• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Apana Eka Nuhanti

Apana Eka Nuhanti
୧୪ ବର୍ଷ ହେଲାଣି ଶେଯରେ ଶୋଇଛି ସ୍ୱାମୀ....ଇଚ୍ଛା ଥିଲେ ବି ସ୍ୱାମୀର ଚିକିତ୍ସା ହେଉନି...

ବାହାଘର ୬ ବର୍ଷ ପରେ ସ୍ୱାମୀ ପଡ଼ିଲେ ଶେଯରେ। ୧୪ ବର୍ଷ ହେଲାଣି ସରୁନି ଦୁଃଖ...ଫଟୋରେ ଥିବା ଦେବତାଙ୍କୁ ପୂଜା କରି ନିଜ ଜୀବନର ଦେବତାଙ୍କୁ ଭଲ କରିଦେବାକୁ କରନ୍ତି ପ୍ରାର୍ଥନା। ଦିନେ ନୁହେଁ କି ଦୁଇ ଦିନ ନୁହେଁ ବରଂ ୧୪ ବର୍ଷ ହେଲାଣି ଏମିତି ସ୍ୱାମୀଙ୍କ ସେବାରେ ବ୍ୟସ୍ତ କାଞ୍ଚନ। ଯିଏ ଦିନେ ପରିବାରର ବୋଝ ଉଠାଉଥିଲେ ଆଜି ସିଏ ନିଜେ ହିଁ ପରିବାର ପାଇଁ ପାଲଟିଗଲେ ବୋଝ....

Apana Eka Nuhanti
ପୁଅ ପାଇଁ କାକୁତିମିନତି ହେଉଛି ମାଆ, ବାପା ପାଇଁ ହାତ ଯୋଡ଼ୁଛି ମାଆ

ଯିଏ ଦିନେ ପରିବାରର ବୋଝ ଉଠାଇଥାଆନ୍ତା ଆଜି ସିଏ ନିଜେ ପରିବାର ଉପରେ ବୋଝ। ଭେଣ୍ଡିଆ ପୁଅକୁ ଚଲାଇବା ପାଇଁ ହାତଯୋଡ଼ୁଛି ମାଆ....ବଂଚିବାକୁ ସଂଘର୍ଷ କରି କରି ଅଧା ଦିନ ପଳାଇଲାଣି। ଗରିବ କୁଡ଼ିଆକୁ ଏମିତି ରୋଗ ଆସିଛି ଯେ, ଫେରିବାକୁ ଆଉ ବାଟ ପାଉନି....

Apana eka nuhanti | EP 594 | 8th june 2022 | କିଏ ତୋଳିଦେବ ଘର
Apana eka nuhanti | EP 594 | 8th june 2022 | କିଏ ତୋଳିଦେବ ଘର

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Apana Eka Nuhanti
ଦୁଇ ଭାଇଙ୍କୁ ଦେଖାଯାଉନି....ପର ଘରେ ମୂଲ ଲାଗିଲେ ଚଳିବ ପରିବାର

ଶିବ-ମହାଦେବଙ୍କ ଦୁଃଖ କହିଲେ ନସରେ....ଭଗବାନଙ୍କ ନାଁ ପାଇଛନ୍ତି ସତ ହେଲେ ଦୃଷ୍ଟିବାଧିତ ଦୁଇ ଭାଇ। ୩୫ ବର୍ଷ ହେଲାଣି ଦୁନିଆ ଦେଖିନାହାନ୍ତି ଦୁଇ ଭାଇ। ଅନ୍ଧାରରେ ବିତିଗଲାଣି ଗୋଟିଏ ଯୁଗ...ସବୁ ଦେଖି ଆଖି ବୁଜି ବସିଛି ପ୍ରଶାସନ

Apana eka nuhanti | EP 593 | 01 JUNE  2022 | ସ୍ୱପ୍ନ ଯାହାର ଆଧାର କାର୍ଡ
Apana eka nuhanti | EP 593 | 01 JUNE 2022 | ସ୍ୱପ୍ନ ଯାହାର ଆଧାର କାର୍ଡ

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Apana Eka Nuhanti
୧୮ ବର୍ଷ ହେଲାଣି ବିଛଣାରେ ପଡ଼ିଛି ସ୍ୱାମୀ...କଇଁ କଇଁ କାନ୍ଦୁଛି ସ୍ତ୍ରୀ....

