କିଛି ମାନୁନି କରୋନା: ହୁ ହୁ ହୋଇ ବଢୁଛି ସଂକ୍ରମଣ, ସବୁ ଅଫିସ୍ରେ ବ୍ୟାପିଲାଣି ମହାମାରୀ, କରୋନା ଆଁରେ ଡାକ୍ତରଖାନା ।
ଫୋନ୍ ଯୋଗେ ଡାକ୍ତରୀ ପରାମର୍ଶ ବା ଟେଲିମେଡିସିନ୍ ଉପରେ ଗୁରୁତ୍ୱ । ରୋଗୀଙ୍କ ଭଲ ପାଇଁ ଏ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏ
ସାମାନ୍ୟ ଲକ୍ଷଣ ତଥା ଲକ୍ଷଣହୀନ କରୋନା ସଂକ୍ରମିତ, ହୋମ୍ ଆଇସୋଲେସନରେ ରହିପାରିବେ ବୋଲି ମାର୍ଗଦର୍ଶିକା ଜାରି କରାଯାଇଛି । ଖାଲି ସେତିକି ନୁହେଁ ୬୦ରୁ ଉର୍ଦ୍ଧ୍ୱ ବୟସ୍କ, ବହୁବିଧ ରୋଗାକ୍ରାନ୍ତଙ୍କ ପାଇଁ ସର୍ତ୍ତମୂଳକ ହୋମ୍ ଆଇସୋଲେସନ ପାଇଁ ଅନୁମତି ମିଳିବ ।
ଶ୍ରୀରାମନଗର ୫୯ ନଂ ୱାର୍ଡର ଗୋଟିଏ ପ୍ଲଟ୍ କଣ୍ଟେନମେଣ୍ଟ । IRC ଭିଲେଜ ସ୍ଥିତ UBI ଆଞ୍ଚଳିକ ଶାଖାର ପ୍ରଥମ ମହଲା କଣ୍ଟେନମେଣ୍ଟ । ପଟିଆ ସମ୍ପର୍କ ବିହାରରର ଗୋଟିଏ ପ୍ଲଟ, ଡୋଭ୍ ଆପର୍ଟମେଣ୍ଟ ବି କଣ୍ଟେନମେଣ୍ଟ ।
ବିଦେଶରୁ ଡାକ୍ତର ଆସି ଚିକିତ୍ସା କଲେ, ହେଲେ ସଂକ୍ରମିତଙ୍କ ଜୀବନ ବଞ୍ଚିଲାନି ।
ତରଳ ଅକ୍ସିଜେନ ଯେମିତି ନିରବଚ୍ଛିନ୍ନ ଭାବେ ଯୋଗାଣ ହୋଇପାରିବ, ତାର ବ୍ୟବସ୍ଥା କରାଯାଉ ବୋଲି ସେ କହିଛନ୍ତି । ଏହାସହ ସବୁ ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ରଖନ୍ତୁ ।
ଏହା ବ୍ୟବହାର କରାଯାଇଛି କି ନାହିଁ ତାହାର ପ୍ରମାଣ ଏ ପର୍ଯ୍ୟନ୍ତ ମିଳିନଥିବା ବେଳେ ଖବର ପାଇ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛନ୍ତି ।
ଏଥର ଗାଁ ଗାଁରେ ଜମିବନି ପ୍ରଚାର କି ଭୋଜି ଭାତ । କୌଣସି ସ୍ଥାନରେ ପଥପ୍ରାନ୍ତ ସଭା, ପଦଯାତ୍ରା କି ବାଇକ୍ ରାଲି ହେବ ନାହିଁ ।
ଦେଶରେ ଦିନକରେ ୧୪୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ...ଦେଶରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୩ ହଜାର ୯୩୬କୁ ବୃଦ୍ଧି...ଆକ୍ଟିଭ୍ କେସ୍- ୭,୨୩,୬୧୯; ସୁସ୍ଥ ହେଲେଣି ୩,୪୫,୦୦,୧୭୨...
କୋଭିଡ୍ ହସ୍ପିଟାଲ ସଂଖ୍ୟା ୪ ଏବଂ ଶଯ୍ୟାସଂଖ୍ୟା ୧୬୯୯କୁ ବୃଦ୍ଧି ପାଇଛି । ପୂର୍ବରୁ ସମ୍ରେ ୮୧୦ ଓ ଆଦିତ୍ୟ ଅଶ୍ୱିନୀରେ ୧୫୦ ବେଡ୍ର ବ୍ୟବସ୍ଥା ଥିଲା ।
ଦେଶରେ କରୋନା ସଂକ୍ରମଣ ସ୍ଥିତି ବେହାଲ..ଗତ ୨୪ ଘଣ୍ଟାରେ ଦେଢ଼ ଲକ୍ଷ ଟପିଲା ସଂକ୍ରମଣ ସଂଖ୍ୟା.
