ପୀଡିତା ଜଣକ କହିଛନ୍ତି ଯେ ଯେତେବେଳେ ସୋଲାର ପ୍ରୋଜେକ୍ଟ ପାଇଁ ପରିଦର୍ଶନରେ ଯାଉଥିଲେ, ସେହି ସମୟରେ ଅଭିଯୁକ୍ତମାନେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଏସବୁ ଘଟଣା ମନ୍ତ୍ରୀଙ୍କ ସରକାରୀ ବାସଭବନ, ଏମ୍ଏଲଏ ହଷ୍ଟେଲ ଓ ହୋଟେଲ ରୁମ୍ରେ ଘଟିଥିଲା।
ଦୁଇ ମାସ ମଧ୍ୟରେ କରୋନା ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଲେ । ଘରେ ଘରେ ଲୋକଙ୍କ ମୃତ୍ୟୁ ଘଟିଥିଲା । କେତେ ପିଲା ଅନାଥ ହୋଇଗଲେ, ତ କେତେ ପରିବାର ଉଜାଡ଼ିଦେଲା ମହମାରୀ । ତେବେ ଏହାରୀ ଭିତରେ ଦୀର୍ଘ ଦିନ ହେଲା ପ୍ରଶ୍ନ ଉଠିଠୁଛି, କରୋନା କାରଣରୁ ଏପର୍ଯ୍ୟନ୍ତ କେତେ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ପ୍ରଶ୍ନ ବେଶ୍ ଗୁରୁତ୍ୱପୂର୍ଣ୍ଣ କାରଣ ।
ଶିଶୁଙ୍କୁ ଅଧିକ ସଂକ୍ରମଣ ଭୟ ଥିବାରୁ ସ୍ୱତନ୍ତ୍ର ବେଡ୍ ବ୍ୟବସ୍ଥା କରାଯାଇଛି। ଆମ ରାଜ୍ୟରେ ଡେଲ୍ଟା ଭାଇରସ୍ ସଂଖ୍ୟା ଅଧିକ ଥିଲେ ବି ସଂକ୍ରମଣ ହେଉନି ବୋଲି ସେ କହିଛନ୍ତି।
ସେହିପରି କର୍ଣ୍ଣାଟକରେ ମଙ୍ଗଳବାର ଦିନ ୧.୪୬ ପ୍ରତିଶତ ଟିଆରପି ସହିତ ୧୫୦୧ରୋଗୀ ଥିବାବେଳେ କେରଳରେ କୋଭିଡ -୧୯ ରୋଗୀଙ୍କ ଗ୍ରାଫ ବଢ଼ିବାରେ ଲାଗିଛି । ବର୍ତ୍ତମାନ ରାଜ୍ୟରେ ସଂକ୍ରମିତ ସଂଖ୍ୟା ୩୩ ଲକ୍ଷ ଅତିକ୍ରମ କରି ସାରିଛି । ମୋଟ ରୋଗୀଙ୍କ ସଂଖ୍ୟାରେ ମହାରାଷ୍ଟ୍ର ଶୀର୍ଷ ଏବଂ ଦ୍ୱିତୀୟ ସ୍ଥାନରେ ରହିଛି କେରଳ ।
ଥିରୁଭନନ୍ତପୁରମ: କଂଗ୍ରେସର ବରିଷ୍ଠ ନେତା ତଥା କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମେନ ଚାଣ୍ଡି ଓ ବରିଷ୍ଠ କଂଗ୍ରେସ ନେତା କେ.ସି. ବେଣୁଗୋପାଳଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। କେରଳ ସୋଲାର ସ୍କାମର ମୁଖ୍ୟ ଅଭିଯୁକ୍ତ ସରିତା ଏସ୍ ନାୟାର ଏହି ଅଭିଯୋଗ ଆଣିବା ପରେ କେରଳ ସରକାର ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଓମେନ ଚାଣ୍ଡି ଓ ବେଣୁ ଗୋପାଳଙ୍କ ସହିତ ଅଦୁର ପ୍ରକାଶ, ହିବୀ ଇଦେନଙ୍କ ସମେତ ଜଣେ ବିଜେପି ନେତା ଏପି […]
