• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

cyclone
ବାତ୍ୟା ଯିବାର ୫ ଦିନ ପରେ ବି ଥମୁନି ହାହାକାର

ଭୁବନେଶ୍ୱର : ବାତ୍ୟା ଫୋନିର ତାଣ୍ଡବ ପରେ ସବୁଠି ହାହାକାର। ଅନେକ ସ୍ଥାନରେ ଆନ୍ଦୋଳନକୁ  ଓହ୍ଲାଇଛନ୍ତି ସାଧାରଣ ଲୋକ। ଏସବୁ ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଥିବା ବେଳେ ଜଳଯୋଗାଣ, ରିଲିଫ୍ ଓ ବିଦ୍ୟୁତ ସେବା ସ୍ୱାଭାବିକ୍‌ କରିବାକୁ ଜୋରସୋରରେ ଉଦ୍ୟମ ଚାଲିଥିବା ସରକାର କହିଛନ୍ତି। ଜଗତସିଂହପୁର, ଜଟଣୀ, ଭୁବନେଶ୍ୱର ସବୁଠି ରାସ୍ତାରୋକ। ଚାଲିଛି ଆନ୍ଦୋଳନ। ବାତ୍ୟାର ୫ଦିନ ପରେ ବି ବିପନ୍ନଙ୍କୁ ସହାୟତା ମିଳିନଥିବାରୁ ବଢୁଛି ଅସନ୍ତୋଷ। ବାତ୍ୟା ପରେ କେବଳ ଗୋଟିଏ ଦିନ ରନ୍ଧା ଖାଦ୍ୟ […]

  • Saturday, 17 July 2021
merine
ଫୋନିର ଭୟଙ୍କର ଆକ୍ରମଣ : ୬ ଘଣ୍ଟାରେ ଉଜୁଡିଗଲା ୬ ଦଶନ୍ଧିର ସବୁଜିମା

ପୁରୀ (ମଧୁସୂଦନ ମିଶ୍ର) : ପୁରୀରେ ଜଗନ୍ନାଥ ଦର୍ଶନ ସାରି ଭକ୍ତଟିଏ ଯେତେବେଳେ ପର୍ଯ୍ୟଟକ ପାଲଟିଯାଏ, ମନ ତାର ଆପେ ଆପେ କୋଣାର୍କ ମୁହାଁ ହୋଇଯାଏ। ଆଉ ପୁରୀରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ମେରାଇନ୍ ଡ୍ରାଇଭରେ ବାଲୁଖଣ୍ଡ ଅଭୟାରଣ୍ୟ ଛାତି ଭିତର ଦେଇ ସୂର୍ଯ୍ୟ ମନ୍ଦିର ଅଭିମୁଖେ ଯିବାବେଳେ ତାକୁ ବିଭୋର କରିଦିଏ ଦୁଇ କଡ଼େ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ। ହେଲେ ଗତ ୫ଦିନ ହେଲାଣି ଯେମିତି ସେ ମନଲୋଭା ରାସ୍ତାରେ ରାଜୁତି କରୁଛି ପ୍ରଳୟର ପୁଳା ପୁଳା […]

  • Saturday, 17 July 2021
park
ବାତ୍ୟା ଫୋନି ମାଡ଼ରେ ଉଜୁଡ଼ି ଯାଇଛି ରାଜଧାନୀର ପାର୍କ

ଭୁବନେଶ୍ୱର : ଗ୍ରୀଷ୍ମକାଳୀନ ବାତ୍ୟା ଫୋନି ମାଡ଼ରେ ଯେ ଭୁବନେଶ୍ୱରର ଘରଦ୍ୱାର, କୋଠାବାଡ଼ି ଭାଙ୍ଗିରୁଜି ଯାଇଛି ତାନୁହଁ, ରାଜଧାନୀର ୪ଟି ପ୍ରମୁଖ ପାର୍କରେ ବି ଫୋନି ରଚିଛି ଧ୍ୱଂସ୍ତର ତାଣ୍ଡବଲୀଳା। ଜୟଦେବ ବାଟିକା ହେଉ କି ଫରେଷ୍ଟ ପାର୍କ, ଆଇଜି ପାର୍କ ହେଉ କି ଏକାମ୍ରକାନନ , ସବୁଠି ଛିନ୍‌ଛତ୍ର ଅବସ୍ଥା। କୋଟି କୋଟି ଟଙ୍କାର ଭିତ୍ତିଭୂମି ଭୁଶୁଡ଼ି ପଡ଼ିଛି ଏସବୁ ପାର୍କରେ। ପରିଣାମ ସ୍ୱରୂପ ଅଧିକାଂଶ ପାର୍କକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଥିବାବେଳେ ରାଜସ୍ୱ […]

