ଭୁବନେଶ୍ୱର: କେରଳରୁ ଫେରିଲେ ୧୬୯ ଓଡ଼ିଆ ଝିଅ। ଲକଡାଉନ୍ ଯୋଗୁ କେରଳରେ ଫସି ରହିଥିବା ଝିଅମାନଙ୍କୁ ଭୁବନେଶ୍ୱରକୁ ଅଣାଯାଇଛି। ଏକ ସ୍ୱତନ୍ତ୍ର ବିମାନରେ ଏମାନଙ୍କୁ ଏର୍ଣ୍ଣାକୁଲମରୁ ଭୁବନେଶ୍ୱରକୁ ଅଣାଯାଇଛି। ଏର୍ଣ୍ଣାକୁଲମର ଏକ କପଡ଼ା କାରଖାନାରେ ଏମାନେ ସମସ୍ତେ କାମ କରୁଥିଲେ। ଲକଡାଉନ୍ ଯୋଗୁଁ ଏମାନେ ସେଠି ଫସି ରହିଥିଲେ। କେରଳରୁ ଫେରିଥିବା ସମସ୍ତ ଝିଅ କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ବୋଲି ସୂଚନା ମିଳିଛି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଏମାନଙ୍କୁ ବସ୍ ଯୋଗେ ନିଜ ଅଞ୍ଚଳକୁ […]
ଭୁବନେଶ୍ୱର: ରାଜ୍ୟରେ ଆଜି ବି ଭୟଙ୍କର ଗରମ। ଆଉ ଗୁଳୁଗୁଳିରେ ସନ୍ତୁଳି ହୋଇଛନ୍ତି ଲୋକେ। ଆଜି ୪୫.୨ ଡିଗ୍ରୀ ସହ ଟିଟିଲାଗଡ଼ର ତାପମାତ୍ରାରେ ସର୍ବାଧିକ ରହିଥିବାବେଳେ ୧୨ଟି ସହରରେ ପାରଦ ୪୦ ପାର୍ କରିଛି। ବଲାଙ୍ଗିରରେ ୪୩.୮, ଭବାନୀପାଟଣା ୪୩, ମାଲକାନଗିରି ୪୨.୫, ସମ୍ବଲପୁର ୪୨.୩, ସୋନପୁର ୪୨.୨, ବୌଦ୍ଧରେ ୪୨, ଝାରସୁଗୁଡ଼ାରେ ୪୧.୮, ହୀରାକୁଦରେ ୪୧.୧, ଫୁଲବାଣୀରେ ୪୦.୮, ସୁନ୍ଦରଗଡ଼ରେ ୪୦.୫ ଏବଂ ପାରଳାଖେମୁଣ୍ଡିରେ ୪୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ତେବେ କିଛି ଜିଲ୍ଲାରେ […]
କେରଳ : କେରଳରେ ମାଗଣାରେ ମିଳିବ କରୋନା ଭ୍ୟାକସିନ୍ । ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ରାଜ୍ୟର ସମସ୍ତ ବ୍ୟକ୍ତିଙ୍କୁ କରୋନା ଟିକା ମାଗଣାରେ ଯୋଗାଯିବ । ଯେପରି ପୋଲିଓ ଭ୍ୟାକସିନ୍ ବଣ୍ଟନ କରାଯାଇଥିଲା ସେହିଭଳି ଅଭିଯାନ କେରଳରେ ବି ଆରମ୍ଭ ହେବ । ଏହାପୂର୍ବରୁ ତାମିଲନାଡ଼ୁ, ମଧ୍ୟପ୍ରଦେଶ ସରକାର ବି ମାଗଣା ଟିକା ବଣ୍ଟନ ପାଇଁ ଘୋଷଣା କରିଛନ୍ତି । ଏବେ ଦେଶରେ ଭାରତ ବାୟୋଟେକ୍,ସେରମ୍ ଭଳି ୫ଟି ସଂସ୍ଥା […]
ଥିରୁଅନନ୍ତପୁମ୍: କରୋନା ଭାଇରସର ଭୟ ଦୂର ହୋଇ ନାହିଁ, ପୁଣି କେରଳରେ ଦେଖା ଦେଇଛି ଶିଗେଲା ପରି ସଂକମଣ ରୋଗ। ରାଜ୍ୟର ଏର୍ଣ୍ଣାକୁଲାର ଅଞ୍ଚଳରେ ଏହି ରୋଗର ଏକ ନମୂନା ଦେଖିବାକୁ ମିଳିଛି। ବୁଧବାର ଜଣେ ୫୬ ବର୍ଷର ମହିଳାଙ୍କ ଶରୀରରେ ଏହି଼ ରୋଗ ଠାବ କରାଯାଇଛି। ଏହି ଖବର ଜଣାପଡ଼ିବା ପରେ ଏଠାରେ ଭୟର ବାତାବରଣ ଦେଖା ଦେଇଛି। ମହିଳା ଜଣକ ଜ୍ୱରରେ ପୀଡିତ ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଠି କହି ରଖିବୁ, […]