ଅମାବାସ୍ୟା ତ ମାସକରେ ଗୋଟିଏ ଦିନ ଆସେ କିନ୍ତୁ ବସନ୍ତଙ୍କ ଜୀବନରେ ନିଇତି ଆସୁଛି ଅମାବାସ୍ୟା। ଅଭାବ ପାଇଁ ୧୮ ବର୍ଷ ହେଲାଣି ରୋଗରୁ ଉଠୁନାହାନ୍ତି ସ୍ୱାମୀ। କଇଁ କଇଁ ହୋଇ କାନ୍ଦୁଛି ସ୍ତ୍ରୀ...ସାହାଯ୍ୟ ଅପେକ୍ଷାରେ ପରିବାର

Apana Eka Nuhanti
ଆଖି ଖରାପ ପାଇଁ ହେଉନି ଆଧାର କାର୍ଡ଼....ପାଉନାହାନ୍ତି କୌଣସି ସରକାରୀ ସୁବିଧା....

ଇଏ କେମିତିକା ବ୍ୟବସ୍ଥା? ଆଖିକୁ ସଠିକ୍‌ରେ ଦେଖାଯାଉନି ବୋଲି ହୋଇପାରିଲାନି ଆଧାର କାର୍ଡ଼। ବାରମ୍ବାର ଗୁହାରି ପରେ ବି ମୀନତିଙ୍କ ଦୁଃଖ ଶୁଣୁନାହାନ୍ତି କେହି। ଥରଥର ହାତକୁ ଥରଥର ପାଦ...ହେଲେ ମିଳୁନି ସାହାଯ୍ୟ...

Apana Eka Nuhanti - Fall from cycle renders man bedridden for 5 years
ସାଇକେଲରୁ ଥରେ ପଡ଼ିଗଲେ ଯେ, ୫ ବର୍ଷ ହେଲାଣି ଆଉ ଉଠୁନାହାନ୍ତି...

ଦିନେ ସାଇକେଲ ଧରି ସବୁଆଡ଼େ ଯାଉଥିଲେ, ଏବେ ନିଜେ ପାଦରେ ଚାଲିପାରୁନାହାନ୍ତି। ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ବରଂ ୫ ବର୍ଷ ହେଲାଣି ଏମିତି ବିଛଣାରେ ପଡ଼ିଛନ୍ତି। ଜମି ବନ୍ଧା ପକାଇ ଟଙ୍କା ଆଣିଥିଲେ...ସବୁ ସରିଗଲା ସତ କିନ୍ତୁ ଚିକିତ୍ସା ସରିଲାନି କି ହୁଆଲଦାର ବିଛଣାରୁ ଉଠିଲେନି। ସାହାଯ୍ୟ ଅପେକ୍ଷାରେ ପୂରା ପରିବାର

Apana Eka Nuhanti
ଗୋଟିଏ ମାସରେ ଚାଲିଗଲେ ବାପା-ମାଆ...ଭାତ ମୁଠାଏ ଖୁଆଇ ତିନି ପିଲାଙ୍କୁ ବଂଚାଇ ରଖିଛି ଆଈ...

ଗୋଟିଏ ମାସରେ ସାଙ୍ଗ ହୋଇ ଚାଲିଗଲେ ବାପା-ମାଆ। ଅନାଥ ହୋଇଗଲେ ତିନି ପିଲା। ଖାଇବାକୁ ନାହିଁ କି ପିଇବାକୁ ନାହିଁ। ସ୍କୁଲରେ ଯାଇ ପାଠ ପଢିବାର ଇଚ୍ଛା ଥିଲେ ବି ଅର୍ଥର ଘୋର ଅଭାବ। ତରକାରୀ ତ ମିଳୁନି ବରଂ ଶୁଖିଲା ଭାତ ଖୁଆଇ ପିଲାଙ୍କୁ ଏମିତି ବଂଚାଇ ରଖିଛି ବୁଢୀ ଆଈ...ସାହାଯ୍ୟ ମିଳିବେ ସୁଧୁରିଯାଆନ୍ତା ଏମାନଙ୍କ ଜୀବନ

Apana Eka Nuhanti
ଆଭାସ ବଞ୍ଚିବାକୁ ହେଲେ ଦରକାର ୧୫ ଲକ୍ଷ...

