Advertisment

Murder of Brothers in Ganjam: ଶାଳବଣରେ ୨ ଭାଇଙ୍କୁ ମାରି ନିଆଁ ଲଗାଇଦେଲେ...

ଗଞ୍ଜାମ ବେଗୁନିଆପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା । ବେଗୁନିଆପଡ଼ା ଥାନା ଶାଳବଣରେ ଦୁଇ ଭାଇଙ୍କୁ ହତ୍ୟା କରିବା ପରେ ନିଆଁ ଲଗାଇ ଦେଲେ । ପୋଲିସର ତଦନ୍ତ ଜାରି ।

author-image
Namita Biswal
ଅଦ୍ୟତନ ହୋଇଛି
Murder of Brothers

Murder of Brothers

ଗଞ୍ଜାମ ବେଗୁନିଆପଡ଼ାରେ ଚାଞ୍ଚଲ୍ୟ । ଦୁଇ ଭାଇଙ୍କୁ ହତ୍ୟା ପରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଶାଳବଣରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମୃତକ ଦୁଇ ଭାଇ ହେଲେ ସୁମଣ୍ଡଳ ଗାଁର ସଞ୍ଜୟ ବାରିକ ଓ ଅଜୟ ବାରିକ । ଦୁହିଁଙ୍କୁ ହତ୍ୟା କରିବା ପରେ କେହି ମୃତଦେହ ଜାଳି ଦେଇଥିବା ସନ୍ଦେହ କରାଯାଉଛି ।

Advertisment

ସୂଚନା ମୁତାବକ, ମୃତକ ଦୁଇ ଭାଇ ଏକାଧିକ ଅପରାଧିକ ମାମଲାରେ ଜଡ଼ିତ ଥିଲେ । ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ହତ୍ୟା ମାମଲାରେ କିଛି ଦିନ ତଳେ ଏହି ଦୁଇ ଭାଇ ଜେଲ୍‌ରୁ ଫେରିଥିଲେ । ଖଲ୍ଲିକୋଟ ଥାନା ମରେଇନୂଆଗାଁ ନିକଟରୁ ଦୁହିଁଙ୍କ ମୃତଦେହ ଉଦ୍ଧାର ହୋଇଛି । ବେଗୁନିଆପଡା ଶାଳବଣରେ ଦୁଇ ଭାଇଙ୍କୁ କେହି ହତ୍ୟା କରିବା ପରେ ମରେଇଗାଁ ନିକଟରେ ମୃତଦେହକୁ ଫିଙ୍ଗି ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି ।

ଅଧିକ ପଢ଼ନ୍ତୁ: ରସିକିଆ ସାର୍‌, କୁନି କୁନି ଛାତ୍ରୀଙ୍କ ଉପରେ ରଖୁଥିଲେ ଖରାପ ନଜର...

ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବାର ପୋଲିସ ସନ୍ଦେହ କରୁଛି । କେହି ପିଟି ପିଟି ଦୁଇ ଭାଇଙ୍କୁ ହତ୍ୟା କରିବା ପରେ ମୃତଦେହକୁ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଦୁଇ ଭାଇ ଅନେକ ଅପରାଧିକ ମାମଲାରେ ଲିପ୍ତ ଥିବାରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

Advertisment
Murder Ganjam News
Advertisment
Advertisment