ଢେଙ୍କାନାଳ: ନିଶ୍ଚିତ ରେଳ ଦୁର୍ଘଟଣାରୁ ବର୍ତ୍ତିଗଲେ ହାତୀ ପଲ। ଡ୍ରାଇଭର୍ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ୨୦ ଟି ହାତୀଙ୍କର ଜୀବନ ବଞ୍ଚିଯାଇଛି। ଏଥିପାଇଁ ଡ୍ରାଇଭର୍ଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ହେବ। ଖବର ଅନୁସାରେ, ଗତକାଲି ୨୦ଟି ହାତୀ ଥିବା ଏକ ହାତୀ ପଲ ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜ ଅଞ୍ଚଳର ମତ୍ସ୍ୟପୁର ରେଳଷ୍ଟେସନ ନିକଟ ରେଳ ଲାଇନ ପାରହେଉଥିଲେ। ଠିକ୍ ଏହି ସମୟରେ ଢେଙ୍କାନାଳରୁ ମଙ୍ଗୁଳି ଅଭିମୁଖେ ଏକ ଟ୍ରେନ୍ ଆସୁଥିଲା। କିନ୍ତୁ ହାତୀ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଲକ୍ଡାଉନ୍ କଟକଣା ଭିତରେ ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଗଡ଼ିବ ଟ୍ରେନ୍। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀରୁ ଭୁବନେଶ୍ୱର ସମେତ ଦେଶର ପ୍ରମୁଖ ସହରକୁ ୧୫ ଯୋଡ଼ା ଟ୍ରେନ୍ ଚାଲିବ। ଏଥିଲାଗି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ନିର୍ଦ୍ଦେଶାବଳୀ ଅନୁସାରେ, କେବଳ confirmed E-Tickets ଥିବା ଯାତ୍ରୀଙ୍କୁ ଷ୍ଟେସନରେ ପ୍ରବେଶ ପାଇଁ ଅନୁମତି ମିଳିବ। ଏହାପରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବ। ଯେଉଁ ଯାତ୍ରୀଙ୍କ କରୋନା ଲକ୍ଷଣ ନ ଥିବା ସେମାନଙ୍କୁ ବଗିରେ ପ୍ରବେଶ କରିବା […]
ଭୁବନେଶ୍ୱର: ଏଣିକି ବସ୍ ବଦଳରେ ଟ୍ରେନ୍ରେ ଫେରିବେ ପ୍ରବାସୀ ଓଡ଼ିଆ। ଏଥିପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା ହେବ। ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରବାସୀମାନେ ଟ୍ରେନରେ ଆସିପାରିବେ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟ ଓ ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀଙ୍କୁ ଟ୍ରେନରେ ଅଣାଯିବ। ତେବେ ବସ୍ରେ ଆସିବାର ଆଉ କୌଣସି ବ୍ୟବସ୍ଥା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଯେଉଁମାନେ ଚାହିଁବେ ନିଜସ୍ୱ ବ୍ୟବସ୍ଥାରେ ସ୍ଥାନୀୟ ପ୍ରଶାସନର ଅନୁମତି […]