ଭୁବନେଶ୍ୱର: ୧୧୭ ଜଣ ଓଡ଼ିଆ ଝିଅଙ୍କୁ ଘରକୁ ଫେରାଇ ଆଣିଲେ ବଲିଉଡ୍ ଅଭିନେତା ସୋନୁ ସୁଦ। ଶୁକ୍ରବାର କେରଳରେ ଫସିଥିବା ୧୧୭ ଜଣ ଝିଅଙ୍କୁ ବିମାନ ଯୋଗେ ଓଡ଼ିଶା ପଠାଇଛନ୍ତି ସୋନୁ। ଖବର ଅନୁସାରେ, କରୋନା ମହାମାରୀ ଯୋଗୁ ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା ହେବା ପରେ କେରଳରେ ଫସିରହିଥିଲେ ୧୭୭ ଜଣ ଓଡ଼ିଆ ଝିଅ। ଭୁବନେଶ୍ୱର ରହୁଥିବା ଏକ ଅନ୍ତରଙ୍ଗ ବନ୍ଧୁଙ୍କଠାରୁ ଏହି ଖବର ଜାଣିବାକୁ ପାଇଥିଲେ ସୋନୁ। ପରେ ସେମାନଙ୍କ କିପରି ସରୁକ୍ଷିତ ଭାବେ ସେଠାରୁ […]
ଥିରୁବନନ୍ତପୁରମ୍: ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଏବେ ଭାରତକୁ ଗ୍ରାସିବାରେ ଲାଗିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି। କେରଳରେ ଆଉ ୫ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ୩ ସଂଦିଗ୍ଧଙ୍କ ନମୁନା ପଜିଟିଭ ଆସିଥିଲା। ଲଦାଖରେ ୨ ଓ ତାମିଲନାଡୁରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଲଦାଖର ଏହି ୨ ଜଣ ଇରାନରୁ ଓ ତାମିଲନାଡୁର ଆକ୍ରାନ୍ତ ଓମାନରୁ ଫେରିଥିବା ସୂଚନା ମିଳିଛି। ପଞ୍ଜାବରେ ବି ଆଉ ୨ଜଣ କୋଭିଡ-୧୯ […]
ନୂଆଦିଲ୍ଲୀ: ଚୀନ୍ରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ସରକାରୀ ଭାବେ ମୃତ୍ୟୁସଂଖ୍ୟା ୧୩ଶହ, ସଂକ୍ରମିତ ହୋଇଛନ୍ତି ୬୦ ହଜାରରୁ ଅଧିକ। ତେବେ କମ୍ୟୁନିଷ୍ଟ ଚୀନ୍ ଆଦୌ ସଠିକ୍ ତଥ୍ୟ ଦେଉନଥିବା ସନ୍ଦେହ ଘନୀଭୂତ ହୋଇଛି। ଡାକ୍ତର, ଔଷଧ ଓ ରୋଗ ନିରୂପଣ କିଟ୍ର ଅଭାବ ସ୍ଥିତିକୁ ଆହୁରି ଜଟିଳ କରିଛି। ତେବେ କୋଲକାତା ଓ କେରଳରେ କରୋନା ଭାଇରସ୍ର ଚିହ୍ନଟ ପରେ ଭାରତରେ କରୋନା ସଂକ୍ରମଣର ଭୟ ଦେଖା ଦେଇଛି। କେରଳରେ ୩ […]
ନୂଆଦିଲ୍ଲୀ: କେରଳର ଏକ କଲେଜର ୩୦ ଜଣ ଛାତ୍ର ପାକିସ୍ତାନର ଜାତୀୟ ପତାକା ଉଡ଼ାଇଥିବା ଅଭିଯୋଗ ହୋଇଛି। ଏହି ଛାତ୍ରମାନେ ମୁସଲିମ୍ ଛାତ୍ର ଫ୍ରଣ୍ଟର। ତାଙ୍କ ବିରୋଧରେ କୋଝିକୋଡ ଜିଲ୍ଲାର ପେରାମ୍ୱରା ପୁଲିସ ମାମଲା ରୁଜୁ କରିଛି। https://www.facebook.com/100010429608213/videos/934931433531168/ ଗତ ଗୁରୁବାର କଲେଜରେ ଛାତ୍ର ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ପେରାମ୍ୱରା ସିଲଭର କଲେଜରେ ଏହି ଛାତ୍ରମାନେ ପାକିସ୍ତାନୀ ପତାକା ଉଡ଼ାଉଥିଲେ ବୋଲି ଅଭିଯୋଗ ହୋଇଛି। ଏହାପରେ ପୁଲିସ ୩୦ ଛାତ୍ରଙ୍କ ବିରୋଧରେ ଧାରା ୧୪୩, […]
