ବାପା ରଙ୍ଗ ମଞ୍ଚରେ କାମ କରୁଛନ୍ତି। ଯେତିକି ଟଙ୍କା ରୋଜଗାର ହେଉଛି ସେତିକିରେ ପରିବାର ଚଳିବା କଷ୍ଟ। ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସେପଟେ ବଞ୍ଚିବାକୁ ଚାହୁଁଛନ୍ତି ବିନୋଦ। ବାସ୍ ସରକାରଙ୍କ ସାହାଯ୍ୟ ମିଳିଲେ ବିନୋଦଙ୍କ ଚିକିତ୍ସା ହେବ...ପୁଣି ଥରେ ପରିବାର ହସିବ
ପରିବାର ଉପରେ ବୋଝ ପାଲଟିଲା ଭେଣ୍ଡିଆ ପୁଅ। ୧୬ ବର୍ଷ ହେଲାଣି ପାଦରେ ପଡ଼ିଛି ଶିଙ୍କୁଳି। ବାହାରକୁ ଛାଡିପାରୁଛନ୍ତି ନା ଘରେ ରଖିପାରୁଛନ୍ତି...ଚିନ୍ତାରେ ପୂରା ପରିବାର।
ଅନ୍ଧାର କୋଠରୀ ଭିତରେ ମାନିସିକ ରୋଗାଗ୍ରସ୍ତ ପୁଅ। ସରକାର ଶୁଣୁନାହାନ୍ତି କି ପ୍ରଶାସନ ବୁଝୁନି। ସ୍କୁଲ ପାଠ ପଢିବା ବୟସରୁ ଧୀରେ ଧୀରେ ମାନସିକ ରୋଗ ହେଲା ପୁଅକୁ....ପ୍ରଥମେ ଚେରମୂଳି ଚିକିତ୍ସା ହେଲା କିନ୍ତୁ ଲାଭ ହେଲାନି। ରାଞ୍ଚିରେ ବି କିଛି ଲାଭ ହେଲାନି...ସରକାରୀ ସାହାଯ୍ୟ ଅପେକ୍ଷାରେ ଗୁରିଆ ମଲିକ
ମନରେ କେତେ କଣ ସ୍ୱପ୍ନ ଥିଲା। ଚାକିରି କରିବା ପରେ ଏହି ସବୁ କାମ କରିବାର ଇଚ୍ଛା ବି ଥିଲା
ଯେଉଁ ବୟସରେ ଖେଳିବା କଥା ସେହି ବୟସରେ ବାପାର ସାହାରା ପାଲିଟିଛନ୍ତି ଛୋଟ ପୁଅ-ଝିଅ। ଦିନରାତି ବାପାଙ୍କ ସେବାରେ ବ୍ୟସ୍ତ ପୁଅ...ସେପଟେ ବାପା-ମାଆ-ଭାଇଙ୍କ ପାଇଁ ରୋଷେଇ କରୁଛି ଏଇ କୁନି ଝିଅ। କ୍ୟାନସର ପୀଡ଼ିତ ବାପାଙ୍କୁ ଭଲ କରିବା ପାଇଁ ସରକାରଙ୍କୁ କରୁଛନ୍ତି ଗୁହାରି
ଭେଣ୍ଡିଆ ବୟସରେ ପୁଅର ଗୋଡକୁ ବାନ୍ଧି ରଖିଛନ୍ତି ବାପା-ମା'। ଯୋଉଠି ଖାଆନ୍ତି ସେଇଠି ସୁଅନ୍ତି ରାଜକୁମାର। ଗୋଟେ ଆଖିକୁ ଦେଖାଗଲେ ଆଉ ଗୋଟେ ଆଖିକୁ ଭଲଭାବରେ ଦେଖା ଯାଉନି। ପୁଅର ଚିକିତ୍ସା ପାଇଁ ନାକେଦମ୍ ହେଲେଣି ପରିବାର ଲୋକ।
ଜନ୍ମରୁ ସେ ପୋଲିଓ ରୋଗରେ ଆକ୍ରାନ୍ତ। ଦିବ୍ୟାଙ୍ଗ ହୋଇଥିଲେ ବି ପାଠ ପଢ଼ିବାକୁ ଭାରି ମନ। ଶାରୀରିକ ଅକ୍ଷମତା କାରଣରୁ ସ୍କୁଲ ଯାଇ ପାରୁ ନଥିବାରୁ ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି ଗଣେଶ। ଏବେ ସରକାରଙ୍କୁ ଗୁହାରି କରିଛନ୍ତି ମୋତେ ଗୋଟେ ଟ୍ରାଇ ସାଇକେଲଟିଏ ଦିଅ। ମୁଁ ସ୍କୁଲ୍ ଯିବି, ଆଉ ପାଠ ପଢିବି
