Advertisment

‘୧୯ ବର୍ଷ ପୂର୍ବେ ମୋତେ ଅଫର୍‌ ଦେଇଥିଲେ ନବୀନ’

ପ୍ରଦୀପ ମାଝି କଂଗ୍ରେସ ଛାଡ଼ିବା ଅବସରରେ କଂଗ୍ରେସ ନେତା ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ନିଜ ସ୍ୱାର୍ଥ ପାଇଁ ପ୍ରଦୀପ ମାଝି କଂଗ୍ରେସ ଛାଡ଼ିଛନ୍ତି। ସେ ଫେଲ୍‌ ମାରି ବୁଲୁଛନ୍ତି। ସେ ଯେଉଁଥିରେ ହାତ ମାରିଲେ ଫେଲ୍‌।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Sura Routray

Sura Routray

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭୁଶୁଡ଼ୁଛି ରାଜ୍ୟ କଂଗ୍ରେସର ଦୁର୍ଗ। ଅବିଭକ୍ତ ଗଞ୍ଜାମ ଧିରେ ଧିରେ ବିଜେଡି କବ୍‌ଜାକୁ ଆସି ଥିବାବେଳେ ଏବେ ଅବିଭକ୍ତ କୋରାପୁଟ ଜିଲ୍ଲାର କଂଗ୍ରେସ ଦୁର୍ଗ ନଷ୍ଟ ହେବାରେ ଲାଗିଛି। ବରିଷ୍ଠ ନେତାମାନେ କଂଗ୍ରେସରୁ ଇସ୍ତଫା ଦେଉଛନ୍ତି। ଆଜି ବରିଷ୍ଠ ନେତା ପ୍ରଦୀପ ମାଝି କଂଗ୍ରେସରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି। ତାଙ୍କ ପୂର୍ବରୁ ପୂର୍ବତନ କଂଗ୍ରେସ ବିଧାୟକ କୈଳାସ କୁଲେସିକା ଓ କଂଗ୍ରେସ ନେତା ଚନ୍ଦ୍ରଶେଖର ମାଝୀ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। ତେଣୁ ଧୀରେ ଧୀରେ କଂଗ୍ରେସର ଗଡ଼ ଭାଙ୍ଗୁଥିବା ନେଇ ଚର୍ଚ୍ଚା ହେଉଛି। 

Advertisment

ପ୍ରଦୀପ ମାଝି କଂଗ୍ରେସ ଛାଡ଼ିବା ଅବସରରେ କଂଗ୍ରେସ ନେତା ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ନିଜ ସ୍ୱାର୍ଥ ପାଇଁ ପ୍ରଦୀପ ମାଝି କଂଗ୍ରେସ ଛାଡ଼ିଛନ୍ତି। ସେ ଫେଲ୍‌ ମାରି ବୁଲୁଛନ୍ତି। ସେ ଯେଉଁଥିରେ ହାତ ମାରିଲେ ଫେଲ୍‌। କଂଗ୍ରେସ ତାଙ୍କୁ ଟିକେଟ୍‌ ଦେଇଥିଲା, ହେଲେ ସେ ନିଜେ ହାରିଗଲେ। ପାୱାର, ମନି ପାଇଁ ସେ ଦଳ ଛାଡ଼ିଛନ୍ତି। ପ୍ରଦୀପ ମାଝି କଂଗ୍ରେସକୁ ଧୋକା ଦେଇ ଯାଇଛନ୍ତି।’

ଦକ୍ଷିଣ ଓଡ଼ିଶାରେ କଂଗ୍ରେସର ଗଡ଼ ଭୁଶୁଡ଼ିବା ନେଇ ପ୍ରଶ୍ନର ଉତ୍ତରରେ ସୁର ରାଉତରାୟ କହିଛନ୍ତି, ‘ଏମିତି କିଛିବି ନାହିଁ। ନୂଆ ଯୁବକ,ଯୁବତୀ ଯୋଗ ଦେବେ। ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ କାମ ହେବ।’

Advertisment

ସୁର ରାଉତରାୟ ଆହୁରି କହିଛନ୍ତି, ‘ମୋର ନବୀନ ବାବୁଙ୍କ ସହିତ ଘନିଷ୍ଠ ସମ୍ପର୍କ। ମୁଁ ଲୋକଙ୍କ ଯେଉଁ କାର୍ଯ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଛି, ତାହା ସେ କରିଛନ୍ତି।  ୧୯ ବର୍ଷ ପୂର୍ବେ ବିଜେଡିରେ ଯୋଗ ଦେବାକୁ ଅଫର ଆସିଥିଲା। ଅଫର ଥିଲା ଜଟଣୀ କିମ୍ବା ଭୁବନେଶ୍ୱରର ଯେଉଁଠୁ ଚାହିଁବେ ଲଢି ପାରିବେ।’ ନବୀନଙ୍କ ଅଫରରେ ସୁର କହିଥିଲେ, ମରିବା ଯାଏ କଂଗ୍ରେସରେ ରହିବି। ସୁର ରାଉତରାୟଙ୍କ ଉତ୍ତରରେ ନବୀନ କହିଥିଲେ, ‘ଥ୍ୟାଙ୍କ୍ ୟୁ।’

ସୂଚନାଥାଉ କି, ବରିଷ୍ଠ ନେତା ତଥା ଓଡ଼ିଶାର ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଇସ୍ତଫା ନେଇ ପ୍ରଦୀପ ମାଝୀ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ଜଣାଇଥିବା ସୂଚନା ମିଳିଛି।

Congress Sura Routray Pradeep Majhi
Advertisment
Advertisment