Advertisment

Ganjam Rape and Murder: ରାକ୍ଷସ ମାମୁ, ୪ ବର୍ଷର ଭାଣିଜୀକୁ ଦୁଷ୍କର୍ମ ପରେ ହତ୍ୟା କଲା

ଅଶ୍ଲୀଳ ଭିଡିଓ ଦେଖି ଜଣେ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା । ଶିଶୁଟି ଅଜା ଘରକୁ ବୁଲିବାକୁ ଆସିଥିବାବେଳେ ସମ୍ପର୍କୀୟ ମାମୁ ଏହି କାଣ୍ଡ ଘଟାଇଥିବା ସୂଚନା । ଅଭିଯୁକ୍ତକୁ ଗିରଫ କଲା ପୋଲିସ ।

author-image
Namita Biswal
ଅଦ୍ୟତନ ହୋଇଛି
Murder

Murder

ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଏହି ବର୍ବରକାଣ୍ଡ ଭିଆଇଥିବା ଅଭିଯୁକ୍ତର ନାମ କାଳିଆ ନାହାକ । ଦୁଷ୍କର୍ମ ପୂର୍ବରୁ ଅଶ୍ଳୀଳ ଭିଡିଓ ଦେଖିଥିଲା ଅଭିଯୁକ୍ତ । ଅଶ୍ଲୀଳ ଭିଡିଓ ଦେଖି ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଜଣାପଡିଛି । ପୋଲିସ କାଳିଆକୁ ଗିରଫ କରିଛି । ଗତକାଲି ଏକ ନିର୍ମାଣାଧୀନ ଘରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଥିଲା ।

Advertisment

ଅଧିକ ପଢ଼ନ୍ତୁ: ଶାଳବଣରେ ୨ ଭାଇଙ୍କୁ ମାରି ନିଆଁ ଲଗାଇଦେଲେ...

ସୂଚନା ମୁତାବକ, ଅଭିଯୁକ୍ତ କାଳିଆ ମୃତ ଶିଶୁକନ୍ୟାର ସମ୍ପର୍କୀୟ ମାମୁ । ଶିଶୁକନ୍ୟା ପାଟପୁର ଥାନା ଅଞ୍ଚଳରେ ଥିବା ନିଜ ଅଜା ଘରକୁ ବୁଲିବାକୁ ଆସିଥିଲା । ଏହି ସମୟରେ କାଳିଆ ନାହାକ ଶିଶୁକନ୍ୟାକୁ ଏକ ନିର୍ମାଣାଧୀନ ଘରକୁ ଡାକି ନେଇ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା । ୨୬ ତାରିଖ ଅର୍ଥାତ୍ ଗତକାଲି ଶିଶୁକନ୍ୟାର ମୃତଦେହ ମିଳିଥିଲା ।

ପୋଲିସର ତଦନ୍ତ ପରେ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ହୋଇଛି । ସମ୍ପର୍କୀୟ ମାମୁ କାଳିଆ ନାହାକ ଅଶ୍ଳୀଳ ଭିଡିଓ ଦେଖି ନିଶାସକ୍ତ ଅବସ୍ଥାରେ ଏହି ଅମାନୁଷିକ କାଣ୍ଡ ଘଟାଇଥିଲା । ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ୍ ସ୍ୱତନ୍ତ୍ର ଟିମ୍ କାଳିଆ ନାହାକକୁ ଗିରଫ କରିଛି । ଏନେଇ ଗଞ୍ଜାମ ଏସପି ସୂଚନା ଦେଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ରସିକିଆ ସାର୍‌, କୁନି କୁନି ଛାତ୍ରୀଙ୍କ ଉପରେ ରଖୁଥିଲେ ଖରାପ ନଜର...

Rape And Murder Ganjam News
Advertisment
Advertisment