ଗତ ୨୪ ଘଣ୍ଟାରେ ୨୦ ହଜାର ୧୮୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ଗୁରୁବାର ୧୫ ହଜାର ଏବଂ ଶୁକ୍ରବାର ୧୭ ହଜାରରୁ ଅଧିକ ଆକ୍ରାନ୍ତ ବାହରିଥିବା ବେଳେ ଆଜି ବି କରୋନାର ଲମ୍ବ ଡିଆଁ ଦେଖିଛି ରାଜଧାନୀ । ପଜିଟିଭିଟି ରେଟ୍ ମଧ୍ୟ ବୃଦ୍ଧି ପାଇ ୧୯.୬୦ରେ ପହଂଚିଛି ।
ରାଜ୍ୟରେ ଆଜି ରାଜ୍ୟରେ ଦିନକରେ ୩୬୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୧୪୮, ଲୋକାଲ୍ କେସ୍ ୧୫୩୧ ଜଣ ଚିହ୍ନଟ ହୋଇଛନ୍ତି ।
ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମଣକୁ ଦେଖି ସାରା ରାଜ୍ୟରେ କଡ଼ାକଡ଼ି ହୋଇଛି କରୋନା କଟକଣା । ଗତ ରାତିରୁ ରାଜଧାନୀ ସମେତ ସବୁ ସହରାଞ୍ଚଳରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ ।
ଆଜି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ । କୋଭିଡ୍ କଟକଣା ଉଲ୍ଲଙ୍ଘନକାରୀକୁ ସାବାଡ୍ ଲାଗି ତତ୍ପର ହୋଇଛି କମିଶନରେଟ୍ ପୋଲିସ । ସହରର ଛକ ଛକରେ ଫୋର୍ସ ମୁତୟନ କରାଯାଇଛି ।
ରାଜ୍ୟରେ ସଂକ୍ରମଣ ହୁ ହୁ ବଢୁଥିଲେ ବି କେବେ ପିକ୍ରେ ପହଞ୍ଚିବ, ତାହା ଏବେଠୁ କହି ହେବନି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏଣେ ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବି ହୋଇଛନ୍ତି କରୋନା ସଂକ୍ରମିତ ।
ହଷ୍ଟେଲ ଭିତରେ ଥିବା ଗୋଟିଏ ମାତ୍ର ଶୌଚାଳୟକୁ ଉଭୟ କରୋନା ଆକ୍ରାନ୍ତ ଏବଂ ଅନ୍ୟମାନେ ବ୍ୟବହାର କରୁଥିଲେ । ତେଣୁ ସଂକ୍ରମଣ ବଢିବାର ଆଶଙ୍କା ଦେଖାଦେଇଥିଲା ।
ରିପୋର୍ଟ ପଜିଟିଭ୍ ଆସିଲେ ନମୁନା ଜିନମ ସିକ୍ୱେନ୍ସିଂ ପାଇଁ ଯିବ । ଜାନୁଆରୀ ୧୧ ତାରିଖରୁ ଲାଗୁ ହେବ ନିୟମ ।
ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ପରେ ସେ ଆଇସୋଲେସନରେ ରହିଥିବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ଗତ ୩ ଦିନରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ କରୋନା ଟେଷ୍ଟ କରାଇବାକୁ ସେ ପରାମର୍ଶ ଦେଇଛନ୍ତି।
ଦେଶରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୧୭ ହଜାର ୧୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କାଲିଠାରୁ ଆଜି ୨୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର ୭.୭୪ ପ୍ରତିଶତକୁ ବୃଦ୍ଧି ପାଇଛି ।
ଗତ ୨୪ ଘଣ୍ଟାରେ ଦେଶରେ୧ ଲକ୍ଷ ୧୭ ହଜାର ୧୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କାଲିଠାରୁ ଆଜି ୨୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟ ହେଉ କି ଦେଶ, ତୃତୀୟ ଲହରରେ ହୁ ହୁ ମାଡୁଛି କରୋନା ସଂକ୍ରମଣ। ଦେଶରେ ଦୈନିକ ପଜିଟିଭ୍ ସଂଖ୍ୟା ଆଜି ୯୦ ହଜାର ପାର କରିଥିବାବେଳେ ରାଜ୍ୟରେ ବି ୨ହଜାର ମୁହାଁ ହେଲାଣି।
ଆକ୍ରାନ୍ତଙ୍କୁ ପରାମର୍ଶ ଦେବାକୁ ଅହୋରାତ୍ର କାମ କରିବ କଣ୍ଟ୍ରୋଲ ରୁମ୍ । ଆକ୍ରାନ୍ତଙ୍କୁ ହସ୍ପିଟାଲ ପହଞ୍ଚାଇବାକୁ କଣ୍ଟ୍ରୋଲ ରୁମ୍କୁ ଆମ୍ବୁଲାନ୍ସ ଦିଆଯିବ ଓ ହୋମ୍ ଆଇସୋଲେସନରେ ଥିବା ସବୁ ଆକ୍ରାନ୍ତଙ୍କ ତଥ୍ୟ କଣ୍ଟ୍ରୋଲ ରୁମ୍ ବି ସଂଗ୍ରହ କରିବ ବୋଲି କୁହାଯାଇଛି ।
ରାଜ୍ୟରେ ପ୍ରଥମ-ଓମିକ୍ରନ୍ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣଙ୍କ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍ ଅଞ୍ଚଳର ୪୫ ବର୍ଷୀୟା ମହିଳା ବୋଲି ଜଣାପଡ଼ିଛି।
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧,୮୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧,୧୦୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୭୯୧ ରହିଛି। ସେହିପରି ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।ଖୋର୍ଦ୍ଧା ଜିଲ୍ଲାର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୪୬୭କୁ ବୃଦ୍ଧି ପାଇଛି।