• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1264" result for "ପୁରୀ" in https://otvkhabar.in

6
ପୁରୀରେ ଲ୍ୟାଣ୍ଡଫଲ୍‌ କଲା ସାମୁଦ୍ରିକ ଝଡ଼ ‘ଫୋନି’

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଫୋନି’ ପୁରୀ ସହର ନିକଟରେ ଲ୍ୟାଣ୍ଡଫଲ୍ କରିଛି। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୭୫ କିମି ରହିଛି। ଏହା ଫଳରେ ଜୋରରେ ବର୍ଷା ହେବା ସହ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍‌ରେ ବହୁ ଗଛ ଭାଙ୍ଗି ପଡ଼ିଥିବା ସୂଚନା ଆସିଛି। ପୁରୀ ସହରରେ ବି ଅନେକ ଗଛ ଉପୁଡ଼ି ପଡ଼ିଥିବା ସୂଚନା ମିଳିଛି। ଏଥିଯୋଗୁ ପୁରୀରେ ସମୁଦ୍ର ପୂରା ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ […]

cm at puri
ପୁରୀରେ ‘କାଳିଆ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପୁରୀ : ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଆଜି ପୁରୀରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଆଜି ପୁରୀ ମାଳତିପାଟପୁର ନିକଟ ରାହାଙ୍ଗିରିଆ ଠାରେ ଆୟୋଜିତ ଚାଷୀ ମହାସମାବେଶରେ ନବୀନ ଯୋଜନାର ଶୁଭାରମ୍ଭ କରି ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍‌ଫର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମାଳତୀପାଟପୁରରେ ଆୟୋଜିତ ଏହି ଚାଷୀ ମହାସମାବେଶରେ ରାଜ୍ୟର ୩୧୪ ବ୍ଲକ୍‌ରୁ ଲକ୍ଷାଧିକ ଚାଷୀ ଯୋଗଦେଇଛନ୍ତି। କାଳିଆ […]

netaji musium
ପୁରୀରେ ଲୋକାର୍ପିତ ହେଲା ନେତାଜୀ ସଂଗ୍ରହାଳୟ

ପୁରୀ : ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା। ପୁରୀରେ ନେତାଜୀଙ୍କ ପୈତୃକ ବାସଭବନରେ ଲୋକାର୍ପିତ ହୋଇଛି ନେତାଜୀ ସଂଗ୍ରହାଳୟ। ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଏହି ସଂଗ୍ରହାଳୟଙ୍କୁ ଲୋକାର୍ପିତ କରି ସର୍ବସାଧାରଣଙ୍କ ପାଇଁ ଉତ୍ସର୍ଗ କରିଛନ୍ତି। ଏଠାରେ ରହିଛି ନେତାଜୀଙ୍କ ବାଲ୍ୟ ଜୀବନର ଫଟୋଚିତ୍ର, ଆଦ୍ୟ ଜୀବନର ଗ୍ୟାଲେରୀ ଓ ରାଜନୈତିକ ଜୀବନର ଅନେକ ଫଟୋଚିତ୍ର। ଏଥିସହ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ। ଏସବୁ ଭିତରେଆଜାଦ […]

deer
ପୁରୀ ଇଣ୍ଡୋର ଷ୍ଟାଡିୟମ୍‌ ପରିସରରୁ ଏକ ଚିତ୍ରା ହରିଣର ମୃତଦେହ ଉଦ୍ଧାର

ପୁରୀ  : ପୁରୀ ଇଣ୍ଡୋର ଷ୍ଟାଡିୟମ୍‌ ପରିସରରୁ ଏକ ଚିତ୍ରା ହରିଣର ମୃତଦେହ ଉଦ୍ଧାର ହୋଇଛି। ହରିଣଟିକୁ କେହି ଆକ୍ରମଣ କରି ମାରି ଦେଇଥିବା ସନ୍ଦେହ କରାଯାଉଛି। ତା’ର ପେଟ ଓ ଲାଞ୍ଜ ନିକଟରେ ଗଭୀର କ୍ଷତ ସୃଷ୍ଟି ହେବା ସହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡିରହିଛି। ତେବେ କିପରି ଚିତ୍ରା ହରିଣର ମୃତ୍ୟୁ ହେଲା, ତାହା ଅସ୍ପଷ୍ଟ ରହିଛି। ଲୋକେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ହରିଣଟି ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର […]