ବ୍ରହ୍ମପୁର: ଓଡ଼ିଶା ଫେରିଲେ ଆଉ ୧୨ ଶହ ପ୍ରବାସୀ ଓଡିଆ। କେରଳ ଏର୍ଣ୍ଣାକୁଲମ୍ରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଏହି ପ୍ରବାସୀ ଓଡିଆ, ଓଡ଼ିଶା ଫେରିଛନ୍ତି। ବ୍ରହ୍ମପୁର ଉପକଣ୍ଠ ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିବା ପରେ ସମସ୍ତଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି। ପରେ ସମସ୍ତଙ୍କୁ ପ୍ରାୟ ୩୦ଟି ସ୍ୱତନ୍ତ୍ର ବସ୍ ଯୋଗେ ନିଜ ନିଜ ଅଞ୍ଚଳକୁ ପଠାଇଛି ପ୍ରଶାସନ। ନିଜ ନିଜ ଅଞ୍ଚଳରେ ପହଞ୍ଚିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟିନ୍ରେ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ତେବେ ପ୍ରବାସୀ ଓଡିଆଙ୍କୁ ନେଇ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକଡାଉନ କରାଯାଇଛି। ୨୧ ଦିନ ପରେ, ଏପ୍ରିଲ ୧୫ ରୁ ରେଲୱେ ଏହାର ପାସେଞ୍ଜର ଟ୍ରେନ୍ ସେବା ପୁଣିଥରେ ଆରମ୍ଭ କରିବାକୁ ପ୍ରସ୍ତୁତ ଚଲାଇଥିବା ସୂଚନା ମିଳିଛି। ନ୍ୟୁଜ ଏଜେନ୍ସି ପିଟିଆଇର ସୂଚନା ଅନୁଯାୟୀ, ୨୧ ଦିନର ଲକଡାଉନ ସରିବା ପରେ, ଏପ୍ରିଲ ୧୫ରୁ ରେଲୱେ ବାତିଲ ହୋଇଥିବା ଏହାର ପାସେଞ୍ଜର ଟ୍ରେନ୍ ସେବା ପୁଣିଥରେ ଆରମ୍ଭ କରିବାକୁ ପ୍ରସ୍ତୁତ ଚଲାଇଛି ବୋଲି […]
ନୂଆଦିଲ୍ଲୀ: ଆପଣ ଟ୍ରେନ୍ରେ ଯାତ୍ରା କରିବା ପାଇଁ ଯୋଜନା କରୁଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା। ହୁଏତ ଆପଣଙ୍କ କାମରେ ଆସିପାରେ। କାହିଁକି ନା ଆସନ୍ତାକାଲିଠୁ ମାର୍ଚ୍ଚ ୩୧ ଯାଏ ୧୬୮ଟି ଟ୍ରେନ୍ ବାତିଲ୍ ହୋଇଛି। କରୋନା ପାଇଁ ଟ୍ରେନ୍ରେ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି। ଅନେକ ଯାତ୍ରୀ ସେମାନଙ୍କ ଯାତ୍ରାକୁ ବାତିଲ କରୁଛନ୍ତି। ଏହାକୁ ନଜରରେ ରଖି ଭାରତୀୟ ରେଳ ବିଭାଗ ପକ୍ଷରୁ ଆସନ୍ତାକାଲିଠାରୁ ମାର୍ଚ୍ଚ ୩୧ ଯାଏ ୧୬୮ଟି […]