ଥିରୁଭନନ୍ତପୁରମ: କେରଳରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବାର କିଛି ଦିନ ନ ପୂରୁଣୁ ପୁଣି ଆଉ ଜଣେ ବ୍ୟକ୍ତି ଏହି ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ଘଟଣା ସାମ୍ନାକୁ ଆସିଛି। କେରଳର ଆଉ ଜଣେ ବ୍ୟକ୍ତିଙ୍କର କରୋନା ଭାଇରସ୍ ପଜିଟିଭ୍ ବାହାରିଛି। ଏହାପରେ ଆକ୍ରାନ୍ତଙ୍କୁ ହସ୍ପିଟାଲର ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ସେ ଜାନୁଆରୀ ୨୪ରେ ଚୀନରୁ ଭାରତକୁ ଫେରିଥିଲେ। କରୋନା ଭାଇରସ୍ ଦିନକୁ ଦିନ ଭୟାବହ ରୂପ […]
ଥିରୁଭନନ୍ତପୁରମ: ଚୀନରେ ଜୀବନ ନେଉଥିବା କରୋନା ଭାଇରସ୍ ଏବେ ଭାରତରେ ପ୍ରବେଶ କରିଛି। କେରଳରେ ଜଣେ ଛାତ୍ର କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି କରୋନା ଭାଇରସ୍ରେ କୌଣସି ଭାରତୀୟ ଆକ୍ରାନ୍ତ ହେବାନେଇ ଏହା ହେଉଛି ପ୍ରଥମ ଘଟଣା। ଏଯାଏ ଏହି ଭାଇରସ୍ ଯୋଗୁ ଚୀନରେ ୧୭୦ ଜଣଙ୍କ ଜୀବନ ଗଲାଣି। ଆକ୍ରାନ୍ତ ହୋଇଥିବା ଛାତ୍ର ଜଣଙ୍କ ଚୀନର ଉହାନ ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲେ। ସେ କିଛି ଦିନ ତଳେ ଚୀନରୁ ନିଜ ଘର […]
କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଅନ୍ତର୍ଗତ ପଟାମୁଣ୍ଡ ଗାଁର ଜଣେ ଯୁବକ ୨ ମାସ ପୂର୍ବେ ଦାଦନ ଖଟିବାକୁ କେରଳ ଯାଇଥିବା ବେଳେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ନାଁ ଚନ୍ଦ୍ରମଣି ନାୟକ(୨୫)। ଚନ୍ଦ୍ରମଣି କିଛି ସାଙ୍ଗଙ୍କ ସହ ୨ ମାସ ପୂର୍ବେ କେରଳର ଥ୍ରୀସ୍ସୁର୍ ସହରକୁ ଦାଦନ ଖଟିବାକୁ ଯାଇଥିଲେ । ହେଲେ ଗତ ୧୧ ତାରିଖରେ ତାଙ୍କର ଆକସ୍ମିକ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ନିକଟକୁ ଖବର ଆସିଥିଲା। ମୃତ୍ୟୁର ପୂର୍ବଦିନ […]
ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ନିର୍ଯ୍ୟାତନାକୁ ଦୃଷ୍ଟିରେ ରଖି କେରଳ ପୋଲିସ ପିଙ୍କ୍ ପ୍ରୋଟେକ୍ସନ୍ ପ୍ରୋଜେକ୍ଟ ଆରମ୍ଭ କରିଛି । ସର୍ବସାଧାରଣ ସ୍ଥାନ ତଥା ସାଇବର ଦୁନିଆରେ ମହିଳାଙ୍କୁ ସୁରକ୍ଷା ଯୋଗାଇବା ଏହି ପ୍ରକଳ୍ପର ଲକ୍ଷ୍ୟ ବୋଲି ଶନିବାର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ କହିଛନ୍ତି ।