glory fest
ପୁରୀ ବେଳାଭୂମିରେ ଅନୁଷ୍ଠିତ ଗ୍ଲୋରି ଫେଷ୍ଟ

ପୁରୀ  : ପୁରୀ ବେଳାଭୂମିରେ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଛି ଗ୍ଲୋରି ଫେଷ୍ଟ। ଚତୁର୍ଥ ସଂଧ୍ୟାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଚତୁର୍ଥ ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ରାମ୍ପ ସୋ’। ଆୟୋଜିତ ଉତ୍ସବରେ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିବା କଳାକାରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଭିନ୍ନ ରାଜ୍ୟରୁ ଅନେକ ପ୍ରତିଯୋଗୀ ଏହି ଉତ୍ସବରେ ଅଂଶଗ୍ରହଣ କରିଛନ୍ତି । କଣ୍ଠଶିଳ୍ପୀ ତିଲକ ଚକ୍ରବର୍ତ୍ତୀଙ୍କ ସଂଗୀତରେ ଝୁମିଥିଲେ ଛାତ୍ରଛାତ୍ରୀ। ଆଜି ଉତ୍ସବର ଉଦଯାପନୀ ସଂଧ୍ୟା ହୋଇଥିବାବେଳେ ରଂଗାରଂଗ କାର୍ଯ୍ୟକ୍ରମର ଆୟୋଜନ […]

cm
ନୂଆବର୍ଷରେ ପୁରୀ ଶ୍ରୀମନ୍ଦିର ଗଲେ ମୁଖ୍ୟମନ୍ତ୍ରୀ

ପୁରୀ : ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଯାଇ ଶ୍ରୀମନ୍ଦିରରେ କେବଳ ପତିତପାବନଙ୍କୁ ଦର୍ଶନ କରି ଫେରିଛନ୍ତି।  ସେ ଶ୍ରୀମନ୍ଦିର ଭିତରକୁ ନଯାଇ ସିଂହଦ୍ୱାର ଗୁମୁଟରେ ପତିତପାବନଙ୍କୁ ଦର୍ଶନ କରିଥିଲେ। ଏହି ଅବସରେ ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାପରେ ସ୍ୱର୍ଗଦ୍ୱାରକୁ ଯାଇ ସେ ବିଜୁ ପଟ୍ଟନାୟକଙ୍କ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

puri
ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀରେ ପ୍ରବଳ ଜନ ସମାଗମ

ପୁରୀ : ନୂଆ ବର୍ଷ ୨୦୧୯ର ପ୍ରଥମ ସୂର୍ଯ୍ୟୋଦୟ। ପୁରୀ ମହୋଦଧିରେ ସକାଳୁ ସକାଳୁ ସ୍ନାନ ସହିତ ଉଦିତ ସୂର୍ଯ୍ୟଙ୍କୁ ଦେଖି ନୂଆ ବର୍ଷ ଆରମ୍ଭ କରିଛନ୍ତି ପର୍ଯ୍ୟଟକ। ଲକ୍ଷାଧିକ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ଦର୍ଶନ କରି ତାଙ୍କ ଆଶିଷ ଲାଭ କରିଛନ୍ତି। ଲକ୍ଷାଧିକ ଭକ୍ତ ଆଜି ପୁରୀ ଆସିଥିଲେ। ନୂଆ ବର୍ଷରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦେଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିଲା ବ୍ୟାପକ ବ୍ୟବସ୍ଥା।  ରାତି ୧୨ଟା ୫୦ରୁ ଦ୍ୱାର ଫିଟା ହୋଇଥିଲା। ଏହା ପରେ […]

sri mandir
ଶ୍ରୀମନ୍ଦିର ବିଶୃଙ୍ଖଳା : ପୁରୀ ଏସ୍‌ପିଙ୍କୁ ସ୍ପେଶାଲ ବ୍ରାଞ୍ଚ୍ ଏସ୍‌ପିଙ୍କ ଚିଠି

ପୁରୀ : ଶ୍ରୀମନ୍ଦିର ବିବାଦ ସମାଧାନରେ ଜିଲ୍ଲା ଓ ମନ୍ଦିର ପ୍ରଶାସନର ଚରମ ଉଦାସୀନତା। ଆସନ୍ତାକାଲି ଠାରୁ ପୁଣି ପାରମାଣିକ ଦର୍ଶନ ଆରମ୍ଭ କରାଯିବା, ମହାପ୍ରସାଦର ରେଟ୍ ଚାଟ୍ ଓ ଗତ ୨୮ ତାରିଖରେ ଶ୍ରୀମନ୍ଦିରର ମହାବିଶୃଙ୍ଖଳା ପ୍ରସଙ୍ଗରେ ସ୍ପେଶାଲ ବ୍ରାଞ୍ଚ ଏସ୍‌ପି  ପୁରୀ ଏସ୍‌ପିଙ୍କୁ ଲେଖିଥିବା ଚିଠିରୁ ଏହି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଗତ ୨୭ ତାରିଖର ପୁଲିସ-ସେବାୟତ ବିବାଦ ଓ ତାପରଦିନ ହୋଇଥିବା ନୀତି ବିଶୃଙ୍ଖଳାର ସମାଧାନ ଲାଗି ପୁରୀ ଜିଲ୍ଲା ପ୍ରଶାସନ […]