ମୁମ୍ବାଇ: ଆପଣ ଟ୍ରେନ୍ରେ ଯାତ୍ରା କରିବା ପାଇଁ ଯୋଜନା କରିଛନ୍ତି କି ? ବିଶେଷ କରି ଯଦି ଆପଣ ଏସି ଟ୍ରେନ୍ରେ ଯାତ୍ରା କରିବା ପାଇଁ ପ୍ଲାନିଂ କରିଛନ୍ତି, ତା’ହେଲେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଜାଣି ରଖନ୍ତୁ। ହୁଏତ ଆପଣଙ୍କ କାମରେ ଆସିପାରେ। ଏବେ କରୋନା ଭାଇରସ୍କୁ ନେଇ ସମସ୍ତେ ଚିନ୍ତିତ। ଏହାକୁ ମୁକାବିଲା କରିବା ପାଇଁ ସତର୍କତା ଓ ସଚେତନତା କରାଯାଉଛି। ଭାରତୀୟ ରେଳ ବିଭାଗ ମଧ୍ୟ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି। ଏହି […]
ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନ୍ରେ ଟ୍ରେନ୍ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ପରିଚୟ ମିଳିପାରି ନାହିଁ। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଜଣେ ବୃଦ୍ଧ ଟ୍ରେନ୍ରୁ ଖସି ପଡ଼ିଥିଲେ ଓ ତାଙ୍କ ଉପରେ ଟ୍ରେନ୍ ଚଢ଼ି ଯାଇଥିଲା। ସେହିପରି ଆଜି ସକାଳେ ଜଣେ ଯୁବକଙ୍କୁ ଟ୍ରେନ୍ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ବେଙ୍ଗାଲୁରୁ-ଗୌହାଟି ଏକ୍ସପ୍ରେସ୍ ଧକ୍କାରେ ଯୁବକ ଜଣଙ୍କ ପ୍ରାଣ ହରାଇଥିବା ଜଣାପଡ଼ିଛି। ଜିଆରପି ପୁଲିସ୍ […]
ଭୋପାଳ: ମଧ୍ୟପ୍ରଦେଶରେ ଦୁଇ କାର୍ଗୋ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୨ ଜଣ ଟ୍ରେନ୍ ଡ୍ରାଇଭର ବୋଲି କୁହାଯାଉଛି। ମଧ୍ୟପ୍ରଦେଶର ସିଙ୍ଗ୍ରାଉଲି ଜିଲ୍ଲାରେ ଆଜି ସକାଳ ୫ଟାରେ NTPCର ଏହି ଦୁଇ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଗୋଟିଏ ଟ୍ରେନ୍ରେ କୋଇଲା ବୋଝେଇ ହୋଇଥିବାବେଳେ ଅନ୍ୟ ଟ୍ରେନ୍ଟି ଖାଲି ଥିଲା। ଦୁଇଟି ଟ୍ରେନ୍ ମଧ୍ୟରୁ ଗୋଟିଏ ଟ୍ରେନ୍ର ୧୩ଟି ବଗି ଓ ଇଞ୍ଜିନ୍ ଲାଇନ୍ଚ୍ୟୁତ୍ ହୋଇଥିବା […]
ସୁରତରୁ ଲୁଟ୍ କରି ଓଡ଼ିଶା ଫେରୁଥିବା ବେଳେ ଟ୍ରେନ୍ ଭିତରେ ଧରାପଡ଼ିଲେ ୭ ଲୁଟେରା। ଟ୍ରେନ୍ ଭିତରୁ ଲୁଟେରାଙ୍କୁ ରେଲ୍ୱେ ପୋଲିସ୍ ଧରିଛି।
ନୂଆଦିଲ୍ଲୀ: ଭଗବାନ ଶିବଙ୍କ ପାଇଁ ଟ୍ରେନ୍ରେ ରିଜର୍ଭ ହେଲା ସିଟ୍। କଥାଟା ଯେକେହିବି ଶୁଣିବେ ଆଶ୍ଚର୍ଯ୍ୟ ଲାଗିବ। ପ୍ରକୃତରେ ଘଟଣାଟି ହେଲା- ୩ ଜ୍ୟୋତିର୍ଲିଙ୍ଗ ସହରକୁ ସଂଯୋଗ କରୁଥିବା କାଶୀ ମହାକାଲ୍ ଏକ୍ସପ୍ରେସ୍କୁ ଲୋକାର୍ପିତ କରାଯାଇଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀରେ ଏହି ଏକ୍ସପ୍ରେସ୍ ଟ୍ରେନ୍ର ଲୋକାର୍ପଣ କରିଛନ୍ତି। ଟ୍ରେନ୍ର B5 ବଗିର ୬୪ ନମ୍ବର ସିଟ୍କୁ ସ୍ୱତନ୍ତ୍ର ଭାବେ ରିର୍ଜଭ ରଖାଯିବା ସହ ଟ୍ରେନ୍ ବଗିରେ ଏକ ଛୋଟ ମନ୍ଦିର ସଦୃଶ କରାଯାଇ ମହାଦେବଙ୍କୁ […]