ପୂର୍ବରୁ ଦୁଇ ପୁଅଙ୍କୁ ହରାଇଛନ୍ତି ବାପା-ମାଆ। ଏବେ ପୁଣି ତୃତୀୟ ପୁଅ ଆଭାସ୍‌ର ସାଙ୍ଘାତିକ ଦେହ ଖରାପ। ଡାକ୍ତର କହୁଛନ୍ତି ଦରକାର ଅପରେସନ୍‌। ହେଲେ ପରିବାର ପାଖରେ ପଇସା ନଥିବାରୁ ୧୫ ଲକ୍ଷ ଟଙ୍କା ଏମାନଙ୍କ ପାଇଁ ସ୍ୱପ୍ନ। କୁନି ପୁଅର ଜୀବନ ବଞ୍ଚାଇବାକୁ ଏମିତି କାନ୍ଦି କାନ୍ଦି ସାହାଯ୍ୟ ମାଗୁଛନ୍ତି ମାଆ-ବାପା

Apana eka nuhanti ep 592 | 25 may 2022
Apana eka nuhanti ep 592 | 25 may 2022

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Apana Eka Nuhanti
ରୋଜଗାରିଆ ପୁଅ ଶଯ୍ୟାଶାୟୀ

କିଡନୀ ଖରାପ ପରେ ଏବେ ଘରେ ରୋଜଗାରିଆ ପୁଅ। କେତେବେଳେ କଣ ହେବ ତାହା କହି ହେଉନି। ପୁଅର ଏଭଳି ଅବସ୍ଥା ଦେଖି ବୃଦ୍ଧ ବାପା ମାଙ୍କ ଆଖିରେ ଲୁହ ରହୁନି। ହେଲେ ଚିକିତ୍ସା ପାଇଁ ପାଖରେ ଅର୍ଥ ସାଜିଛି ବାଧକ।

Apana eka nuhanti Ep 591 | may 18 2022 | ଶେଯରେ ସାରଥୀ
Apana eka nuhanti Ep 591 | may 18 2022 | ଶେଯରେ ସାରଥୀ

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Apana Eka Nuhanti
ପାଖରେ ପଇସା ନାହିଁ, ଲକ୍ଷ୍ମୀପ୍ରିୟା ପଢିବେ କେମିତି?

ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ବି କଲେଜ୍‌ ଯାଇପାରୁନାହାନ୍ତି ଲକ୍ଷ୍ମୀପ୍ରିୟା। ସାଙ୍ଗମାନେ ପାଠ ପଢୁଛନ୍ତି ଦେଖିଲେ କଷ୍ଟ ଲାଗେ କିନ୍ତୁ ଆର୍ଥିକ ସ୍ଥିତି ଖରାପ କାରଣରୁ ପାଠ ପଢାରେ ବନ୍ଧା ହେଲା ଡୋରି। ସାହାଯ୍ୟ ମିଳିଲେ କଲେଜ୍‌ ଯାଇପାରନ୍ତ ଲକ୍ଷ୍ମୀପ୍ରିୟା…

Elder sister steps into parents’ shoes
ବାପା-ମାଆ ଆରପାରିରେ, ୩ ଛୁଆଙ୍କୁ ମାଆର ସ୍ନେହ ଦେଇ ପାଳୁଛି ବଡ଼ ଭଉଣୀ....

ବାପା-ମାଆ ଆରପାରିରେ। ରୋଜଗାର କହିଲେ କିଛି ନାହିଁ। ମୁଣ୍ଡ ଉପରେ ତିନି ଭାଇ-ଭଉଣୀଙ୍କ ଦାୟିତ୍ୱ। ସକାଳୁ ଦାନ୍ତ ଘଷାଇବାଠାରୁ ରାତି ଖୁଆଇବା ପର୍ଯ୍ୟନ୍ତ ସବୁ ଦାୟିତ୍ୱ ୟାଙ୍କ ଉପରେ। ମଜୁରି ଖଟିବାକୁ ନଗଲେ ଘରେ ଚୁଲି ଜଳିବନି। ସରକାରୀ ସହାୟତା ନମିଳିଲେ ଉଜୁଡ଼ିଯିବ ସଂସାର।

Apana eka nuhanti  EP 590 | May 11 2022 | 3 ଭାଇଙ୍କ  କରୁଣ କାହାଣୀ
Apana eka nuhanti EP 590 | May 11 2022 | 3 ଭାଇଙ୍କ କରୁଣ କାହାଣୀ

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Apana Eka Nuhanti | Financial constraint a huddle in father’s treatment, family suffers
ନବୀନ ବାବୁଙ୍କ ମାଳ ମାଳ ଯୋଜନା ଏଇଠି ମାଡ଼ ଖାଇଲା

କୁହ ନବୀନ ବାବୁ, କୁଆଡ଼େ ଗଲା ତୁମ ବିଜୁ ସ୍ୱାସ୍ଥ୍ଯ କାର୍ଡ। ଏଇ କଣ ତୁମ ଗରିବ କଲ୍ଯାଣ ଯୋଜନାର ହିତାଧିକାରୀ ହେବାକୁ ଯୋଗ୍ଯ ନୁହଁନ୍ତି? ଛେଳି ଚରେଇ ପରିବାର ପୋଷୁଥିଲେ। ସେଇଥିରେ ବି ଛୁଆଙ୍କୁ ପାଠ ପଢ଼ାଇଥିଲେ। ହେଲେ ଏବେ ଅଜଣା ରୋଗରେ ଆକ୍ରାନ୍ତ। ଏବେ କରିବେ କଣ?

