ପୁରୀ : ନୂଆବର୍ଷକୁ ନେଇ ପୁରୀରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ହୋଟେଲ ଗୁଡିକୁ ରଙ୍ଗିନ୍ ଆଲୋକ ମାଳାରେ ସଜାଯାଇଛି। ଡିସେମ୍ବର ୩୧ରେ ଜିରୋ ନାଇଟ୍ ସେଲିବ୍ରେସନ ସହ ପର୍ଯ୍ୟଟକଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ହୋଟେଲ ଆସୋସିଏସନ୍ ତରଫରୁ ଏକ ସ୍ୱତନ୍ତ୍ର ଦର ମଧ୍ୟ ଧାର୍ଯ୍ୟ କରାଯାଇଛି। ସେପଟେ ନୂଆବର୍ଷରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର […]
ପୁରୀ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ରେ ବାର୍ଡ ଫ୍ଲୁ ସ୍ଥିତି ଗମ୍ଭୀର। ଆଠଟି ଟିମ୍ ଗଠନ କରାଯାଇ କୁକୁଡ଼ା ମରା ଚାଲିଛି। ମାଲୁଦ ଓ ପଥର ଘାଟିର ଦୁଇଟି ଫାର୍ମରୁ ୪ ଶହ କୁକୁଡ଼ା ଆଗରୁ ମରାଯାଇଛି। ବିଶୋଧକ ଦ୍ୱାରା ସେହି ଫାର୍ମଗୁଡ଼ିକର ଶୋଧନ କରାଯାଇଛି। ୧୫ ତାରିଖରୁ ଘରେ ଥିବା କୁକୁଡ଼ାଙ୍କୁ ମରାଯାଉଛି। ମାଲୁଦ, ବୁଡ଼ ସାହି, ସାନ ସାହି, ବୁଧିବର, ନୂଆ ସାହି ଆଦି ଗାଁରେ ଘରକୁ ଘର ଯାଇ କୁକୁଡ଼ା ମରାଯାଉଛି। […]
ପୁରୀ : ଚାରିଆଡେ ଚର୍ଚ୍ଚାରେ ପୁରୀ ରେଲ୍ୱେ ଡାକ୍ତରଙ୍କ ପତ୍ନୀଙ୍କୁ ହତ୍ୟା ଘଟଣା। ଏହା ଭିତରେ ୨୪ଘଣ୍ଟା ପୂରି ଯାଇଥିଲେ ବି ପୁଲିସର ହାତ ଖାଲି। ଘଟଣାକୁ ନେଇ ପୁଲିସ ଛାନ୍ଭିନ୍ ଜାରି ରଖିଥିବାବେଳେ ମଙ୍ଗଳବାର ଡାକ୍ତର, ଜଣେ ଫାର୍ମାସିଷ୍ଟ ଓ ନର୍ସଙ୍କୁ ପଚରାଉଚୁରା କରିଛି। ନର୍ସଙ୍କ ସହ ଡାକ୍ତରଙ୍କ କଣ ସଂପର୍କ ରହିଛି ,ତାକୁ ନେଇ ନର୍ସଙ୍କୁ ମାରାଥନ ଜେରା କରିବା ସହ ରେଲ୍ୱେ ମେଡିକାଲରେ ପହଞ୍ଚି ନର୍ସଙ୍କ ଅଫିସ୍ ଛାନଭିନ୍ କରିଛି ପୁଲିସ୍। ଏହାସହ […]
ପୁରୀ : ବାର୍ଡ ଫ୍ଲୁକୁ ନେଇ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ରେ ଚାଲିଛି କୁକୁଡା ମରା ଅଭିଯାନ। ଗତକାଲି ପ୍ରାୟ ୧ କିଲୋମିଟର ପରିଧିରେ ଥିବା ଫାର୍ମମାନଙ୍କରେ କୁକୁଡା ମରା ଶେଷ ହୋଇଥିବାବେଳେ ଆଜିଠୁ ଗାଁ ମାନଙ୍କରେ କୁକୁଡା ମରା ଅଭିଯାନ ଚାଲିଛି। ଆଜି ଗୋଟିଏ ଟିମ୍ ମାଲୁଦ ଏବଂ ଏହାର ଆଖପାଖ ମୁଣ୍ଡାବର, ଗିଲିକାସି, ବଳରାମ ଏବଂ ନଳିତାକୁଦି ଆଦି ଅଞ୍ଚଳରେ ଘରୋଇ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଛି। ଟିମ୍ ଘର ଘର ବୁଲି […]