  • Saturday, 17 July 2021
farmer
‘ଫୋନି’ ଉଜାଡ଼ି ଦେଲା ବେଉସା, ଭାଙ୍ଗି ଦେଲା ଚାଷୀଙ୍କ ମେରୁଦଣ୍ଡ

ଭୁବନେଶ୍ୱର: ‘ଫୋନି’ ଉଜାଡ଼ି ଦେଲା ବେଉସା, ଭାଙ୍ଗି ଦେଲା ଚାଷୀଙ୍କ ମେରୁଦଣ୍ଡ। କ୍ଷତ ଏତେ ଗଭୀର ଯେ କେବେ ଶୁଖିବ ତା’ର ହିସାବ କରିବା ମୁସକିଲ୍‌। ବିଶେଷକରି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ଅର୍ଥକାରୀ ଫସଲ ଉପରେ ନିର୍ଭର କରି ଚଳୁଥିବା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ଫୋନି। ପାନ, ଧାନ, କଦଳୀ,ନଡ଼ିଆ ସବୁକୁ ମାଟିରେ ମିଶାଇ ଦେଇଛି ବାତ୍ୟା। ‘ଫୋନି’ର ଭୟଙ୍କର ଚୋଟରେ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇ ହୋଇଛି ପାନ ଚାଷ। କୃଷି […]

  • Saturday, 17 July 2021
modi
ଓଡ଼ିଶାକୁ ଆଉ ଏକ ହଜାର କୋଟି ଟଙ୍କା ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଫୋନି କ୍ଷୟକ୍ଷତିର ସହାୟତା ପାଇଁ ଓଡ଼ିଶାକୁ ଆଉ ଏକ ହଜାର କୋଟି ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହା ସହିତ ଫୋନିରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା।  ଆହତଙ୍କୁ ମିଳିବ ୫୦ ହଜାର ଟଙ୍କା।  ଆକାଶମାର୍ଗରୁ କ୍ଷୟକ୍ଷତି ଓ ସମୀକ୍ଷା ପରେ ମୋଦି କହିଛନ୍ତି, ୧୪ ହଜାର ଗାଁ ପ୍ରଭାବିତ ହୋଇଛି। ୧୨ ଲକ୍ଷ ଲୋକଙ୍କୁ ନିରାପଦ ଜାଗାକୁ ସ୍ଥାନାନ୍ତର କରିଥିବାରୁ ରାଜ୍ୟ ସରକାରଙ୍କୁ […]

  • Saturday, 17 July 2021
puri9
୯୯ ବାତ୍ୟାଠୁ ବି ପ୍ରଳୟଙ୍କରୀ ହେଲା ଫୋନି : ପ୍ରାଣ ଶୂନ୍ୟ ପୁରୀ ସହର

ଭୁବନେଶ୍ୱର : ୧୯୯୯ ମହାବାତ୍ୟାଠୁ ଢେର ଅଧିକ ପ୍ରଳୟ ରଚାଇଛି ସାମୁଦ୍ରିକ ଝଡ଼ବାତ୍ୟା ଫୋନି। ପ୍ରାଣ ଶୂନ୍ୟ କରିଦେଇଛି ଶ୍ରୀକ୍ଷେତ୍ର ପୁରୀକୁ। ଶ୍ରୀ ଛଡ଼ାଇନେଇଛି କୋଟି କୋଟି ହିନ୍ଦୁଙ୍କ ଆସ୍ଥାର ସହରଠାରୁ। ଶ୍ରୀମନ୍ଦିରକୁ ବି ଛାଡ଼ିନି ଏ ରାକ୍ଷସରୂପୀ ଝଡ଼। ଧ୍ୱସ୍ତବିଧ୍ୱସ୍ତ କରିଦେଇଛି ଜଗନ୍ନାଥ ଧାମର ସୁରକ୍ଷାକବଚ ବାଲୁଖଣ୍ଡ ଅଭୟାରଣ୍ୟକୁ। ଯୁଆଡ଼େ ଚାହିଁଲେ କେବଳ ଧ୍ୱଂସଲୀଳା ସାଙ୍ଗକୁ ଅନ୍ତହୀନ ଦୁର୍ଦ୍ଦଶାର କରୁଣ ଦୃଶ୍ୟ। ମହାପ୍ରଭୁଙ୍କ କ୍ଷେତ୍ରକୁ ଆସିପାରେ ପ୍ରଳୟ ସାଙ୍ଗକୁ ଦୁର୍ଦ୍ଦଶା । ଜଗନ୍ନାଥଙ୍କ ଧାମରେ ବି ଏହାର ଉପସ୍ଥିତି […]

  • Saturday, 17 July 2021
rukaiya
ବିସ୍ମୟ ନୁହେଁ ସତ୍ୟ : ଶିଶୁ କଣ୍ଠରେ କୋରାନ୍‌

ବେଙ୍ଗାଲୁରୁ : ଯେଉଁ ବୟସରେ ପିଲାମାନେ ଲେଖାପଢା ଶିଖିବା ଆରମ୍ଭ କରିଥାନ୍ତି। ସେହି ବୟସରେ ରୁକୈୟା ଖାଣ୍ଡୱାଲ୍‌ ହାଫିଜ୍‌ ହେବାକୁ ଯାଉଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ମାତ୍ର ୬ ବର୍ଷ ବୟସ ରୁକୈୟାଙ୍କର, ହେଲେ ଏଇ ଚପଳ ବୟସରେ ସେ କୋରାନ୍‌ର ଗୋଟେ ଗୋଟେ ଶବ୍ଦକୁ ମୁଖସ୍ଥ କରିଛନ୍ତି। କୋରାନ୍‌ର ସମସ୍ତ ୩୦ ଅଧ୍ୟାୟ ଓ ୬୦୪ପୃଷ୍ଠାକୁ ସେ ମନେ ରଖିପାରଛନ୍ତି। ବେଙ୍ଗାଲୁରୁର ରୁକୈୟା ଏଭଳି ଅସାଧାରଣ ଧୀଶକ୍ତିର ଅଧିକାରିଣୀ ହୋଇ ସବୁଠୁ କମ୍‌ […]

relkief
ଫୋନିର ୨ ଦିନ ପରେ ବି ବିପନ୍ନଙ୍କ ପାଖରେ ପହଞ୍ଚିନି ପ୍ରଶାସନ

ଭୁବନେଶ୍ୱର : ରିଲିଫ୍ ଦାବିରେ ତହସିଲ୍ ଅଫିସ୍‌ରେ ତାଲା। ବାତ୍ୟା ବିପନ୍ନ ଓ ପୁଲିସ୍ ମଧ୍ୟରେ ପାଟିତୁଣ୍ଡ, ଧସ୍ତାଧସ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକରେ। ବାତ୍ୟାର ୨ ଦିନ ପରେ ବି ସରକାରୀ ସହାୟତା ପହଞ୍ଚି ନଥିବାରୁ କ୍ଷୁବ୍ଧ ହୋଇଛନ୍ତି କ୍ଷତିଗ୍ରସ୍ତ। ପ୍ରତିବାଦରେ ବ୍ଲକ୍ ଓ ତହସିଲ୍ ଅଫିସ୍ ଘେରାଉ କରିଥିଲେ। ପୁରୀ ଜିଲ୍ଲାରେ ବି ସମାନ ଚିତ୍ର। ୪୮ ଘଣ୍ଟା ପରେ ବି ରିଲିଫ୍ ପହଞ୍ଚି ନଥିବାରୁ ଚନ୍ଦନପୁର ବାଇପାସ୍ […]

  • Saturday, 17 July 2021
fani
ଜିରୋ କାଜୁଆଲଟି ମିଶନ ଫେଲ ! ଫୋନିର ଆଁରେ ଗଲାଣି ୪୦ ଜୀବନ

ଭୁବନେଶ୍ୱର :  ଫୋନିର ଆଁ ଭିତରେ ହଜିଯାଇଛି ଅନେକ ମୂଲ୍ୟବାନ ଜୀବନ। ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୩୨ ବୋଲି କୁହାଯାଇଥିଲେ ବି ଏହା ୪୦ ଛୁଇଁଲାଣି। ବିଭିନ୍ନ ସ୍ଥାନରୁ ସୂଚନା ଆସିପାରୁ ନ ଥିବାରୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି। କେବଳ ପୁରୀରେ ଫୋନି ୨୧ ଜଣଙ୍କ ଜୀବନ ନେଇଛି ବୋଲି ସରକାର ସ୍ୱୀକାର କରିଛନ୍ତି। ସେଦିନ ଥିଲା କାଳ ଶୁକ୍ରବାର। ସମୟ ସକାଳ ୯ ଟା ୩୦। ସାତପଡ଼ାରେ ପ୍ରଳୟ ରଚୁଥିଲା ଫୋନି। ପବନର […]

  • Saturday, 17 July 2021
puri-2
ଶ୍ରୀକ୍ଷେତ୍ରକୁ ଶ୍ରୀହୀନ କରିଗଲା ଫୋନି

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ର ପୁରୀକୁ ଛାରଖାର କରି ଦେଇଛି ରାକ୍ଷସରୂପୀ ଝଡ଼ବାତ୍ୟା ଫୋନି। ଲ୍ୟାଣ୍ଡଫଲ କରିବା ପରେ ଭୀଷଣରୁ ଅତି ଭୀଷଣ ରୂପ ନେଇ ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟ ଧରି ରଚିଥିଲା ତାଣ୍ଡବ। ଅତି ପରିଚିତ ବଡ଼ଦାଣ୍ଡ ହେଉ କି ସମୁଦ୍ରକୂଳ, ସବୁଠି ଛାଡ଼ିଯାଇଛି ସେ ପ୍ରଳୟର ପଦଚିହ୍ନ । ଜିଲ୍ଲାର ଅନ୍ୟ ସ୍ଥାନମାନଙ୍କରୁ ବି ଆସୁଛି ବିପର୍ଯ୍ୟୟର କରୁଣ ଚିତ୍ର । ଶ୍ରୀକ୍ଷେତ୍ରରେ ସିଭିୟର ସାଇକ୍ଲୋନ ଫୋନି ଘଟାଇଛି ଅବର୍ଣ୍ଣନୀୟ କ୍ଷୟକ୍ଷତି। ଯାହା […]

  • Saturday, 17 July 2021
fani pralaya 1
‘ଫୋନି’ ପ୍ରଳୟ : ଯୁଆଡ଼େ ଚାହିବେ ଖାଲି ଉଜୁଡ଼ା ଚିତ୍ର

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ସପ୍ତଶଯ୍ୟା। । ଟଳିପଡ଼ିଛି ବିରାଟକାୟ ଗଛ। ଉପୁଡ଼ିଯାଇଛି ବିଦ୍ୟୁତ ଖୁଣ୍ଟି। ଗଛ ପଡ଼ି ଛିଣ୍ଡିଯାଇଛି ବିଦ୍ୟୁତ ତାର। ୫ ଘଣ୍ଟାର ତାଣ୍ଡବ ରଚି ସପ୍ତଶଯ୍ୟାର ସବୁଜିମାକୁ ଉଜାଡ଼ିଦେଇଛି ବାତ୍ୟା ଫୋନି। ଛୋଟମୋଟ ବ୍ୟବସାୟ କରି ଗୁଜରାଣ ମେଣ୍ଟାଉଥିବା ବ୍ୟବସାୟୀଟିଏ ବି ଘର ଭାଙ୍ଗିଯିବାରୁ ଅସହାୟ ହୋଇପଡ଼ିଛନ୍ତି। ବାଲେଶ୍ୱର ରେମୁଣା ଅଞ୍ଚଳରେ କିନ୍ତୁ ଗରିବ ପରିବା ଚାଷୀ ମୁଣ୍ଡରେ ପଡ଼ିଛି ଚଡ଼କ। କାରଣ କାହା କ୍ଷେତର କଦଳୀ ତ ଆଉ […]

  • Saturday, 17 July 2021
pralayara tandav2
ପ୍ରଳୟର ତାଣ୍ଡବ ରଚିଲା ‘ଫୋନି’ ; ଛାରଖାର୍ ଉପକୂଳବର୍ତ୍ତୀ ଜିଲ୍ଲା

ଭୁବନେଶ୍ୱର : ଭୟଙ୍କର ସାମୁଦ୍ରିକ ଝଡ଼ ଫୋନିର ତାଣ୍ଡବରେ ଛାରଖାର୍ ହୋଇଛି ଉପକୂଳବର୍ତ୍ତୀ ଜିଲ୍ଲା। ଉଜୁଡ଼ିଯାଇଛି ସବୁକିଛି। ଘରଦ୍ୱାର, କୋଠାବାଡ଼ି, ଗଛଲତା, ବିଦ୍ୟୁତ ଖୁଣ୍ଟି, ମୋବାଇଲ୍ ଟାୱାର। କିଛି ବି ବର୍ତ୍ତି ପାରିନି ଫୋନି ମାଡ଼ରୁ। ଗଛ ଗୁଡ଼ିକ ରାସ୍ତା ଉପରେ ଉପୁଡ଼ି ପଡ଼ିଥିବାରୁ ଅଧିକାଂଶ ସ୍ଥାନରେ ଗମନାଗମନ ଏବେ ବି ସ୍ୱାଭାବିକ ହୋଇପାରିନି। ଏକ୍ସଟ୍ରିମ୍‌ଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ତଥା ଅତି ପ୍ରବଳ ବାତ୍ୟା ରୂପ ନେଇ ପୁରୀ ନିକଟ ସ୍ଥଳଭାଗ ଛୁଇଁଥିବା ଫୋନି ଦକ୍ଷିଣ, […]

  • Saturday, 17 July 2021
nm
ବାତ୍ୟାକୁ ଦେଖି ଗ୍ରାହକ ଛାନିଆ ; ପରିବା ବଜାରରୁ ପେଟ୍ରୋଲ ପମ୍ପ, ସବୁଠି ଭିଡ଼

ଭୁବନେଶ୍ୱର : ଆସନ୍ତାକାଲି ସକାଳେ ବାତ୍ୟା ‘ଫୋନି’ ସ୍ଥଳଭାଗ ଛୁଇଁବ। ତେବେ ଏହା ପୂର୍ବରୁ ମାର୍କେଟରେ ଏହାର ଇଫେକ୍ଟ ଦେଖିବାକୁ ମିଳିଛି। ଆଳୁ, ପିଆଜ, ଚୁଡ଼ା, ଚାଉଳ ଓ କ୍ୟାଣ୍ଡେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ନେବା ପାଇଁ ବଜାରରେ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ଏପରି ଚିତ୍ର କେବଳ ଉପକୂଳ ନୁହେଁ, ରାଜ୍ୟର ପ୍ରାୟ ସବୁ ସ୍ଥାନରେ ଦେଖିବାକୁ ମିଳିଛି। ଆଜି ଦିନ ୧୦ଟା ବେଳକୁ କଟକ ଛତ୍ର ବଜାରରେ ଦେଖିବାକୁ ମିଳିଥିଲା ଅସ୍ୱାଭାବିକ […]

  • Saturday, 17 July 2021
t
ଫୋନିର ମୁକାବିଲା ପାଇଁ ଫୋକସ୍‌ରେ ରେସ୍କ୍ୟୁ ଅପରେସନ୍

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ଫୋନିର ମୁକାବିଲା ପାଇଁ ମହା ତୟାରୀ। ସବୁଠୁ ଅଧିକ ଫୋକସ୍ ରେସ୍କ୍ୟୁ ଅପରେସନ୍। ସେଇଥିପାଇଁ ବିପତ୍ତି ଆସିବା ପୂର୍ବରୁ ଫୋନି ଫଣାରୁ ଧନ ଜୀବନକୁ ସୁରକ୍ଷିତ ରଖିବାକୁ ଜଳ, ସ୍ଥଳ, ଆକାଶ ସବୁଠି ସଜାଗ ସବୁ ଏଜେନ୍ସୀ। ଏନ୍‌ଡିଆର୍‌ଏଫ୍‌ ଠାରୁ ନେଇ ଓଡ୍ରାଫ୍, ଫାୟାର ସର୍ଭିସ୍, ଇଣ୍ଡିଆନ୍ କୋଷ୍ଟଗାର୍ଡ, ନେଭି। ଗ୍ରାଉଣ୍ଡ ଜିରୋରେ ପୋଜିସନ୍‌ରେ ଏସବୁ ଟିମ୍‌ର ସଦସ୍ୟ। ସମସ୍ତଙ୍କ ଆଖି ଫୋନି ଲ୍ୟାଣ୍ଡଫଲ୍ କରିବାକୁ ଥିବା ପୁରୀ ଜିଲ୍ଲା ସମୁଦ୍ର […]

  • Saturday, 17 July 2021
manipur-1
ହଜିଲା ଲୋକକୁ ପରିବାର ସହ ଭେଟେଇଲା ୟୁଟ୍ୟୁବ୍‌

ବେଳେବେଳେ ଏପରି କିଛି ଘଟଣା ଘଟେ,ଯାହା ଆଶ୍ଚର୍ଯ୍ୟଜନକ ମନେହୁଏ। ମଣିପୁରର ଏମିତି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୪୦ ବର୍ଷ ହେଲା ନିଖୋଜ ଥିବା ଜଣେ ୬୬ ବର୍ଷିୟ ବ୍ୟକ୍ତି ନିଜ ପରିବାରକୁ ଫେରିପାଇଛନ୍ତି। ଆଉ ଏହା କେବଳ ୟୁଟ୍ୟୁବ୍‌ ଯୋଗୁଁ ସମ୍ଭବ ହୋଇଛି। ଏକଥା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ସତ। ଏମିତି ଥିଲା ପୁରା ଘଟଣା – ଖୋମଦାନ ସିଂହ ନାମକ ଜଣେ ବ୍ୟକ୍ତି ୧୯୭୮ମସିହାରେ ଇମ୍ଫାଲରୁ ନିଜ ଘରକୁ […]

fani
'ଫୋନି' ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ଫୋନି’ ପାଇଁ ସରକାରୀସ୍ତରରେ ସବୁ ପ୍ରସ୍ତୁତି ସରିଛି। ରିଲିଫ, ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ୧୨ ଆଇଏଏସ୍ ଓ ୧୧ଜଣ ଆଇପିଏସ୍‌ ଦାୟିତ୍ୱରେ ଅଛନ୍ତି। ୨ ତାରିଖ ସଂଧ୍ୟା ସୁଦ୍ଧା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ଆଣିବାକୁ ପ୍ରସ୍ତୁତି ଚାଲିଛି। ସମସ୍ତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି। ଆନୁସଙ୍ଗିକ ସାମଗ୍ରୀ ଧରି  ୧୮ଟି ଓଡ୍ରାଫ୍ ଟିମ୍ ମୁକାବିଲା ପାଇଁ ବାହାରି ସାରିଥିବା ବେଳେ ଉଭୟ ଓଡ଼ିଶା […]

  • Saturday, 17 July 2021
FACE
ବିଶ୍ୱର ପ୍ରଥମ ବ୍ୟକ୍ତି ଯାହାର ୩ଟି ଚେହେରା !

ପ୍ୟାରିସ୍ : ଜେରୋମ ହେମନ ନାମକ ଏହି ବ୍ୟକ୍ତି ଜଣକ ଏବେ ଖୁବ୍‌ ଚର୍ଚ୍ଚାରେ। ଏହାର କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏ ହେଉଛନ୍ତି ବିଶ୍ୱର ପ୍ରଥମ ବ୍ୟକ୍ତି ଯାହାଙ୍କର ମୁହଁ ଗୋଟିଏ, କିନ୍ତୁ ସେଥିରେ ଆପଣ ୩ଟି ଚେହେରା ଦେଖିପାରିବେ। ପୁରା ଘଟଣାର ରହସ୍ୟ ଏବେ ଜାଣନ୍ତୁ। ଜେରୋମ୍‌ ଏକ ବିରଳ ରୋଗର ଶିକାର ହୋଇଛନ୍ତି। ଫଳରେ ବାରମ୍ବାର ତାଙ୍କ ମୁହଁରେ ଟ୍ୟୁମର ହେଉଛି। ସେଥିପାଇଁ ସେ ଫେସ୍‌ ଟ୍ରାନ୍ସପ୍ଲାଣ୍ଟ କରୁଛନ୍ତି। ଏବେ ସୁଦ୍ଧା […]

puri cy
ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ଲ୍ୟାଣ୍ଡଫଲ କରିବ ‘ଫୋନି’

ଭୁବନେଶ୍ୱର : ବାତ୍ୟା ‘ଫୋନି’ ଆସନ୍ତା ୩ ତାରିଖ ଅପରାହ୍ଣରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍ ଉଦୟଗିରି ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆମେରିକାର ଜଏଣ୍ଟ ଟାଇଫୁନ୍ ଓ୍ୱାର୍ଣ୍ଣିଂ ସେଣ୍ଟର JTWC। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୮୫ କିଲୋମିଟର ରହିବ। ‘ଫୋନି’ ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲା ଦେଇ ପଶ୍ଚିମବଙ୍ଗ ଆଡ଼କୁ ଗତି କରିବ ବୋଲି କହିଛି JTWC। ଆଜି ରାତି ୮ଟା ସୁଦ୍ଧା ହୋଇଥିବା […]

  • Saturday, 17 July 2021
cyclone
‘ଫୋନି’କୁ ନେଇ ଛାନିଆ ଉପକୂଳ ଜିଲ୍ଲାବାସୀ

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ଫୋନିକୁ ନେଇ ଉପକୂଳ ଜିଲ୍ଲାବାସୀ ଛାନିଆ ହୋଇପଡ଼ିଛନ୍ତି। ବାତ୍ୟା ଦ୍ୱାରା ପ୍ରଭାବିତ ହେବା ଆଶଙ୍କା ଥିବା ଜିଲ୍ଲାରେ ଯେପରି କ୍ଷୟକ୍ଷତିର ପରିମାଣ କମ୍ ହେବ, ସେନେଇ ଆଗୁଆ ସତର୍କ ହେବାକୁ ସମସ୍ତ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ବିଶେଷକରି ସମୁଦ୍ରକୂଳିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଆଲର୍ଟ କରାଯିବା ସହ ଆଜି ସୁଦ୍ଧା ସମୁଦ୍ର ଭିତରୁ ମତ୍ସ୍ୟଜୀବୀଙ୍କୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି। ଏହା ସହ ବାତ୍ୟାରେ ଯେପରି […]

  • Saturday, 17 July 2021
fani-0--2
କାୟା ବଢାଇ ଉପକୂଳକୁ ମୁହାଁଇଛି ସାମୁଦ୍ରିକ ଝଡ଼ 'ଫୋନି'

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ଫୋନି ଭୟଙ୍କର ରୂପ ଧାରଣ କରି ଓଡ଼ିଶା ଉପକୂଳ ଆଡ଼କୁ ମାଡି ଆସୁଛି। ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଥିବା ଫୋନି ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇ ଆସନ୍ତା ୩ ତାରିଖ ସଂଧ୍ୟାରେ ପୁରୀ ନିକଟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୭୫ରୁ ୧୮୫ କିଲୋମିଟର ରହିବାର ଆଶଙ୍କା କରାଯାଉଛି। ବଙ୍ଗୋପସାଗରରେ ସୃଷ୍ଟ ଏହି ଝଡ଼ ଏବେ ଉତ୍ତର ପଶ୍ଚିମ […]

  • Saturday, 17 July 2021
fani
ଓଡ଼ିଶା ମୁହାଁ ହେଉଛି ସାମୁଦ୍ରିକ ଝଡ଼ ‘ଫୋନି’

ଭୁବନେଶ୍ୱର : ଓଡ଼ିଶା ମୁହାଁ ହେଉଛି ସାମୁଦ୍ରିକ ଝଡ଼ ‘ଫୋନି’। ଚେନ୍ନାଇ ଠାରୁ ବଙ୍ଗୋପସାଗରରେ ୮୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇ ଧୀରେ ଧୀରେ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ୧ ତାରିଖରୁ ଦିଗ ପରିବର୍ତ୍ତନ କରି ଓଡିଶା ଉପକୂଳ ଆଡକୁ ମୁହାଁଇବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍‌ଡି। ଏବେ ଏହା ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ସାରିଥିବା ବେଳେ ଆସନ୍ତାକାଲି ସକାଳ ସୁଦ୍ଧା ଭେରି ସିଭିୟର୍ ସାଇକ୍ଲୋନିକ […]

  • Saturday, 17 July 2021
water
ଖରା ଆରମ୍ଭରୁ ଦେଖାଦେଲାଣି ପାନୀୟ ଜଳ ସମସ୍ୟା

କୋରାପୁଟ/ଗଜପତି/ତେଲକୋଇ : ଗାଁରେ ମିଳୁନି ବିଶୁଦ୍ଧ ପାନୀୟ ଜଳ, ପାଣି ମୁନ୍ଦାଏ ଲାଗି ଦୁଇ କିଲୋମିଟର ଯାଇ ଚୁଆରୁ ପାଣି ସଂଗ୍ରହ କରୁଛନ୍ତି ଲୋକେ। ଗଜପତି ଜିଲ୍ଲା ଅନ୍ତରବା ପଂଚାତୟର ଆମ୍ବଗାଁରରେ ଏମିତି ଅବସ୍ଥା। ଖରା ଆରମ୍ଭରୁ ଗାଁରେ ଥିବା ଦୁଇ ଦୁଇ ସାନିଟାରି ୱେଲ୍‌ରେ ପାଣି ଶୁଖି ଯାଇଥିବାର ଲୋକେ ଅପରିଷ୍କାର ପାଣିକୁ ଛାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। କେବଳ ପାନୀୟ ଜଳ ନୁହେଁ ଗାଁକୁ ରାସ୍ତା ନଥିବାରୁ ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିବା […]

  • Saturday, 17 July 2021
toilet
କଅଁଳା ଶିଶୁକନ୍ୟାକୁ ପାଇଖାନାରେ ଫିଙ୍ଗିଲା ରାକ୍ଷସୀ ମା

କେରଳ : ମା ପାଇଁ ଅଲୋଡା ହେଲା ଶିଶୁକନ୍ୟା। ତାକୁ ମାରି ପାଇଖାନାରେ ଫିଙ୍ଗି ଦେଲା ମା। ଏଭଳି ଏକ ହୃଦୟବିଦାରକ ଓ ଅବିଶ୍ୱସନୀୟ ଘଟଣା କେରଳରେ ଦେଖିବାକୁ ମିଳିଛି। ଏ ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। କେମିତି ଘଟିଲା ଏଭଳି ଏକ ଅମାନବୀୟ ଘଟଣା ? କିଏ ସେ ନିର୍ଦ୍ଦୟ ବାପ-ମା? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ। ପୂରା ଘଟଣାଟି ଏହିପରି – କ୍ଲିନିକ୍‌ର ପାଇଖାନାଟି ଜାମ୍‌ ରହିଥିବା କାରଣରୁ ଡାକ୍ତର ପ୍ଲମ୍ବରକୁ […]

atm
ଏବେବି ଦେଶରେ ବିମୁଦ୍ରାକରଣ ଭଳି ଅନୁରୂପ ପରିସ୍ଥିତି

ନୂଆଦିଲ୍ଲୀ: ବିମୁଦ୍ରାକରଣ ପରେ ଏଟିଏମ୍ ଆଗରେ ଦେଖିବାକୁ ମିଳୁଥିଲା ଲମ୍ବା ଲାଇନ୍‌। ଏବେବି ସେହି ବିମୁଦ୍ରାକରଣ ଭଳି ଅନୁରୂପ ପରିସ୍ଥିତି ସୃଷ୍ଚି ହୋଇଛି। ଘଣ୍ଟା ଘଣ୍ଟା ଧରି ଛିଡା ହେଲେ ମଧ୍ୟ ଗ୍ରାହକଙ୍କୁ ଖାଲି ହାତରେ ଫେରିବାକୁ ପଡୁଛି। ସାରା ଦେଶରେ ଦେଖାଦେଇଛି ଏବେ ଟଙ୍କାର ଅଭାବ। ବିଭିନ୍ନ ରାଜ୍ୟରେ ଥିବା ଏଟିଏମ ଗୁଡିକରେ ଟଙ୍କାର ମରୁଡି ଦେଖିବାକୁ ମିଳିଛି।  ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ବିହାର,ମହାରାଷ୍ଟ୍ର ଓ ଗୁଜରାଟ ଭଳି ରାଜ୍ୟରେ ଏଟିଏମ ଗୁଡିକରେ ଟଙ୍କାର ଅଭାବ […]

aiims
ଏମ୍‌ସ୍‌ରୁ ଧରାପଡିଲେ ନକଲି ଡାକ୍ତର

ନୂଆଦିଲ୍ଲୀ: ନକଲି ପରିଚୟ ଦେଇ କୌଣସି ଏକ ପେଶା ଆପଣେଇବା ଓ ଲୋକଙ୍କୁ ଭୁଆଁ ବୁଲେଇ ବିଶ୍ୱାସଭାଜନ ହେବାର ଅନେକ ନଜିର ଦେଖିବାକୁ ମିଳେ। ହେଲେ ଦିଲ୍ଲୀ ଏମ୍‌ସ୍‌ରେ ଏମିତି ଏକ ଘଟଣା ଘଟିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବିଶ୍ୱାସ କରିପାରିବେନି ଯେ ଏମ୍‌ସ୍‌ ଭଳି ଏକ ପ୍ରସିଦ୍ଧ ଡାକ୍ତରଖାନାରେ ଏମିତି ହୋଇଛି। ପ୍ରକାଶିତ ସୂଚନା ଅନୁସାରେ, ଆଦନାନ୍‌ ଖୁରାମ୍‌ ନାମକ ୧୯ବର୍ଷିୟ ଜଣେ ଡାକ୍ତର ଆଶାୟୀ ସାଧାରଣ ଯୁବକଙ୍କୁ ଦିଲ୍ଲୀ ପୁଲିସ୍‌ ଗିରଫ […]