ବ୍ରେନ ଷ୍ଟ୍ରୋକ୍ ପରେ ବିଛଣାରେ ଭବାନୀଶଙ୍କର। ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଶଯ୍ୟାଶାୟୀ ହେବାରୁ ଦିନରେ ଦୁଇ ମୁଠା ଖାଇବାକୁ ପାଉନାହାନ୍ତି ପରିବାର ଲୋକ। ଆଉ ସ୍ୱାମୀର ଏ ଅବସ୍ଥା ଦେଖି ପାଗେଳି ପ୍ରାୟ ସ୍ତ୍ରୀ...ଏବେ ଆପଣମାନେ ସାହାଯ୍ୟ କଲେ ଭଲ ହେବେ ଭବାନୀ
ଦୁଇ ଦିବ୍ୟାଙ୍ଗ ଝିଅକୁ ଛାଡ଼ି ଚାଲିଗଲା ମାଆ। ୪ ବର୍ଷ ହେଲାଣି ବାପା ମରିଗଲେଣି....ଭୋକ ଉପାସରେ କଟୁଛି ଦିନ। ଦିନେ ଖାଇଲେ ଦୁଇଦିନ ମିଳୁନି....କବାଟ ନାହିଁ କି ଝରକା ନାହିଁ ତଥାପି ଏଇ ଘରେ ରହୁଛନ୍ତି ଦୁଇ ଭଉଣୀ…ସାହାଯ୍ୟ ଅପେକ୍ଷାରେ ଏମାନେ
ଭାବିଥିଲେ ଇଂଜିନିୟର ହେବି। ଭଲ ରୋଜଗାର କରି ପରିଣତ ବୟସରେ ମାଆକୁ ଭଲରେ ରଖିବେ ବୋଲି। ହେଲେ ଦଇବ ଏମିତି ଦେଲା ଯନ୍ତ୍ରଣା। ଏବେ ମାଆ କାନ୍ଧ ହୋଇଛି ସାହା ଭରସା...
ଚାଳ ନାହିଁ କି ଛପର ନାହିଁ। ଦିନରେ ସୂର୍ଯ୍ୟ ତ ରାତିରେ ଦିଶୁଛି ଚନ୍ଦ୍ର...ନୂଆଁଣିଆ ଭଙ୍ଗା ଚାଳଘରେ ବିତୁଛି ଜୀବନ। ଛପର କରିବାକୁ ଟଙ୍କା ନାହିଁ...ରୋଷେଇ କରୁ କରୁ ଅଧାବେଳେ କୁକୁର ନେଉଛି ଟାଣି। ପ୍ରଶାସନ ପାଖକୁ ଦଉଡ଼ି ଦଉଡ଼ି ଘର ଖଣ୍ଡିଏ ବି ମିଳିଲାନି…
ବୋଝ ବୋହି ବୋହି ନିଜେ ବୋଝ ପାଲଟିଗଲେ ଅକ୍ଷୟ। ୨ ବର୍ଷ ହେଲାଣି ପାରାଲିସିସ୍ ପୀଡ଼ିତ। ଚିକିତ୍ସା ପାଇଁ ବାସନକୁସନ, ସୁନାଗହଣା ସବୁ ବିକି ସାରିଲେଣି। କଥା କହୁନାହାନ୍ତି କି ଚାଲୁନାହାନ୍ତି...ବୁଢୀ ମାଆ କେମିତି ଭେଣ୍ଡିଆ ପୁଅର ଚିକିତ୍ସା କରିବ ତାହାକୁ ଚିନ୍ତା କରି କାନ୍ଦୁଛି ମାଆ। ଆପଣ ସାହାଯ୍ୟ କଲେ ଅକ୍ଷୟଙ୍କର ହେବ ଚିକିତ୍ସା
ଦୁଇ ପୁଅଙ୍କ ଚିକିତ୍ସା ପାଇଁ ୧୫ ହଜାର ଟଙ୍କାରେ ରାସନ ଓ ଭତ୍ତା କାର୍ଡ଼କୁ ବନ୍ଧା ପକାଇଦେଲା ବାପା। ଚାଉଳ ବିକି ବନ୍ଧା କାର୍ଡକୁ ଆଣିବାକୁ ଚେଷ୍ଟା କରୁଛନ୍ତି ବାପା...ପ୍ରଶ୍ନ ଉଠୁଛି କୁଆଡ଼େ ଗଲା ବିଜୁ ସ୍ୱାସ୍ଥ୍ୟ କାର୍ଡ଼?