ଥିରୁଭନନ୍ଥପୁରମ: ହିନ୍ଦୁ ନେତ୍ରୀ କେ. ପି. ଶଶିକଳାଙ୍କ ଗିରଫ ପ୍ରତିବାଦରେ ପରମ୍ପରାବାଦୀମାନେ କେରଳ ବନ୍ଦ ଡାକରା ଦେଇଛନ୍ତି। ଫଳରେ ସବରିମାଳାର ପ୍ରବେଶ ପଥ ନିଲକଲ, ପାମ୍ବା ଓ ଅନ୍ୟାନ୍ୟ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ପରମ୍ପରାବାଦୀମାନେ ପିକେଟିଂ କରି ଦୋକାନବଜାର ବନ୍ଦ କରିଛନ୍ତି। ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ କୌଣସି ଭେଦଭାବ ରହିବ ନାହିଁ। ସବୁ ବୟସ ବର୍ଗର ମହିଳା ମନ୍ଦିରରେ ପ୍ରବେଶ କରିବା ସହିତ ସେମାନେ କିପରି ସ୍ୱାମୀ ଆୟପ୍ପାଙ୍କ ଦର୍ଶନ କରିବେ ସେ […]
କୋଚି : କେରଳ ନନ୍ ଦୁଷ୍କର୍ମ ଅଭିଯୋଗରେ ଜଳନ୍ଧରର ବିଶପ୍ ଫ୍ରାନକୋ ମୁଲ୍ଲାକଲଙ୍କୁ ଅାଜି ପଚରାଉଚରା କରିବ କେରଳ ପୁଲିସ। ଘଟଣା ସମ୍ପର୍କରେ ଜେରା କରିବ କ୍ରାଇମବ୍ରାଞ୍ଚର ୫ଜଣିଅା ଟିମ୍ । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ପଟୋ ଉଠାଇବା ପାଇଁ ବାରଣ କରାଯାଇଛି। ଦୁଷ୍କର୍ମ ଘଟଣାରେ ବିଶପ୍ ଫ୍ରାନକୋ ମୁଲ୍ଲାକଲ ଅଭିଯୋଗକାରିଣୀଙ୍କ ଉପରେ ଚାପ ପକାଉଥିବା ଅଭିଯୋଗ ହେବା ପରେ ହାଜର ହେବା ପାଇଁ କେରଳ ପୁଲିସ ପକ୍ଷରୁ […]
ଭୁବନେଶ୍ୱର : କେରଳ ବନ୍ୟା ପୀଡ଼ିତଙ୍କ ସହାୟତା ଲାଗି ଅାଜି କେରଳ ସୋସାଇଟି ପକ୍ଷରୁ ଭୁବନେଶ୍ୱର ବାଣୀବିହାର ଛକରେ ଏକ ସହାୟତା କେନ୍ଦ୍ର ଖୋଲାଯାଇଛି। ଯେଉଁଠି କେରଳ ପୀଡ଼ିତଙ୍କୁ ସହାୟତା ପାଇଁ ଲୋକେ ଅାର୍ଥିକ ସହାୟତା ଦେବାକୁ ବ୍ୟବସ୍ଥା କରାଯାଇଛି। ଏହି କେନ୍ଦ୍ର ସହାୟତାରେ ଲୋକେ ଅନ୍ଲାଇନରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଅର୍ଥ ଦେଇପାରିବେ ବୋଲି ସୋସାଇଟି ପକ୍ଷରୁ କୁହାଯାଇଛି। ଏହାସହ ଏକ ସଚେତନତା ଭ୍ୟାନ୍କୁ ଉଦ୍ଘାଟନ କରାଯାଇଛି। ଏହା ରାଜଧାନୀରେ ବୁଲି ଲୋକଙ୍କୁ ସଚେତନ କରିବ। […]
ଭୁବନେଶ୍ୱର: ଆଜି ସଂଧ୍ୟାରେ ପହଞ୍ଚିବ କେରଳରୁ ଆସୁଥିବା ସ୍ପେଶାଲ ଟ୍ରେନ। କେରଳ ବନ୍ୟାରେ ଫସିରହିଥିବା ଓଡ଼ିଆ ଲୋକମାନେ ଏହି ଟ୍ରେନ୍ରେ ଆସୁଛନ୍ତି। ଆଜି ସକାଳେ ଟ୍ରେନ୍ଟି ଭୁବନେଶ୍ୱର ଷ୍ଟେସନ୍ରେ ପହଞ୍ଚିବାର ଥିଲା। କିନ୍ତୁ ୮ ଘଣ୍ଟା ବିଳମ୍ବ ଥିବା ଯୋଗୁଁ ସଂଧ୍ୟାରେ ଭୁବନେଶ୍ୱର ପହଞ୍ଚିବାନେଇ ସୂଚନା ମିଳିଛି। କେରଳର ପ୍ରଳୟଙ୍କରୀ ବନ୍ୟାରେ ବହୁ ଓଡ଼ିଆ ଫସି ରହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସ୍ପେଶାଲ ଟ୍ରେନ୍ର ବ୍ୟବସ୍ଥା କରାଯାଇଛି। କେରଳରୁ ଓଡ଼ିଆ ଲୋକ ଆସିବା ପାଇଁ ବିନାମୂଲ୍ୟରେ […]