ମୁମ୍ବାଇ: ଚଳନ୍ତା ଟ୍ରେନ୍ରୁ ଖସି ଯାଇଥିବା ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଟ୍ରେନ୍କୁ ପଛୁଆ ଚଲାଇଲେ ଟ୍ରେନ୍ର ଲୋକୋ ପାଇଲଟ୍। ମହାରାଷ୍ଟ୍ରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ମହାରାଷ୍ଟ୍ରର ଭୁସାୱଲ୍ ଡିଭିଜନ୍ର ପାଚୋରା ଓ ମାହେଜୀ ରେଲ୍ୱେ ଷ୍ଟେସନ୍ ମଧ୍ୟରେ ଏକ ଚଳନ୍ତା ଟ୍ରେନ୍ରୁ ଜଣେ ଯାତ୍ରୀ ଖସି ପଡ଼ିଥିଲେ। ଟ୍ରେନ୍ର ଗାର୍ଡ ଏହା ଦେଖିବା ପରେ ଲୋକୋ ପାଇଲଟ୍ଙ୍କୁ ଏସମ୍ପର୍କରେ ଜଣାଇଥିଲେ। ଏହାପରେ ଟ୍ରେନ୍ରୁ ଖସି ଅଚେତ ହୋଇପଡ଼ିଥିବା ବ୍ୟକ୍ତିଙ୍କୁ ହସ୍ପିଟାଲ୍ […]
ବାସୁଦେବପୁର: ଭଦ୍ରକ ରେଳ ଷ୍ଟେସନ ନିକଟରେ ଟ୍ରେନ୍ ଆଗକୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଟ୍ୱିଷ୍ଟ୍ ଦେଖିବାକୁ ମିଳିଛି। ପୁଲିସ୍ ଏହି ଘଟଣାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବାବେଳେ ଏବେ ଏହି ଘଟଣାର ଏକ ନୂଆ ଗୁମର ପଦାକୁ ଆସିଛି। ଦୁଇ ଜଣ ଯୁବକଙ୍କ ସହ ସମ୍ପୃକ୍ତ ମୃତ ଛାତ୍ରୀଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ହୋଇଛି। ଏଥିସହ ଛାତ୍ରୀ ଜଣଙ୍କ ରହୁଥିବା ମେସ୍ର ମାଲିକ ତାଙ୍କ ସହ ଅଶାଳୀନ ବ୍ୟବହାର କରୁଥିବା ଭିଡିଓ […]
କଟକ: କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ୍ଠୁ ମାତ୍ର କିଛି ମିଟର ଦୂରରେ ମୁମ୍ବାଇ-ଭୁବନେଶ୍ୱର ଏଲ୍ଟିଟି ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ୍ ହୋଇଛି। ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ ଶାଳଗାଁ ନିକଟରେ ଲାଇନ୍ଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ଏକ୍ସପ୍ରେସ୍ର ୫ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ବେଳେ ୩ଟି ବଗି ସାମାନ୍ୟ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ […]