ନୂଆଦିଲ୍ଲୀ: କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏନେଇ ଭାରତୀୟ ପାଣିପାଗ ବିଭାଗର ୱେବ୍ସାଇଟ୍ରେ ସୂଚନା ଦିଆଯାଇଛି। ଠିକ୍ ସମୟରେ ଚଳିତ ବର୍ଷ ମୌସୁମୀ ବାୟୁ କେରଳରେ ପହଞ୍ଚିଛି। ସାଧାରଣତଃ ଜୁନ୍ ପହିଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ପହଞ୍ଚିଥାଏ ଏବଂ ଜୁଲାଇ ୧୫ ସୁଦ୍ଧା ଏହା ସାରା ଦେଶକୁ ଆଚ୍ଛାଦିତ କରିଥାଏ। କିନ୍ତୁ ଚଳିତ ଥର ବାତ୍ୟା ‘ଅମ୍ପନ୍’ ଯୋଗୁ ମୌସୁମୀ ବାୟୁ ପହଞ୍ଚିବାରେ ବିଳମ୍ବ ହୋଇପାରେ ବୋଲି କୁହାଯାଇଥିଲା ଏବଂ ଜୁନ୍ […]
ଥିରୁଅନନ୍ତପୁରମ: କେରଳ ସୁନା ସ୍ମଗଲିଂ ମାମଲାରେ ରହିଛି ଆତଙ୍କୀ ଲିଙ୍କ୍। ମୋଷ୍ଟ ୱାଣ୍ଟେଣ୍ଡ ଆତଙ୍କବାଦୀ ଦାଉଦ୍ ଇବ୍ରାହିମଙ୍କ ସହ ରହିଛି ସୁନା ସ୍ମଗଲିଂରେ ସାମିଲ ଥିବା ଅଭିଯୁକ୍ତଙ୍କ ସମ୍ପର୍କ। ଆଜି ଏନେଇ ସ୍ପେଶାଲ୍ କୋର୍ଟକୁ ଜଣାଇଛି ଜାତୀୟ ତଦନ୍ତକାରୀ ସଂସ୍ଥା-NIA। ଅଭିଯୁକ୍ତ କେ.ଟି. ରମେଶ ଏବଂ ସରାଫୁଦ୍ଦିନଙ୍କର ସିଧାସଳଖ ଦାଉଦ୍ ସହ ସମ୍ପର୍କ ରହିଛି । ବହୁବାର ଉଭୟେ ଦାଉଦକୁ ଦେଖା କରିଛନ୍ତି। ତାଞ୍ଜାନିଆରେ ଉଭୟଙ୍କ ମଧ୍ୟରେ ବୈଠକ ବି ହୋଇଛି। ଏନେଇ NIA ଆଜି କୋର୍ଟରେ […]
ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୧ ରୁ ୫ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି। ଜୁନ୍ ୧୫ ଏବଂ ୧୬ ମଧ୍ୟରେ ଏହା ମୁମ୍ବାଇ ପହଞ୍ଚିପାରେ। ଏନେଇ ରିଜିଓନାଲ ସ୍ପେଶାଲାଇଜ୍ଡ ମେଟ୍ରୋଲଜିକାଲ ସେଣ୍ଟର(ଆର୍ଏସ୍ଏମ୍ସି)ର ମୁଖ୍ୟ ରାଜେନ୍ଦ୍ର କୁମାର ଜେନାମଣି ସୂଚନା ଦେଇଛନ୍ତି। ଦେଶରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ନେଇ ପ୍ରତିକ୍ରିୟା ରଖି ରାଜେନ୍ଦ୍ର କୁମାର କହିଛନ୍ତି, ବାତ୍ୟା ଅମ୍ପନ୍ ଯିବା ପରେ ତାତିର ପ୍ରକୋପ ବଢ଼ିଛି। ଯାହା ଆଗକୁ ଆହୁରି କିଛି […]
କେରଳ ଏବଂ ମହାରାଷ୍ଟ୍ରରେ ବିପରୀତ ସ୍ଥିତି ଦେଖିବାକୁ ମିଳୁଛି । ୧୧ ଦିନ ମଧ୍ୟରେ ଅର୍ଥାତ୍ ୧୧ ଜୁଲାଇ ପର୍ଯ୍ୟନ୍ତ କେରଳରେ ୧.୨୮ ଲକ୍ଷରୁ ଅଧିକ ସଂକ୍ରମିତ ଏବଂ ମହାରାଷ୍ଟ୍ରରେ ୮୮,୧୩ ରୁ ଅଧିକ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କ ରହିବା ପାଇଁ ଚେତାବନୀ ଦେଇଛନ୍ତି ବିଶେଷଜ୍ଞ । ସେପଟେ କେରଳ ଏବଂ ମହାରାଷ୍ଟ୍ରକୁ କରୋନା ତୃତୀୟ ଲହରୀ ପହଞ୍ଚିଗଲାଣି ବୋଲି କୁହାଯାଉଛି । ଏହା ପୂର୍ବରୁ ପ୍ରଥମ ଏବଂ ଦ୍ୱିତୀୟ ଲହରୀରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ।
