ନୂଆଦିଲ୍ଲୀ: ପୁଣି ଥରେ ଗାନ୍ଧି ପରିବାର ହାତରେ କଂଗ୍ରେସ। ଗତକାଲି ବସିଥିବା କଂଗ୍ରେସ ୱାର୍କିଂ କମିଟିର ଘନ ଘନ ବୈଠକ ପରେ ପୁଣି ଥରେ ସୋନିଆ ଗାନ୍ଧି ଦଳର ଅଧ୍ୟକ୍ଷା ହୋଇଛନ୍ତି।ଏଥର ଦଳର ଅନ୍ତରୀଣ ଅଧ୍ୟକ୍ଷା ଭାବେ ସେ ଦାୟିତ୍ୱ ସମ୍ଭାଳିଛନ୍ତି। ନୂଆ ଅଧ୍ୟକ୍ଷ ନିଯୁକ୍ତି ହେବା ଯାଏ ସୋନିଆ ଏହି ଦାୟିତ୍ୱରେ ରହିବେ। କଂଗ୍ରେସ ୱାର୍କିଂ କମିଟି ବୈଠକରେ ରାହୁଲ ଗାନ୍ଧିଙ୍କୁ ପୁଣି ଥରେ ଦଳର ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ବରିଷ୍ଠ ନେତାମାନେ ନିବେଦନ କରିଥିଲେ ବୋଲି ସୂଚନା ମିଳିଛି। ତେବେ ଏନେଇ […]
ନୂଆଦିଲ୍ଲୀ: ମୁଖିଆ ବିହୀନ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷଙ୍କ ନାଁ ଆସନ୍ତାକାଲି ଘୋଷଣା ହୋଇପାରେ। ବରିଷ୍ଠ କଂଗ୍ରେସ ନେତା ମୁକୁଲ ୱାସନିକ ଏହି ପଦବୀ ପାଇଁ ପ୍ରବଳ ଦାବିଦାର ରହିଛନ୍ତି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ବାସଭବନରେ ବସିଥିବା ବୈଠକରେ କଂଗ୍ରେସ ନେତାମାନେ ସର୍ବସମ୍ମତିକ୍ରମେ ମୁକୁଲଙ୍କ ନାଁରେ ମୋହର ମାରିଛନ୍ତି। ଏବେ କେବଳ ଔପଚାରିକ ଘୋଷଣା ବାକି ରହିଛି। ଲୋକସଭା ନିର୍ବାଚନରେ କଂଗ୍ରେସର ଲଜ୍ଜାଜନକ ପରାଜୟ ପରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା […]
ଭୋପାଲ: ଶ୍ରୀଲଙ୍କାରେ ପ୍ରସ୍ତାବିତ ମାତା ସୀତାଙ୍କ ମନ୍ଦିର ନିର୍ମାଣ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଓ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ମଧ୍ୟରେ କଥା କଟାକଟି ପରିସ୍ଥିତି ସୃଷ୍ଟି ହୋଇଛି। ମାତା ସୀତା ଅପହରଣ ହୋଇଥିଲେ କି ନାହିଁ, ତା’ର ତଦନ୍ତ କରିବାକୁ ଶ୍ରୀଲଙ୍କାକୁ ମଧ୍ୟ ପ୍ରଦେଶର କମଲନାଥ ସରକାର ଏକ ଟିମ୍ ପଠାଇଛନ୍ତି। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଏପରି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ‘ଏହାଦ୍ୱାରା କୋଟି […]
ଭୁବନେଶ୍ୱର: ପାଟକୁରା ନିର୍ବାଚନ ପାଇଁ କଂଗ୍ରେସ ତା’ର ରଣନୀତି ପ୍ରସ୍ତୁତି କରିଛି। ଚାଷ ଓ ଚାଷୀ ସମସ୍ୟାର ସମାଧାନ, ବନ୍ୟା ଓ ବେକାରୀକୁ ଦଳ ମୁଖ୍ୟ ପ୍ରସଙ୍ଗ କରିବ ବୋଲି ଜଣାପଡ଼ିଛି। ସେହିପରି ପାଟକୁରାର ୩ଟି ବ୍ଲକ୍ରେ ତାରାପ୍ରସାଦ ବାହିନୀପତି, ମହମ୍ମଦ ମୋକିମ, ସୁର ରାଉତରାୟ, ବାପି ସର୍ଖେଲ ଓ ରମେଶ ଜେନାଙ୍କ ପରି ନେତା ପ୍ରଚାରର ମଙ୍ଗ ଧରିବେ। ପ୍ରଚାର ପାଇଁ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ମଧ୍ୟ ଆସିବେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ […]