କଟକ: କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ୍ଠୁ ମାତ୍ର କିଛି ମିଟର ଦୂରରେ ମୁମ୍ବାଇ-ଭୁବନେଶ୍ୱର ଏଲ୍ଟିଟି ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ୍ ହୋଇଛି। ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ ଶାଳଗାଁ ନିକଟରେ ଲାଇନ୍ଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ଏକ୍ସପ୍ରେସ୍ର ୫ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ବେଳେ ୩ଟି ବଗି ସାମାନ୍ୟ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। […]
ଭୋପାଳ: ଘରୋଇ ବିମାନ ଏକାଡେମୀର ଏକ ଟ୍ରେନର୍ ଏୟାରକ୍ରାଫ୍ଟ ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶୁକ୍ରବାର ରାତିରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଫ୍ଲାଇଟ୍ ଇନ୍ଷ୍ଟ୍ରକ୍ଟର ଅଶୋକ ମକ୍ୱାନା(୫୮) ଓ ଟ୍ରେନି ପାଇଲଟ୍ ପୀୟୁଷ ଚନ୍ଦେଲ(୨୮)। ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ Chimes ଏକାଡେମୀର ଏହି ଟ୍ରେନର୍ ବିମାନଟି ଲ୍ୟାଣ୍ଡିଂ କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା […]
ଭୁବନେଶ୍ୱର: ବାଲେଶ୍ୱର ସ୍ଥିତ ଶୋଭାରାମପୁରରେ ଗତକାଲି ନିର୍ମାଣାଧୀନ ରେଲ୍ୱେ ଓଭରବ୍ରିଜ୍ର ଏକ ବିମ୍ ଖସି ପଡ଼ିବା ଫଳରେ ଖୋର୍ଦ୍ଧା-ଖଡଗପୁର ରୁଟ୍ରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏନେଇ ଆଜି କିଛି ଟ୍ରେନ୍ ବାତିଲ୍ ହୋଇଥିବା ବେଳେ କିଛି ଟ୍ରେନ୍ର ସମୟ ସୂଚୀରେ ପରିବର୍ତ୍ତନ ହୋଇଛି। ଏନେଇ ରେଲ୍ୱେ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ-ହାଓ୍ୱଡ଼ା ଶତାବ୍ଦୀ ଏକ୍ସପ୍ରେସ ଆଜି ଉଭୟ (ପୁରୀ ଓ ହାୱଡା) ପଟୁ ବାତିଲ୍ ହୋଇଛି। ଗତକାଲି ଛାଡ଼ିବାକୁ ଥିବା ହାଓ୍ୱଡ଼ା-ଏମ୍ଜିଆର୍ ଚେନ୍ନାଇ ମେଲ୍ ଆଜି […]
ଭୁବନେଶ୍ୱର: ପ୍ରାୟ ୧୨ ଘଣ୍ଟା ପରେ ଖୋର୍ଦ୍ଧା-ଖଡଗପୁର ରୁଟ୍ରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି। ଗତକାଲି ବାଲେଶ୍ୱର ସ୍ଥିତ ଶୋଭାରାମପୁରରେ ନିର୍ମାଣାଧୀନ ରେଲ୍ୱେ ଓଭରବ୍ରିଜ୍ର ଏକ ବିମ୍ ଖସି ପଡିବା ଫଳରେ ଖୋର୍ଦ୍ଧା-ଖଡଗପୁର ରୁଟ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏଥିରେ ରେଲ୍ୱେର ଇଲେକ୍ଟ୍ରିକ୍ ତାର ଛିଣ୍ଡି ଯାଇଥିଲା। ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍ ତାର ସଜାଡ଼ିବା ପାଇଁ ୧୫୦ରୁ ଅଧିକ ରେଲ୍ୱେ କର୍ମଚାରୀ ଓ ଠିକା ଶ୍ରମିକ ନିୟୋଜିତ ହୋଇଥିଲେ। ରାତି ପ୍ରାୟ ୧୧ଟା ପରେ ଉଭୟ […]
ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗରେ ଦେଖାଦେଇଥିବା ଆନ୍ଦୋଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ବିଶେଷ କରି ପଶ୍ଚିମବଙ୍ଗରେ ଦକ୍ଷିଣ ପୂର୍ବ ରେଳପଥର ବିଭିନ୍ନ ଷ୍ଟେସନରେ ଲୋକମାନଙ୍କ ଦ୍ୱାରା ବିକ୍ଷୋଭ ଯୋଗୁ ଓଡିଶାକୁ ଏବଂ ଓଡିଶା ମଧ୍ୟଦେଇ ଯାତାୟାତ କରୁଥିବା ଟ୍ରେନ୍ ପ୍ରଭାବିତ ହୋଇଛି। ଓଡ଼ିଶା ଦେଇ ଯାଉଥିବା ଅନେକ ଟ୍ରେନ୍ ଗତକାଲି ବାତିଲ ହୋଇଥିଲା। ଆସନ୍ତାକାଲି କୋଲକାତାରୁ ଆସୁଥିବା ସାଲଦା-ପୁରୀ ଏକ୍ସପ୍ରେସକୁ ମଧ୍ୟ ବାତିଲ କରାଯାଇଛି। ଏପଟେ ପୁରୀରୁ କୋଲକାତା ଯାଉଥିବା ପୁରୀ-ଚେନ୍ନାଇ […]
ନୂଆଦିଲ୍ଲୀ: ଏମିତି ଅନେକ ଥର ଦେଖିବାକୁ ମିଳିଛି ଟ୍ରେନ୍ରେ ଆମ୍ଭେମାନେ କୌଣସି ସ୍ଥାନକୁ ଯିବାପାଇଁ ଚାହୁଁ ହେଲେ ଟିକେଟ୍ ବୁକ୍ କରିବା ପାଇଁ ଆବଶ୍ୟକ ଟଙ୍କା ନ ଥିବା ଯୋଗୁ ଯାତ୍ରାକୁ ବାତିଲ୍ କରିଦେଇଥାଉ। ଏଥିପାଇଁ ଏବେ ଆପଣଙ୍କୁ ଆଉ ଆଦୌ ଚିନ୍ତା କରିବାକୁ ପଡ଼ିବ ନାହିଁ। କାରଣ IRCTC ଏବେ ଏମିତି ଏକ ସୁବିଧା ଆରମ୍ଭ କରିଛି ଯେଉଁଥିରେ ଆପଣ ବିନା ଟଙ୍କାରେ ଟିକେଟ୍ ବୁକ୍ କରି ଯାତ୍ରା କରିପାରିବେ। IRCTC ପକ୍ଷରୁ ଆରମ୍ଭ ହୋଇଥିବା […]
ନୂଆଦିଲ୍ଲୀ: ଚଳନ୍ତା ଟ୍ରେନ୍ ସାମ୍ନାକୁ ଡେଇଁ ପଡ଼ିଲେ ଯୁବକ। ଦ୍ରୁତ ଗତିରେ ଟ୍ରେନ୍ଟି ଆସୁଥିବାବେଳେ ହଠାତ୍ ଏହି ସମୟରେ ଜଣେ ଯୁବକ ଟ୍ରେନ୍ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଦିଲ୍ଲୀରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ନୋଇଡା ସେକ୍ଟର ୩୯ ମେଟ୍ରୋ ଷ୍ଟେସନ୍ରେ ଜଣେ ଯୁବକ ପ୍ଲାଟ୍ଫର୍ମରେ ଠିଆ ହୋଇଥିଲେ। ଏହି ସମୟରେ ଆସିଲା ଏକ ମେଟ୍ରୋ ଟ୍ରେନ୍। ଟ୍ରେନ୍ଟି ଯେମିତି ତାଙ୍କର ନିକଟତର ହୋଇଛି, କେହି କିଛି ବୁଝିବା ଆଗରୁ ହଠାତ୍ ସେ […]