ନୂଆଦିଲ୍ଲୀ: ଲଗାଣ ବର୍ଷା ପରେ ଦକ୍ଷିଣ ଭାରତ ଓ ମହାରାଷ୍ଟ୍ରରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇପଡ଼ିଛି। କେରଳ, କର୍ଣ୍ଣାଟକ ଓ ତାମିଲନାଡ଼ୁର ବିଭିନ୍ନ ନଦୀରେ ବନ୍ୟା ଆସିବା ଫଳରେ ବହୁ ଗାଁ ଜଳମଗ୍ନ ହୋଇଯାଇଛି। ତେବେ ସବୁଠାରୁ କେରଳ ଅଧିକ ପ୍ରଭାବିତ ହୋଇଛି। କୋଚିନ୍ ଏୟାରପୋର୍ଟ ଜଳମଗ୍ନ ହୋଇଥିବାରୁ ବିମାନବନ୍ଦରକୁ ରବିବାର ଅପରାହ୍ନ ୩ଟା ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ବିମାନ ବନ୍ଦର ନିକଟରେ ଥିବା ପେରିୟାର ନଦୀ ଏବଂ କେନାଲର ଜଳସ୍ତର ବୃଦ୍ଧି ପାଉଛି। କେରଳର ବିଭିନ୍ନ […]
ନୂଆଦିଲ୍ଲୀ/ଭୁବନେଶ୍ୱର: କେରଳ ଛୁଇଁଲା ମୌସୁମୀ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଉପକୂଳ ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗରର ନବ ନିଯୁକ୍ତ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଏହାର ପ୍ରଭାବରେ କେରଳର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ଆଶଙ୍କା ଦୃଷ୍ଟିରୁ କେରଳର ବିଭିନ୍ନ ସ୍ଥାନରେ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିପରି ଆଉ କିଛି ଜିଲ୍ଲାରେ ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି […]
ଭୁବନେଶ୍ୱର: ଯାଜପୁରରେ ମର୍ଡର, କେରଳରୁ ଅଭିଯୁକ୍ତ ଗିରଫ। ଗତ କିଛିଦିନ ତଳେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଦେଉଳି ପାହାଡରୁ ଜଣେ ମହିଳାଙ୍କ ମୃତଦେହ ସହ ତାଙ୍କ ଝିଅକୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ୍ କେରଳରୁ ଗିରଫ କରିଛି। ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ନାଁ ବିଜୟ କୁମାର ବେହେରା। ତା’ର ଘର ଦେଉଳି ଗାଁରେ। ଗତ ମାସରେ ଅଭିଯୁକ୍ତ ବିଜୟ ଏହି କାଣ୍ଡ ଘଟାଇ ଫେରାର ହୋଇଯାଇଥିଲା। ସୂଚନା […]
ଭୁବନେଶ୍ୱର: ଚଳିତ ବର୍ଷ ମୌସୁମୀ ଆସିବାରେ ବିଳମ୍ବ ହେଉଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଏହି ସୂଚନା ଦେଇଛି। ପରିବେଶ ଅନୁକୂଳ ନ ଥିବାରୁ ମୌସୁମୀ ବାୟୁ ଆଣ୍ଡାମାନ ଉପକୂଳରେ ସ୍ଥିର ରହିଛି। ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ଏହା କେରଳ ଉପକୂଳ ଛୁଇଁବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବର୍ତ୍ତମାନ ପାଇଁ ତାତିରୁ ନିସ୍ତାର ନାହିଁ। ପଶ୍ଚିମ ଓଡ଼ିଶାରେ ଆହୁରି ଦୁଇ ତିନି ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। […]
