• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

BMCରେ ଆଜି ପୁଣି ବଢ଼ିଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ । ୟୁନିଟ୍-୯ର ୨୯ ନଂ ଓ ଲକ୍ଷ୍ମୀସାଗର ୪୩ ନଂ ୱାର୍ଡର କିଛି ଅଂଶ କଣ୍ଟେନମେଣ୍ଟ । ସତ୍ୟନଗର ତୋସାଳି ଆପାର୍ଟମେଣ୍ଟ ହେଲା କଣ୍ଟେନମେଣ୍ଟ । ଶ୍ରୀରାମନଗର ୫୯ ନଂ ୱାର୍ଡର ଗୋଟିଏ ପ୍ଲଟ୍‌ କଣ୍ଟେନମେଣ୍ଟ । IRC ଭିଲେଜ ସ୍ଥିତ UBI ଆଞ୍ଚଳିକ ଶାଖାର ପ୍ରଥମ ମହଲା କଣ୍ଟେନମେଣ୍ଟ । ପଟିଆ ସମ୍ପର୍କ ବିହାରରର ଗୋଟିଏ ପ୍ଲଟ, ଡୋଭ୍ ଆପର୍ଟମେଣ୍ଟ ବି କଣ୍ଟେନମେଣ୍ଟ । ନହରକଣ୍ଟାର ରୋଶନ ଆପାର୍ଟମେଣ୍ଟ, ମୈତ୍ରିବିହାର LIC କଲୋନୀ କଣ୍ଟେନମେଣ୍ଟ ।

High CourtHigh Court

ସେହିଭଳି ଆଜି ଏକାଧିକ କରୋନା ପଜିଟିଭ ଚିହ୍ନଟ ପରେ କଟକର ୩ଟି କୋର୍ଟ ପରିସରକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସେହି ୩ଟି କୋର୍ଟ ପରିସର ହେଲା ସିଭିଲ କୋର୍ଟ, ଏସ୍‌ଡିଜେଏମ୍ କୋର୍ଟ ଓ ଜିଲ୍ଲା ଦୌରାଜଜ୍ କୋର୍ଟ । ଏହି ସବୁ କୋର୍ଟ ପରିସରରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏହାକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ସିଏମ୍‌ସି । କେବଳ କଟକ ସିଭିଲ କୋର୍ଟ ପରିସରରୁ ବାହାରିଛନ୍ତି ୩୯ ପଜିଟିଭ୍‌ ।