Apana Eka Nuhanti | Financial constraint a huddle in father’s treatment, family suffers
ନବୀନ ବାବୁଙ୍କ ମାଳ ମାଳ ଯୋଜନା ଏଇଠି ମାଡ଼ ଖାଇଲା

କୁହ ନବୀନ ବାବୁ, କୁଆଡ଼େ ଗଲା ତୁମ ବିଜୁ ସ୍ୱାସ୍ଥ୍ୟ କାର୍ଡ। ଏଇ କଣ ତୁମ ଗରିବ କଲ୍ୟାଣ ଯୋଜନାର ହିତାଧିକାରୀ ହେବାକୁ ଯୋଗ୍ଯ ନୁହଁନ୍ତି? ଛେଳି ଚରେଇ ପରିବାର ପୋଷୁଥିଲେ। ସେଇଥିରେ ବି ଛୁଆଙ୍କୁ ପାଠ ପଢ଼ାଇଥିଲେ। ହେଲେ ଏବେ ଅଜଣା ରୋଗରେ ଆକ୍ରାନ୍ତ। ଏବେ କରିବେ କଣ?

Apana Eka Nuhanti
ଆପଣଙ୍କ ସ୍ନେହ ଖୋଜୁଛି ସ୍ନେହା... କହୁଛି, ଟଙ୍କା ମିଳିଲେ ବଂଚିବି...

ନିଆଁ ପାଖରେ ବସିଥିଲେ। ହଠାତ୍ ସାର୍ଟରେ ଲାଗିଗଲା ନିଆଁ। ସାର୍ଟ ଜଳିବା ସହ ଦେହ ସାରା ଲାଗିଗଲା ନିଆଁ। ଟଙ୍କା ଅଭାବରୁ କଷ୍ଟରେ ଦିନ କାଟୁଛି ସ୍ନେହା। ହାତ ପତାଇ କୁନି କଣ୍ଠରେ ମାଗୁଛି ସହାୟତା...

Apana Eka Nuhanti
ଅଜୟଙ୍କ ଜୀବନ ଅଟୋ ଅଧା ବାଟରେ ଅଟକି ଯାଇଛି, ୨୫ ଲକ୍ଷ ହେଲେ ଭଲ ହେବେ

ଦିନେ ଅଟୋ ଚଳାଇ ଅନ୍ୟକୁ ଦୁନିଆ ବୁଲାଉଥିଲେ। ହେଲେ ଆଜି ତାଙ୍କ ଜୀବନ ଅଟୋ ଅଧା ବାଟରେ ଅଟକି ଯାଇଛି। ଲିଭର୍ ଖରାପ ହୋଇଯାଇଥିବାରୁ ଦରକାର ହୋଇଛି ୨୫ ଲକ୍ଷ ଟଙ୍କା। ହେଲେ ଏତେ ଟଙ୍କା ଆସିବ କେଉଁଠୁ

Apana Eka Nuhanti
ବାପାଙ୍କୁ ବଞ୍ଚାଇବା ପାଇଁ ସରକାରଙ୍କୁ ସାହାଯ୍ୟ ମାଗୁଛନ୍ତି ଦୁଇ ନାବାଳିକା ଝିଅ

କଙ୍କଡ଼ାହାଡ଼ର କରୁଣ କାହାଣୀ। ମାଆ ଆରପାରିରେ ବାପା ବିଛଣାରେ। ଯିଏ ଦିନେ ରୋଜଗାର କରି ପରିବାର ଚଳାଉଥିଲା ସିଏ ଆଜି ରୋଗ ଶଯ୍ୟାରେ। ଆଣ୍ଠୁଗଣ୍ଠିର ଯନ୍ତ୍ରଣା ଛଟପଟ ହେଉଛନ୍ତି ରସିକ। ଭୋକ ଉପାସରେ ବାପାଙ୍କ ଚିକିତ୍ସା କେମିତି ହେବ ସେ ଚିନ୍ତାରେ ଦୁଇ ଝିଅ। ସରକାର ସାହାଯ୍ୟ ନମିଳିଲେ ଭାସିଯିବ ରସିକଙ୍କ ଛୋଟିଆ ସଂସାର

Apana Eka Nuhanti
ଦାନ୍ତ ରୁଟ୍‌ କେନାଲ ଲାଗି ଯାଇଥିଲେ, କ୍ୟାନସର ରୋଗ ନେଇ ଘରକୁ ଫେରିଲେ...