ମୁମ୍ବାଇ: ଅଭିନେତା, ଅଭିନେତ୍ରୀଙ୍କ କଥା ଉଠିଲେ ପ୍ରଥମେ ଆମ ମନକୁ ଚାଲିଆସେ ସେମାନଙ୍କର ଆଡ଼ମ୍ବରପୂର୍ଣ୍ଣ ଜୀବନଯାପନ ଶୈଳୀ। ହେଲେ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ, ବଲିଉଡ୍ର ଏମିତି ଜଣେ ଅଭିନେତା ଯିଏ ତାଙ୍କର ଆଡ଼ମ୍ବରପୂର୍ଣ୍ଣ ଜୀବନ ଶୈଳୀ ଭୁଲି ଟ୍ରେନ୍ରେ ଜଣେ ସାଧାରଣ ଲୋକଙ୍କ ଭଳି ଯାତ୍ରା କରିଛନ୍ତି। ଆପଣ ଭାବୁଥିବେ ଆମେ ଏଠି କାହା କଥା କହୁଛୁ। ଏଠି ଆମେ ଆଉ କାହା କଥା କହୁନୁ, କହୁଛୁ ବଲିଉଡ୍ ଅଭିନେତା ସଞ୍ଜୟ ମିଶ୍ରାଙ୍କ ବିଷୟରେ। ଯିଏକି […]
ଯାଜପୁର: ଯାଜପୁର- କେନ୍ଦୁଝର ରୋଡ୍ର ଅହମ୍ମଦନଗରଠାରେ ଟ୍ରେନ୍ ଧକ୍କାରେ ମା’ ଝିଅଙ୍କ ମୃତ୍ୟୁ ଘଟିଛି। ରେଳ ଲାଇନ୍ ପାର୍ ହେଉଥିବା ବେଳେ ଦୁହିଁଙ୍କୁ ହାଓ୍ୱଡା-ପୁରୀ ଏକ୍ସପ୍ରେସ୍ ଧକ୍କା ଦେଇଥିବା ଜଣାପଡ଼ିଛି। ମୃତକ ହେଲେ କାଠି ରାନା ଓ ତାଙ୍କ ଝିଅ ଗୁରୁବାରି ରାନା। ସେମାନଙ୍କ ଘର ବ୍ୟାସନଗର ପୋୖରାଞ୍ଚଳ ସ୍ଥିତ ଚାନ୍ଦମା ଗାଁରେ। ଘଟଣାସ୍ଥଳରେ ଜିଆରପି ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
କଣ୍ଟାବାଞ୍ଜି: ଥରେ ନୁହେଁ ଦୁଇ ଦୁଇ ଥର ଚଳନ୍ତା କୋଇଲା ବୋଝେଇ ଟ୍ରେନ୍ରେ ଲାଗିଗଲା ନିଆଁ। ଟ୍ରେନ୍ଟି ଆଜି ବିଶାଖାପାଟଣାରୁ ରାୟପୁର ଯାଉଥିବା ବେଳେ ପ୍ରଥମେ ରହେନ୍ଭଟା ରେଲ୍ୱେ ଷ୍ଟେସନ୍ରେ ନିଆଁ ଲାଗିଯାଇଥିଲା ବୋଲି ଜଣାପଡ଼ିଛି। ନିଆଁ ଲିଭିବା ପରେ ମାଲ୍ବାହୀ ଟ୍ରେନ୍ଟି ରାୟପୁର ଅଭିମୁଖେ ଗଡ଼ିଥିଲା। ପୁଣି ଅଧା ବାଟରେ ଟ୍ରେନ୍ରେ ନିଆଁ ଲାଗି ଯାଇଥିଲା। ଏନେଇ ମୁରିବାହାଲ ଷ୍ଟେସନ୍ ମାଷ୍ଟର, କଣ୍ଟାବାଞ୍ଜି ଷ୍ଟେସନ୍ ମାଷ୍ଟରଙ୍କୁ ସୂଚନା ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ […]
ନୂଆଦିଲ୍ଲୀ: ରାଜଧାନୀ, ଶତାବ୍ଦୀ ଏବଂ ଦୂରୋନ୍ତୋ ଟ୍ରେନ୍ରେ ଅନ୍ ବୋର୍ଡରେ ଉପଲବ୍ଧ ଖାଇବା ଦର ବଢ଼ାଇବାକୁ ରେଲୱେ ବୋର୍ଡ ନିଷ୍ପତ୍ତି ନେଇଛି। ଫଳରେ ଏସବୁର ଭଡ଼ାରେ ମଧ୍ୟ ବୃଦ୍ଧି କରାଯିବ। ମିଳିଥିବା ସୂଚନା ଅନୁଯାୟୀ, ଫାର୍ଷ୍ଟ କ୍ଲାସ୍ ଏସି ଏବଂ ଏକ୍ଜିକ୍ୟୁଟିଭ୍ କ୍ଲାସ୍ରେ ଚା’ ୩୫ ଟଙ୍କା ପଡ଼ିବ ଯାହାକି ପୂର୍ବରୁ ୨୯ ଟଙ୍କା ଥିଲା। ସେହିଭଳି ଜଳଖିଆ ୧୩୩ ବଦଳରେ ୧୪୦ ଟଙ୍କା ଏବଂ ମଧ୍ୟାହ୍ନ ଭୋଜନ ଓ ରାତ୍ର ଭୋଜନ ୨୩୦ ଟଙ୍କା ବଦଳରେ […]