ନୂଆଦିଲ୍ଲୀ: ମେ’ ୧୮ ତାରିଖରେ ଆଣ୍ଡାମାନ ପହଞ୍ଚିବା ପରେ ଦକ୍ଷିଣ –ପଶ୍ଚିମ ମୌସୁମୀ ବାୟୁ ଏକ ପ୍ରକାରର ଧିମା ହୋଇଯାଇଥିଲା। ଏହା କେବେ କେରଳ ଛୁଇଁବ, ତାକୁ ନେଇ ନାନା ପ୍ରକାରର ଆଶଙ୍କା ପ୍ରକାଶ ପାଇଥିଲା। ତେବେ ମୌସୁମୀ ଆସନ୍ତା ୩ ଦିନ ମଧ୍ୟରେ ପୁଣିଥରେ ସକ୍ରିୟ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଫଳରେ ମୌସୁମୀ ଆଣ୍ଡାମାନ ଓ ଦକ୍ଷିଣ ବଙ୍ଗୋପସାଗରର କିଛି ଅଞ୍ଚଳରେ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। […]
ଥିରୁଅନନ୍ତପୁରମ୍: ବର୍ଷେ ଯାଇନି ପୁଣି କେରଳର ହୋଇଛି ବନ୍ୟା। ବନ୍ୟା ଯୋଗୁ ଅନେକ ଅଞ୍ଚଳ ପାଣିରେ ବୁଡ଼ି ରହିଛି ଓ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବର୍ଷା କମି ଥିବା ଯୋଗୁ ଆଜି ସ୍ଥିତିରେ ଟିକେ ପରିବର୍ତ୍ତନ ଆସିଥିଲେ ମଧ୍ୟ ଭୂସ୍ଖଳନ ଯୋଗୁ ଅନେକ ଲୋକ ନିଖୋଜ ଅଛନ୍ତି। ଏପରି ସ୍ଥିତିରେ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି, ଯାହାକୁ […]
ନୂଆଦିଲ୍ଲୀ: ସ୍ଥଳଭାଗ ଛୁଇଁବା ପୂର୍ବରୁ ଲୁଚକାଳି ଖେଳୁଛି ମୌସୁମୀ। ମୌସୁମୀ କେରଳ ପାଖାପାଖି ପହଞ୍ଚି ସାରିଛି, ହେଲେ ୮ ତାରିଖ ପରେ ଯାଇ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ସଦ୍ୟ ଆକଳନ କରି ଏହା କହିଛି। ମୌସୁମୀର ଏଭଳି ସ୍ଥିତି ରହିଲେ ସାରା ଦେଶରେ ବର୍ଷା ବିଳମ୍ୱରେ ହେବ ବୋଲି ଜଣାପଡ଼ିଛି। ସାଧାରଣ ଭାବରେ ୧୫ ଜୁନ ବେଳକୁ ମୁମ୍ୱାଇରେ ମୌସୁମୀ ଛୁଇଁସାରିଥାଏ। କିନ୍ତୁ ଚଳିତଥର ଆହୁରି ସପ୍ତାହେ ବିଳମ୍ୱ ହେବ ବୋଲି ଅନୁମାନ କରାଯାଉଛି । […]
ନୂଆଦିଲ୍ଲୀ: କେରଳକୁ ପୁଣି ଫେରିଛି ନିପା ଭାଇରସ୍! ନିପା ଆକ୍ରାନ୍ତ ସନ୍ଦେହରେ ଜଣେ ରୋଗୀଙ୍କୁ ଗତକାଲି ସ୍ଥାନୀୟ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ ତାଙ୍କର ରିପୋଟ୍ ପଜେଟିଭ୍ ଆସିଛି। ଆଜି ଏ ନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ. ସୈଲଜା। ଏହି ଘଟଣା ଜଣାପଡ଼ିବା ପରେ ନିପାକୁ ନେଇ କେରଳରେ ପୁଣି ଆତଙ୍କ ଖେଳି ଯାଇଛି। କୋଚି ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଏହି ବ୍ୟକ୍ତିଙ୍କୁ ଏବେ ସ୍ୱତନ୍ତ୍ର ଭାବେ ଚିକିତ୍ସା କରାଯାଉଛି। […]