ଭେଣ୍ଡିଆ ପୁଅର କାମ କରୁନି କିଡନୀ। ଚିକିତ୍ସା ପାଇଁ ପାଖରେ ଅର୍ଥ ବି ନାହିଁ, କିଡନୀ ପ୍ରତ୍ୟାରୋପଣ ପାଇଁ ଦରକାର ୧୦ ଲକ୍ଷ ଟଙ୍କା, ପାଖରେ ଟଙ୍କା ନଥିବାରୁ ସାହାଯ୍ୟ ମାଗୁଛନ୍ତି ପୂରା ପରିବାର
ଜନ୍ମରୁ ମାଆକୁ ଦେଖିନି, ସୂର୍ଯ୍ୟାଲୋକ ବି ଦେଖିନି...କଅଁଳ ସ୍ୱରରେ ପାଠ ପଢିବି ବୋଲି କହୁଛି....ମା ଚାଲିଗଲା ପରେ ଦୁନିଆରେ କେବଳ ସାହା ଭରଷା ଏବେ ବାପା
କିଡନୀ ରୋଗରେ ପଡ଼ିଛି ସ୍ୱାମୀ। ପାଖରେ ଟଙ୍କା ନାହିଁ, ଚିକିତ୍ସା ଲାଗି ଘରକୁ ଘର, ଗାଁ କୁ ଗାଁ ବୁଲି ଭିକ ମାଗୁଛି ସ୍ତ୍ରୀ....ସେପଟେ ଭେଣ୍ଡିଆ ପୁଅ ପାଇଁ ଘର ବନ୍ଧା ପକାଇଦେଇଛି ବୁଢା ବାପା...ସାହାଯ୍ୟ ଅପେକ୍ଷାରେ ସନ୍ୟାସୀ
ସାଙ୍ଗ ହୋଇ ସ୍କୁଲ ଯାଉଥିଲେ, କବାଡ଼ି ଖେଳୁଥିଲେ। କିନ୍ତୁ ଘାଇଲା କରିଦେଲା ଅଜଣା ରୋଗ। ଏବେ ବିଛଣାରେ ପଡ଼ିରହିଛନ୍ତି ଦୁଇ ଭାଇ....ଚାଲିପାରୁନାହାନ୍ତି କି କିଛି କରିପାରୁନାହାନ୍ତି
ଯେଉଁ ବୟସରେ ପରିବାର ଚଳାଇବା କଥା ସେହି ବୟସରେ ପରିବାର ଉପରେ ସେ ହୋଇଗଲେ ବୋଝ...ଚିକିତ୍ସା ପରେ ବି ଚାଲିପାରୁନି ଭେଣ୍ଡିଆ ପୁଅ...ଆପଣଙ୍କ ସାହାଯ୍ୟ ଅପେକ୍ଷାରେ ପରିବାର
ଓଡ଼ିଶାବାସୀଙ୍କୁ ମୁଁ ହାତ ଯୋଡି ନିବେଦନ କରୁଛି...ସମସ୍ତଙ୍କ ପରି ମତେ ସାହାଯ୍ୟ କରନ୍ତୁ, ମୋ ଜୀବନ ବଂଚାଇ ଦିଅନ୍ତୁ...ମୁଁ ବଂଚିବାକୁ ଚାହୁଁଛି...କିଡନୀ ରୋଗରେ ପଡ଼ି ଏମିତି କାକୁତି ମୀନତି ହେଉଛି ଭେଣ୍ଡିଆ ପୁଅ
ଦିନେ ହସି ଖେଳୁଥିଲା। ଦିନ ଆସିଲା ତା ହସ ଉପରେ ଲାଗିଗଲା କାହାର ନଜର। କୁନି ବୟସରେ କ୍ୟାନସରରେ ଆକ୍ରାନ୍ତ ହେବା ପରେ ଚିନ୍ତାରେ ପୂରା ପରିବାର...