ମନର କଥା କହୁଛି କଲମ। ପାଟିରେ ପାଇପ୍‌ ଲାଗିଛି, ନିଜର ବେଦନାକୁ କଲମରେ ପରିପ୍ରକାଶ କରୁଛନ୍ତି। କାରଣ ଦାନ୍ତ ରୁଟ୍‌ କେନାଲ କରିବାକୁ ଡାକ୍ତରଖାନା ଯାଇଥିଲେ, ହେଲେ କ୍ୟାନସର ରୋଗ ନେଇକି ଆସିଲେ। କଥା ତ କହିପାରୁନାହାନ୍ତି....ରୋଗ ଭଲ କରିବାକୁ ଯାଇ ପାଞ୍ଚ ପାଞ୍ଚ ଥର ଅପରେସନ୍‌ କଲେଣି ସତ ହେଲେ କିଛି ଲାଭ ମିଳୁନି...ଏବେ ସାହାଯ୍ୟ ଅପେକ୍ଷାରେ ସୂର୍ଯ୍ୟ

Apana Eka nuhanti
ହାତ ଯୋଡିଲା ସୁହାନା... ମୋ ସାଙ୍ଗମାନେ ସ୍କୁଲ ଯାଉଛନ୍ତି, ମୁଁ ଯିବାକୁ ଚାହୁଁଛି

ଭଗବାନ କାହାକୁ ଏମିତି ଦୁଃଖ ନ ଦିଅନ୍ତୁ। ଯେମିତି କୁନିଝିଅ ସୁହାନା। ଯେଉଁ ବୟସରେ ହସିଖେଳି ପାଠ ପଢିବା କଥା, ସେ ବୟସରେ ତାକୁ ହୋଇଛି ରକ୍ତ କର୍କଟ ରୋଗ

Apana Eka Nuhanti | OTV Impact | 30-Month-Old Sonepur Child Receives Treatment
ସାଇପ୍ରସାଦକୁ ଭଲ କରିବା ପାଇଁ ସବୁ ବିକିଦେଲେ ଘର ଲୋକ...ଖବର ବାଜିବା ପରେ ଏବେ ଛୁଟିଲା ସାହାଯ୍ୟ...

ପୁଅ ଜନ୍ମ ହେବା ପରେ ଘରେ ଖୁସି ଖେଳିଯାଇଥିଲା, ହେଲେ ପୁଅକୁ ଦେଖା ନଯିବା ଜଣାପଡ଼ିବା ପରେ ମାଡ଼ି ଆସିଲା ଦୁଃଖର କଳାବାଦଲ। ଆଖି ଅପରେସନ୍‌ ପାଇଁ ସବୁ ବିକିଦେଲେ ପରିବାର ଲୋକ। ପରେ ଆପଣ ଏକା ନୁହନ୍ତିରେ ଖବର ବାଜିବା ପରେ ତତ୍ପରତା ଦେଖାଇଲା ବ୍ଲକ୍‌ ପ୍ରଶାସନ। ଏବେ ସାଇଙ୍କ ପାଖକୁ ଛୁଟିଲା ସାହାଯ୍ୟର ସୁଅ..

Boy Battles Brain Tumour, Family Helpless
ପୁଅକୁ ବଞ୍ଚାଇବା ପାଇଁ କାନ୍ଦି କାନ୍ଦି ସାହାଯ୍ୟ ମାଗୁଛି ମାଆ

ସାଙ୍ଗ ସହ ଖେଳୁ ଖେଳୁ ବେହୋସ ହୋଇଗଲା ସିପୁନ୍‌। ମେଡ଼ିକାଲ ନେବା ପରେ ଜଣାପଡ଼ିଲା ହୋଇଛି ବ୍ରେନ୍ ଟ୍ୟୁମର। ଚିକିତ୍ସା ନହେଲେ ହୋଇପାରେ କ୍ୟାନସର। ପାଖରେ ଟଙ୍କା ନାହିଁ, ଚିକିତ୍ସା ହେବ କେମିତି ? ପୁଅ ପାଇଁ କାନ୍ଦି କାନ୍ଦି ସାହାଯ୍ୟ ମାଗୁଛି ମାଆ...