ନୂଆଦିଲ୍ଲୀ: ଜଣେ ଇଞ୍ଜିନିୟରଙ୍କ ଉପରେ କାଦୁଅ ଫିଙ୍ଗିବା ସହ ଖୁଣ୍ଟରେ ବାନ୍ଧିବା ଘଟଣା ମହାରାଷ୍ଟ୍ରର କଂଗ୍ରେସ ବିଧାୟକଙ୍କୁ ମହଙ୍ଗା ପଡ଼ିଛି। ସରକାରୀ ଅଫିସରଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ ଅଭିଯୋଗରେ କଂଗ୍ରେସ ବିଧାୟକ ନିତେଶ ରାଣେ ଓ ତାଙ୍କ ଦୁଇ ଜଣ ସମର୍ଥକଙ୍କୁ ପୁଲିସ୍ ଗିରଫ କରିଛି। ବିଧାୟକ ନିତେଶ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ବିଧାୟକ ଓ ତାଙ୍କ ୪୦ରୁ ୫୦ ଜଣ ସମର୍ଥକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ମୁମ୍ୱାଇ-ଗୋଆ ହାଇୱେ ନିକଟରେ […]
ଅହମ୍ମଦାବାଦ: ଅହମ୍ମଦାବାଦର ଜଣେ କର୍ପୋରେଟର ତଥା ବରିଷ୍ଠ କଂଗ୍ରେସ ନେତା ବଦ୍ରୁଦ୍ଦିନ ଶେଖଙ୍କର ରବିବାର ରାତିରେ କରୋନାରେ ମୃତ୍ୟୁ ଘଟିଛି। ବଦ୍ରୁଦ୍ଦିନ ଗୁଜୁରାଟ କଂଗ୍ରେସରେ ଜଣେ ପୁରୁଖା ନେତା ଓ ପ୍ରବୀଣ ରାଜନୀତିଜ୍ଞ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। କିଛି ଦିନ ତଳେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ପ୍ରାୟ ଏକ ସପ୍ତାହ ତଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। […]
ନୂଆଦିଲ୍ଲୀ: ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫା ପରେ ମଧ୍ୟପ୍ରଦେଶ କଂଗ୍ରେସ ସ୍ଥିତି ଜଟିଳ ହୋଇଯାଇଛି। ସେ ଇସ୍ତଫା ଦେବା ପରେ ତାଙ୍କ ସମର୍ଥନରେ ମଧ୍ୟ ପ୍ରଦେଶର ୨୨ ଜଣ ବିଧାୟକ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ଏହା ପରେ ସେଠାରେ ରାଜନୀତିକ ଅସ୍ଥିରତା ଦେଖାଯାଇଛି। ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସରକାର ଭାଙ୍ଗିବା ସ୍ଥିତିରେ ଥିବା ବେଳେ ବିଜେପି ସେଠାରେ ସରକାର ଗଢ଼ିବା ଲାଗି ସଜବାଜ ହେଉଥିବା କୁହାଯାଉଛି। ତେବେ କଂଗ୍ରେସ ଦାବି କରି ଆସୁଛି ଏମିତି ସ୍ଥିତି ଆସିବ ନାହିଁ। […]
ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏହା ପୂର୍ବରୁ ସିନ୍ଧିଆ ୭ ଲୋକକଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ। ଅଧ ଘଣ୍ଟାରୁ ଅଧିକ ସମୟ ଧରି ଦୁହିଁଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା। ଆଲୋଚନାବେଳେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ମୁଖ୍ୟ ରଣନୀତିକାର ଅମିତ ଶାହ ଉପସ୍ଥିତ ଥିଲେ। ଇସ୍ତଫା ଦେବା ପରେ ଆଜି ବିଜେପିରେ ମିଶି ପାରନ୍ତି କଂଗ୍ରେସ ନେତା […]
ନୂଆଦିଲ୍ଲୀ:କଂଗ୍ରେସ୍ର ସାଧାରଣ ସମ୍ପାଦକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ୱାଶନିକ୍ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ୬୦ ବର୍ଷ ବୟସରେ ବନ୍ଧୁ ରବିନା ଖୁରାନାଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ଏକ ଫାଇଭ୍ ଷ୍ଟାର ହୋଟେଲ୍ରେ ବହୁ ବରିଷ୍ଠ କଂଗ୍ରେସ ନେତାଙ୍କୁ ଉପସ୍ଥିତିରେ ସେ ରବିନାଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି। ମହାରାଷ୍ଟର ବରିଷ୍ଠ ନେତା ବାଲକ୍ରିଷ୍ଣଙ୍କ ପୁଅ ମୁକୁଲ ୱାଶନିକ୍। ତାଙ୍କ ନାଁ ସେତିକିବେଳେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ କଂଗ୍ରେସ ଅଧ୍ୟକ୍ଷ […]