ପୁରୀ: ରଥଯାତ୍ରା ପାଇଁ ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀରେ ପହଞ୍ଚିଛି। ନୟାଗଡ଼ ଜିଲ୍ଲା ବନଖଣ୍ଡରୁ ଦୁଇଟି ରଥକାଠ ବୋଝେଇ ଟ୍ରକ୍ ପୁରୀରେ ଆସି ପହଞ୍ଚିଛି। ସମୁଦାୟ ୫୭ ଖଣ୍ଡ କାଠ ଆସିଛି। ଏଥିରୁ ୨୦ ଫୁଟିଆ ଧଉରା କାଠ ୪ଖଣ୍ଡ ଥିବାବେଳେ ଅସନ କାଠ ୧୧ଖଣ୍ଡ ରହିଛି। ସେହିଭଳି ୧୨ ଫୁଟିଆ ଧଉରା କାଠ ୨୨ଖଣ୍ଡ ଥିବାବେଳେ ଅସନ କାଠ ୨୦ଖଣ୍ଡ ରହିଛି। ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ୍ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ୧୯୫ […]
ଭୁବନେଶ୍ୱର : ଶେଷରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଇମ୍ଫା ହେଲିକପ୍ଟରକୁ ମୁକ୍ତ କରିଛି ପୁରୀ ପୁଲିସ୍। ପୁରୀ SDJM କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଥିବା ଇମ୍ଫାର ହ୍ୟାଙ୍ଗର ଭିତରୁ ହେଲିକପ୍ଟର ସିଲ୍ ଖୋଲାଯାଇଛି। ଚିଲିକାରେ ସି ପ୍ଲେନ୍ ଉଡ଼ାଣ ବିବାଦକୁ ନେଇ ପୁରୀ ପୁଲିସ ପୂର୍ବରୁ ଇମ୍ଫାର ସମସ୍ତ ୩ଟି ଯାକ ହେଲିକପ୍ଟର ସହ ଇମ୍ଫାର ହ୍ୟାଙ୍ଗରକୁ ମଧ୍ୟ ସିଲ୍ କରିଥିଲା। ତେବେ ଘଟଣାରେ ଡିଜିସିଏଙ୍କ କ୍ଲନ୍ଚିଟ୍ ପ୍ରଦାନ ପରେ […]
ଭୁବନେଶ୍ୱର : ବିଜେପି ଫୋକସ୍ରେ ଥିବା ପୂର୍ବାଞ୍ଚଳର ଦୁଇ ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗର ଦଳୀୟ ସଭାପତିଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ପୁଣି ହଲଚଲ୍। ପୁରୀ ଜଗନ୍ନାଥ ଧାମରୁ ମୋଦି ଓ ପଶ୍ଚିମବଙ୍ଗରୁ ଅମିତ ଶାହ ଯଦି ସତରେ ଲଢ଼ିବେ ତାହେଲେ ପୂର୍ବାଞ୍ଚଳରେ ଦଳକୁ ବଳ ଯୋଗାଇବ ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ଶାହ ବି କହିଥିଲେ, ଓଡ଼ିଶା, ପଶ୍ଚିମବଙ୍ଗ ଓ କେରଳରେ ଦଳ ଜିତିଲେ ବିଜେପିର ସ୍ୱର୍ଣ୍ଣିମ ଯୁଗ ଅାସିବ। ତେଣୁ ବିଜେପିର ଶୀର୍ଷସ୍ତରରେ […]
ଭୁବନେଶ୍ୱର : ହାୱଡ଼ା-ପୁରୀ ଧଉଳି ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ପରେ ସ୍ୱାଭାବିକ ହୋଇଛି ସ୍ଥିତି। ଟ୍ରେନ୍ର ୧୫ଟି ବଗି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛି। ତେବେ ଦୁର୍ଘଟଣାସ୍ଥଳେ ୫ଟି ବଗି ରହିଛି। ଯାତ୍ରୀଙ୍କୁ ଭୁବନେଶ୍ୱର ଏବଂ ପୁରୀ ଅଭିମୁଖେ ପଠାଯାଇଛି। ଫାଲୋକନାମା ଏବଂ ନୀଳାଚଳ ଏକ୍ସପ୍ରେସ୍ ମାଧ୍ୟମରେ ଅାସୁଛନ୍ତି ଯାତ୍ରୀ। ଅାଜି ସକାଳ ୭ଟା ୮ ମିନିଟ୍ରେ ଭୋଗପୁର-ପାଂସକୁରା ମଧ୍ୟରେ ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିଲା। ହାୱଡ଼ା ଏବଂ ଖଡଗପୁର ମଧ୍ୟରେ ରହିଛି ପାଂସକୁରା। ତେବେ ଦୁର୍ଘଟଣାରେ କୌଣସି […]