/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745563883.jpg)
Naba Das Murder
ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା । ଝାରସୁଗୁଡ଼ା ପରେ ବ୍ରହ୍ମପୁରରେ ଚାଲିଛି କ୍ରାଇମବ୍ରାଞ୍ଚର ଛାନଭିନ । ଅଭିଯୁକ୍ତ ଗୋପାଳ ଦାସ ପରିବାରକୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ । ଗତକାଲି ଟାଉନ ଥାନାରେ ଗୋପାଳର ବଡ଼ଭାଇ, ପୁଅ ଓ ପୁତୁରାକୁ ଜେରା କରାଯାଇ ଥିବାବେଳେ ଆଜି ଦ୍ୱିତୀୟ ଦିନରେ ମଧ୍ୟ ତଦନ୍ତ ଜାରି ରହିଛି । କ୍ରାଇମବ୍ରାଞ୍ଚର ୩ ଜଣିଆ ଟିମ୍ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ପହଞ୍ଚି ଖୋଳତାଡ଼ କରୁଛନ୍ତି । ଅଭିଯୁକ୍ତ ଗୋପାଳ ଦାସର ପୁରୁଣା କଲ୍ ଡିଟେଲ ଯାଞ୍ଚ କରାଯାଉଛି । ନବ ଦାସ ହତ୍ୟା ପୂର୍ବର କଲ୍ ହିଷ୍ଟ୍ରି ଖୋଲିଛି କ୍ରାଇମବ୍ରାଞ୍ଚ ।
ଅଧିକ ପଢ଼ନ୍ତୁ: ଢାବା ମାଲିକଙ୍କୁ ଗୁଳିକରି ଛୁ' ମାରୁଥିଲେ, ୨ ଡକାୟତଙ୍କୁ ଏନକାଉଣ୍ଟର
ଗୋପାଳ ଦାସ ଗୁଳିକାଣ୍ଡ କରିବା ପୂର୍ବରୁ ଯେଉଁମାନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ସେମାନଙ୍କୁ ପଚରାଉଚରା କରାଯିବ । ହତ୍ୟାକାଣ୍ଡ ପୂର୍ବରୁ ବ୍ରହ୍ମପୁରର କିଛି ଜଣଙ୍କ ସହ ଗୋପାଳ କଥା ହୋଇଥିବା ନେଇ ତଦନ୍ତରୁ ଜଣାପଡିଥିଲା । ଏହି ଅବସରରେ ଆଜି ଗୋପାଳ ଦାସର ପୁରୁଣା କଲ୍ ଡିଟେଲର ଯାଞ୍ଚ କରାଯାଉଛି । ଏନେଇ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍ପି ବି.କେ ମଲ୍ଲିକ ସୂଚନା ଦେଇଛନ୍ତି ।
ନବ ଦାସ ହତ୍ୟା ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ୨୩ ତାରିଖରୁ ବ୍ରହ୍ମପୁରରେ ଡେରା ପକାଇଛି । ଗୋପାଳର ବଡ଼ଭାଇ ଝାରସୁଗୁଡ଼ାରେ ହୋଟେଲ୍ କରିଥିଲେ । ଏଣୁ ହତ୍ୟାକାଣ୍ଡ ମାମଲାରେ ତାଙ୍କୁ ପଚରାଉଚରା କରାଯାଇଛି । ଗତକାଲି ଗୋପାଳର ଭାଇ ଓ ପୁତୁରାକୁ ପଚରାଉଚରା କରାଯାଇଥିଲା । ତାଙ୍କ ହୋଟେଲରେ କାମ କରୁଥିବା ରୋଷେୟାକୁ ବି ପଚରାଉଚରା କରିଥିଲା ।ଏନେଇ ଗୋପାଳଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି । ପୂର୍ବରୁ ହତ୍ୟାକାଣ୍ଡ ସ୍ଥଳ ସହିତ ଡାକ୍ତରଖାନା ଯାଇ ତନାଘନା କରିଥିଲା କ୍ରାଇମବ୍ରାଞ୍ଚ । ହତ୍ୟାକାଣ୍ଡର ସବୁ ଦିଗକୁ ନେଇ ତଦନ୍ତ ଚାଲିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)