଆଶଙ୍କା କରାଯାଉଛି ।

ଅନ୍ୟପଟେ ଦେଶରେ ଓମିକ୍ରନ୍ ଭ୍ୟାରିଏଣ୍ଟ ଚିହ୍ନଟ ହେବା ପରେ ବିମାନବନ୍ଦର ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟିପିସିଆର ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ବିମାନ ବନ୍ଦର ପରିସରରେ ଯାତ୍ରୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି । ରିପୋର୍ଟ ପାଇଁ ଯାତ୍ରୀମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି । ରାପିଡ୍‌ ପିସିଆର ଟେଷ୍ଟ ପାଇଁ ୩୫ଶହ ଟଙ୍କା ଦେବାକୁ ପଡୁଥିବା ବେଳେ ଆରଟିପିସିଆର ଟେଷ୍ଟ ପାଇଁ ୫ ଶହଟଙ୍କା ଦେବାକୁ ପଡୁଛି । 

ସେହିଭଳି ସଂକ୍ରାମକ ଓମିକ୍ରନ୍ ଭ୍ୟାରିଏଣ୍ଟ ଗୋଟିଏ ପରେ ଗୋଟିଏ ଦେଶକୁ ମାଡି ଚାଲିଛି । ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଏହା ଚିହ୍ନଟ ହୋଇଛି । ଅଷ୍ଟ୍ରେଲିଆର ସବୁଠାରୁ ବଡ ସହର କୁହାଯାଉଥିବା ସିଡନୀରେ ୫ଜଣ ଆକ୍ରାନ୍ତଙ୍କ ଠାରେ କରୋନାର ଏହି ନୂଆ ଭ୍ୟାରିଏଣ୍ଟ ଠାବ କରାଯାଇଛି । ସଂକ୍ରମିତ ଚିହ୍ନଟ ହୋଇଥିବା ବ୍ୟକ୍ତି ସ୍କୁଲ ଓ ଜିମ୍‌ରେ କାର୍ଯ୍ୟ କରୁଥିବାରୁ ଅନେକଙ୍କୁ ସଂକ୍ରମିତ କରିଥିବା ଆଶଙ୍କା କରାଯାଉଛି । ଏବେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ।