ପଞ୍ଚାବରେ ସତ୍ତା ହରାଇବ କଂଗ୍ରେସ, କ୍ଷମତାକୁ ଆସିବ ଆମ୍ ଆଦ୍ମୀ ପାର୍ଟି ! ସେପଟେ ଗୋଆରେ ସରକାର ଗଢ଼ିବ ବିଜେପି ! ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଏଭଳି ପୂବର୍ବାନୁମାନ କରାଯାଇଛି । ଏକ୍ଜିଟ୍ ପୋଲ୍ ରିପୋର୍ଟ ଅନୁଯାୟୀ ଏଭଳି ଆକଳନ କରାଯାଇଛି ।
ବିଗତ ୯ ଦିନ ହେଲାଣି ଋଷିଆ-ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ଆଜିକୁ ଦଶମ ଦିନରେ ପହଞ୍ଚିଛି ଏହି ଯୁଦ୍ଧ ହେଲେ ସ୍ଥିତି ସୁଧୁରିବାର ନାଁ ଧରୁନି । ଫଳରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିଚାରା ପେଷି ହେଉଛନ୍ତି ସାଧାରଣ ଜନତା । ଦେଖନ୍ତୁ ଯୁଦ୍ଧ ସମୟର କିଛି ବିକଳ ଚିତ୍ର...
ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଯାହାକି ତୃତୀୟ ବିଶ୍ୱ ଯୁଦ୍ଧ ଆଡକୁ ଯାଉଛି ବୋଲି କୁହାଯାଉଛି।
ବିରୋଧୀଙ୍କୁ ଶକ୍ତ ଝଟ୍କା । ଚାଲି ଚାଲି ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁମ୍ ଦାମ୍ ଆସିଲେ ଆଉ ଚାଲିଗଲେ । ସାରା ରାଜ୍ୟରେ ନିର୍ବାଚନୀ ମାହୋଲ । ଆଉ ଏହି ନିର୍ବାଚନୀ ମାହୋଲ ଭିତରେ ମୁଖ୍ୟମନ୍ତ୍ରୀ ଅସୁସ୍ଥ ଥିବା ନେଇ ଯେଉଁ ଅପପ୍ରଚାର ହେଉଥିଲା, ତା’ଉପରେ ପୂର୍ଣ୍ଣଛେଦ୍ ଟାଣିଛନ୍ତି ନିଜେ ନବୀନ ପଟ୍ଟନାୟକ ।
ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଆଜି ସକାଳ ୮ଟାରେ ମୁମ୍ବାଇରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଗତ ୨୯ ଦିନ ହେବ ସେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲେ।
ସବୁବେଳେ ଚର୍ଚ୍ଚା ରହୁଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀଙ୍କ ଏଭଳି କିଛି ଫଟୋ ରହିଛି, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡିବେ, ଦେଖନ୍ତୁ ଏହି ଫଟୋ..
ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତ ହେଉଛି ରାଜଧାନୀ ନୂଆଦିଲ୍ଲୀ । ଆଜି ଯବାନ୍ମାନେ ରାଜପଥରେ ଫୁଲ୍ଡ୍ରେସ୍ ପରେଡ୍ ପ୍ରଦର୍ଶନ କରିଛନ୍ତି ।
ନୂଆଦିଲ୍ଲୀରେ ଆୟୋଜିତ ହେଲା ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ । ସବୁ ରାଜ୍ୟର ପାରମ୍ପରିକ ନୃତ୍ୟରେ ଝଲସି ଉଠିଲା ଏହି କାର୍ଯ୍ୟକ୍ରମ। ତେବେ ଦେଖନ୍ତୁ ଏହା ଉପରେ ଆଧାରିତ କିଛି ଫଟୋ..
୨୦୨୨ ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀରେ ମୁଖ ଚିହ୍ନିବା ପ୍ରଣାଳୀ ସହିତ ଏକ ମଲ୍ଟି ଲେୟାର ସୁରକ୍ଷା କଭର ସ୍ଥାପନ କରାଯାଇଛି | ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ କୋଭିଡ୧୯ ପ୍ରତିବନ୍ଧକ ହେତୁ ଚଳିତ ବର୍ଷ ପରିଦର୍ଶକଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଇବ | ଗତ ବର୍ଷ, ୨୫୦୦୦ ପରିଦର୍ଶକ ଅଂଶଗ୍ରହଣ କରିଥିବାବେଳେ ଏହି ବର୍ଷ ମନ୍ତ୍ରଣାଳୟ ୫୦୦୦-୮୦୦୦ ଅତିଥି ଯୋଗଦେବାର ଆୟୋଜନ ରହିଛି କିନ୍ତୁ ଏପର୍ଯ୍ୟନ୍ତ କିଛି ଚୂଡାନ୍ତ ହୋଇନାହିଁ | ଏହି ସମୟରେ ଆର-ଡେ ପ୍ୟାରେଡ ପାଇଁ ରିହର୍ସଲ ଚାଲିଛି। ଉତ୍ସବକୁ ଗ୍ରାଣ୍ଡ ଏବଂ ଅସୁବିଧାମୁକ୍ତ କରିବା ପାଇଁ ପ୍ରସ୍ତିତି ଚାଲିଛି। ଆସନ୍ତୁ ଦେଖିବା ଏହାର କିଛି ଝଲକ
ଆଜି ହେଉଛି ବୀରମାନଙ୍କର ଦିନ । ଭାରତୀୟ ସ୍ଥଳସେନା ଆଜି ପାଳୁଛି ୭୪ତମ ପ୍ରତିଷ୍ଠା ଦିବସ । ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ଭାରତରେ 'ସେନା ଦିବସ' ପାଳନ କରାଯାଇ ଆସୁଅଛି । ୧୯୪୯ ମସିହାର ଏହି ଦିନରେ ଭାରତୀୟ ସେନାର ପ୍ରଥମ ଭାରତୀୟ କମାଣ୍ଡର ଚିଫ୍ କେଏମ୍ କରିଅପ୍ପା ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ । ସେବେ ଠାରୁ ଏହି ଦିନଟିକୁ ବୀର ଓ ସାହସୀ ଭାରତୀୟ ସେନାଙ୍କ ପାଇଁ ଉତ୍ସର୍ଗ କରାଯାଇଛି ।
କେତେବେଳେ ସେ ଥିଲେ ନାୟକ ତ କେବେ ବନିଥିଲେ ଖଳନାୟକ । ସବୁଥିରେ ସେ ଫିଟ୍, ସବୁଥିରେ ସେ ହିଟ୍ । ହେଲେ ସେହି ୪ ଦଶନ୍ଧୀର ସୁବର୍ଣ୍ଣ ସମୟକୁ ଛାଡ଼ି ଆଜି ଅଫେରା ବାଟ ଦେଇ ଫେରିଯାଇଛନ୍ତି ଓଲିଉଡ୍ର କିମ୍ବଦନ୍ତୀ ଅଭିନେତା ମିହିର ଦାସ ।
କରୋନା ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ଆଜିଠୁ ଆରମ୍ଭ ହୋଇଛି ପ୍ରିକସନ୍ ଡୋଜ୍ । ସାରା ଦେଶରେ ପୂର୍ବ ଭଳି ପୁଣି ଆଜିଠୁ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ୬୦ବର୍ଷରୁ ଉର୍ଦ୍ଧ୍ୱ ବହୁବିଧ ଆକ୍ରାନ୍ତଙ୍କୁ ଦିଆଯାଉଛି କରୋନାର ବୁଷ୍ଟର ଡୋଜ୍ । ଦେଖନ୍ତୁ ଏହାର କିଛି ଚିତ୍ର...
ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ କଡ଼ାକଡ଼ି ହୋଇଛି କୋଭିଡ କଟକଣା । ରାଜଧାନୀରେ ନାଇଟ କର୍ଫ୍ୟୁ ବେଳେ ଆକ୍ସନ ମୋଡରେ ରହୁଛି ପୋଲିସ୍ ।
ଓଡିଶାରେ ୪୮୩ଟି ମୋବାଇଲ ଟାଓ୍ୱାର ଓ ୨୭୨ଟି ପୋଷ୍ଟ ଅଫିସ ଉଦଘାଟନ ନେଇ ଘୋଷଣା କରିଛନ୍ତି ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭୁବନେଶ୍ୱର BSNL ମୁଖ୍ୟ କାର୍ଯ୍ୟଳୟରେ ଭିଡିଓ କନଫରେନ୍ସିଂ ଜରିଆରେ ଘୋଷଣା ପରେ ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି ।
ଜାଡ଼ରେ ଥରୁଛି ସାରା ଓଡ଼ିଶା । ଶୀତର ପ୍ରକୋପରେ ଭୁବନେଶ୍ୱର ସହର ରାତିରେ ଶୂନଶାନ ହୋଇଯାଉଛି । ତଥାପି ଜୀବନ ଜୀବିକା ପାଇଁ ବାହାରିବାକୁ ପଡୁଛି ।
ପାଖେଇ ଆସୁଛି ଗଣତନ୍ତ୍ର ଦିବସ ତଥା ସାଧାରରଣତନ୍ତ୍ର ଦିବସ । ଦିଲ୍ଲୀ ରାଜପଥରେ ଦେଖିବାକୁ ମିଳୁଛି ପ୍ରତିରକ୍ଷା ବାହିନୀଙ୍କ ପରେଡ୍ ଅଭ୍ୟାସ
ଦେଶରେ ୧୫ରୁ ୧୮ ବର୍ଷର କିଶୋରଙ୍କୁ ଟିକାକରଣ ଆରମ୍ଭ ହୋଇଛି। ଦେଶରେ ୪୦ ଲକ୍ଷରୁ ଅଧିକ ପିଲା ଟିକା ନେଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି। ଟିକା ନେଇଥିବା ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଦେଇଛନ୍ତି।
ଇମ୍ଫା ଗ୍ରୁପ ଦ୍ୱାରା ପରିଚାଳିତ IMPACT ପକ୍ଷରୁ ଗତ ୨୮ବର୍ଷ ହେଲା ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡା କ୍ଷେତ୍ରରେ ସୁନାମ ଆଣିଥିବା ଓଡିଶାର ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ସମ୍ମାନୀତ ଅତିଥି ଭାବେ ହକି ଅଲିମ୍ପିଆନ ପଦ୍ମଶ୍ରୀ ଦିଲ୍ଲୀପ ର୍ତିକୀଙ୍କ ସମେତ ଏକଲବ୍ୟ ପୁରସ୍କାର କମିଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଯୋଗଦେଇ କୃତୀ ଖେଳାଳିଙ୍କୁ ସମ୍ମାନୀତ କରିଥିଲେ ।
ବାୟୁସେନା ବିମାନ ଦୁର୍ଘଟଣାରେ ସହିଦ ହୋଇଛନ୍ତି ଓଡିଆ ଯବାନ ରାଣା ପ୍ରତାପ ଦାସ । ତାଙ୍କ ଘର ତାଳଚେରରେ । ତାଙ୍କର ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରୁଛନ୍ତି ଓଡିଶାବାସୀ । ସେ ଥିଲେ ଭାରି କେୟାରିଂ । ଚାକିରି ସହ ପରିବାରକୁ ବି ସମୟ ଦିଅନ୍ତି । ଘରଠୁ ବାହାର, ସମସ୍ତଙ୍କର ସେ ଥିଲେ ପ୍ରିୟ । ନଜର ପକାନ୍ତୁ, ତାଙ୍କ ଜୀବନ କାଳର କିଛି ମଧୁର ସ୍ମୃତି ଉପରେ ।
ବାତ୍ୟାର ପ୍ରଭାବ; ରାଜଧାନୀ ରାଜ ରାସ୍ତାରେ ଏମିତି ଜନଜୀବନ, ଦେଖନ୍ତୁ ତାହାର କିଛି ଝଲକ ।
କାଲିଠୁ ଆରମ୍ଭ ହୋଇଛି ବହୁପ୍ରସିଦ୍ଧ କୋଣାର୍କ ମହୋତ୍ସବ । ପ୍ରଥମ ଦିନରେ ହିଁ ପାରମ୍ପରିକ ନୃତ୍ୟ ଓଡିଶୀର କଳା ପରିବେଶଣରେ ଉତ୍ସବମୁଖରିତ ହୋଇ ଉଠିଛି କୋଣାର୍କ । ନାନା ପ୍ରକାରର ଭାବଭଙ୍ଗୀରେ ନୃତ୍ୟ ଦେଖାଇ ଲୋକଙ୍କ ମନକୁ ଆକର୍ଷଣ କରିଛନ୍ତି ନୃତ୍ୟଶିଳ୍ପୀ । ଓଡିଶା ମାଟିର ପରମ୍ପରା ବଜାୟ ରଖିଛନ୍ତି ଆମ ନୃତ୍ୟଶିଳ୍ପୀ ।
ସଫା ସହର ପାଇଁ ଦେଶର ଟପ୍-୧୦ରେ କିଏ ସ୍ଥାନ ପାଇଲା, କେନ୍ଦ୍ର ସରକାରଙ୍କ ବାର୍ଷିକ ସ୍ୱଚ୍ଛତା ପୁରସ୍କାର ଅବସରରେ ହେଲା ଘୋଷଣା।
ସୋମବାର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ବିଜେତାମାନଙ୍କୁ ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୦ ଅବସରରେ ପୁରସ୍କାର ଦିଆଯାଇଛି । ଗତବର୍ଷ କୋଭିଡ ମହାମାରୀ କାରଣରୁ କାର୍ଯ୍ୟକ୍ରମଟି ଭର୍ଚୁଆଲ ମାଧ୍ୟମରେ ଆୟୋଜନ କରାଯାଇଥିଲା । ତେଣୁ ଏବର୍ଷ ବିଜେତାମାନଙ୍କୁ ନଗଦ ରାଶି ପୁରସ୍କାର ସହ ଟ୍ରଫି ମଧ୍ୟ ଦିଆଯାଇଛି ।
ପ୍ରାୟ ସମସ୍ତେ ବେଳାଭୂମିକୁ ବୁଲିବା ପାଇଁ ଯାଇଥାନ୍ତି । ହେଲେ ସମୁଦ୍ର କୂଳର କିଛି ଦୃଶ୍ୟ ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ବ୍ରିଟେନ୍ର ଏକ ବେଳାଭୂମିରେ ହଜାର ହଜାର ସାମୁଦ୍ରିକ ପ୍ରାଣୀଙ୍କ ମୃତ ଦେହ ପଡିରହିଛି ବୋଲି ନ୍ୟୁଜ୍ ଏଜେନ୍ସିଡେଲି ଷ୍ଟାରରେ ଦର୍ଶାଯାଇଛି । ମୃତ ଜଳଜୀବଙ୍କ ମଧ୍ୟରେ କଙ୍କଡା, ଚିଙ୍ଗୁଡି ଏବଂ ଅନ୍ୟାନ୍ୟ ସାମୁଦ୍ରିକ ଜୀବମାନେ ରହିଛନ୍ତି । ବ୍ରିଟେନ୍ର ଟିସାଇଡ୍ର ମାର୍ସକେରୁ ସଲ୍ଟବର୍ନ ଅଞ୍ଚଳ ପର୍ଯ୍ୟନ୍ତ ଜଳଚର ପ୍ରାଣୀଙ୍କ ମୃତ ଦେହ ପଡ଼ିରହିଛି ।