ଶ୍ରୀରାମନଗର ୫୯ ନଂ ୱାର୍ଡର ଗୋଟିଏ ପ୍ଲଟ୍ କଣ୍ଟେନମେଣ୍ଟ । IRC ଭିଲେଜ ସ୍ଥିତ UBI ଆଞ୍ଚଳିକ ଶାଖାର ପ୍ରଥମ ମହଲା କଣ୍ଟେନମେଣ୍ଟ । ପଟିଆ ସମ୍ପର୍କ ବିହାରରର ଗୋଟିଏ ପ୍ଲଟ, ଡୋଭ୍ ଆପର୍ଟମେଣ୍ଟ ବି କଣ୍ଟେନମେଣ୍ଟ ।
KFCରେ ଚଢ଼ାଉ । ବାସି ଖାଦ୍ୟ ବିକ୍ରି କରୁଥିବା ଅଭିଯୋଗରେ ହେଲା ଚଢ଼ାଉ । ବଡ଼ ବଡ଼ିଆଙ୍କୁ ମନଲୋଭା ଖାଦ୍ୟ, ଅତି ସୁନ୍ଦର ଭାବେ ପରଷି ଦେଉଥିବା ଏହି କେଏଫ୍ସସି ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।
ସ୍ମାର୍ଟ ସ୍କୁଲ, ସ୍ମାର୍ଟ ପୋଖରୀ, ସ୍ମାର୍ଟ ରୋଡ ପରେ ଏବେ ସ୍ମାର୍ଟ ହାଟ ପାଇଁ ସିଲଭର ସିଟି କଟକରେ ଚାଲିଛି ଯୋଜନା । କଟକର ପରିଚୟ ଛତ୍ରବଜାର ପରିବା ମାର୍କେଟ ସ୍ମାର୍ଟ ହେବାକୁ ଯାଉଛି । ଦୀର୍ଘ ବର୍ଷର ପୁରୁଣା, ପୁତି ଗନ୍ଧମୟ ଓ ଅଳିଆ ଆବର୍ଜନାରେ ଭର୍ତ୍ତି ହେଉଥିବା ଛତ୍ରବଜାରର ସ୍ୱରୂପ ବଦଳିବାକୁ ଯାଉଛି ।
ଲୋକଙ୍କ ଜୀବନ ସହିତ ଖେଳ । କଟକରୁ ୧୦ ପେଟି ପଚା ଅଣ୍ଡା ଜବତ କଲା କଟକ ମହାନଗର ନିଗମ । ଆଠଗଡ଼ରୁ କଟକ ସାଆନ୍ତ ସାହି ଚାଲାଣ ବେଳେ ପଚା ଅଣ୍ଡା ପେଟି ଜବତ ହୋଇଛି ।
କଟକର ବେଆଇନ୍ ପାଉଁରୁଟି କାରଖାନା ଉପରେ ଚଢାଉ। କଟକ ଶିଖରପୁର ସ୍ଥିତ ପାଉଁରୁଟି କାରଖାନାରେ ସିଏମସି ଅଧିକାରୀଙ୍କ ତନାଘନା। ବିନା ଅନୁମତି ଓ କାଗଜପତ୍ର ନଥାଇ କାରଖାନା ଚଳାଉଥିବାର ଅଭିଯୋଗ ଆସିଛି। ନିମ୍ନ ମାନର ପାଉଁରୁଟି ତିଆରି କରୁଥିବା ଅଭିଯୋଗରେ ସିଏମସି ଚଢାଉ କରିଛି।
ସେପ୍ଟେମ୍ବର ପାଇଁ ନୂଆ ଗାଇଡ୍ଲାଇନ୍ ଜାରି ହେବା ପରେ କଟକ ମ୍ୟୁନିସିପାଲିଟି ପକ୍ଷରୁ ଜାରି ହେଲା ଗଣେଷ ପୂଜା ଗାଇଡ୍ ଲାଇନ୍ । ପୁରା କଟକ ସହର ପାଇଁ କଡ଼ା ଗଣେଶ ପୂଜା ଗାଇଡଲାଇନ ଜାରି କରିଛି CMC ।
ଭୁବନେଶ୍ୱର ଭଳି କଟକରେ ବଢିଲାଣି ଡେଙ୍ଗୁ ଭୟ। ସହରରେ ୮ ଜଣ ରୋଗୀ ଚିହ୍ନଟ ହୋଇସାରିଥିବାରୁ ଏବେଠୁ ସତର୍କ ନହେଲେ ଆଗକୁ ସ୍ଥିତି ଜଟିଳ ହେବା ଆଶଙ୍କା ବଢିଯାଇଛି। ସମ୍ଭାବ୍ୟ ସ୍ଥିତିରୁ ରକ୍ଷା ପାଇବାକୁ ହେଲେ ସହରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ପ୍ରଥମେ ସଜାଡିବାର ଆବଶ୍ୟକତା ରହିଛି। ସିଏମସି ସହରର ନିୟମିତ ସଫେଇ ସାଙ୍ଗକୁ ମଶା ତେଲ ସିଞ୍ଚନ କରୁନଥିବା ଅଭିଯୋଗ ଉଠିଛି।