କୋଚି: କେରଳରେ ଛାଡ଼ିଯାଇଛି ବର୍ଷା, ହେଲେ ବଢିଛି ଲୋକଙ୍କ ଦୁର୍ଦ୍ଦଶା। ଏବେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍ ଓ ସେନା କର୍ମଚାରୀ ଲାଗି ପଡିଛନ୍ତି। ରିଲିଫ ସାମଗ୍ରୀ କିପରି ବିପନ୍ନଙ୍କ ପାଖରେ ପହଞ୍ଚିପାରିବ, ତା ଉପରେ ଫୋକସ୍ କରାଯାଇଛି। ଏବେ ବି ବନ୍ୟା ଘେରରେ ଫସିଛନ୍ତି ଶହଶହ ଓଡ଼ିଆ। ଏଭଳି ସ୍ଥିତିରେ କେରଳର ଗ୍ରାଉଣ୍ଡ ଜିରୋରେ ଓଟିଭି ଟିମ୍ ପହଞ୍ଚିଛନ୍ତି। ତ୍ରିଭାନ୍ଦ୍ରମ୍ରେ ଅଟକି ରହିଥିବା ବୁଣାକାରଙ୍କୁ ଟିମ୍ ଭେଟିଛନ୍ତି। ଓର୍ମାସ୍ ପକ୍ଷରୁ ମେଳାକୁ ଯାଇ ୧୧ଟି […]
କେରଳରେ ଫସିଛନ୍ତି କଟକ, ସୁନ୍ଦରଗଡ଼, ବଲାଙ୍ଗିର, ଖୋର୍ଦ୍ଧା, ଯାଜପୁର, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ନୟାଗଡ଼ ଆଦି ଜିଲ୍ଲାର ୧୧ଟି ଏସ୍.ଏଚ୍.ଜିର ସଦସ୍ୟ । ସେମାନଙ୍କୁ ମଧ୍ୟ ଆଶ୍ରୟସ୍ଥଳୀରେ ସୁରକ୍ଷିତ ରଖାଯାଇଛି। ତାଙ୍କର ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।
କେରଳ : କେରଳରେ ଅାସନ୍ତାକାଲିଠାରୁ ବର୍ଷା କମିବ। ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିବା ଦ୍ୱାରା ସାମାନ୍ୟ ଅାଶ୍ୱସ୍ତି ପ୍ରକାଶ ପାଇଛି। କୌଣସି ଜିଲ୍ଲାରେ ରେଡ୍ ଅାଲର୍ଟ ଜାରି କରାଯାଇ ନାହିଁ। ଅଗଷ୍ଟ ୯ ତାରିଖ ପରେ ପ୍ରଥମ ଥର ଲାଗି କୌଣସି ଜିଲ୍ଲାରେ ରେଡ୍ ଅାଲର୍ଟ ଜାରି କରାଯାଇ ନାହିଁ। ତେବେ ଏର୍ଣ୍ଣାକୁଲମ୍, ପଠନମ୍ଥିଟ୍ଟା ଓ ଅାଲ୍ଲାପୁଜାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଅାଜି କେତେକ ଜଳଭଣ୍ଡାରର ଜଳସ୍ତର କମିଛି। ସେପଟେ ବର୍ଷା ଓ […]
ଥିରୁଅନନ୍ତପୁରମ୍: କେରଳ ବନ୍ୟା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଶହ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ମୃତକଙ୍କ ପରିବାର ପ୍ରତି ୨ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ସହାୟତା ଦିଆଯିବ। ଏହା ପୂର୍ବରୁ ଅଗଷ୍ଟ ୧୨ରେ ଗୃହମନ୍ତ୍ରୀ ରାଜନାଥ ସିଂ ୧୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ। ସେହିପରି ବିହାର […]