ରୋଷେୟୀ କରୁଥିବା ବେଳେ ବାତ ମାରିଲା। ଗରମ ତରକାରୀ ବେକ ଉପରେ ଢାଳି ହୋଇଗଲା। ତାପରଠୁ ଯନ୍ତ୍ରଣାରେ ଛଟପଟ ହେଉଥିଲେ ସୁମିତ୍ରା। ଗାଁଲୋକଙ୍କ ସହାୟତାରେ ପାଇଲେ ନୂଆ ଜୀବନ...
ମୋ ବାପା କଥା ବୁଝ ସରକାର। ସେ କିଛି କହିପାରୁ ନାହାଁନ୍ତି। ଖାଲି ଆଖିରୁ ଲୁହ ଝରାଇ କାନ୍ଦୁଛନ୍ତି। ଆମେ ତିନି ଭାଇ କେମିତି ବଂଚିବୁ। ଆମ କଥା ଶୁଣ ସରକାର.
ପରିବାର ଚଳାଇବା ପାଇଁ ମିସ୍ତ୍ରୀ ସହ କାମ କରିବାକୁ ଯାଉଥିଲେ। ଦିନେ ଚାରି ମହଲା ଛାତରୁ ଖସି ପଡିଲେ ଗଣେଶ। ମେରୁଦଣ୍ଡ ଆଘାତ ଯୋଗୁ ବିଛଣାରେ ପଡି ହେଉଛନ୍ତି ଛଟପଟ। ସ୍ୱାମୀର ଚିକିତ୍ସା ପାଇଁ ଗୁହାରି କରୁଛନ୍ତି ସ୍ତ୍ରୀ ମାନସୀ...
ଆଗ ବାପା ଆରପାରିକୁ ଚାଲିଗଲେ। ପରେ ରୋଗୀଣା ମାଆକୁ ବଂଚାଇ ହେଲାଣି। ଆଗପଛ ହୋଇ ଦୁହେଁ ଚାଲିଯିବା ପରେ ଶୁଦ୍ଧି ହେବା ପାଇଁ ଏ ଦୁଆରୁ ସେ ଦୁଆର ଘୁରି ବୁଲୁଛି ପୁଅ..
ଯେଉଁ ବୟସରେ ସେ ଅନ୍ୟକୁ ସାହାରା ଦେବା କଥା ଆଜି ସେ ନିଜେ ସାହାରା ଖୋଜୁଛନ୍ତି। ୩୪ ବର୍ଷ ଛୁଇଁଲାଣି, କିନ୍ତୁ ଗୋଟିଏ ପାହୁଲ ଚାଲିବା ପାଇଁ ବଳ ନାହିଁ। ସଂସାର କରିବା ବୟସରେ ରୋଗ ଯନ୍ତ୍ରଣାରେ ଘାଂଟି ହେଉଛି ଆଳିତ ମୀନାକ୍ଷୀ....ଟ୍ୟୁମର ଜୀବନକୁ କରିଦେଇଛି ଦୁର୍ବିପାକ...ଝିଅର ଚିକିତ୍ସା ପାଇଁ ସାହାଯ୍ୟ ମାଗୁଛି ପରିବାର